ବିଚ୍ ରାସ୍ତାରେ ତୁଟିବ ଗେହଲଟ୍-ପାଇଲଟଙ୍କ କଳି!

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିର ଚାଣକ୍ୟ କୁହାଯାଉଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସଚିନ ପାଇଲଟ୍। ଗେହଲଟ୍ ବେଳ ଥାଉ ଥାଉଁ ପାଇଲଟ୍ ଭବିଷ୍ୟତରେ ତାଙ୍କ ପାଇଁ ଅଡ଼ୁଆ ବୋଲି ବାରିପାରିଥିଲେ ହେଁ ଏହି ସମସ୍ୟାର ସମାଧାନ ଆଜି ଯାଏଁ ବାହାର କରିପାରୁ ନାହାନ୍ତି। ନିଜ ରାଜନୈତିକ କ୍ୟାରିୟରରେ ଅନେକ ଉତ୍ଥାନ ପତ୍ତନ ଦେଖିସାରିଥିବା ଗେହଲଟ୍ ଏଥର କିନ୍ତୁ କ୍ଷମତାର ଲଢ଼େଇ ଜିତିବାକୁ କୋର୍ଟରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ଦୌଡ଼ୁଛନ୍ତି। ତା’ପୁଣି କେବଳ […]

Rajasthan

Rajasthan

Pragnya Choudhury
  • Published: Tuesday, 28 July 2020
  • Updated: 28 July 2020, 02:52 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିର ଚାଣକ୍ୟ କୁହାଯାଉଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛନ୍ତି ସଚିନ ପାଇଲଟ୍। ଗେହଲଟ୍ ବେଳ ଥାଉ ଥାଉଁ ପାଇଲଟ୍ ଭବିଷ୍ୟତରେ ତାଙ୍କ ପାଇଁ ଅଡ଼ୁଆ ବୋଲି ବାରିପାରିଥିଲେ ହେଁ ଏହି ସମସ୍ୟାର ସମାଧାନ ଆଜି ଯାଏଁ ବାହାର କରିପାରୁ ନାହାନ୍ତି। ନିଜ ରାଜନୈତିକ କ୍ୟାରିୟରରେ ଅନେକ ଉତ୍ଥାନ ପତ୍ତନ ଦେଖିସାରିଥିବା ଗେହଲଟ୍ ଏଥର କିନ୍ତୁ କ୍ଷମତାର ଲଢ଼େଇ ଜିତିବାକୁ କୋର୍ଟରୁ ଆରମ୍ଭ କରି ରାଜଭବନ ପର୍ଯ୍ୟନ୍ତ ଦୌଡ଼ୁଛନ୍ତି। ତା'ପୁଣି କେବଳ ପାଇଲଟଙ୍କ ପାଇଁ...

ଅଶୋକ ଗେହଲଟଙ୍କ ବିରୁଦ୍ଧରେ ରାଜନୈତିକ ବିଗୁଲ ବଜାଇଛନ୍ତି କଂଗ୍ରେସର ଧୁରନ୍ଧର ନେତା ସଚିନ ପାଇଲଟ୍। ଆଉ ତାଙ୍କ ସହ ପୂରା ଦମରେ ଗେହଲଟଙ୍କ ବିରୁଦ୍ଧରେ ଛିଡ଼ା ହୋଇଛନ୍ତି କଂଗ୍ରେସର 18 ବିଧାୟକ। ଏଭଳି ସ୍ଥିତିରେ ଗେହଲଟଙ୍କ ପକ୍ଷରୁ ମଧ୍ୟ ପାଇଲଟଙ୍କ ବିରୁଦ୍ଧରେ ଖରାପ ମତାମତ ସହ ରିପୋର୍ଟ ପ୍ରସ୍ତୁତ କରି କେନ୍ଦ୍ର ହେଭିଓ୍ୱେଟଙ୍କ ନିକଟକୁ ପଠାଯାଇଛି। ଏସବୁ ଭିତରେ ପାଇଲଟ୍ ନିଜର ଉପମୁଖ୍ୟମନ୍ତ୍ରୀ ପଦ ସମେତ ମଧ୍ୟପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ମଧ୍ୟ ହରାଇଛନ୍ତି। ହେଲେ ଏଯାବତ ତାଙ୍କୁ ଦଳରୁ ବାହାର କରାଯାଇନାହିଁ କିମ୍ବା ସେ ମଧ୍ୟ ଦଳ ଛାଡ଼ି ନାହାନ୍ତି। ଏହାସହ ପାଇଲଟ୍ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ କେବେ ମଧ୍ୟ ବିଜେପିରେ ସାମିଲ୍ ହେବେନାହିଁ।

ହେଲେ ଏତିକି ରାଜସ୍ଥାନ ରାଜନୀତି ଥମିଲା ନାହିଁ। ପାଇଲଟଙ୍କ ସ୍ପଷ୍ଟୀକରଣ ପରେ ବି ଗେହଲଟଙ୍କ ସହ ତାଙ୍କ ରାଜନୈତିକ ଯୁଦ୍ଧା ଚାଲିଛି ଏବଂ ଦୁହେଁ ଦୁହିଁଙ୍କୁ ପରାସ୍ତ କରିବାକୁ ସବୁପ୍ରକାର କସରତ ଜାରି ରଖିଛନ୍ତି। ଉଭୟ ପାଇଲଟ୍ ଏବଂ ଗେହଲଟଙ୍କ ଗୋଷ୍ଠୀ ପରସ୍ପରକୁ ମାତ୍ ଦେବାକୁ ପ୍ରୟାସ କରୁଛନ୍ତି। ସ୍ଥିତି ଦେଖି ଲାଗୁଛି ଯେପରି ଆଉ ଖୁବ୍ କମ୍ ଦିନ ଭିତରେ ରାସ୍ତା ଉପରେ କଂଗ୍ରେସ କଳି ଦେଖିବାକୁ ମିଳିବ।

ଗେହଲଟଙ୍କ ଗୋଷ୍ଠୀ ପାଇଲଟଙ୍କୁ କ୍ଷମତାଚ୍ୟୁତ କରିବାରେ ସଫଳ ତ ହୋଇଗଲା। ହେଲେ ଆଇନ ଅନୁଯାୟୀ ପରାସ୍ତ କରିପାରିଲା ନାହିଁ। କଂଗ୍ରେସର ଅଭିଯୋଗକ୍ରମେ ବାଚସ୍ପତି ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ନୋଟିସ୍ କରି ଜବାବ ତଲବ କରିଥିଲେ। ହେଲେ ପାଇଲଟଙ୍କ ଗୋଷ୍ଠୀ ଅପରପକ୍ଷକୁ କୋର୍ଟରେ ଚ୍ୟାଲେଞ୍ଜ ଦେଲା। ପାଇଲଟ୍ ଏବଂ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ମାମଲା ଯାଇ କୋର୍ଟରେ ଅଟକିଗଲା। ଏବେ ଏହି ମାମଲା ନେଇ କଂଗ୍ରେସ ଗୋଷ୍ଠୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ଗୋଟିଏ ଦିନର ଶୁଣାଣି ପରେ କଂଗ୍ରେସ ସୁପ୍ରିମକୋର୍ଟଙ୍କ ନିକଟରୁ ନିଜ ଯାଚିକା ପ୍ରତ୍ୟାହାର କରିଦେଇଛି।

ଏବେ ଗେହଲଟ୍ ଗୋଷ୍ଠୀ ବିଧାନସଭା ଗୃହରେ ପାଇଲଟଙ୍କ ଦଳକୁ ମାତ୍ ଦେବାକୁ ଯୋଜନା କରିଛି। ଗେହଲଟ୍ ସରକାର ଗୃହରେ ଆସ୍ଥା ଭୋଟ୍ ହାସଲ କରିବାକୁ ରଣନୀତି ପ୍ରସ୍ତୁତ କରି ବିଧାନସଭା ଅଧିବେଶନ ଆରମ୍ଭ କରିବାକୁ ରାଜ୍ୟପାଳ କଳରାଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ରାଜ୍ୟପାଳ ପ୍ରଥମରୁ ହିଁ ଏନେଇ ମନା କରିଦେଇଛନ୍ତି। ଏହା ପରେ ରାଜଭବନ ଘେରାଉ କରିବାକୁ ଚେତାବନୀ ଦେବା ସହ ରାଜଭବନରେ ଧାରଣା ଦେଇ ପୁଣି ପରିସ୍ଥିତି ଜଟିଳ କରିଛନ୍ତି ଗେହଲଟଙ୍କ ଗୋଷ୍ଠୀ।

ପରବର୍ତ୍ତୀ ସମୟରେ ଗେହଲଟ୍ କ୍ୟାବିନେଟରୁ ବିଧାନସଭା ଅଧିବେଶନ ଲାଗି ଅନୁମତି ଆଣି ରାଜ୍ୟପାଳଙ୍କ ନିକଟକୁ ପଠାଇଲେ। ଏହାପରେ ବିଧାନସଭା ଅଧିବେଶନ ଡକାଇବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ରାଜ୍ୟପାଳ। ଗେହଲଟ୍ ସରକାର ଗୃହରେ ଆସ୍ଥା ଭୋଟ ପ୍ରସ୍ତାବ ଆଣିବାକୁ ଚାହୁଁଛି। ହେଲେ ଏନେଇ ଆଲୋଚନା କରାଯାଇ ନ ଥିଲା ବୋଲି ରାଜ୍ୟପାଳ କହିଛନ୍ତି।

ଗେହଲଟ୍ ଏବେ ଖୁବ୍ ଚିନ୍ତାରେ। ନିଜ ସମର୍ଥକ ବିଧାୟକଙ୍କୁ ନିଜ ପକ୍ଷରେ ରଖିବାକି ସେ ଜୟପୁରର ଏକ ହୋଟେଲରେ ସେମାନଙ୍କୁ ଲୁଚାଇ ରଖିଛନ୍ତି। ସେପଟେ ପାଇଲଟ୍ ତାଙ୍କ ଦଳକୁ ହରିୟାଣାର ଏକ ହୋଟେଲରେ ରଖିଛନ୍ତି। ଏଭଳି ପରିସ୍ଥିତିରେ ଉଭୟ ପାଇଲଟ୍ ଏବଂ ଗେହଲଟଙ୍କ ପାଇଁ ଦୀର୍ଘ ଦିନ ଧରି ବିଧାୟକମାନଙ୍କୁ ହୋଟେଲରେ ରଖିବା ମହଙ୍ଗା ପଡ଼ିଲାଣି। ଉଭୟ ଉଭୟଙ୍କ ଦଳର ସମର୍ଥନକୁ ବଞ୍ଚେଇ ରଖିବା ସହ କୌଣସି ମତେ ସମର୍ଥନ ହାତଛଡ଼ା କରିବାକୁ ଚାହୁଁ ନାହାନ୍ତି। କାଳେ ସମର୍ଥକ ବିଧାୟକଙ୍କୁ କିଏ ମତେଇଦେବ ସେ ନେଇ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଉଛି। ଏଣୁ କେହି କାହା ଗୋଷ୍ଠୀକୁ ପ୍ରବେଶ ଏକ ପ୍ରକାର ନିଷିଦ୍ଧ ହୋଇଛି। ଲାଗୁଛି ଏଥର କେବଳ ବିଚ୍ ରାସ୍ତାରେ ହିଁ ଏହି କଂଗ୍ରେସ କଳହର ସମାଧାନ ହୋଇପାରିବ!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story