ରାଜ୍ୟର ବହୁ ଜିଲ୍ଲାରେ ମରୁଡି ଆଶଙ୍କା: ୬ ଜିଲ୍ଲାରେ ସ୍ଥିତି ଗମ୍ଭୀର

କୋରାପୁଟ/କଟକ : ରାଜ୍ୟର କେତେକ ଜିଲ୍ଲାରେ ମରୁଡ଼ି ଆଶଙ୍କା ଦେଖାଦେଇଛି । ରାଜ୍ୟରେ ଜୁନରୁ ଏପର୍ଯ୍ୟନ୍ତ ୧୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ୬ଟି ଜିଲ୍ଲା ପୁରୀ, ନୟାଗଡ, ଖୋର୍ଦ୍ଧା, ବଲାଙ୍ଗିର, କନ୍ଧମାଳ ଓ କୋରାପୁଟରେ ସ୍ଥିତି ଗମ୍ଭୀର ରହିଛି । ଏପରି ସ୍ଥିତିରେ ଏହି ଜିଲ୍ଲାର ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଚାଷ କାର୍ଯ୍ୟ ଆଗକୁ କିପରି କରିବେ ସେହି ଚିନ୍ତାରେ ଏହି ୬ ଜିଲ୍ଲାର ଚାଷୀମାନେ ଘାରି ହେଉଛନ୍ତି । ସ୍ଥିତି […]

rain

rain

Rakesh Mallick
  • Published: Thursday, 13 August 2015
  • Updated: 13 August 2015, 12:10 PM IST

Sports

Latest News

rain4

କୋରାପୁଟ/କଟକ : ରାଜ୍ୟର କେତେକ ଜିଲ୍ଲାରେ ମରୁଡ଼ି ଆଶଙ୍କା ଦେଖାଦେଇଛି । ରାଜ୍ୟରେ ଜୁନରୁ ଏପର୍ଯ୍ୟନ୍ତ ୧୩ ପ୍ରତିଶତ କମ୍ ବର୍ଷା ହୋଇଛି । ତେବେ ୬ଟି ଜିଲ୍ଲା ପୁରୀ, ନୟାଗଡ, ଖୋର୍ଦ୍ଧା, ବଲାଙ୍ଗିର, କନ୍ଧମାଳ ଓ କୋରାପୁଟରେ ସ୍ଥିତି ଗମ୍ଭୀର ରହିଛି । ଏପରି ସ୍ଥିତିରେ ଏହି ଜିଲ୍ଲାର ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । ଚାଷ କାର୍ଯ୍ୟ ଆଗକୁ କିପରି କରିବେ ସେହି ଚିନ୍ତାରେ ଏହି ୬ ଜିଲ୍ଲାର ଚାଷୀମାନେ ଘାରି ହେଉଛନ୍ତି । ସ୍ଥିତି ଏପରି ହୋଇଛି ଯେ, ଯେଉଁଠି ଚାଷ କାମ ଅଧାଅଧି ସରିଯିବା କଥା ସେଠାରେ ଏପର୍ଯ୍ୟନ୍ତି ଆରମ୍ଭ ମଧ୍ୟ ହୋଇନାହିଁ।

rain2

ଆଷାଢ଼ ଯାଇ ଶ୍ରାବଣର ଗୋଟିଏ ପକ୍ଷ ସରିବାକୁ ବସିଲାଣି । ଦୀର୍ଘଦିନ ହେଲା ଆକାଶରେ ମେଘ ନାହିଁ କି ଟୋପାଏ ବର୍ଷା ମଧ୍ୟ ହେଉନାହିଁ । ଟାଣ ଖରାରେ ଫସଲ ପୋଡିଯାଉଥିବା ବେଳେ ମାଟି ଫାଟି ଆଁ କଲାଣି । ଅନେକ ସ୍ଥାନରେ କ୍ଷେତ ଭିତରେ ଚାଷୀ ଗୋରୁ ଛାଡ଼ି ଦେଉଛନ୍ତି । ଏ ସମୟରେ ଚାଷ କାମ ଅଧା ସରିଯିବା କଥା। କିନ୍ତୁ ଅନେକ ସ୍ଥାନରେ ଚାଷ କାମ ଆରମ୍ଭ ମଧ୍ୟ ହୋଇନି। ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନରୁ ଏପର୍ଯ୍ୟନ୍ତ ରାଜ୍ୟରେ ହାରାହାରି ୬୮୦ ମିଲିମିଟର ବର୍ଷା ହେବା କଥା । ମାତ୍ର ୫୭୦ ମିଲିମିଟର ବର୍ଷା ହୋଇଛି । ଅର୍ଥାତ ସ୍ୱାଭାବିକଠାରୁ ୧୩ ପ୍ରତିଶତ କମ । ୧୧ଟି ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକଠାରୁ କମ୍ ରହିଛି । ତେବେ ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ୱାଭାବିକଠାରୁ ୪୦ ପ୍ରତିଶତ, ବଲାଙ୍ଗିରରେ ୩୯ ପ୍ରତିଶତ, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ୩୭ ପ୍ରତିଶତ କମ୍ ବର୍ଷା ହୋଇଛି ବୋଲି ପାଣିପାଗ ବିଶେଷଜ୍ଞ ଏଲ.ଡି. ରୟ କହିଛନ୍ତି। ବର୍ଷା ପରିମାଣ ନ ବଢ଼ିଲେ ଏ ସବୁ ଜିଲ୍ଲାରେ ମରୁଡ଼ି ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିବା ସେ କହିଛନ୍ତି ।rain1

କୋରାପୁଟ ଜିଲ୍ଲାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ଜିଲ୍ଲାର ସିମିଳିଗୁଡା ବ୍ଲକ ଅଞ୍ଚଳରେ ବର୍ଷାଭାବରୁ ଜମି ଫାଟି ଆଁ କରିଛି । ଚାଷୀ ତଳି ପକାଇ ଥିଲେ ମଧ୍ୟ ଜମିରେ ପାଣି ନ ଥିବାରୁ ରୁଆବେଉସା କରିପାରୁନାହାନ୍ତି । ସେହିପରି ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଏକା ଅବସ୍ଥା । ବର୍ଷା ଅଭାବରୁ ଏବେ ଏହି ଜିଲ୍ଲାରେ ଗଜା ମରୁଡିର ଆଶଙ୍କା ଦେଖାଦେଛି।  ଧାନଗଛ ପୋଡି ଯାଉଛି । ଚାଷୀ ଏବେ ବିଲରେ ଗୋରୁ ଛାଡିଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos