Advertisment

ରଥ ଓ କଳାକୁଞ୍ଜ- ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରାର ନିଆରା ପରମ୍ପରା

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା। ପ୍ରାୟ ମାସେ ଧରି ଚାଲିଥିବା ଏହି ଯାତ୍ରାର ଆଜି ହେଉଛି ଶେଷ ଦିବସ। ବ୍ରହ୍ମପୁରର ଏହି ପ୍ରସିଦ୍ଧ ଯାତ୍ରା ସହିତ ଯୋଡ଼ି ହୋଇ ରହିଛି ଅନେକ ପରମ୍ପରା। ଏଣୁ ଏହି ଠାକୁରାଣୀ ଯାତ୍ରକୁ ବହୁ ପରମ୍ପରାର ପର୍ବ ବୋଲି ବି କୁହାଯାଏ। ଆଉ ଏହାର ସାକ୍ଷୀ ହେଉଛି ସହରର ବିଭିନ୍ନ ସାହି ବସ୍ତିରେ ଯାତ୍ରା ଅବସରରେ ବାହାରୁଥିବା ରଥ ଓ କଳାକୁଞ୍ଜ । ଚଳିତ ବର୍ଷ […]

ଅଦ୍ୟତନ ହୋଇଛି
ରଥ ଓ କଳାକୁଞ୍ଜ- ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରାର ନିଆରା ପରମ୍ପରା

brm1

Advertisment

ବ୍ରହ୍ମପୁର: ବ୍ରହ୍ମପୁରରେ ଚାଲିଛି ମା’ ବୁଢୀ ସାଆନ୍ତାଣୀଙ୍କ ଠାକୁରାଣୀ ଯାତ୍ରା। ପ୍ରାୟ ମାସେ ଧରି ଚାଲିଥିବା ଏହି ଯାତ୍ରାର ଆଜି ହେଉଛି ଶେଷ ଦିବସ। ବ୍ରହ୍ମପୁରର ଏହି ପ୍ରସିଦ୍ଧ ଯାତ୍ରା ସହିତ ଯୋଡ଼ି ହୋଇ ରହିଛି ଅନେକ ପରମ୍ପରା। ଏଣୁ ଏହି ଠାକୁରାଣୀ ଯାତ୍ରକୁ ବହୁ ପରମ୍ପରାର ପର୍ବ ବୋଲି ବି କୁହାଯାଏ। ଆଉ ଏହାର ସାକ୍ଷୀ ହେଉଛି ସହରର ବିଭିନ୍ନ ସାହି ବସ୍ତିରେ ଯାତ୍ରା ଅବସରରେ ବାହାରୁଥିବା ରଥ ଓ କଳାକୁଞ୍ଜ । ଚଳିତ ବର୍ଷ ଯାତ୍ରା ଅବସରରେ ପ୍ରାୟ ୫୨ଟି ରଥ ଓ କଳାକୁଞ୍ଜ ବାହାରିଛନ୍ତି। ଯାତ୍ରା ସମୟରେ ସାହି ସାହିରେ ରଥ ଓ କଳାକୁଞ୍ଜ ବାହାରିବା ପଛରେ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଥିଲେ ବି ମା’ଙ୍କ ଉଦେ୍ଧଶ୍ୟରେ ହିଁ ଏସବୁ ବାହାରିଥାଏ। ଏହି ଯାତ୍ରା ଅବସରରେ ରଥ ଓ କଳାକୁଞ୍ଜ ଗୁଡିକ ହିଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସୁନ୍ଦର ଆଲୋକ ମାଳା, ସୁଉଚ୍ଚ ତୋରଣ ଓ ଆକର୍ଷଣୀୟ ମୂର୍ତ୍ତି ଦେଖାଣାହାରୀଙ୍କୁ ଆକର୍ଷିତ କରିଥାଏ। କହିବାକୁ ଗଲେ ଯାତ୍ରାର ଇଏ ଏକ ନିଆରା ପରମ୍ପରା।
brm

Advertisment

ମା’ଦୁଇ ବର୍ଷକୁ ଥରେ ଦେଶୀ ବେହେରା ସାହିରେ ଥିବା ତାଙ୍କ ବାପଘରକୁ ଯାଇଥାଆନ୍ତି। ସେଥିପାଇଁ ରାତିରେ ମା’ ବାହାରିଥା’ନ୍ତି ନଗର ପରିକ୍ରମାରେ। ତେଣୁ ବୋଧହୁଏ ମା’ଙ୍କ ମନୋରଞ୍ଜନ ନିମନ୍ତେ ଦେଶୀ ବେହେରାଙ୍କ ନିଦେ୍ର୍ଧଶ କ୍ରମେ ସାହି ସାହିରେ ଏସବୁ ରଥ ଓ କଳାକୁଞ୍ଜ ବାହାରିଥାଏ। ଅନ୍ୟପକ୍ଷରେ ନିଜେ ଜଗତଜନନୀ ଆସିଥିବାରୁ ତାଙ୍କୁ ଦର୍ଶନ ଦେବା ପାଇଁ ସ୍ୱର୍ଗର ଦେବ ବେଦୀଙ୍କ ସହ ଦାନବମାନେ ବି ବିଭିନ୍ନ ରଥରେ ଉଦଭାସିତ ହୋଇଥା’ନ୍ତି। ଏପରିକି ମା’ଙ୍କ ପ୍ରିୟ ଦୋଳି ରଥରେ ମାନସିକ ରଖି ଛୋଟଛୋଟ ପିଲାମାନଙ୍କୁ ବସାଇଲେ ମନସ୍କାମନା ପୂର୍ଣ୍ଣ ହେବାର ଅନେକଙ୍କ ବିଶ୍ୱାସ ରହିଛି।brm1brm1

ଯାତ୍ରାର ତୃତୀୟ ଦିବସରେ ମା’ ଚିଙ୍ଗୁଡିରୁ ଘଟ ଭିତରରେ ପ୍ରବେଶ କରି ନଗର ପରିକ୍ରମାରେ ବାହାରିଥା’ନ୍ତି। ଭିନ୍ନ ଭିନ୍ନ ଦିନରେ ମା’ ସାହି ଭ୍ରମଣରେ ଯାଇ ସେଠାରେ ରଥ ଓ କଳାକୁଞ୍ଜ ସ୍ଥାପନ ପାଇଁ ଆମନ୍ତ୍ରଣ କରି ଆସିଥାନ୍ତି। ଆଉ ଏହା ପରେ ବିଭିନ୍ନ ସାହିରେ ଆରମ୍ଭ ହୋଇଯାଏ ରଥ ଓ କଳାକୁଞ୍ଜ ନିର୍ମାଣ କାମ। ବାହାରେ ଯିଏ ଯେଉଁଠି ଥିଲେ ବି ଯାତ୍ରା ସମୟରେ ଘରକୁ ଫେରି ଆସିଥା’ନ୍ତି। ଏହି ଯାତ୍ରାରେ ପୂର୍ବ ଶତ୍ରୁତା ଓ ମନାନ୍ତରକୁ ଭୁଲି ପରିବାରବର୍ଗ ସବୁ ଏକାଠି ହୋଇଥା’ନ୍ତି। ମା’ଙ୍କ ଆମନ୍ତ୍ରଣ ପରେ ଷଷ୍ଠଦିନରେ ବାଛୁରିବା ସାହିରେ ବିଛଣା ରଥ ଓ ସାନ୍ତାରାଣି ସାହିରେ ଦୋଳିଙ୍କ ରଥ ମା’ଙ୍କ ଉପସ୍ଥିତିରେ ଖୋଲା ଯାଇଥାଏ। ବିଛଣା ରଥର ବିଶେଷତ୍ୱ ହେଉଛି, ମାନସିକଧାରୀ ଛୋଟ ଛୋଟ ଝିଅମାନଙ୍କୁ ଏହି ରଥରେ ବସାଇଲେ ସେମାନଙ୍କର ମଙ୍ଗଳ ହୁଏ ବୋଲି ବିଶ୍ୱାସ ରହିଛି।

Advertisment

ପରମ୍ପରା ଅନୁଯାୟୀ ବାଛୁରିବା ସାହିରେ ବିଛଣା ରଥ, ସାଆନ୍ତାଣୀ ସାହିରେ ଦୋଳି ରଥ, ନୃସିଂହ ମନ୍ଦିର ସାହିରେ ରାମଚନ୍ଦ୍ର ରଥ, ଚନ୍ଦ୍ରଶେଖର ସାହିରେ ବୀରହନୁମାନ ରଥ, ଷଣ୍ଢ ମହାନ୍ତି ସାହିରେ ଶିବାରୁଢ କାଳୀ ରଥ, କାଳୁପାତ୍ର ସାହିରେ ଜ୍ୱାଳାମୁଖୀ ରଥ, ଖାସପା ସାହିରେ ହରିହର ରଥ, କଂସାରୀ ସାହିରେ ପର୍ଶୁରାମ ରଥ, ରାଜାସାହିରେ ଶିବ ପାର୍ବତୀ ରଥ, ଜେନା ସାହିରେ ଲକ୍ଷ୍ମଣ ରଥ, ଚନ୍ଦ୍ରମାସାହିରେ ବୋଇତ ରଥ, ସୀତାରାମ ସାହିରେ ନାଗାର୍ଜୁନ ରଥ ଓ ପନ୍ଦରା ସାହିରେ ଶ୍ରୀକୃଷ୍ଣଙ୍କ କଳାକୁଞ୍ଜ ବାହାରିଥାଏ। ରଥ ଗୁଡିକ ସ୍ଥାୟୀ ଚରିତ୍ର ଓ ନିର୍ଦ୍ଧିଷ୍ଟ ଭାବଭଙ୍ଗୀକୁ ନିର୍ମାଣ କରାଯାଉଥିବା ବେଳେ କଳାକୁଞ୍ଜ ଗୁଡିକ ପୌରାଣିକ କଥା ବସ୍ତୁକୁ ନେଇ ପ୍ରସ୍ତୁତ କରାଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe