Advertisment

ଲକଡାଉନ୍: ବ୍ୟବସାୟୀଙ୍କ ନିଦ ହଜେଇଛି ମୂଷା

ନୂଆଦିଲ୍ଲୀ: ସାରା ଦେଶ ଲକଡାଉନ୍ ଥିବା ବେଳେ ସବୁକିଛି ବନ୍ଦ ରହିଛି। ଏହାରି ଭିତରେ ବ୍ୟବସାୟୀମାନଙ୍କ ଚିନ୍ତା ଖୁବ୍ ବଢ଼ିଯାଇଛି। ସ୍ୱପ୍ନରେ ଚୋର ନୂହେଁ ବରଂ ମୂଷା ଆସି ସେମାନଙ୍କ ରାତିର ନିଦ ହଜାଇ ଦେଇଛି। ଲକଡାଉନରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ରହିଛି। ଏହି କ୍ରମରେ ଦୋକାନ ବଜାରରେ ତାଲା ପଡ଼ିଥିବା ବେଳେ ବ୍ୟବସାୟୀଙ୍କୁ ଦୋକନ ଘର ଭିତରେ ଗଚ୍ଛିତ ଜିନିଷପତ୍ରର ଚିନ୍ତା ଖାଉଛି। ତେବେ ବ୍ୟବସାୟୀଙ୍କୁ ଚୋର ନୁହେଁ ମୂଷା […]

author-image
Pragnya Choudhury
ଲକଡାଉନ୍: ବ୍ୟବସାୟୀଙ୍କ ନିଦ ହଜେଇଛି ମୂଷା

rat

ନୂଆଦିଲ୍ଲୀ: ସାରା ଦେଶ ଲକଡାଉନ୍ ଥିବା ବେଳେ ସବୁକିଛି ବନ୍ଦ ରହିଛି। ଏହାରି ଭିତରେ ବ୍ୟବସାୟୀମାନଙ୍କ ଚିନ୍ତା ଖୁବ୍ ବଢ଼ିଯାଇଛି। ସ୍ୱପ୍ନରେ ଚୋର ନୂହେଁ ବରଂ ମୂଷା ଆସି ସେମାନଙ୍କ ରାତିର ନିଦ ହଜାଇ ଦେଇଛି।

Advertisment

ଲକଡାଉନରେ କେବଳ ଜରୁରୀକାଳୀନ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ରହିଛି। ଏହି କ୍ରମରେ ଦୋକାନ ବଜାରରେ ତାଲା ପଡ଼ିଥିବା ବେଳେ ବ୍ୟବସାୟୀଙ୍କୁ ଦୋକନ ଘର ଭିତରେ ଗଚ୍ଛିତ ଜିନିଷପତ୍ରର ଚିନ୍ତା ଖାଉଛି। ତେବେ ବ୍ୟବସାୟୀଙ୍କୁ ଚୋର ନୁହେଁ ମୂଷା କରିଛନ୍ତି ଭୟଭୀତ। ବନ୍ଦ ରହିଥିବା ଦୋକାନ ଶଟର ପଛରେ ମୂଷା ଚଲାଇଛନ୍ତି ରାଜୁତି। ମୂଷାଙ୍କ ଏକଛତ୍ରବାଦ ଉତ୍ପାତ ଯୋଗୁ ଅନେକ ଜିନିଷପତ୍ର ନଷ୍ଟ ହୋଇଯାଇଥିବା ବେଳେ ଜରୁରୀ କାଗଜପତ୍ର ମଧ୍ୟ ବାଦ୍ ପଡ଼ିନି।

କେଉଁଠି ପ୍ୟାକେଟ୍ କାଟିଦେଇ ଜିନିଷପତ୍ରକୁ ସ୍ୱାହା କରୁଛନ୍ତି ତ କେଉଁଠି ବିଦ୍ୟୁତ୍ ଓ ଟେଲିଫୋନ୍ ତାର କାଟି ସଫା କରୁଛନ୍ତି। ତ ଆଉ କେଉଁଠି ଦୋକାନର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ କାଟିକୁଟି ଗୁଣ୍ଡ କରିବାରେ ଲାଗିଛନ୍ତି। କିଛି ଏଭଳି ଚିନ୍ତା ଘାରିଛି ବ୍ୟବସାୟୀକୂଳକୁ। ତେବେ ଏହି ଆଶଙ୍କା ମଧ୍ୟ ଅଯୌକ୍ତିକ ନୁହେଁ। ଦିଲ୍ଲୀ ବଜାରରେ ମୂଷାଙ୍କ ଆକଙ୍କ ବହୁ ପୂର୍ବରୁ ରହିଆସିଛି। ଆଉ ଏବେ ଲକଡାଉନ ବେଳେ ମୂଷାଙ୍କୁ କିଏ ରୋକିବ!

Advertisment

ଏନେଇ କୋନୌଟ୍ ପ୍ଲେସସ୍ଥିତ ବ୍ୟବସାୟୀ ସଂଗଠନ ନୂଆଦିଲ୍ଲୀ ଟ୍ରେଡସ୍ ଆସୋସିଏସନର ସଚିବ ବିକ୍ରମ ବଧଓ୍ୱାର କହିଛନ୍ତି, ଦୋକାନ ତଥା ଶୋ'ରୁମ୍ଗୁଡ଼ିକୁ ଚୋରଙ୍କ କବଳରୁ ବଞ୍ଚାଇବାକୁ ଗାର୍ଡ ଓ ସିସିଟିଭି ରହିଛି। ଏପରି କି ଦିଲ୍ଲୀ ପୋଲିସ କର୍ମୀ ମଧ୍ୟ ସେଠାରେ ମୁତୟନ ଅଛନ୍ତି। ଏଣୁ ଦୋକାନ କି ଶୋ'ରୁମରୁ ଚୋରି ଭୟ ନାହିଁ। ହେଲେ ମୂଷାଙ୍କୁ କିଏ ସମ୍ଭାଳିବ? ଦିଲ୍ଲୀର କୋନୌଟ୍ ପ୍ଲେସର ମୂଷା ବିଲେଇଙ୍କ ଭଳି ଦେଖିବାକୁ ମୋଟା ଓ ଡଉଲ ଡାଉଲ। ଜଣେ ମଣିଷ ଏଭଳି ଗୋଟିଏ ମୂଷାକୁ ପାରିବା ମୁସ୍କିଲ୍। ସେମାନଙ୍କ ଟାର୍ଗେଟରେ ଏବେ ଶଟର ପଡ଼ିଥିବା ଦୋକାନ, ଯେଉଁଠି କେବଳ ତାଙ୍କର ରାଜୁତି ଚାଲିଛି।

ତେବେ କେବଳ ଦିଲ୍ଲୀରେ କାହିଁକି, ଦେଶର ଯେକୌଣସି ସ୍ଥାନରେ ବ୍ୟବସାୟୀମାନଙ୍କୁ ମୂଷା ଭୟ ରହିବା ସ୍ୱାଭାବିକ। ଏତେ ଦିନ ପର୍ଯ୍ୟନ୍ତ ଦୋକାନ ଶଟର ପଡ଼ି ରହିଲେ ମୂଷା ଅନେକ ଟଙ୍କାର ଜିନିଷପତ୍ର ନଷ୍ଟ କରିଦେବାର ଭୟ ରହିଛି। ସେହିପରି ଯଦି ଦୋକାନ ଘର ଭିତରେ ମୂଷା ମରିଯାନ୍ତି। ତା'ହେଲେ ଅବସ୍ଥା ଆହୁରି ସାଂଘାତିକ ହୋଇପାରେ। ଏଭଳି ସ୍ଥିତିରେ ବ୍ୟବସାୟୀଙ୍କୁ ଭୀଷଣ କ୍ଷତି ସହିବାକୁ ପଡ଼ିବାରେ। ଗୋଟିଏ ପଟେ ଲକଡାଉନ ଲାଗି ବେପାର ଠପ୍। ଅନ୍ୟପଟେ ଗଚ୍ଛିତ ମାଲ୍ ବି ନଷ୍ଟ। କେବଳ ସ୍ଥିତି ସୁଧୁୁରିବା ନେଇ ଦିନ ଗଣୁଛନ୍ତି ସମସ୍ତେ।