Advertisment

ବସ୍‌ଷ୍ଟାଣ୍ଡରେ ନାହିଁ ଶୌଚାଳୟ ଓ ପାନୀୟଜଳ ସୁବିଧା; ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହରରେ ଥିବା ବିଜୁ ପଟ୍ଟନାୟକ ବସ୍‌‌ଷ୍ଟାଣ୍ଡକୁ ପ୍ରତିଦିନ ଶହଶହ ସରକାରୀ ଓ ବେସରକାରୀ ବସ୍‌ ଆସିଥାଏ। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ମଧ୍ୟ ଆସି ଥା’ନ୍ତି। ହେଲେ ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସାମାନ୍ୟତମ ସୁବିଧା ବି ନାହିଁ। ଶୌଚାଳୟ ଓ ପାନୀୟଜଳ ଭଳି ଅତ୍ୟାବଶ୍ୟକ ସୁବିଧା ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୭ ମସିହାରେ ଯାତ୍ରୀଙ୍କ ସୁବିଧା ଲାଗି ବସ୍‌ଷ୍ଟାଣ୍ଡ ପରିସରରେ […]

ଅଦ୍ୟତନ ହୋଇଛି
ବସ୍‌ଷ୍ଟାଣ୍ଡରେ ନାହିଁ ଶୌଚାଳୟ ଓ ପାନୀୟଜଳ ସୁବିଧା; ହନ୍ତସନ୍ତ ହେଉଛନ୍ତି ଯାତ୍ରୀ

rayagada

Advertisment

ରାୟଗଡ଼ା(ମନୋଜ ପାତ୍ର): ରାୟଗଡ଼ା ସହରରେ ଥିବା ବିଜୁ ପଟ୍ଟନାୟକ ବସ୍‌‌ଷ୍ଟାଣ୍ଡକୁ ପ୍ରତିଦିନ ଶହଶହ ସରକାରୀ ଓ ବେସରକାରୀ ବସ୍‌ ଆସିଥାଏ। ଏଥିସହ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ମଧ୍ୟ ଆସି ଥା’ନ୍ତି। ହେଲେ ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସାମାନ୍ୟତମ ସୁବିଧା ବି ନାହିଁ। ଶୌଚାଳୟ ଓ ପାନୀୟଜଳ ଭଳି ଅତ୍ୟାବଶ୍ୟକ ସୁବିଧା ନଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Advertisment

୨୦୧୭ ମସିହାରେ ଯାତ୍ରୀଙ୍କ ସୁବିଧା ଲାଗି ବସ୍‌ଷ୍ଟାଣ୍ଡ ପରିସରରେ ଦୁଇଟି ନଳକୂପ ଖୋଳା ଯାଇଥିଲା। ହେଲେ କିଛି ଦିନ ପରେ ସେଗୁଡ଼ିକ ଅଚଳ ହୋଇଯାଇଥିଲା। ବସ୍‌ଷ୍ଟାଣ୍ଡରେ ଶୌଚାଳୟ ନଥିବାରୁ ଯାତ୍ରୀମାନେ ବାହାରେ ଝାଡ଼ାପରିସ୍ରା କରୁଛନ୍ତି। ଫଳରେ ଆଖପାଖ ପରିବେଶ ପ୍ରଦୂଷିତ ହେଉଛି।

publive-image

ମହିଳା ଯାତ୍ରୀ ସସ୍ମିତା ପଟ୍ଟନାୟକ କହିଛନ୍ତି, “ମହିଳାମାନେ ପରିସ୍ରା ଯିବାକୁ ଚାହିଁଲେ ବହୁତ ଅଡ଼ୁଆରେ ପଡ଼ୁଛନ୍ତି। ତେଣୁ ଏଠାରେ ଟଏଲେଟ୍ ସୁବିଧା କରାଗଲେ ଭଲ ହୁଅନ୍ତା।”

Advertisment

ଏ ତ ଗଲା ପାଣି ଓ ଶୌଚାଳୟ କଥା। ଏବେ ନଜର ପକାଇବା ବସ୍‌ଷ୍ଟାଣ୍ଡର ପରିମଳ ବ୍ୟବସ୍ଥା ଉପରେ। ଦୈନିକ ଏଠାକୁ ହଜାର ହଜାର ଯାତ୍ରୀଙ୍କ ଯିବାଆସିବା ଲାଗି ରହୁଥିବା ବେଳେ ଏହାର ପରିମଳ ବ୍ୟବସ୍ଥା ପୂରା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ବସ୍‌ଷ୍ଟାଣ୍ଡ ସାରା କୁଢ଼କୁଢ଼ ମଇଳା ଓ ଆବର୍ଜନା ପଡ଼ି ରହୁଛି।

ଆପ୍ପାରାଓ ୱାଡ଼ାକା ନାମକ ଜଣେ ଯାତ୍ରୀ କହିଛନ୍ତି, “ବସ୍‌ଷ୍ଟାଣ୍ଡଟି ଅପରିଷ୍କାର ହୋଇ ପଡ଼ିଛି। ଏଠାରେ ପାଣିର ସୁବିଧା ନାହିଁ। ନଳକୂପ ଅଛି, ହେଲେ ସେଥିରୁ ପାଣି ଆସୁନି। ଟଏଲେଟ୍‌ ଯିବାରେ ଅସୁବିଧା ହେଉଛି।”

ଏ ସବୁ ସମସ୍ୟା ନେଇ ବାରମ୍ବାର ବସ୍‌ ମାଲିକ ସଂଘ ପକ୍ଷରୁ ମ୍ୟୁନିସିପାଲିଟି କତ୍ତୃର୍ପକ୍ଷଙ୍କୁ କୁହାଯାଇଥିଲେ ମଧ୍ୟ କୌଣସି କାମ ହେଉ ନଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ବସ୍‌ଷ୍ଟାଣ୍ଡରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ କୌଣସି ସୁବିଧା କରାଯାଇ ନାହିଁ। ତେଣୁ ଯାତ୍ରୀମାନେ ପ୍ରତିଦିନ ଛୋଟବଡ଼ ଚୋରି  ଓ ପକେଟମାରର ଶିକାର ହେଉଛନ୍ତି। ତେଣୁ ସିସିଟିଭି ଲଗାଇବାକୁ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି। ହେଲେ କିଛି ସୁଫଳ ମିଳି ପାରି ନାହିଁ। publive-image

ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ଜିତେନ୍ଦ୍ର କୁମାର ପାଢ଼ୀ କହିଛନ୍ତି, “ବସ୍‌ଷ୍ଟାଣ୍ଡରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି। ହେଲେ କୌଣସି ଗୋଟିକର ବି ସମାଧାନ ହୋଇପାରୁନି। ଆମେ ମ୍ୟୁନିସିପାଲଟି ଅଫିସ୍‌କୁ ବାରମ୍ୱାର ଜଣାଇଥିଲେ ମଧ୍ୟ କିଛି କାମ ହେଇ ପାରୁନି।”

ଅନ୍ୟପକ୍ଷରେ ବସ୍‌‌ଷ୍ଟାଣ୍ଡର ସମସ୍ୟା ପ୍ରତି ତୁରନ୍ତ ଧ୍ୟାନ ଦିଆଯିବ ବୋଲି ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe