Advertisment

କଦର୍ଯ୍ୟ ରାସ୍ତା ପାଇଁ ହୀନସ୍ତା ହେଉଛନ୍ତି ଲୋକେ; କେହି ବନ୍ଧୁ ବାନ୍ଧିବାକୁ ରାଜି ହେଉନାହାନ୍ତି

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସୁଡ଼ୃକୁମ୍ପା ପଞ୍ଚାୟତରୁ ଜାଣେମେଣୀ ଗାଁକୁ ସଂଯୋଗ କରୁଥିବା ତିନି କିଲୋମିଟର ଲମ୍ବର ଅଣଓସାରିଆ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଜାଣେମେଣୀ ସହିତ ଜକ୍ରେଜୁ ଓ କାଣୀଆମ୍ବା ଗାଁର ପ୍ରାୟ ୫୦୦ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଏଥିରେ ଚାଲି ଚାଲି ଯିବା ବି ଭାରି କଷ୍ଟ। ଆଉ ଗାଡ଼ିମୋଟର କଥା ଛାଡ଼ନ୍ତୁ। ରାସ୍ତାଟି ମରଣଯନ୍ତା ପାଲଟି ଯାଇଛି କହିଲେ କିଛି ଭୁଲ୍ ହେବ ନାହିଁ। […]

ଅଦ୍ୟତନ ହୋଇଛି
କଦର୍ଯ୍ୟ ରାସ୍ତା ପାଇଁ ହୀନସ୍ତା ହେଉଛନ୍ତି ଲୋକେ; କେହି ବନ୍ଧୁ ବାନ୍ଧିବାକୁ ରାଜି ହେଉନାହାନ୍ତି

66666000

Advertisment

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ସୁଡ଼ୃକୁମ୍ପା ପଞ୍ଚାୟତରୁ ଜାଣେମେଣୀ ଗାଁକୁ ସଂଯୋଗ କରୁଥିବା ତିନି କିଲୋମିଟର ଲମ୍ବର ଅଣଓସାରିଆ ରାସ୍ତାଟିର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଜାଣେମେଣୀ ସହିତ ଜକ୍ରେଜୁ ଓ କାଣୀଆମ୍ବା ଗାଁର ପ୍ରାୟ ୫୦୦ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ଏଥିରେ ଚାଲି ଚାଲି ଯିବା ବି ଭାରି କଷ୍ଟ। ଆଉ ଗାଡ଼ିମୋଟର କଥା ଛାଡ଼ନ୍ତୁ। ରାସ୍ତାଟି ମରଣଯନ୍ତା ପାଲଟି ଯାଇଛି କହିଲେ କିଛି ଭୁଲ୍ ହେବ ନାହିଁ।

Advertisment

ବହୁ ବର୍ଷ ତଳେ ଏହି ରାସ୍ତାରେ ପଡ଼ିଥିବା ମେଟାଲ୍‌ ସବୁ ବାହାରି ଯାଇଛି। ରାସ୍ତାଟିରେ ମେଟାଲ୍ ସହିତ ସାନ ବଡ଼ ପଥର ବିଛେଇ ହୋଇପଡ଼ିଛି। ଫଳରେ ଚାଲି ଚାଲି ଯିବା ବି ମୁସ୍କିଲ୍ ହୋଇଯାଉଛି। ସେହିଭଳି ଅନେକ ସ୍ଥାନରେ ଖାଲଖମା ବି ଅଛି। ତିନି କିଲୋମିଟରର ଏହି ରାସ୍ତାଟିରେ ଦୁଇ ତିନୋଟି ଘାଟି ବି ରହିଛି। ରାସ୍ତାଟି ଏତେ ଖରାପ ଯେ ଜାଣେମେଣୀ, ଜକ୍ରେଜୁ ଓ କାଣୀଆମ୍ବା ଗାଁକୁ କୌଣସି ଚାରି ଚକିଆ ଯାନ ବା ଆମ୍ବୁଲାନ୍ସ ଯାଇପାରେ ନାହିଁ। ତେଣୁ ରୋଗୀ ଓ ଗର୍ଭବତୀମାନଙ୍କୁ ଡାକ୍ତରଖାନା ନେବାରେ ବହୁତ ଅସୁବିଧା ହୁଏ। ସେମାନଙ୍କୁ ଷ୍ଟ୍ରେଚରରେ ବୋହି ନେବାକୁ ହୋଇଥାଏ। ସାଇକେଲ୍‌ ଓ ବାଇକ୍‌ର ଯା’ଆସ କରୁଥିବା ଲୋକେ ବି ଅନେକ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି। ସେହିପରି ସୁଡ଼ୃକୁମ୍ପା ହାଇସ୍କୁଲ୍ ଓ ଫୁଲ୍‌ବାଣୀରେ କଲେଜରେ ପଢୁଥିବା ପିଲାମାନେ ଯିବାଆସିବା ବେଳେ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

publive-image

ରାସ୍ତା ଖରାପ ଯୋଗୁ ଏହି ତିନୋଟି ଗାଁରେ କେହି ବନ୍ଧୁ ବାନ୍ଧିବାକୁ ରାଜି ହେଉନାହାନ୍ତି ବୋଲି ଜକ୍ରେଜୁ ଗାଁର ୱାର୍ଡ଼ ମେମ୍ବର ମେନେକା ବେହେରା କହିଛନ୍ତି। ସେ ଆହୁରି କହିଛନ୍ତି ଯେ ରାସ୍ତା ଖରାପ ଯୋଗୁ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷକମାନେ ଗାଁକୁ ଆସିପାରୁ ନାହାନ୍ତି। ରାସ୍ତା ମରାମତି ପାଇଁ ଜିଲ୍ଲାପାଳଙ୍କୁ ଜଣାଇଛୁ। ହେଲେ ଆମ କଥା କେହି ଶୁଣୁ ନାହାନ୍ତି।

Advertisment

ଆଶା କର୍ମୀ ପଦ୍ମିନୀ ନାୟକ, କହିଛନ୍ତି, “ଜକ୍ରେଜୁ, ଜାଣେମେଣୀ ଓ କାଣୀଆମ୍ବା ଗାଁର ଆଶାକର୍ମୀ ଭାବେ ମୁଁ କାର୍ଯ୍ୟ କରୁଛି। ଏହି ତିନୋଟି ଗାଁକୁ ଭଲ ରାସ୍ତା ନାହିଁ। ରାସ୍ତା ଖରାପ ଯୋଗୁ ରୋଗୀମାନଙ୍କୁ ମେଡିକାଲ ନେବାକୁ ସରକାର ତରଫରୁ ଷ୍ଟ୍ରେଚର ମିଳିଛି।  ଷ୍ଟ୍ରେଚରରେ ଗର୍ଭବତୀ ଓ ରୋଗୀଙ୍କୁ ଚାରିଜଣ ଲୋକ କାନ୍ଧରେ ବୋହି ମେଡିକାଲ ନେଇଥା’ନ୍ତି। ସେମାନଙ୍କୁ ଗାଁ କଲ୍ୟାଣ ସମିତି ପକ୍ଷରୁ ୧୦୦ଟଙ୍କା ଲେଖାଏଁ ଦିଆଯାଇଥାଏ।”

ଜକ୍ରେଜୁ ଗ୍ରାମବାସୀ ସଚୀନ୍ଦ୍ର ନାୟକ କହିଛନ୍ତି, “ରାସ୍ତା ଖରାପ ଯୋଗୁ ଯାତାୟତରେ ଅସୁବିଧା ସୃଷ୍ଟି ହେଉଛି। ଗାଁକୁ ରାସ୍ତା ନିର୍ମାଣ ପାଇଁ ବହୁବାର ସାଂସଦ ଓ ବିଧାୟକଙ୍କ ନିକଟରେ ଗୁହାରୀ କରିଛୁ। ସମସ୍ତେ ହଁ ମାରି ଦେଉଛନ୍ତି, ହେଲେ କିଛି ସୁଫଳ ମିଳିନି।”

publive-image

ଅନ୍ୟପକ୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵନାଥ ବାରିକ ତୁରନ୍ତ ଏହି ରାସ୍ତାର ମରାମତି କରାଯିବ ବୋଲି କହିଛନ୍ତି।

ସେ କହିଛନ୍ତି, ଅତିଶୀଘ୍ର ଗ୍ରାମବାସୀଙ୍କ ସମସ୍ୟାର ସମାଧାନ କରାଯିବ। ଜକ୍ରେଜୁ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ଓ ଜାଣେମେଣୀ ଗାଁ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି। ଅତିଶୀଘ୍ର ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe