Advertisment

ମୁଖ୍ୟମନ୍ତ୍ରୀଙ୍କୁ ମନେ ପକେଇବାକୁ ମୁକ୍ତିକାନ୍ତଙ୍କ ପଦଯାତ୍ରା, କାନ୍ଧରେ ସମସ୍ୟାର ମଡେଲ

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କାନ୍ଧରେ ‘ସମସ୍ୟାର ମଡେଲ’ ବୋହି ଅବିଶ୍ରାନ୍ତ ଚାଲିଛନ୍ତି ରାଉରକେଲାର ଜଣେ ଶିକ୍ଷିତ ଯୁବକ। ଲକ୍ଷ୍ୟସ୍ଥଳ ନବୀନ ନିବାସ। ଇତିମଧ୍ୟରେ ୨୫ ଦିନ ବିତିଯାଇଛି। ସେ ଢେଙ୍କନାଳ ଜିଲ୍ଲାରେ ପ୍ରବେଶ କରିଛନ୍ତି। ହେଲେ ସେ ଥକି ନାହାନ୍ତି କି ତାଙ୍କ ପାଦ ଅଟକି ଯାଇନି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ନ ଜଣାଇବା ପର୍ଯ୍ୟନ୍ତ ଏପରି ଭାବେ ନବୀନ ନିବାସ ଆଡ଼େ ପାଦ ବ‍ଢ଼ାଇ ଚାଲିଥିବେ ବୋଲି ସେ କହିଛନ୍ତି। ଏହି ଯୁବକଙ୍କ ନାଁ ମୁକ୍ତିକାନ୍ତ […]

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କୁ ମନେ ପକେଇବାକୁ ମୁକ୍ତିକାନ୍ତଙ୍କ ପଦଯାତ୍ରା, କାନ୍ଧରେ ସମସ୍ୟାର ମଡେଲ

dkl-1

Advertisment

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କାନ୍ଧରେ ‘ସମସ୍ୟାର ମଡେଲ’ ବୋହି ଅବିଶ୍ରାନ୍ତ ଚାଲିଛନ୍ତି ରାଉରକେଲାର ଜଣେ ଶିକ୍ଷିତ ଯୁବକ। ଲକ୍ଷ୍ୟସ୍ଥଳ ନବୀନ ନିବାସ। ଇତିମଧ୍ୟରେ ୨୫ ଦିନ ବିତିଯାଇଛି। ସେ ଢେଙ୍କନାଳ ଜିଲ୍ଲାରେ ପ୍ରବେଶ କରିଛନ୍ତି। ହେଲେ ସେ ଥକି ନାହାନ୍ତି କି ତାଙ୍କ ପାଦ ଅଟକି ଯାଇନି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ନ ଜଣାଇବା ପର୍ଯ୍ୟନ୍ତ ଏପରି ଭାବେ ନବୀନ ନିବାସ ଆଡ଼େ ପାଦ ବ‍ଢ଼ାଇ ଚାଲିଥିବେ ବୋଲି ସେ କହିଛନ୍ତି। ଏହି ଯୁବକଙ୍କ ନାଁ ମୁକ୍ତିକାନ୍ତ ବିଶ୍ୱାଳ। ବୟସ ୩୨ ବର୍ଷ। ରାଉରକେଲା ସହରର ସେକ୍ଟର-୨ ଅଞ୍ଚଳରେ ରହନ୍ତି।

Advertisment

୨୦୧୩ ମସିହାରେ ରାଉରକେଲାରେ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପାଳନ କରି ପାରିନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ତାଙ୍କ ପ୍ରତିଶ୍ରୁତି କଥା ମନେ ପକାଇ ଦେବା ପାଇଁ ଚାଲି ଚାଲି ଭୁବନେଶ୍ୱର ଯାଉଛନ୍ତି ମୁକ୍ତିକାନ୍ତ।  ଏ ଯାତ୍ରା ତାଙ୍କ ନିଜ ପାଇଁ ନୁହେଁ, ବରଂ ତାଙ୍କ ଜିଲ୍ଲାର ବିକାଶ ପାଇଁ। ଜିଲ୍ଲାର ଲକ୍ଷ ଲକ୍ଷ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଚାଷୀଙ୍କ ସ୍ୱାର୍ଥ ପାଇଁ ଏହା ଉଦ୍ଦିଷ୍ଟ ବୋଲି କହିଛନ୍ତି ମୁକ୍ତିକାନ୍ତ।

[caption id="attachment_789022" align="aligncenter" width="650"]pic ନିଜ ମଡେଲ ସହ ମୁକ୍ତିକାନ୍ତ ।[/caption]

Advertisment

ମୁକ୍ତିକାନ୍ତଙ୍କ କହିବା ଅନୁଯାୟୀ, ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ରାଉରକେଲା ସରକାରୀ ହସ୍ପିଟାଲକୁ ୪୦୦ ଶଯ୍ୟା ବିଶିଷ୍ଟ ମଡେଲ କ୍ୟାପିଟାଲ ହସ୍ପିଟାଲରେ ପରିଣତ କରିବା ପାଇଁ କହିବା ସହିତ ଭେଣ୍ଟିଲେଟର ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାବାଦ କୋଏଲ ନଦୀରେ ଷ୍ଟୋରେଜ ନିର୍ମାଣ ଓ ନଦୀ କଡ଼ରେ ରିଙ୍ଗ ରୋଡ ଏବଂ ନଦୀ ବନ୍ଧ ନିର୍ମାଣ ପାଇଁ କଥା ଦେଇଥିଲେ। କେବଳ ସେତିକି ନୁହେଁ, ନୂଆ ଗାଁ ବିର୍ଶା ଅଞ୍ଚଳରେ ସୁନ୍ଦରଗଡ଼ ଜିଲ୍ଲାର ଚାଷୀଙ୍କ ସୁବିଧା ପାଇଁ ଏକ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ ରାଉରକେଲାରେ ଏହି ପ୍ରତିଶ୍ରୁତି ଦେଇ ଫେରିବାର ୯ ବର୍ଷ ବିତିଗଲାଣି। ହେଲେ ଏଯାଏଁ ପ୍ରତିଶ୍ରୁତି ମୁତାବକ କାମ ଆରମ୍ଭ ହୋଇ ନ ଥିବା ବେଳେ ଦୁଇଟି ପ୍ରୋଜେକ୍ଟର କେବଳ ଶିଳାନ୍ୟାସ ହୋଇ ପଡ଼ିରହିଛି। ତେଣୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଥରେ ମନେ ପକାଇ ଦେବାକୁ ସେ ଏହି ଯାତ୍ରାରେ ବାହାରିଛନ୍ତି । କାନ୍ଧରେ ଭାରରେ ସେ ଏକ ମଡେଲ ବୋହି ନେଉଛନ୍ତି। ଏହି ମଡେଲରେ ତାଙ୍କ ସହର ସମସ୍ୟାକୁ ଦର୍ଶାଯାଇଛି।

[caption id="attachment_789024" align="aligncenter" width="650"]pic ମୁକ୍ତିକାନ୍ତଙ୍କ ସମସ୍ୟାର ମଡେଲ ।[/caption]

ଗତ ନଭେମ୍ବର ୧୬ ତାରିଖରୁ ରାଉରକେଲାର ସେକ୍ଟର-୨ରୁ ପଦଯାତ୍ରା ଆରମ୍ଭ କରିଛନ୍ତି ମୁକ୍ତିକାନ୍ତ। ଏହା ମଧ୍ୟରେ ୨୫ ଦିନ ବିତି ଯାଇଥିବା ବେଳେ ଡିସେମ୍ବର ୧୩ ତାରିଖରେ ସେ ଢେଙ୍କାନାଳ ଜିଲ୍ଲାରେ ପ୍ରବେଶ କରିଛନ୍ତି। ଢେଙ୍କାନାଳରେ ସ୍ୱେଚ୍ଛାସେବୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ତା’ପରେ ପୁଣି  ନିଜ ଲକ୍ଷ୍ୟପଥରେ ଅଗ୍ରସର ହୋଇଛନ୍ତି ମୁକ୍ତିକାନ୍ତ।

ପୂର୍ବରୁ ମଧ୍ୟ ମୁକ୍ତିକାନ୍ତ ୨୦୧୫ ମସିହାରେ ପଦଯାତ୍ରା କରି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାଙ୍କ ପ୍ରତିଶ୍ରୁତି ବାବଦରେ ଆଲୋଚନା କରିଥିଲେ। ଖୁବଶୀଘ୍ର ଏନେଇ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୭ ବର୍ଷ ହେବ ଶୀତଳ ଭଣ୍ଡାରଠାରୁ ନେଇ ହସ୍ପିଟାଲର ସୁବିଧା ଓ କୋଏଲ ନଦୀରେ ଷ୍ଟୋରେଜ ନିର୍ମାଣ ନ ହେବାରୁ ଦ୍ୱିତୀୟ ଥର ପାଇଁ ମୁକ୍ତିକାନ୍ତ ନିଆରା ଢଙ୍ଗରେ ରାଉରକେଲାର ସମସ୍ୟା ମଡେଲ ବୋହି ସାଙ୍ଗରେ ନେଇ ଯାଉଛନ୍ତି। ମୁକ୍ତିକାନ୍ତଙ୍କ ବିଶ୍ୱାସ ଏଥର ମୁଖ୍ୟମନ୍ତ୍ରୀ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିବେ। ଆଉ ତାଙ୍କ ପରିଶ୍ରମର ଫଳ ମିଳିବ।

[caption id="attachment_789030" align="aligncenter" width="650"]pic ୨୫ ଦିନର ଯାତ୍ରା ପରେ ବି ଥକି ପଡ଼ି ନାହାନ୍ତି ମୁକ୍ତିକାନ୍ତ ।[/caption]

ମୁକ୍ତିକାନ୍ତ କହିଛନ୍ତି, ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଥିଲି। ସେତେବେଳେ ସବୁ ସମସ୍ୟାର ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ବୟସାଧିକ୍ୟ ହେତୁ ହୁଏତ ମୁଖ୍ୟମନ୍ତ୍ରୀ ଭୁଲି ଯାଇଛନ୍ତି। ତାଙ୍କୁ ପୁଣିଥରେ ନିଜ କଥା ମନେ ପକାଇ ଦେବାକୁ ଯାଉଛି। ବିଜେଡିର ୨୨ ବର୍ଷର ଶାସନ କାଳ ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ବି ଶୀତଳ ଭଣ୍ଡାର ନାହିଁ। ସମସ୍ୟାର ସମାଧାନ ନ ହେବା ଯାଏ ପାଦ ଥକିବନି ବୋଲି କହିଛନ୍ତି ମୁକ୍ତିକାନ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe