ରଜ ଓ ଦେଖାଯାଉ ନଥିବା ସାଧବ ବୋହୂ
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରୁଷିଛି ଲାଲ୍ ଟୁକୁଟୁକୁ ସାଧବ ବୋହୂ। ନାଁ ସେ ଆଉ ଆଗ ପରି ଠୁକୁଠୁକୁ ଚାଲୁଛି ନାଁ ତା ଟିକିଟିକି ପାଦ ଲୁଚୋଉଛି। ତା’ ନାଲି ଚିହିଚିହି ରୂପ ଆଉ ଦେଖିବାକୁ ମିଳୁନି। ହଁ, ସେ ଏଇ ରଜରେ ହିଁ ଆସୁଥିଲା ଆଉ ରଜରେ ହିଁ ଚାଲି ଯାଉଥିଲା। ତା ଆସିବା ଓ ଯିବା କେହି ଦେଖନ୍ତିନି ସତ କିନ୍ତୁ ସେ ଆସେ ଆଉ ଯାଏ। ପହିଲି ବର୍ଷାରେ ଓଦା ମାଟିର ମହ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରୁଷିଛି ଲାଲ୍ ଟୁକୁଟୁକୁ ସାଧବ ବୋହୂ। ନାଁ ସେ ଆଉ ଆଗ ପରି ଠୁକୁଠୁକୁ ଚାଲୁଛି ନାଁ ତା ଟିକିଟିକି ପାଦ ଲୁଚୋଉଛି। ତା’ ନାଲି ଚିହିଚିହି ରୂପ ଆଉ ଦେଖିବାକୁ ମିଳୁନି। ହଁ, ସେ ଏଇ ରଜରେ ହିଁ ଆସୁଥିଲା ଆଉ ରଜରେ ହିଁ ଚାଲି ଯାଉଥିଲା। ତା ଆସିବା ଓ ଯିବା କେହି ଦେଖନ୍ତିନି ସତ କିନ୍ତୁ ସେ ଆସେ ଆଉ ଯାଏ।
ପହିଲି ବର୍ଷାରେ ଓଦା ମାଟିର ମହ ମହ ବାସ୍ନାରେ ସେ ଜନ୍ମ ହୁଏ। ଆଉ ସେଇ ମାଟିରେ ହିଁ ସେ ଲୀନ୍ନ ଯାଏ।
ସବୁଜ ଘାସ ଗହଳରେ, ଅଳ୍ପ ଅଳ୍ପ ବାଲିରେ ସେ ଚାଲୁଥିବ। ଛୁଇଁ ଦେଲେ ଲାଜେଇ ଯାଉଥିବ। ନୂଆ ବୋହୂ ଓଢ଼ଣା ଢାଙ୍କିଲା ପାରି ସେ ତା କୁନିକୁନି ପାଦକୁ ଲୁଚେଇ ଦେଉଥିବ।
ଆହା… କେଡ଼େ କୋମଳ ତା ରୂପ, କେଡ଼େ ସ୍ପର୍ଶ କାତର ତା ଦେହ, କେଡ଼େ ମୁଲାୟମ ତ ଚାଲି, କେଡ଼େ ନିର୍ମାୟା ତା ଆବିର୍ଭାବ…
ବର୍ଷ ସାରା ତ ସେ ଦେଖା ଯାଏନା ହେଲେ ଏଇ ରଜରେ କାହିଁକି ? ଏମିତି ଲାଗେ ସତେ ଏଇ ରକ୍ତବର୍ଣ୍ଣ ସାଧବ ବୋହୂଟି ମାଟି ମାଆର ରଜ ଚିହ୍ନ କି ଆଉ…