Advertisment

‘ରାମଚନ୍ଦ୍ର’ଙ୍କ ସୈତାନୀ ରୂପ

କାନପୁର: ଭାରତୀୟ ସଂସ୍କୃତିରେ ସାଧୁସନ୍ଥଙ୍କ ସ୍ଥାନ ସ୍ୱତନ୍ତ୍ର । କ୍ରୋଧ, ଲୋଭ, ମୋହ, ମାୟା ଏବଂ ଘୃଣାରୁ ଏମାନେ ଊର୍ଧରେ। ହେଲେ ଏମିତି କିଛି ସାଧୁ ଅଛନ୍ତି ସେମାନଙ୍କ ଘୃଣ୍ୟ କାରନାମା ଏହି ପବିତ୍ର ଶବ୍ଦକୁ କଳଙ୍କିତ  କରିଛି। ଏମିତି ଜଣେ ସାଧୁ ହେଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ର ନିଜ କ୍ରୋଧ ସମ୍ବରଣ କରି ନ ପାରି ସୈତାନ ପାଲଟିଯିବାକୁ ପଛାଇ ନଥିଲେ। ୟୁପିର ସାହାରନପୁର ଅଞ୍ଚଳର ଏହି ସାଧୁଙ୍କ ମାଡ଼ରେ ଏକ ଦମ୍ପତ୍ତି ଲହୁଲୁହାଣ ହୋଇଛନ୍ତି। ସାମାନ୍ୟ […]

ଅଦ୍ୟତନ ହୋଇଛି
‘ରାମଚନ୍ଦ୍ର’ଙ୍କ ସୈତାନୀ ରୂପ

sadhu

Advertisment

କାନପୁର: ଭାରତୀୟ ସଂସ୍କୃତିରେ ସାଧୁସନ୍ଥଙ୍କ ସ୍ଥାନ ସ୍ୱତନ୍ତ୍ର । କ୍ରୋଧ, ଲୋଭ, ମୋହ, ମାୟା ଏବଂ ଘୃଣାରୁ ଏମାନେ ଊର୍ଧରେ। ହେଲେ ଏମିତି କିଛି ସାଧୁ ଅଛନ୍ତି ସେମାନଙ୍କ ଘୃଣ୍ୟ କାରନାମା ଏହି ପବିତ୍ର ଶବ୍ଦକୁ କଳଙ୍କିତ  କରିଛି। ଏମିତି ଜଣେ ସାଧୁ ହେଉଛନ୍ତି ରାମଚନ୍ଦ୍ର। ରାମଚନ୍ଦ୍ର ନିଜ କ୍ରୋଧ ସମ୍ବରଣ କରି ନ ପାରି ସୈତାନ ପାଲଟିଯିବାକୁ ପଛାଇ ନଥିଲେ। ୟୁପିର ସାହାରନପୁର ଅଞ୍ଚଳର ଏହି ସାଧୁଙ୍କ ମାଡ଼ରେ ଏକ ଦମ୍ପତ୍ତି ଲହୁଲୁହାଣ ହୋଇଛନ୍ତି। ସାମାନ୍ୟ ଘଟଣାକୁ କେନ୍ଦ୍ର କରି ସାଧୁ  ଜଣକ ଅତ୍ୟନ୍ତ ନିର୍ଦୟ କାମ କରିଛନ୍ତି।  ଘଟଣା ଅନୁଯାୟୀ ସାହାରନପୁର ଅଞ୍ଚଳରେ ଏକ ନଦୀ ବୋହିଯାଇଛି। ସବୁଦିନ ଆକାଶ ଗୋୟେଲ ନାମକ ଜଣେ ବ୍ୟକ୍ତି ଆସି ଏହି ନଦୀରେ ଅଟାଗୋଳା ଫୋପାଡ଼ିଥାନ୍ତି।

Advertisment

ଏହାକୁ ମାଛମାନେ ଖାଇଥାନ୍ତି। ଆଉ ଏଥିରେ ଆକାଶଙ୍କୁ ଖୁବ୍ ଆନନ୍ଦ ମିଳେ। ମଙ୍ଗଳବାର ଆକାଶ ତାଙ୍କ ପତ୍ନୀଙ୍କୁ ନେଇ ଆସିଥିଲେ। ଏଥର ଆକାଶ ଏବଂ ତାଙ୍କ ପତ୍ନୀ ମିଶି ନଦୀରେ ଅଟାଗୋଳା ଫୋପାଡ଼ିଥିଲେ। ତେବେ ସେଠାରେ ଉପସ୍ଥିତ ଥିବା ସାଧୁ ରାମଚନ୍ଦ୍ର ଏଥିରେ ବାରଣ କରିଥିଲେ। ହେଲେ ସାଧୁଙ୍କ କଥା କୁ ମାନି ନ ଥିଲେ ଏହି ଦମ୍ପତ୍ତି। ଏଥିରେ ସାଧୁ ରାମଚନ୍ଦ୍ର ଉତ୍‌କ୍ଷିପ୍ତ ହୋଇ ଦମ୍ପତ୍ତିକୁ ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ରେ ଆକାଶଙ୍କ ପତ୍ନୀଙ୍କ ହାତ  ଭାଙ୍ଗିଯାଇଛି। ଏନେଇ ସ୍ଥାନୀୟ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସମ୍ପୃକ୍ତ ବାବାଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe