ହାତ ଉଠାଇପାରୁ ନଥିଲେ, ଏବେ ଅଲିମ୍ପିକ୍ ଟିକେଟ୍ କାଟି ରଚିଲେ ଇତିହାସ

ଭାରତୀୟ ସୁଇମର୍ ସାଜନ ପ୍ରକାଶ ବେକରେ ଆଘାତ କାରଣରୁ ସୁଇମିଂ କରିବାରେ ଅସମର୍ଥ ଥିଲେ, କିନ୍ତୁ ସେ ଜଦରବସ୍ତ ପ୍ରତ୍ୟାବର୍ତ୍ତନ କରି ଟୋକିଓ ଅଲିମ୍ପିକ୍ ପାଇଁ ‘ଏ’ କଟ୍ ହାସଲ କରିଛନ୍ତି । ଅଲିମ୍ପିକ୍ ପାଇଁ ସିଧାସଳଖ କ୍ୱାଲିଫାଏ କରିବାରେ ଭାରତର ପ୍ରଥମ ସୁଇମର୍ ହୋଇଥିବା କେରଳର ଏହି ଖେଳାଳିଙ୍କର ଖୁବ୍ ପ୍ରଶଂସା କରାଯାଉଛି । ୨୭ ବର୍ଷୀୟ ସାଜନ ପ୍ରକାଶ ରୋମରେ ସେଟେ କୋଲି ଟ୍ରଫିର ପୁରୁଷ ୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ୧ ମିନିଟ୍ […]

sajan-prakash

sajan-prakash

Ranjit Kumar Jena
  • Published: Tuesday, 29 June 2021
  • Updated: 05 July 2021, 05:20 PM IST

ଭାରତୀୟ ସୁଇମର୍ ସାଜନ ପ୍ରକାଶ ବେକରେ ଆଘାତ କାରଣରୁ ସୁଇମିଂ କରିବାରେ ଅସମର୍ଥ ଥିଲେ, କିନ୍ତୁ ସେ ଜଦରବସ୍ତ ପ୍ରତ୍ୟାବର୍ତ୍ତନ କରି ଟୋକିଓ ଅଲିମ୍ପିକ୍ ପାଇଁ ‘ଏ’ କଟ୍ ହାସଲ କରିଛନ୍ତି । ଅଲିମ୍ପିକ୍ ପାଇଁ ସିଧାସଳଖ କ୍ୱାଲିଫାଏ କରିବାରେ ଭାରତର ପ୍ରଥମ ସୁଇମର୍ ହୋଇଥିବା କେରଳର ଏହି ଖେଳାଳିଙ୍କର ଖୁବ୍ ପ୍ରଶଂସା କରାଯାଉଛି । ୨୭ ବର୍ଷୀୟ ସାଜନ ପ୍ରକାଶ ରୋମରେ ସେଟେ କୋଲି ଟ୍ରଫିର ପୁରୁଷ ୨୦୦ ମିଟର୍ ବଟରଫ୍ଲାଇ ଇଭେଣ୍ଟରେ ୧ ମିନିଟ୍ ୫୬.୩୮ ସେକେଣ୍ଡର ରେକର୍ଡ ସମୟ ସହ ଅଲିମ୍ପିକ୍ କ୍ୱାଲିଫାଇଙ୍ଗ୍ ଟାଇମ୍ ହାସଲ କରିଥିଲେ।

କୋଭିଡ୍-୧୯ ମହାମାରୀ କାରଣରୁ ଗତ ବର୍ଷ ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ସମୟରେ ସାଜନ ଥାଇଲ୍ୟାଣ୍ଡରେ ଫସି ଯାଇଥିଲେ । ସେ ଆହତ କାରଣରୁ ୭ରୁ ୮ ମାସ ସୁଇମିଂ ପୁଲରୁ ଦୂରେଇ ରହିଥିଲେ । ଆହତ ଏବଂ ଏହିସବୁ କାରଣରୁ ସେ ବହୁତ ଭାଙ୍ଗିପଡ଼ି ଥିଲେ, କିନ୍ତୁ ଅଗଷ୍ଟ ୨୦୨୦ରେ ଅଭ୍ୟାସ ପାଇଁ ଦୁବାଇ ଯିବା ପରେ ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା । ଦୁବାଇରେ କୋଚ୍ ପ୍ରଦୀପ କୁମାରଙ୍କ ମାର୍ଗଦର୍ଶନରେ ଅଭ୍ୟାସ କରିବା ଦ୍ୱାରା ତାଙ୍କ ଖେଳରେ ଅନେକ ସୁଧାର ଆସିଥିଲା ।

Swimmer Sajan Prakash creates history to seal Tokyo Olympics berth

ସାଜନ ପିଟିଆଇକୁ କହିଛନ୍ତି, ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍ ବେଳେ ବେକରେ ଯନ୍ତ୍ରଣା ହୋଇଥିଲା, କିନ୍ତୁ ମୋତେ ଲାଗିଲା ଯେ ଏହା କୌଣସି ଚମତ୍କାରିତା ଦ୍ୱାରା ଶେଷ ହୋଯିବ। ମୁଁ ପେନକିଲର୍ ମେଡିସିନ୍ ସହ କିଛି ପ୍ରତିଯୋଗିତାରେ ଭାଗ ନେଲି । ନେପାଳରେ ହୋଇଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ମୁଁ ହାତ ଉଠାଇ ପାରୁନଥିଲି । ଏହା ପରେ ମୁଁ ସ୍କାନ୍ କରାଇଥିଲି, ଯେଉଁଥିରେ ଜଣାପଡ଼ିଲା ଯେ ମୋ ବେକ ପାଖରେ ସ୍ଲିପ୍ ଡିସ୍କ ରହିଛି । ଏହାର ପ୍ରଭାବରେ ମୋର ବାମ ହାତରେ ଖୁବ୍ ଯନ୍ତ୍ରଣା ହେଉଥିଲା । ଏହା ପରେ ମୁଁ ଯେତେବେଳେ ଫିଟ୍ ହେଲି, ହଠାତ୍ ଲକଡାଉନ୍ ହୋଇଗଲା । ମୁଁ ସେହି ସମୟରେ ଥାଇଲ୍ୟାଣ୍ଡରେ ଥିଲି ଏବଂ ମୋ ସହ କେହି ଫିଜିଓ ନଥିଲେ । ଅଗଷ୍ଟରେ ଦୁବାଇ ଚାଲିଗଲି। ମୋ ଫିଜିଓ ରିଚାର୍ଡ ମୋତେ ସହାୟତା କରିଥିଲେ । ମୁଁ ନିଜ ଭିତରେ ସୁଧାର କରିବା ଆରମ୍ଭ କଲି । ଏଥିପାଇଁ ମୋର କୋଚ୍ ଓ ତାଙ୍କ ପତ୍ନୀ ଖୁବ୍ ସହାୟତା କରିଥିଲେ ।

Tokyo 2020 - Interview: Read about the miraculous qualification of swimmer Sajan Prakash

ସାଜନ କହିଛନ୍ତି, ‘ପ୍ରଥମ ତିନି ମାସ ମୁଁ ବଟରଫ୍ଲାଇକୁ ଥରେ ବି କରିପାରୁନଥିଲି । ଏଭଳି ସମୟରେ ମୋ ପାଇଁ ସୁସ୍ଥ ରହିବା ମୁଖ୍ୟ ପ୍ରାଥମିକତା ଥିଲା। ମୁଁ ଆହତ ହୋଇଥିଲି ଏବଂ ମାନସିକ ଭାବେ ଦୃଢ଼ ନଥିଲି । ଏଥରୁ ବାହାରିବା ପାଇଁ ମୋ ପାଇଁ ବହୁତ କଷ୍ଟକର ଥିଲା।’ ନଭେମ୍ବର-ଡିସେମ୍ବରରେ ସାଜନଙ୍କ ଯନ୍ତ୍ରଣା କମ୍ ହୋଇଥିଲା ଏବଂ ପୁଣିଥରେ ସୁଇମିଂ ପୁଲ୍ ଯିବା ପାଇଁ ତାଙ୍କର ଆତ୍ମବିଶ୍ୱାସ ବଢ଼ିଥିଲା । ଫେବୃଆରୀରେ ଲାଟଭିଆ ଓପନରେ ଭଲ ଫଳାଫଳା ମିଳିବାପରେ ଅଲିମ୍ପିକ ପାଇଁ ସାଜନଙ୍କର ଆଶା ବଢ଼ିଥିଲା ।

ସାଜନ କହିଛନ୍ତି, ଯେତେବେଳେ ମୁଁ ଲାଟଭିଆରେ ପ୍ରଥମ ଅଲିମ୍ପିକ୍ କ୍ୱାଲିଫାୟର୍ ପାଇଁ ଯାଇଥିଲି, ମୁଁ ବଟରଫ୍ଲାଇ ପାଇଁ ବେଶୀ ଅଭ୍ୟାସ କରିନଥିଲି । ସେଠାରେ ଯେତେବେଳେ ମୁଁ ଦୁଇ ମିନିଟରୁ କମ୍ ସମୟରେ ସୁଇମିଂ ପୂରଣ କଲି, ମୋର ଆଶା ବଢ଼ିଯାଇଥିଲା । ସମୟ ଅନୁସାରେ ମୁଁ ପ୍ରଦର୍ଶନରେ ସୁଧାର କରିବାରେ ଲାଗିଲି । ଏବେ ମୁଁ ବାସ୍ତବରେ ଅଲିମ୍ପିକ୍ ପାଇଁ କ୍ୱାଲିଫାଏ କରିଥିବାରୁ ବହୁତ ଖୁସି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story