ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ: ପରଭା ଓ ମୂର୍ତ୍ତି ବିଶେଷ ଆକର୍ଷଣ

ସମ୍ବଲପୁର: ଆସନ୍ତା ମେ’ ୨୨ରେ ପାଳନ ହେବ ଶୀତଳଷଷ୍ଠୀ । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହର ପର୍ବ ଶୀତଳ ଷଷ୍ଠୀ । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରର ବିଶେଷ ଖ୍ୟାତି ରହିଥିବା ବେଳେ ଏଠାରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏହି ଯାତ୍ରାର ଏକ ମୁଖ୍ୟ ଆକର୍ଷଣ ହେଉଛି ପରଭା ଓ ମୂର୍ତ୍ତି । ପ୍ରଜ୍ଞାପନ ମେଢରେ ଦର୍ଶକଙ୍କ ଆଖି ଝଲସାଇ ଦେଉଥିବା ପରଭା ରଙ୍ଗବେରଙ୍ଗର ସୁକ୍ଷ୍ମ କାରୁକାର୍ଯ୍ୟରେ […]

sbp1

Rakesh Mallick
  • Published: Monday, 18 May 2015
  • , Updated: 27 April 2017, 05:28 PM IST

ସମ୍ବଲପୁର: ଆସନ୍ତା ମେ’ ୨୨ରେ ପାଳନ ହେବ ଶୀତଳଷଷ୍ଠୀ । ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହର ପର୍ବ ଶୀତଳ ଷଷ୍ଠୀ । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରର ବିଶେଷ ଖ୍ୟାତି ରହିଥିବା ବେଳେ ଏଠାରେ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି । ଏହି ଯାତ୍ରାର ଏକ ମୁଖ୍ୟ ଆକର୍ଷଣ ହେଉଛି ପରଭା ଓ ମୂର୍ତ୍ତି । ପ୍ରଜ୍ଞାପନ ମେଢରେ ଦର୍ଶକଙ୍କ ଆଖି ଝଲସାଇ ଦେଉଥିବା ପରଭା ରଙ୍ଗବେରଙ୍ଗର ସୁକ୍ଷ୍ମ କାରୁକାର୍ଯ୍ୟରେ ପ୍ରସ୍ତୁତ ହୋଇଥାଏ। ଚଳିତବର୍ଷ ସମ୍ୱଲପୁରର ବିଭିନ୍ନ ପଡାରେ ତିଆରି ଚାଲିଥିବା ପରଭା ଓ ମୂର୍ତ୍ତି ଗୁଡିକୁ ଅନ୍ତିମ ସ୍ପର୍ଶ ଦେଉଛନ୍ତି କାରିଗରମାନେ।

ପରଭା ଗୁଡିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସବୁ ପୂଜା କମିଟି ବିଷେଶ ଗୁରୁତ୍ୱ ଦେଉଛନ୍ତି । କାରିଗର ମାନେ ମଧ୍ୟ ନିଜ ପରିକଳ୍ପନାକୁ ବାସ୍ତବ ରୁପ ଦେବା ପାଇଁ ଲାଗି ପଡିଛନ୍ତି । ପ୍ରଥମେ ସୋଲ ଉପରେ ପେନସିଲରେ ବିଭିନ୍ନ ଚିତ୍ର ଆଙ୍କୁଛନ୍ତି  ଓ ପରେ ସେଗୁଡିକୁ କାଟି ବିଭିନ୍ନ ରୂପ ଦେଉଛନ୍ତି ।  ତା’ପରେ ବିଭିନ୍ନ ରୂପରେ କଟାଯାଇଥିବା ସୋଲ ଗୁଡିକ ଉପରେ  କାଚ , ଚୁମକି, ମାଳି, ଭେଲଭେଟ କପଡା, କାଗଜ ଓ ରଙ୍ଗ ଲଗାଇ କାରିଗର ମାନେ ନିଜ କଳ୍ପନାର ପରଭାକୁ ଦେଉଛନ୍ତି ବାସ୍ତବ ରୂପ । ଅଧିକାଂଶ ପଡାରେ ସ୍ଥାନୀୟ କାରିଗର ମାନେ  ପରଭା ତିଆରି କରୁଛନ୍ତି ।  ଏହି ପରଭା କାମ ଆଗାମୀ ଦୁଇ ଦିନ ମଧ୍ୟରେ  ସାରିବା ପାଇଁ  କାରିଗର ମାନେ ବ୍ୟସ୍ତ ରହିଛନ୍ତି । ଏସବୁ ପରଭା ବିବାହ ଓ ଯୁଗଳ ଦର୍ଶନ ଶୋଭାଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ। ଏକମାସ ଧରି ଚାଲିଥିବା

ସେହିପରି ପ୍ରଜ୍ଞାପନ ମେଢରେ ମୁର୍ତ୍ତି ଗୁଡିକର ଭୂମିକା ଖୁବ ଗୁରୁତ୍ୱପୁର୍ଣ୍ଣ। ଏହି ପରଭା ମୂର୍ତ୍ତି ସବୁ ଦର୍ଶକଙ୍କୁ ଆମୋଦିତ ଓ ଆକର୍ଷିତ କରିଥାଏ। ଏଥର ଝାଡୁଆପଡା ପୂଜା କମିଟି  ପକ୍ଷରୁ ନବକଳେବର ଉପଲକ୍ଷେ ତିନି ଦିଅଁଙ୍କ ଦାରୁ , ଏକ ବଡ ଡ୍ରାଗନ ଓ ସମସାମୟିକ ପ୍ରସଙ୍ଗ ସମ୍ୱଳିତ ପ୍ରତିକୃତି ତିଆରି କରାଯାଉଛି । ସେହିପରି ଅନ୍ୟ ପଡା ମାନଙ୍କରେ ମଧ୍ୟ ଆକର୍ଷଣୀୟ ପ୍ରତିମୂର୍ତ୍ତି ନିର୍ମାଣ କାମ ପ୍ରାୟ ସରି  ଆସିଲାଣି।

Related story