Advertisment

ଦିନେ ଘର ଘର ବୁଲି ଲୁଗା ବିକୁଥିଲେ, ଆଜି ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର

କଟକ (ବିବର୍ତନ ପଣ୍ଡା): ଦିନ ଥିଲା ପେଟ ପୋଷିବା ପାଇଁ ସେ ଘର ଘର ବୁଲି ଶାଢ଼ି ବିକ୍ରି କରୁଥିଲେ। ତା’ପରେ ତେଜରାତି ଦୋକାନଟିଏ କଲେ। ତଥାପି ଦାରିଦ୍ର୍ୟ ଦୂର ହେଲା ନାହିଁ। ଶେଷରେ ସେ ଗାଡ଼ି ଧୋଇବା କାମ ଆରମ୍ଭ କଲେ। ଏଥିରୁ ସେ ବେଶ୍ ଭଲ ଦି’ ପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ସହ ଆଉ ଦୁଇ ଜଣଙ୍କୁ ବି ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି। ସେ ହେଲେ ସମ୍ମୋ ବିବି। କଟକର ରାଣୀହାଟ […]

author-image
Biswobandita Swain
ଅଦ୍ୟତନ ହୋଇଛି
ଦିନେ ଘର ଘର ବୁଲି ଲୁଗା ବିକୁଥିଲେ, ଆଜି ଅନ୍ୟମାନଙ୍କୁ ଦେଉଛନ୍ତି ରୋଜଗାର

p

କଟକ (ବିବର୍ତନ ପଣ୍ଡା): ଦିନ ଥିଲା ପେଟ ପୋଷିବା ପାଇଁ ସେ ଘର ଘର ବୁଲି ଶାଢ଼ି ବିକ୍ରି କରୁଥିଲେ। ତା’ପରେ ତେଜରାତି ଦୋକାନଟିଏ କଲେ। ତଥାପି ଦାରିଦ୍ର୍ୟ ଦୂର ହେଲା ନାହିଁ। ଶେଷରେ ସେ ଗାଡ଼ି ଧୋଇବା କାମ ଆରମ୍ଭ କଲେ। ଏଥିରୁ ସେ ବେଶ୍ ଭଲ ଦି’ ପଇସା ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ସହ ଆଉ ଦୁଇ ଜଣଙ୍କୁ ବି ଆତ୍ମନିର୍ଭରଶୀଳ କରାଇ ପାରିଛନ୍ତି। ସେ ହେଲେ ସମ୍ମୋ ବିବି।

Advertisment

କଟକର ରାଣୀହାଟ ତାଳଦଣ୍ଡା କେନାଲ କଡ଼ରେ ରହିଛି ‘ସମ୍ମୋ ସର୍ଭିସ୍‌ ସେଣ୍ଟର’। ଗତ ୨୦ବର୍ଷ ହେବ ଏହି ସର୍ଭିସ୍‌ ସେଣ୍ଟର ଚଲାଇ ଆସୁଛନ୍ତି ସମ୍ମୋ। ଏଥିରେ ସେ ନିଜେ କାମ କରୁଛନ୍ତି। ଏଥିରୁ ଯାହା ରୋଜଗାର ହେଉଛି, ସେଥିରେ ତାଙ୍କର ତେଲ ଲୁଣର ସଂସାର ଚଳି ଯାଉଛି। ସମ୍ମୋଙ୍କ ପରିବାରରେ ତାଙ୍କ ଝିଅ ଓ ନାତି ଅଛନ୍ତି।

ସ୍ୱାମୀ ଆର ପାରିକି ଚାଲିଯିବା ପରେ ସମ୍ମୋଙ୍କ ସଂଘର୍ଷ ଆରମ୍ଭ ହୋଇଥିଲା। ତାଳଦଣ୍ଡା କେନାଲ୍‌ କଡ଼ରେ ଆଜି ଯେଉଁ ସର୍ଭିସ୍‌ ସେଣ୍ଟରଟି ଠିଆ ହୋଇଛି, ସେଥିପାଇଁ ସେ ବହୁତ ସଂଘର୍ଷ କରିଛନ୍ତି। ଏହି ସର୍ଭିସ୍‌ ସେଣ୍ଟରରେ ବାଇକ୍‌ ଓ କାର୍‌ ସଫା କରାଯାଉଛି। ବାଇକ୍‌ ପିଛା ୪୦ଟଙ୍କା ଓ ୪ ଚକିଆ ଗାଡ଼ି ପିଛା ସେ ଶହେ ଟଙ୍କା ନେଉଛନ୍ତି। କିରୋସିନ, ସର୍ଫ ଏବଂ ପାଣି ଦେଇ ଗାଡ଼ିକୁ ବେଶ୍‌ ଭଲ ଭାବେ ସଫା କରନ୍ତି ସମ୍ମୋ।

Advertisment

ସମ୍ମୋଙ୍କ କାମରେ ଗ୍ରାହକମାନେ ମଧ୍ୟ ବେଶ୍ ସନ୍ତୁଷ୍ଟ ହୁଅନ୍ତି। ପୂର୍ବ ଅପେକ୍ଷା ସମ୍ମୋ ନିଜ ପରିଶ୍ରମ ବଳରେ ଭଲ ଦୁଇ ପଇସା ରୋଜଗାର କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ତେବେ ‘ସମ୍ମୋ ସର୍ଭିସ ସେଣ୍ଟର’ରୁ ଏବେ କେବଳ ସେ ରୋଜଗାର କରୁନାହାନ୍ତି, ଆଉ ଦୁଇ ଜଣଙ୍କୁ ମଧ୍ୟ ରୋଜଗାରକ୍ଷମ କରାଇଛନ୍ତି। ସେ ଦୁଇ ଜଣ ଯୁବକଙ୍କୁ ରଖିଛନ୍ତି। ସେମାନେ କାମ କରି ପଇସା ନେଉଛନ୍ତି।

କାମରେ ସାନ ବଡ଼ ଭେଦଭାବ ରଖୁଥିବା ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ପଛଘୁଞ୍ଚା ଦେଉଥିବା ଯୁବକଯୁବତୀମାନେ ସମ୍ମୋଙ୍କୁ ଅନୁସରଣ କରିବା ଉଚିତ୍।