'ଛୋଟ ଜିନିୟସ୍‌' ସାରା, ବନ୍ଦ ଆଖିରେ କରିପାରୁଛି କ୍ୟୁବ୍ ସଲ୍‌ଭ

ନୂଆଦିଲ୍ଲୀ: କୁନି ଝିଅର ବିଚକ୍ଷଣ ବୁଦ୍ଧି। ଆଖି ବନ୍ଦ କରି ଫଟାଫଟ କ୍ୟୁବ୍‌ ସଜାଡିବାରେ ମାହିର୍‌ ସାରା। ତାମିଲ୍‌ନାଡୁର ୬ବର୍ଷୀୟା ଝିଅ ସାରାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯେତେ ସମ୍ଭବ କମ୍‌ରୁ କମ୍‌ ସମୟ ନେଇ ସେ କ୍ୟୁବ୍‌ ସଲଭ୍‌ କରିପାରୁଛି। ଯେଉଁଥିପାଇଁ ତାକୁ ‘ଛୋଟ ଜିନିୟସ୍‌’ର ଆଖ୍ୟା ଦେଇଛି ତାମିଲ୍‌ନାଡୁର କ୍ୟୁବ୍‌ ଆସୋସିଏସନ୍‌। ସାରା ଆଖି ବନ୍ଦ କରି ୨ମିନିଟ୍‌ ୭ସେକେଣ୍ଡରେ ରୁବିକ୍ସ କ୍ୟୁବ୍‌ ସଲଭ୍‌ କରିଦେଉଛନ୍ତି। ତାମିଲ୍‌ନାଡୁର କ୍ୟୁବ୍‌ ଆସୋସିଏସନ୍‌ ପକ୍ଷରୁ ଏମିତି […]

sara

Biswobandita Swain
  • Published: Tuesday, 26 November 2019
  • , Updated: 26 November 2019, 03:52 PM IST

ନୂଆଦିଲ୍ଲୀ: କୁନି ଝିଅର ବିଚକ୍ଷଣ ବୁଦ୍ଧି। ଆଖି ବନ୍ଦ କରି ଫଟାଫଟ କ୍ୟୁବ୍‌ ସଜାଡିବାରେ ମାହିର୍‌ ସାରା। ତାମିଲ୍‌ନାଡୁର ୬ବର୍ଷୀୟା ଝିଅ ସାରାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଯେତେ ସମ୍ଭବ କମ୍‌ରୁ କମ୍‌ ସମୟ ନେଇ ସେ କ୍ୟୁବ୍‌ ସଲଭ୍‌ କରିପାରୁଛି। ଯେଉଁଥିପାଇଁ ତାକୁ 'ଛୋଟ ଜିନିୟସ୍‌'ର ଆଖ୍ୟା ଦେଇଛି ତାମିଲ୍‌ନାଡୁର କ୍ୟୁବ୍‌ ଆସୋସିଏସନ୍‌।

ସାରା ଆଖି ବନ୍ଦ କରି ୨ମିନିଟ୍‌ ୭ସେକେଣ୍ଡରେ ରୁବିକ୍ସ କ୍ୟୁବ୍‌ ସଲଭ୍‌ କରିଦେଉଛନ୍ତି। ତାମିଲ୍‌ନାଡୁର କ୍ୟୁବ୍‌ ଆସୋସିଏସନ୍‌ ପକ୍ଷରୁ ଏମିତି ଆଖ୍ୟା ପାଇବା ପରେ ସେ ଏବେ ଗିନିସ୍‌ ୱାର୍ଲଡ୍‌ ରେକର୍ଡ ପାଇଁ ମଧ୍ୟ ଚେଷ୍ଟା କରୁଛନ୍ତି।

ସାରାଙ୍କ ବାପାଙ୍କ କହିବା ଅନୁଯାୟୀ, ସାରା ଜଣେ ବୁଦ୍ଧିଆ ଝିଅ। ସେ ଭଲ ପଢ଼େ। ତାର ପ୍ରଖର ବୁଦ୍ଧି ଅଛି । ବହୁତ କମ୍‌ ବୟସରେ ସେ ଆପ୍‌ଟିଟ୍ୟୁଡ୍‌ ପ୍ରଶ୍ନର ଉତ୍ତର ବାହାର କରିଦେବାରେ ସକ୍ଷମ ହୋଇଥିଲା। ଝିଅର ଏମିତି ଦକ୍ଷତା ଦେଖିବା ପରେ ଆମେ ତାର ପଢା ପ୍ରତି ଅଧିକ ସତେତନ ହେଲୁ ଏବଂ  ଭଲ ଶିକ୍ଷାନୁଷ୍ଠାନ ଖୋଜିଲୁ। ସାରା ପୂର୍ବରୁ ମଧ୍ୟ ଏମିତି କିଛି ରେକଡର୍ସ  କରି ସାରିଛି।

ଖୁବ୍‌ ସହଜରେ ଓ କମ୍‌ ସମୟରେ ସାରା ବିଭିନ୍ନ ପ୍ରକାରର କ୍ୟୁବ୍‌ ସଲଭ୍‌  କରିପାରୁଥିବାରୁ ତା’ ନାମ  ଗିନିସ୍‌ ୱାର୍ଲଡ୍‌ ରେକର୍ଡରେ ସାମିଲ କରିବାକୁ ପୂରା ପରିବାର ଲାଗି ପଡ଼ିଛି।

Related story