Advertisment

ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା: ମୁଣ୍ଡ ଉପରେ ଷାଣ୍ମାସିକ ପରୀକ୍ଷା, ମିଳିଲାନି ବହି

କେନ୍ଦୁଝର(ପ୍ରଣୟ ପାଣି): ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା। ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଶିକ୍ଷା ବର୍ଷ। ହେଲେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ପାଠ୍ୟ ପୁସ୍ତକ। ତେଣୁ ପିଲାମାନେ ବିନା ବହିରେ ପାଠ ପଢ଼ୁଛନ୍ତି। ପିଲାମାନେ ଖାଲି ପାଠ ପଢ଼ୁନାହାନ୍ତି, ଷାଣ୍ମାସିକ ପରୀକ୍ଷା ମଧ୍ୟ ଦେଉଛନ୍ତି। ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଜିଲ୍ଲାରେ ପିଲାମାନଙ୍କୁ ପାଠ ପଢ଼ା ବହି ମିଳିନି, ସେମାନେ ପରୀକ୍ଷାରେ କ’ଣ ଲେଖିବେ? ପ୍ରକୃତରେ […]

ଅଦ୍ୟତନ ହୋଇଛି
ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା: ମୁଣ୍ଡ ଉପରେ ଷାଣ୍ମାସିକ ପରୀକ୍ଷା, ମିଳିଲାନି ବହି

School

Advertisment

କେନ୍ଦୁଝର(ପ୍ରଣୟ ପାଣି): ଧନ୍ୟ ଆମ ଶିକ୍ଷା ବ୍ୟବସ୍ଥା। ଏପ୍ରିଲ୍‌ରୁ ଆରମ୍ଭ ହେଲାଣି ଶିକ୍ଷା ବର୍ଷ। ହେଲେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ ପାଠ୍ୟ ପୁସ୍ତକ। ତେଣୁ ପିଲାମାନେ ବିନା ବହିରେ ପାଠ ପଢ଼ୁଛନ୍ତି। ପିଲାମାନେ ଖାଲି ପାଠ ପଢ଼ୁନାହାନ୍ତି, ଷାଣ୍ମାସିକ ପରୀକ୍ଷା ମଧ୍ୟ ଦେଉଛନ୍ତି। ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ଜିଲ୍ଲାରେ ପିଲାମାନଙ୍କୁ ପାଠ ପଢ଼ା ବହି ମିଳିନି, ସେମାନେ ପରୀକ୍ଷାରେ କ’ଣ ଲେଖିବେ? ପ୍ରକୃତରେ ପିଲାମାନେ ପରୀକ୍ଷା ଦେଉଛନ୍ତି ନା, ସେମାନଙ୍କ ପାଇଁ ଶିକ୍ଷକମାନେ ଦେଉଛନ୍ତି ପରୀକ୍ଷା?

Advertisment

ସମଗ୍ର ଶିକ୍ଷା ଅଭିଯାନ ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ମାଧ୍ୟମରେ ସରକାର ମାଗଣାରେ ବହି ଯୋଗାଇ ଦେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ସବୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ମିଳିନାହି ବହି। ତେଣୁ ସ୍କୁଲରେ ଶିକ୍ଷକମାନେ ଯାହା ପଢ଼ାଉଛନ୍ତି, ସେହ ପାଠକୁ ଘରେ ପଢ଼ି ପାରୁ ନାହାନ୍ତି ପିଲା। ଏପରି ସ୍ଥିତିରେ ପିଲାମାନେ କେମିତି ଦେବେ ଷାଣ୍ମାସିକ ପରୀକ୍ଷା? ଆଉ ପିଲାମାନେ ପରୀକ୍ଷାରେ କ’ଣ ଉତ୍ତର ଲେଖିବେ?

ମିଳିଥିବା ସୂଚନା ଅନୁସାରେ କେନ୍ଦୁଝର ସଦର ବ୍ଲକରେ ମୋଟ୍‌ ୨୦୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୧୪୩ଟି ପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଠି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଠିକ୍‌ ସେହିପରି ୬୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି। ଯେଉଁଠି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ପଢ଼ୁଛନ୍ତି। ୧୪୩ଟି ପ୍ରାଥମିକ ବିଦ୍ୟାଳୟରେ ମୋଟ୍‌ ୧୩ ହଜାର ୮୪୯ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୬୩ ଉଚ୍ଚ ପ୍ରାଥମିକ ବିଦ୍ୟାଳୟେରେ ୭ ହଜାର ୬୦୩ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି।

Advertisment

ତେବେ ମୋଟ୍‌ ୨୦୬ଟି ବିଦ୍ୟାଳୟ ପାଇଁ ୧,୯୨,୩୧୦ ଖଣ୍ଡ ପାଠ୍ୟ ପୁସ୍ତକର ଆବଶ୍ୟକ ଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ବ୍ଲକକୁ ମିଳିଛି ମୋଟ ୧ ଲକ୍ଷ ୬୦ ହଜାର ୩୩୦ ଖଣ୍ଡ ପାଠ୍ୟ ପୁସ୍ତକ। ଏମିତିକି ଅନେକ ବିଦ୍ୟାଳୟରେ ଗୋଟେ ଗୋଟେ ଶ୍ରେଣୀ ପାଇଁ ଜମାରୁ ପାଠ୍ୟ ପୁସ୍ତକ ମିଳିନଥିବା ଅଭିଯୋଗ ହୋଇଛି। କେବଳ ଶିକ୍ଷକମାନେ ମୌଖିକ ପାଠ ପଢ଼ାଇବାରେ ଲାଗିଥିବା ଦେଖିବାକୁ ମିଳିଛି। ହେଲେ ଏ ସମ୍ପର୍କରେ କୌଣସି ସ୍କୁଲର ଶିକ୍ଷକ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ କହିଛନ୍ତି, ଆମେ ଯାହା ବହି ପାଇଛୁ, ସବୁ ସ୍କୁଲକୁ ଯୋଗାଇ ଦେଇଛୁ। ଯଦି କେଉଁ ସ୍କୁଲରେ ବହି ପହଞ୍ଚି ପାରିନାହିଁ, ଆମେ ତୁରନ୍ତ ସେଠାରେ ବହି ଯୋଗାଇ ଦେବାର ବ୍ୟବସ୍ଥା କରିବୁ ବୋଲି ଶ୍ରୀ ସେଠୀ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe