Advertisment

ଭଙ୍ଗା ଆଜବେଷ୍ଟସ ଘରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

ଆଳି(ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ସିଙ୍ଗିରି ଗାଁରେ ରହିଛି ଚକ୍ରଧର ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ସ୍କୁଲ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୭୧ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ହେଲେ ସ୍କୁଲ୍‌ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଗୃହର ଆଜବେଷ୍ଟସ ଫାଟି ଆଁ କରିଛି। କେବଳ ନବମ ଓ ଦଶମ ଶ୍ରେଣୀ ଗୃହର ଯାହା ଛାତ ପଡ଼ିଛି। ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୧୪୩ ଜଣ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ଭଙ୍ଗା ଆଜବେଷ୍ଟସ ଘରେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ

school

ଆଳି(ବନମାଳି ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ସିଙ୍ଗିରି ଗାଁରେ ରହିଛି ଚକ୍ରଧର ସରକାରୀ ଉଚ୍ଚ ବିଦ୍ୟାଳୟ। ଏହି ସ୍କୁଲ୍‌ରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୨୭୧ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ହେଲେ ସ୍କୁଲ୍‌ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଗୃହର ଆଜବେଷ୍ଟସ ଫାଟି ଆଁ କରିଛି। କେବଳ ନବମ ଓ ଦଶମ ଶ୍ରେଣୀ ଗୃହର ଯାହା ଛାତ ପଡ଼ିଛି। ଫଳରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୧୪୩ ଜଣ ଛାତ୍ରଛାତ୍ରୀ ବିପଦ ସଙ୍କୁଳ ଅବସ୍ଥାରେ ବସି ପାଠ ପଢ଼ୁଛନ୍ତି।

Advertisment

ଶ୍ରେଣୀ ଗୃହର ଆଜବେଷ୍ଟସ ଫାଟି ଆଁ କରିଥିବା ବେଳେ କାନ୍ଥରୁ ସିମେଣ୍ଟ ପ୍ଲାଷ୍ଟର  ମଧ୍ୟ ଖସୁଛି। ଏନେଇ ସ୍କୁଲ ପକ୍ଷରୁ ବାରମ୍ୱାର  ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଥିଲା। ଏହା ପରେ ୪ ବର୍ଷ ତଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସ୍କୁଲ ପରିସରରେ ଏକ ନୂତନ ଗୃହ ନିର୍ମାଣ କରାଯାଇଥିଲା। ହେଲେ ଆଜି ଯାଏ ତାହା ସଂପୂର୍ଣ୍ଣ ହୋଇ ପାରି ନାହିଁ। ତେଣୁ ଛାତ୍ରଛାତ୍ରୀମାନେ ସେହି ଭଙ୍ଗା ଆଜବେଷ୍ଟସ ଶ୍ରେଣୀ ଗୃହରେ ବସି ପାଠ ପଢ଼ୁଛନ୍ତି।publive-image

ଏନେଇ ଚକ୍ରଧର ସ୍କୁଲର  ଷଷ୍ଠ ଶ୍ରେଣୀର ଛାତ୍ରୀ କାମ୍ବଜଳି ବେହେରା କହିଛନ୍ତି, “ଆମ ଶ୍ରେଣୀ ଗୃହର ଆଜବେଷ୍ଟସ ଫାଟି ଯାଇଛି। ବର୍ଷା ହେଲେ ପାଣି ଗଳୁଛି। ଫଳରେ ଖାତା ବହି ଓଦା ହୋଇ ଯାଉଛି। କାନ୍ଥରୁ ଅତଡ଼ା ଖସୁଛି। ବହୁ ଅସୁବିଧାରେ ଆମେ ପାଠ ପଢ଼ୁଛୁ।”

Advertisment

ଚକ୍ରଧର ସରକାରୀ ଉଚ୍ଚ ବିଦ୍ୟାଳୟର ଇନ୍‌ ଚାର୍ଜ ପ୍ରଧାନ ଶିକ୍ଷକ ରମେଶ କୁମାର ମହାନ୍ତି କହିଛନ୍ତି, “ଏଇଟା ଆମର ନୋଡାଲ ହାଇସ୍କୁଲ୍। ଏଠି ଏଲିମେଣ୍ଟାରୀ ଓ ସେକେଣ୍ଡାରୀ ରହିଛି। ଆମର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଶ୍ରେଣୀ ଗୃହ ବହୁତ ପୁରୁଣା। ତାହା ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଏନେଇ ଆମେ ପ୍ରଶାସନକୁ ବହୁଥର କହିବା ପରେ ଶ୍ରେଣୀ ଗୃହ ନିର୍ମାଣ ହେଲା। ହେଲେ ୪ ବର୍ଷ ହେଲାଣି କେବଳ ଛାତ ପଡ଼ିଛି। ଏପର୍ଯ୍ୟନ୍ତ ପ୍ଲାଷ୍ଟର ହୋଇନି କି କବାଟ ଝରକା ଲାଗି ପାରି ନାହିଁ। ଯେତେ ଶୀଘ୍ର ଶ୍ରେଣୀ ଗୃହ କାମ ସରିବ ଆମ ପିଲାମାନେ ସୁବିଧାରେ ପାଠ ପଢ଼ିପାରିବେ।”publive-image

ସିଙ୍ଗିରି ଗ୍ରାମ ପଞ୍ଚାୟତର ସରପଞ୍ଚ ପୁଷ୍ପଲତା ଦାଶ କହିଛନ୍ତି, “ଛାତ୍ରଛାତ୍ରୀମାନେ ବହୁ ଅସୁବିଧାରେ ବସି ପାଠପଢ଼ୁଛନ୍ତି। ଯେଉଁ ଆଜବେଷ୍ଟସ ଶ୍ରେଣୀ ଗୃହ ରହିଛି ତାହା ବସିବା ଯୋଗ୍ୟ ନୁହଁ। ଅସଂପୂର୍ଣ୍ଣ ହୋଇ ପଡ଼ିଥିବା ଶ୍ରେଣୀ ଗୃହର ଖୁବଶୀଘ୍ର ଶେଷ କରିବାକୁ ସରକାରଙ୍କୁ ଦାବି କରୁଛି।”

ସେହିପରି ଏହି ବ୍ଲକ୍‌ରେ ଥିବା  ମହୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏହି ସ୍କୁଲ୍‌ରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଯାଏ ୧୨୮ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ହେଲେ ଏହି ତିନୋଟି ଶ୍ରେଣୀ ଗୃହର ଆଜବେଷ୍ଟସ ଫାଟି ଆଁ କରିଛି। ଆଉ ଏହି ଭଙ୍ଗା ଆଜବେଷ୍ଟସ ଘରେ ବସି ଛାତ୍ରଛାତ୍ରୀମାନେ ବସି ପାଠ ପଢ଼ୁଛନ୍ତି। ଏଥିସହ ସ୍କୁଲ୍‌ରେ ମାତ୍ର ଦୁଇ ଜଣ ଶିକ୍ଷକ ଅଛନ୍ତି। ଫଳରେ ପାଠପଢ଼ାରେ ଅସୁବିଧା ହେଉଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।publive-image

ଏନେଇ ମହୁ ସ୍କୁଲର ଷଷ୍ଠ ଶ୍ରେଣୀର ଛାତ୍ରୀ ପ୍ରିୟଦର୍ଶନୀ ପୁଝାରୀ କହିଛନ୍ତି, “ଆମ ଶ୍ରେଣୀ ଗୃହର ଆଜବେଷ୍ଟସ ଭାଙ୍ଗି ଯାଉଥିବାରୁ ତାହା ଖଣ୍ଡ ଖଣ୍ଡ ହୋଇ ପଡ଼ୁଛି। ଆମକୁ ଭୟ ଲାଗୁଛି। ଏମିତିକି ବର୍ଷା ଦିନେ କ୍ଲାସ୍‌ ରୁମ୍‌ ଭିତରେ ପାଣି ପଶି ଯାଉଛି। ଏଥିସହ ଆମର ତିନୋଟି ଶ୍ରେଣୀକୁ ୨ ଜଣ ଶିକ୍ଷକ ଅଛନ୍ତି। ତେଣୁ ଆମେ ଚାହୁଁଛୁ ଆମକୁ ଆଉ ୨ ଜଣ ଶିକ୍ଷକ ଦରକାର।”

ଅଭିଭାବକ ଧର୍ମେନ୍ଦ୍ର ରାଉଳ କହିଛନ୍ତି, “କ୍ଲାସ୍‌ ରୁମ୍ ଫାଟି କି ରହିଛି। ଏଥିସହ ସ୍କୁଲରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ତେଣୁ ପାଠପଢ଼ା ଠିକ୍ ସେ ହୋଇ ପାରୁ ନାହିଁ। ସ୍କୁଲର ସମସ୍ୟା ନେଇ ସରପଞ୍ଚ ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇଛୁ। ହେଲେ କିଛି ସୁଫଳ ମିଳିପାରି ନାହିଁ।”

ଏହି ଦୁଇଟି ସ୍କୁଲର ଶ୍ରେଣୀ ଗୃହ ସମସ୍ୟା ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, “ଜିଲା ଶିକ୍ଷା ଅଧିକାରୀଙ୍କ ସହ କଥା ହେବି।। ଯଦି ନୂତନ ସ୍କୁଲ ଗୃହ ନିର୍ମାଣ କରିବାକୁ ପଡ଼ିଲେ ନିର୍ମାଣ କରାଯିବ।”