Advertisment

ସମୁଦ୍ର ଆଁରେ ଗାଁ; କାନ୍ଥରେ ବାଡ଼େଇ ହେଉଛି ସମୁଦ୍ର ଲହଡ଼ି

ଖଲିକୋଟ୍‌ (ସିଲୁ ବିଶ୍ୱାଳ) : ସମୁଦ୍ର ଆଁରେ ଗାଁ…। ଗାଁରେ ଲହଡ଼ି ମାରୁଛି ସମୁଦ୍ର ପାଣି। ଆଖି ଆଗରେ ଭୁଶୁଡି ପଡ଼ୁଛି ପକ୍କା ଘର। ଜୀବନ ଜିଇଁବାର ରାସ୍ତା ବନ୍ଦ ହୋଇଯାଉଥିବାରୁ ପିଲା ଛୁଆଙ୍କୁ ଧରି ଘର ଛାଡ଼ି ଦେଉଛନ୍ତି ଗାଁ ଲୋକେ।  ଏପରି ଭୟଙ୍କର ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ଗାଁରୁ। ତଥାପି ଅନେକ ପରିବାର ବାଢ଼ି ଡାକୁରାଣୀଙ୍କ ଭରସାରେ ଅଛନ୍ତି। ଗାଁର ନାଁ ପୋଡ଼ମପେଟା। ବହୁ ବର୍ଷ ତଳେ ୧୦ କିମି ଦୂରରେ […]

ଅଦ୍ୟତନ ହୋଇଛି
ସମୁଦ୍ର ଆଁରେ ଗାଁ; କାନ୍ଥରେ ବାଡ଼େଇ ହେଉଛି ସମୁଦ୍ର ଲହଡ଼ି

Ganjam

Advertisment

ଖଲିକୋଟ୍‌ (ସିଲୁ ବିଶ୍ୱାଳ) : ସମୁଦ୍ର ଆଁରେ ଗାଁ...। ଗାଁରେ ଲହଡ଼ି ମାରୁଛି ସମୁଦ୍ର ପାଣି। ଆଖି ଆଗରେ ଭୁଶୁଡି ପଡ଼ୁଛି ପକ୍କା ଘର। ଜୀବନ ଜିଇଁବାର ରାସ୍ତା ବନ୍ଦ ହୋଇଯାଉଥିବାରୁ ପିଲା ଛୁଆଙ୍କୁ ଧରି ଘର ଛାଡ଼ି ଦେଉଛନ୍ତି ଗାଁ ଲୋକେ।  ଏପରି ଭୟଙ୍କର ଚିତ୍ର ଆସିଛି ଗଞ୍ଜାମ ଜିଲ୍ଲା ପୋଡ଼ମପେଟା ଗାଁରୁ। ତଥାପି ଅନେକ ପରିବାର ବାଢ଼ି ଡାକୁରାଣୀଙ୍କ ଭରସାରେ ଅଛନ୍ତି।

Advertisment

ଗାଁର ନାଁ ପୋଡ଼ମପେଟା। ବହୁ ବର୍ଷ ତଳେ ୧୦ କିମି ଦୂରରେ ଥିଲା ସମୁଦ୍ର। ଗାଁରେ ପହଞ୍ଚି ପାରୁନଥିଲା ସମୁଦ୍ରର ଘୋ’ ଘା’ ଶବ୍ଦ। ଗାଁରେ ରହୁଥିବା ୨୦୦ ମତ୍ସ୍ୟଜୀବୀ ପରିବାର ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିଲେ। ହେଲେ ଗତ ୧୦ ବର୍ଷ ଭିତରେ ବଦଳିଗଲା ଗାଁର ଚିତ୍ର। ଯେଉଁ ଗାଁ ଦାଣ୍ଡରେ ପିଲାମାନେ ଖେଳୁଥିଲେ, ସେଠି ଆଜି ଲହଡ଼ି ମାରୁଛି ସମୁଦ୍ର ପାଣି। ଭୟଙ୍କର ଶବ୍ଦ କରି ସମୁଦ୍ର ଢେଉ ଲୋକଙ୍କ ଘରର ପକା କାନ୍ଥରେ ବାଡ଼େଇ ହେଉଛି। ଆଖି ସାମ୍ନାରେ ଭାଙ୍ଗି ଯାଉଛି ବାପ ଅଜା ଅମଳରେ ତିଆରି ହୋଇଥିବା ଘର।

[caption id="attachment_753902" align="aligncenter" width="650"]Ganjam ଘର ଦାଣ୍ଡରେ ଲହଡି ମାରୁଛି ସମୁଦ୍ର ପାଣି[/caption]

Advertisment

ସମଦ୍ର ମାଡ଼ି ଆସୁଥିବା ଦେଖି ଗାଁରେ ବାସ କରୁଥିବା ମତ୍ସ୍ୟଜୀବୀ ପରିବାର ଚିନ୍ତାରେ ପଡ଼ି ଯାଇଥିଲେ। କେଉଁଠି ରହିବେ? ପିଲା ଛୁଆକୁ ଧରି କେମିତି ଜୀବନ ଜିଇଁବେ? ସେହି ଚିନ୍ତାରେ ଗାଁ ଲୋକେ କାଳାତିପାତ କରୁଥିଲେ। ଶେଷରେ କଥା ଯାଇ ପହଞ୍ଚିଲା ଜିଲ୍ଲା ପ୍ରଶାସନ ପାଖରେ। ଗାଁ ଲୋକଙ୍କ ଗୁହାରି ଶୁଣିଲା ଜିଲ୍ଲା ପ୍ରଶାସନ। ପୋଡ଼ମପେଟାରୁ ବିସ୍ଥାପିତ ହୋଇଥିବା କିଛି ପରିବାରକୁ ୧୬ ନମ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥଇଥାନ କରାଗଲା। ତିଆରି କରାଯାଇଥିବା ନୂଆ ଗାଁର ନାଁ ରଖାଗଲା ‘ନୂଆ ପୋଡ଼ମପେଟା’।

[caption id="attachment_753903" align="aligncenter" width="650"]Ganjam ସମୁଦ୍ର ଲହଡି ମାଡ଼ରେ ଭାଙ୍ଗି ଯାଇଛି ଘର[/caption]

ସରକାରଙ୍କ ପକ୍ଷରୁ ଦିଆଯାଇଥିଲା ଘର ବଖରାଏ ଓ ଶୌଚାଳୟ। ସେଥିରେ ଗୋଟିଏ ଯୌଥ ପରିବାର ରହିବା କାଠିକର ପାଠ। ଏହାକୁ ନେଇ ଅନେକ ବିସ୍ଥାପିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ସ୍ଥାନ ଅଭାବରୁ ଗାଁର ସବୁ ପରିବାରକୁ ଆଜି ପର୍ଯ୍ୟନ୍ତ ଥଇଥାନ କରାଯାଇପାରି ନାହିଁ। ଏବେବି ସମୁଦ୍ର ଆଁରେ ଜୀବନ କାଟୁଛନ୍ତି ୧୦ରୁ ଅଧିକ ପରିବାର। ଏମାନେ ପୋଡମପେଟା ଗ୍ରାମ ଦେବତୀ ବୁଢ଼ି ଠାକୁରାଣୀଙ୍କ ପୂଜକ। ବୁଢ଼ି  ଠାକୁରାଣୀଙ୍କୁ ନେଲେ, ସେମାନେ ଯିବେ ବୋଲି ଯୁକ୍ତି ବାଢ଼ିଛନ୍ତି।

ସମାନ ଚିତ୍ର ଆସିଛି ଆର୍ଯ୍ୟପଲ୍ଲୀ ଗାଁରୁ। ଏଠି ୧୦ ବର୍ଷ ତଳେ ୩ କିମି ଦୂରରେ ଥିଲା ସମୁଦ୍ର। ଏବେ ଗାଁରେ ବାଡେଇ ହେଉଛି ସମୁଦ୍ର ପାଣି। ତଥାପି ଗାଁରେ ବସବାସ କରୁଥିବା ୪୦୦ ପରିବାର ଘର ଛାଡ଼ି ଯାଇନାହାନ୍ତି। ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ସେମାନେ ନିଜ ବାପା, ଗୋଶିବାପା ତିଆରି କରିଥିବା ଘରେ କାଳାତିପାତ କରୁଛନ୍ତି। ସବୁକିଛି ଭଗବାନଙ୍କ ଉପରେ ଛାଡ଼ି ଦେଇଛନ୍ତି

ଗଞ୍ଜାମ ଜିଲ୍ଲାରେ ଚିକିଟି, ରଙ୍ଗଇଲୁା, ଛତ୍ରପୁର, ଗଞ୍ଜାମ ବ୍ଲକର କିଛି ଗ୍ରାମ ସମୁଦ୍ର ନିକଟରେ ରହିଛି। ବାରମ୍ବାର ଲଘୁଚାପଜନିତ ସାମୁଦ୍ରିକ ବାତ୍ୟ ଯୋଗୁ ସମୁଦ୍ରର ଜଳରାଶି ଦିନକୁ ଦିନ ଗାଁ ମୁହାଁ ହେଉଛି। ଅନ୍ୟପକ୍ଷରେ ଗୋପାଳପୁର ବନ୍ଦରଠାରେ ପଥର ବନ୍ଧ ବାନ୍ଧିବା ଦ୍ଵାରା ସମୁଦ୍ର ଲହଡି ଏହି ଗାଁ ମୁହାଁ ହେଉଥିବା ଚର୍ଚ୍ଚା ହେଉଛି। ଯାହାଫଳରେ ବହୁ ଗାଁ ଏବେ ବିପଦରେ ରହିବା ସହ ଆଗାମୀ ଦିନରେ ଆଖପାଖ ଗ୍ରାମ ସମୁଦ୍ରରେ ଲୀନ ହୋଇଯିବାର ଆଶଙ୍କା ରହିଛି। ରବିବାର ଆସିଥିବା ଉଚ୍ଚ ଲହଡି ପୁଣି ୬ଟି ଘର ଭସାଇ ନେଇଥିବା ଦେଖିବାକୁ ମିଳିଛି। ଆତଙ୍କରେ ଏବେ ଗ୍ରାମବାସୀ। ବେଳ ଥାଉ ଥାଉ ବନ୍ଧ ନ ବାନ୍ଧିଲେ ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲାର ବହୁ ଗ୍ରାମ ସମୁଦ୍ର ଗର୍ଭରେ ଲୀନ ହୋଇଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe