ଏମ୍‌ବିଏ ଦମ୍ପତିଙ୍କ ଫୁଡ୍‌ ଷ୍ଟଲ୍‌; କାହାଣୀ ଭାରି ହୃଦୟସ୍ପର୍ଶୀ

ନୂଆଦିଲ୍ଲୀ: ଦୁହେଁ ଏମ୍‌ବିଏ କରିଛନ୍ତି। ବଢ଼ିଆ ଚାକିରି ବି କରୁଛନ୍ତି। ତଥାପି ସବୁଦିନେ ସକାଳେ ସେମାନେ ମୁମ୍ବାଇର କାଣ୍ଡିବାଲି ଷ୍ଟେସନ୍‌ ବାହାରେ ଜଳଖିଆ ବିକୁଛନ୍ତି। ସେମାନେ ହେଲେ ଅଶ୍ୱିନୀ ଶେନୟ ଶାହ ଓ ତାଙ୍କ ସ୍ୱାମୀ। ଶାହ ଦମ୍ପତି ପ୍ରତିଦିନ ଭୋର୍ ୪ଟାରେ ସେମାନଙ୍କ ଫୁଡ୍‌ ଷ୍ଟଲ୍ ଖୋଲନ୍ତି। ଆଉ ଦିନ ୧୦ଟାରେ ବନ୍ଦ କରନ୍ତି। ଷ୍ଟଲ୍ ବନ୍ଦ କରି ସେମାନେ ଘରକୁ ଫେରନ୍ତି ଓ ସେଠାରୁ ଅଫିସ୍ ଯାଆନ୍ତି। ସେମାନଙ୍କର ଏହି ଫୁଡ୍ ଷ୍ଟଲ୍‌ରେ ପୋହା, […]

po

po

Biswobandita Swain
  • Published: Tuesday, 08 October 2019
  • Updated: 08 October 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ଦୁହେଁ ଏମ୍‌ବିଏ କରିଛନ୍ତି। ବଢ଼ିଆ ଚାକିରି ବି କରୁଛନ୍ତି। ତଥାପି ସବୁଦିନେ ସକାଳେ ସେମାନେ ମୁମ୍ବାଇର କାଣ୍ଡିବାଲି ଷ୍ଟେସନ୍‌ ବାହାରେ ଜଳଖିଆ ବିକୁଛନ୍ତି। ସେମାନେ ହେଲେ ଅଶ୍ୱିନୀ ଶେନୟ ଶାହ ଓ ତାଙ୍କ ସ୍ୱାମୀ।

ଶାହ ଦମ୍ପତି ପ୍ରତିଦିନ ଭୋର୍ ୪ଟାରେ ସେମାନଙ୍କ ଫୁଡ୍‌ ଷ୍ଟଲ୍ ଖୋଲନ୍ତି। ଆଉ ଦିନ ୧୦ଟାରେ ବନ୍ଦ କରନ୍ତି। ଷ୍ଟଲ୍ ବନ୍ଦ କରି ସେମାନେ ଘରକୁ ଫେରନ୍ତି ଓ ସେଠାରୁ ଅଫିସ୍ ଯାଆନ୍ତି। ସେମାନଙ୍କର ଏହି ଫୁଡ୍ ଷ୍ଟଲ୍‌ରେ ପୋହା, ଉପମା, ପରଠା ଓ ଇଡ୍‌ଲି ଆଦି ବିକ୍ରି ହୁଏ।

ଏସବୁ ପଢ଼ି ସାରିଲା ବେଳକୁ ଆପଣଙ୍କ ମନରେ ପ୍ରଶ୍ନ ଆସିଥିବ- ତା’ହେଲେ କାହିଁକି ସେମାନେ ଫୁଡ୍ ଷ୍ଟଲ୍ ଦେଇ ଏତେ ପରିଶ୍ରମ କରୁଛନ୍ତି? ଠିକ୍ ଏଇ ପ୍ରଶ୍ନ ସେଦିନ ଉଠିଥିଲା ମୁମ୍ବାଇର ଦୀପାଲି ଭାଟିଆଙ୍କ ମନରେ। ତେବେ ଫରକ ଏତିକି, ଶାହ ଦମ୍ପତିଙ୍କଠାରୁ ଉତ୍ତର ପାଇବା ପର୍ଯ୍ୟନ୍ତ ସେ ଜାଣି ନଥିଲେ ଯେ ସେମାନେ ଏମ୍‌ବିଏ କରିଛନ୍ତି ଓ ଚାକିରି ବି କରିଛନ୍ତି।

ଗତ ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀ ଦିନ ସକାଳେ ଦୀପାଲି ଭଲ ଖାଦ୍ୟ ଅନ୍ୱେଷଣରେ ବାହାରି ଶାହ ଦମ୍ପତିଙ୍କ ଫୁଡ୍ ଷ୍ଟଲ୍ ପାଖରେ ଅଟକିଥିଲେ। ସେଠାରେ ଖାଇବା ପରେ ଦୀପାଲି ଭାରି ଖୁସି ହୋଇଯାଇଥିଲେ। କାରଣ ସେମାନଙ୍କ ଦୋକାନର ଖାଦ୍ୟ ତାଙ୍କୁ ଭାରି ଭଲ ଲାଗିଥିଲା। ତା’ପରେ ସେ ସେମାନଙ୍କୁ ରାସ୍ତାକଡ଼ରେ କାହିଁକି ଦୋକାନ ଦେଇଛନ୍ତି ବୋଲି ପଚାରିଥିଲେ। ଆଉ ଶାହ ଦମ୍ପତି ତାଙ୍କୁ ଯେଉଁ ଉତ୍ତର ଦେଇଥିଲେ ସେଥିରେ ସେ ଆଶ୍ଚର୍ଯ୍ୟ ହେବା ସହିତ ଖୁବ୍ ପ୍ରଭାବିତ ମଧ୍ୟ ହୋଇଥିଲେ। ସେଥିପାଇଁ ସେ ଶାହ ଦମ୍ପତିଙ୍କ କଥାକୁ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟରେ ଲେଖିଥିଲେ। ଫଳରେ ଶାହ ଦମ୍ପତିଙ୍କ ମହାନତା କଥା ସାମ୍ନାକୁ ଆସିଲା। ଆପଣ ବି ସେମାନଙ୍କର ଏହି ଜଳଖିଆ ବିକିବା ପଛର କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

କଥାଟି ହେଉଛି, ଶାହ ଦମ୍ପତି ସେମାନଙ୍କର ୫୫ ବର୍ଷୀୟ ଘରୋଇ ସହାୟିକାଙ୍କୁ ସାହାଯ୍ୟ କରିବା ପାଇଁ ରାସ୍ତାକଡ଼ରେ ଏହି ଫୁଡ୍ ଷ୍ଟଲ୍ ଖୋଲିଛନ୍ତି। ତାଙ୍କ ଘରୋଇ ସହାୟିକାଙ୍କ ସ୍ୱାମୀଙ୍କୁ ପକ୍ଷାଘାତ (ପାରାଲିସିସ୍‌) ହୋଇଯାଇଛି। ଏ ବୟସରେ ଯେମିତି ତାଙ୍କ ଘରୋଇ ସହାୟିକା ଆର୍ଥିକ ସହାୟତା ପାଇଁ ହଇରାଣ ନ ହେବେ ସେଥିପାଇଁ ଶାହ ଦମ୍ପତି ତାଙ୍କୁ ଏହି ଫୁଡ୍ ଷ୍ଟଲ୍ ଖୋଲି ସାହାଯ୍ୟ କରୁଛନ୍ତି।  ଏହି ଫୁଡ୍ ଷ୍ଟଲ୍‌ରେ ମିଳୁଥିବା ସମସ୍ତ ଜଳଖିଆ ସେହି ଘରୋଇ ସହାୟିକା ହିଁ ତିଆରି କରନ୍ତି।

ଫେସ୍‌ବୁକ୍‌ରେ ଏ କଥା ଲେଖି ଦୀପାଲି ସେମାନଙ୍କୁ ଖୁବ୍ ପ୍ରଶଂସା କରିବା ସହିତ ସୁପର୍‌ହିରୋ ବୋଲି ମଧ୍ୟ କହିଛନ୍ତି। ସତରେ ଶାହ ଦମ୍ପତି ‘ସୁପର୍‌ହିରୋ’।

ଆଜିକାଲିର ବ୍ୟସ୍ତବହୁଳ ଓ ଅର୍ଥ ସର୍ବସ୍ୱ ଜୀବନରେ ଦୈନିକ ଆଉ ଗୋଟିଏ ପରିବାର ପାଇଁ ୬ ଘଣ୍ଟା ଦେବା କିଛି କମ୍ କଥା ନୁହେଁ। ଏହା ଆଦୌ ଏକ ସାମାନ୍ୟ କଥା ନୁହେଁ। ତେଣୁ ଶାହ ଦମ୍ପତିଙ୍କ କାର୍ଯ୍ୟକୁ ଦେଖିଥିଲେ ସଞ୍ଜୀବ କୁମାରଙ୍କ ଅଭିନୀତ ଫିଲ୍ମ ‘ବାଦଲ୍‌’ର ସେହି ଗୀତଟି ଆପ୍‌ନେ ଲିୟେ ଜିୟେ ତୋ କ୍ୟା ଜିୟେ, ତୁ ଜୀ, ଏ ଦିଲ୍, ଜମାନେ କେ ଲିୟେ...’  ମନେ ପଡ଼ିଯାଉଛି।  ଗୀତଟିକୁ ଜାଭେଦ ଅନୱର ଲେଖିଥିଲେ ଓ ଏହାକୁ ଗାଇଥିଲେ ପ୍ରସିଦ୍ଧ ଗାୟକ ମନ୍ନା ଦେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story