Advertisment

ମହିଳାଙ୍କ ପାଇଁ ତାଲିବାନର ଶରିଆ ଆଇନ କ’ଣ? ଉଲ୍ଲଙ୍ଘନ କଲେ କ’ଣ ହେବ?

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପୂରା ଦେଶରେ ମହିଳାଙ୍କ ପାଇଁ ଶରିଆ ଆଇନ ଲାଗୁ କରିବ। ଶରିଆ ଆଇନ ଅନୁଯାୟୀ ମହିଳାଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ତାଲିବାନ ଯୋଗାଇ ଦେବ ବୋଲି କହିଛି। ଇସଲାମରେ ଶରିଆ ଏକ ଆଇନଗତ ବ୍ୟବସ୍ଥା।  ଏଥିରେ ମହିଳାଙ୍କୁ ଉପଯୁକ୍ତ ସ୍ୱାଧୀନତା ମିଳିଥାଏ। କିନ୍ତୁ ତାଲିବାନ ଇସଲାମର ଶରିଆ କଥା କହୁଥିଲେ ହେଁ ବାସ୍ତବରେ ନିଜସ୍ୱ ନିୟମକୁ ମହିଳାଙ୍କ ଉପରେ ଲଦି ଦେବାକୁ ଚାହୁଁଛି। ତାଲିବାନ ନିଜର ଗୋଟିଏ ସ୍ୱତନ୍ତ୍ର ଶରିଆ […]

ଅଦ୍ୟତନ ହୋଇଛି
ମହିଳାଙ୍କ ପାଇଁ ତାଲିବାନର ଶରିଆ ଆଇନ କ’ଣ? ଉଲ୍ଲଙ୍ଘନ କଲେ କ’ଣ ହେବ?

Taliban1

Advertisment

କାବୁଲ: ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ପୂରା ଦେଶରେ ମହିଳାଙ୍କ ପାଇଁ ଶରିଆ ଆଇନ ଲାଗୁ କରିବ। ଶରିଆ ଆଇନ ଅନୁଯାୟୀ ମହିଳାଙ୍କୁ ସମସ୍ତ ପ୍ରକାରର ସୁରକ୍ଷା ତାଲିବାନ ଯୋଗାଇ ଦେବ ବୋଲି କହିଛି। ଇସଲାମରେ ଶରିଆ ଏକ ଆଇନଗତ ବ୍ୟବସ୍ଥା।  ଏଥିରେ ମହିଳାଙ୍କୁ ଉପଯୁକ୍ତ ସ୍ୱାଧୀନତା ମିଳିଥାଏ।

Advertisment

କିନ୍ତୁ ତାଲିବାନ ଇସଲାମର ଶରିଆ କଥା କହୁଥିଲେ ହେଁ ବାସ୍ତବରେ ନିଜସ୍ୱ ନିୟମକୁ ମହିଳାଙ୍କ ଉପରେ ଲଦି ଦେବାକୁ ଚାହୁଁଛି। ତାଲିବାନ ନିଜର ଗୋଟିଏ ସ୍ୱତନ୍ତ୍ର ଶରିଆ ଆଇନ ପ୍ରଣୟନ କରିଛି।

ତାଲିବାନୀ ଶାସନ ବେଳେ ମହିଳାଙ୍କ ପାଇଁ ଶରିଆ ଆଇନ କ’ଣ ଥିଲା

କ’ଣ ମହିଳାମାନେ ମାର୍କେଟ ଯାଇ ପାରିବେ

-ହଁ ସେମାନେ ମାର୍କେଟ ଯାଇ ପାରିବେ। କିନ୍ତୁ ତାଲିବାନ ପୂର୍ବରୁ ଯେତେବେଳେ ଆଫଗାନରେ ଶାସନ କରୁଥିଲା ସେତେବେଳେ ଏହି ନିୟମରେ କିଛିଟା ସଂଶୋଧନ କରିଥିଲା। ମହିଳମାନେ ଘରୁ ବାହାରିବା ବେଳେ ସାଙ୍ଗରେ ପରିବାରର ଜଣେ ପୁରୁଷ ସଦସ୍ୟଙ୍କୁ ନେଇ ଯାତାୟାତ କରିବେ ବୋଲି ନିୟମ ଲାଗୁ କରାଯାଇଥିଲା।

Advertisment

କ’ଣ ମହିଳାମାନେ ସାଙ୍ଗମାନଙ୍କ ସହ ବୁଲାବୁଲି କରିପାରିବେ

-ତାଲିବାନୀମାନେ ଏହାକୁ କଡ଼ାକଡ଼ି ଭାବେ ବିରୋଧ କରିଥାଆନ୍ତି। ମହିଳାମାନେ ବାହାରେ କୌଣସି ସାଙ୍ଗମାନଙ୍କ ସହ ପାର୍ଟି କରିପାରିବେ ନାହିଁ ବୋଲି ତାଲିବାନ କ୍ଷମତାରେ ଥିବା ବେଳେ ଲାଗୁ କରିଥିଲା।

କ’ଣ ମହିଳାମାନେ ପୁରୁଷ ବନ୍ଧୁଙ୍କୁ ଦେଖା କରିପାରିବେ

-ମହିଳାମାନେ ୧୨ ବର୍ଷରୁ ଅଧିକ ବୟସ୍କ ପିଲା କିମ୍ବା ପରିବାର ଛଡ଼ା ଅନ୍ୟ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହୋଇପାରିବେ ନାହିଁ।

ମହିଳାମାନେ ଶିକ୍ଷାଲାଭ କରିପାରିବେ?

-ମହିଳାମାନେ ଶିକ୍ଷାଲାଭ କରିପାରିବେ। କିନ୍ତୁ ନିୟମିତ ସ୍କୁଲ, କଲେଜ କିମ୍ବା ମଦ୍ରାସାରେ ନୁହେଁ। ଯେଉଁ ସବୁ ସ୍ଥାନରେ ପୁଅମାନେ ପଢ଼ୁ ନଥିବେ, ସେଠାରେ ଝିଅମାନେ ଶିକ୍ଷାଲାଭ କରିପାରିବେ।

ମହିଳାମାନେ ମେକଅପ୍‌ ନେଇପାରିବେ?

-ତାଲିବାନ ପୂର୍ବରୁ କ୍ଷମତାରେ ଥିବା ବେଳେ କୌଣସି ମହିଳାଙ୍କୁ ମେକ୍‌ଅପ କିମ୍ବା ନେଲପଲିସ ବ୍ୟବହାର କରିବାକୁ ଅନୁମତି ମିଳୁ ନଥଲା।

ମହିଳାମାନେ ମ୍ୟୁଜିକ ଓ ଡ୍ୟାନ୍ସ କରିପାରିବେ?

-ଶରିଆ ଆଇନରେ ମ୍ୟୁଜିକ ବେଆଇନ। ପାର୍ଟିରେ ଯେଉଁମାନେ ମ୍ୟୁଜିକ ବଜାନ୍ତି କିମ୍ବା ଏହାର ତାଳେତାଳେ ଡ୍ୟାନ୍ସ କରନ୍ତି, ସେମାନଙ୍କୁ ତାଲିବାନ ଦଣ୍ଡ ଦେଇଥାଏ।

ମହିଳାମାନେ ଅଫିସରେ କାମ କରିପାରିବେ?

-ତାଲିବାନ ପକ୍ଷରୁ ମହିଳାଙ୍କୁ କାମ କରିବାକୁ ଅନୁମତି ଦିଆଯିବ ବୋଲି କୁହାଯାଇଛି। କିନ୍ତୁ ଏବେ ଯେଉଁ ମହିଳାମାନେ ଅଫିସରେ କାମ କରୁଛନ୍ତି, ସେମାନଙ୍କୁ ତାଲିବାନୀମାନେ ପିଛା କରି ଘରେ ପହଞ୍ଚୁଛନ୍ତି। ତାଲିବାନ ପକ୍ଷରୁ ମହିଳାଙ୍କ ସ୍ଥାନରେ ଘରର ପୁରୁଷମାନେ କାମ କରିବାକୁ ଯାଆନ୍ତୁ ବୋଲି କୁହାଯାଉଛି।

ବୁର୍ଖା ପରିଧାନ ବାଧ୍ୟତାମୂଳକ କି?

-ନିଜର ସୌନ୍ଦର୍ଯ୍ୟକୁ ଦେଖାଇବା ଶରିଆରେ ବେଆଇନ। ଏହାକୁ ତାଲିବାନ କଡ଼ାକଡ଼ି ଭାବେ ପାଳନ କରେ। ୮ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଆଫଗାନରେ ବୁର୍ଖା ବାଧ୍ୟତାମୂଳକ। ସେମାନେ ପରିବାରର ପୁରୁଷଙ୍କ ସହ ଯିବା ବେଳେ କିମ୍ବା ଘର ବାହାରେ କଥା ହେବା ବେଳେ ବୁର୍ଖା ପିନ୍ଧିବାକୁ ବାଧ୍ୟ।

ମହିଳାମାନେ କେମିତି କଥା କହିବେ?

- ମହିଳାମାନେ ଏମିତି କଥା କହିବା ଦରକାର ଯେମିତି ଏହା ରାସ୍ତାରେ ଯାଉଥିବା ବାହାର ଲୋକଙ୍କୁ ଶୁଣାଯିବ ନାହିଁ। ତାଲିବାନର ପୂର୍ବ ସରକାରରେ ଏହି ନିୟମକୁ ପ୍ରଚଳନ କରାଯାଉଥିଲା।

ହାଇହିଲ୍‌ ପିନ୍ଧି ପାରିବେ କି ମହିଳା?

-ତାଲିବାନ ହାଇହିଲ୍‌କୁ ବ୍ୟାନ କରିଛି। ମହିଳମାନେ ଏମିତି ଚାଲିବା ଦରକାର ଯେମିତି ପୁରୁଷମାନେ ସେମାନଙ୍କ ପାଦ ଶବ୍ଦ ଶୁଣିବାକୁ ସକ୍ଷମ ହେବେନାହିଁ ବୋଲି ତାଲିବାନ କହିଛି।

ବାଲକୋନିରେ ବସି ପାରିବେ କି ମହିଳା

-ଶରିଆରେ ଏନେଇ କୌଣସି ପ୍ରାବଧାନ ନାହିଁ। କିନ୍ତୁ ତାଲିବାନ ମହିଳମାନେ ଘରର ବାଲକୋନିରେ ବସି ପାରିବେ ନାହିଁ ବୋଲି ପୂର୍ବରୁ ନିୟମ ପ୍ରଣୟନ କରିଥିଲା।

ମଡେଲିଂ କରିପାରିବେ କି ମହିଳା?

-ଖବରକାଗଜ, ବହି କିମ୍ବା ପୋଷ୍ଟରରେ ମହିଳାଙ୍କ କୌଣସି ପ୍ରକାରର ଫଟୋ ରହିପାରିବ ନାହିଁ। ତେଣୁ ମଡେଲିଂ ମହିଳାଙ୍କ ପାଇଁ ସ୍ୱପ୍ନ।

ଶରିଆ ଆଇନ ଭାଙ୍ଗିଲେ କ’ଣ ହେବ?

-ଶରିଆ ଆଇନକୁ ଉଲ୍ଲଙ୍ଘନ କରୁଥିବା ମହିଳାଙ୍କୁ ତାଲିବାନ ପକ୍ଷରୁ କଠୋର ଦଣ୍ଡ ଦିଆଯାଏ। ତାଲିବାନ କ୍ଷମତାରେ ଥିବା ବେଳେ ମହିଳାଙ୍କୁ ନିୟମ ଉଲ୍ଲଙ୍ଘନ ପାଇଁ ମୃତ୍ୟୁଦଣ୍ଡଠାରୁ ଆରମ୍ଭ କରି ସର୍ବସମ୍ମୁଖରେ ମାଡ଼ ମରାଯାଉଥିଲା। ଏପରି କି ନିୟମ ଉଲ୍ଲଙ୍ଘନକାରୀଙ୍କୁ ସର୍ବସମ୍ମୁଖରେ ଛିଡ଼ା କରାଇ ପଥର ମାଡ଼ ମଧ୍ୟ କରାଯାଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe