Advertisment

କର୍କଟ ରୋଗୀଙ୍କ ପାଇଁ ଦାନ କଲେ ଚୁଟି, ଇଣ୍ଟରନେଟ୍‌ରେ ଛୁଟିଲା ପ୍ରଶଂସାର ସୁଅ

ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପାଇଁ କମ୍‌ ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରନ୍ତି। ସେମାନଙ୍କୁ କୁହାଯାଏ ସୁପର ହିରୋ। ସେମିତି ଜଣେ ସୁପର ହିରୋ ହେଉଛନ୍ତି କେରଳ ତ୍ରିଶୁର ଜିଲ୍ଲାର ଡରିନଜାଲକୁଡା ପୁଲିସ୍‌ ଅଫିସର ଅପର୍ଣ୍ଣା ଲବକୁମାର। କ୍ୟାନସର୍‌ ରୋଗୀଙ୍କ ପାଇଁ ଅପର୍ଣ୍ଣା ଲଣ୍ଡା ହୋଇଯାଇଛନ୍ତି। ସେ ତାଙ୍କର ସମସ୍ତ ଚୁଟି କ୍ୟାନସର୍‌ ରୋଗୀଙ୍କ ପାଇଁ ୱିଗ୍‌ ତିଆରି କରିବାକୁ ଦାନ କରି ଦେଇଛନ୍ତି। ଅପର୍ଣ୍ଣାଙ୍କର ଲଣ୍ଡା ହେବା ପରର ଫଟୋ ସୋଶାଲ୍‌ […]

author-image
Biswobandita Swain
ଅଦ୍ୟତନ ହୋଇଛି
କର୍କଟ ରୋଗୀଙ୍କ ପାଇଁ ଦାନ କଲେ ଚୁଟି, ଇଣ୍ଟରନେଟ୍‌ରେ ଛୁଟିଲା ପ୍ରଶଂସାର ସୁଅ

qw

ମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପାଇଁ କମ୍‌ ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରନ୍ତି। ସେମାନଙ୍କୁ କୁହାଯାଏ ସୁପର ହିରୋ। ସେମିତି ଜଣେ ସୁପର ହିରୋ ହେଉଛନ୍ତି କେରଳ ତ୍ରିଶୁର ଜିଲ୍ଲାର ଡରିନଜାଲକୁଡା ପୁଲିସ୍‌ ଅଫିସର ଅପର୍ଣ୍ଣା ଲବକୁମାର। କ୍ୟାନସର୍‌ ରୋଗୀଙ୍କ ପାଇଁ ଅପର୍ଣ୍ଣା ଲଣ୍ଡା ହୋଇଯାଇଛନ୍ତି। ସେ ତାଙ୍କର ସମସ୍ତ ଚୁଟି କ୍ୟାନସର୍‌ ରୋଗୀଙ୍କ ପାଇଁ ୱିଗ୍‌ ତିଆରି କରିବାକୁ ଦାନ କରି ଦେଇଛନ୍ତି।

Advertisment

publive-imageଅପର୍ଣ୍ଣାଙ୍କର ଲଣ୍ଡା ହେବା ପରର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଲୋକମାନେ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି। ତେବେ ଏହି ଛୋଟ କାର୍ଯ୍ୟ ପାଇଁ ସେ ପ୍ରଶଂସିତ ହେବାକୁ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ଅପର୍ଣ୍ଣା କହିଛନ୍ତି, “ବର୍ଷେ କି ଦୁଇ ବର୍ଷରେ ମୋ କେଶ ପୁଣି ଥରେ ଉଠିଯିବ। ବାହାର ସୌନ୍ଦର୍ଯ୍ୟରେ କ’ଣ ଅଛି? ମଣିଷ ଭିତରୁ ସୁନ୍ଦର ହେବା ଦରକାର। ମଣିଷର ସେବା ମନୋବୃତ୍ତିର ହେବା ଦରକାର ଏବଂ ସମସ୍ତଙ୍କର କାମ ଉଚ୍ଚକୋଟୀର ହେବା ଆବଶ୍ୟକ।”

Advertisment

ପ୍ରଥମ ଥର ପାଇଁ ଅପର୍ଣ୍ଣା ଏମିତି ନିଃସ୍ୱାର୍ଥପର କାମ କରିନାହାନ୍ତି। ଦଶ ବର୍ଷ ପୂର୍ବେ ସେ ତାଙ୍କର ତିନୋଟି ସୁନା ଚୁଡ଼ିକୁ ଗୋଟିଏ ପରିବାରକୁ ଦାନ କରି ଦେଇଥିଲେ। କାରଣ ଉକ୍ତ ପରିବାରକୁ ୬୦,୦୦୦ଟଙ୍କାର ହସ୍ପିଟାଲ୍‌ ବିଲ୍‌ ପଇଠ କରିବାର ଥିଲା।