ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ପାଇଁ କମ୍ ଅନ୍ୟମାନଙ୍କ ପାଇଁ ଅଧିକ ଚିନ୍ତା କରନ୍ତି। ସେମାନଙ୍କୁ କୁହାଯାଏ ସୁପର ହିରୋ। ସେମିତି ଜଣେ ସୁପର ହିରୋ ହେଉଛନ୍ତି କେରଳ ତ୍ରିଶୁର ଜିଲ୍ଲାର ଡରିନଜାଲକୁଡା ପୁଲିସ୍ ଅଫିସର ଅପର୍ଣ୍ଣା ଲବକୁମାର। କ୍ୟାନସର୍ ରୋଗୀଙ୍କ ପାଇଁ ଅପର୍ଣ୍ଣା ଲଣ୍ଡା ହୋଇଯାଇଛନ୍ତି। ସେ ତାଙ୍କର ସମସ୍ତ ଚୁଟି କ୍ୟାନସର୍ ରୋଗୀଙ୍କ ପାଇଁ ୱିଗ୍ ତିଆରି କରିବାକୁ ଦାନ କରି ଦେଇଛନ୍ତି।
ଅପର୍ଣ୍ଣା କହିଛନ୍ତି, “ବର୍ଷେ କି ଦୁଇ ବର୍ଷରେ ମୋ କେଶ ପୁଣି ଥରେ ଉଠିଯିବ। ବାହାର ସୌନ୍ଦର୍ଯ୍ୟରେ କ’ଣ ଅଛି? ମଣିଷ ଭିତରୁ ସୁନ୍ଦର ହେବା ଦରକାର। ମଣିଷର ସେବା ମନୋବୃତ୍ତିର ହେବା ଦରକାର ଏବଂ ସମସ୍ତଙ୍କର କାମ ଉଚ୍ଚକୋଟୀର ହେବା ଆବଶ୍ୟକ।”
ପ୍ରଥମ ଥର ପାଇଁ ଅପର୍ଣ୍ଣା ଏମିତି ନିଃସ୍ୱାର୍ଥପର କାମ କରିନାହାନ୍ତି। ଦଶ ବର୍ଷ ପୂର୍ବେ ସେ ତାଙ୍କର ତିନୋଟି ସୁନା ଚୁଡ଼ିକୁ ଗୋଟିଏ ପରିବାରକୁ ଦାନ କରି ଦେଇଥିଲେ। କାରଣ ଉକ୍ତ ପରିବାରକୁ ୬୦,୦୦୦ଟଙ୍କାର ହସ୍ପିଟାଲ୍ ବିଲ୍ ପଇଠ କରିବାର ଥିଲା।