Advertisment

ହଡ଼ପ ହୋଇଗଲା ଶିଶୁପାଳଗଡ଼!

ସ୍ୱାତୀ ଜେନା ଶିଶୁପାଳଗଡ଼। ଭୁବନେଶ୍ୱର ସହରର ଅତି ନିକଟରେ ଥିବା ଲିଙ୍ଗିପୁର ପଂଚାୟତ ଅଧୀନରେ ରହିଛି ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ। ଏବେ କିନ୍ତୁ ଏହି ଐତିହ୍ୟସ୍ଥଳୀ ଉପରେ ଗଢ଼ି ଉଠିଛି ସହରୀ କଲୋନୀ। ଜବରଦଖଲ ଜମି ଉପରେ ଗଢ଼ା ଯାଇଥିବା କୋଠା ଭିତରେ ହଜି ଗଲାଣି ଐତିହ୍ୟ। ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକରରୁ କମ୍ ଜମିରେ ସଙ୍କୁଚିତ। ୧୯୫୦ ଗେଜେଟ୍ ନୋଟିଫିକେସନ୍ […]

ଅଦ୍ୟତନ ହୋଇଛି
ହଡ଼ପ ହୋଇଗଲା ଶିଶୁପାଳଗଡ଼!

Shishupalagada1

Advertisment
  • ସ୍ୱାତୀ ଜେନା

ଶିଶୁପାଳଗଡ଼। ଭୁବନେଶ୍ୱର ସହରର ଅତି ନିକଟରେ ଥିବା ଲିଙ୍ଗିପୁର ପଂଚାୟତ ଅଧୀନରେ ରହିଛି ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ। ଏବେ କିନ୍ତୁ ଏହି ଐତିହ୍ୟସ୍ଥଳୀ ଉପରେ ଗଢ଼ି ଉଠିଛି ସହରୀ କଲୋନୀ। ଜବରଦଖଲ ଜମି ଉପରେ ଗଢ଼ା ଯାଇଥିବା କୋଠା ଭିତରେ ହଜି ଗଲାଣି ଐତିହ୍ୟ। ହଡ଼ପ ହୋଇଗଲାଣି ଓଡ଼ିଶାର ପ୍ରାଚୀନ ଐତିହ୍ୟ ପୁରାତନ ରାଜଧାନୀ ଶିଶୁପାଳଗଡ଼। ଏହି ପ୍ରାଚୀନ ଐତିହ୍ୟ ଏବେ ଏକ ଏକରରୁ କମ୍ ଜମିରେ ସଙ୍କୁଚିତ। ୧୯୫୦ ଗେଜେଟ୍ ନୋଟିଫିକେସନ୍ ଅନୁଯାୟୀ ମୋଟ୍ ୫୬୨.୬୮୧ ଏକରର ଶିଶୁପାଳଗଡ଼ ଐତିହ୍ୟ ସ୍ଥଳୀ ଏବେ ମାତ୍ର ୭୭୫ ଡିସିମିଲ ମଧ୍ୟରେ ସୀମିତ ହୋଇଗଲାଣି।

Advertisment

ଗଡ଼ର ଇତିହାସ ଓ ବର୍ତ୍ତମାନର ଭୌଗୋଳିକ ସ୍ଥିତି ଦେଖିଲେ ଯେ କେହି ବି ହତବାକ୍ ହେବ। ମାଙ୍କଡ଼ା ପଥରର କେତେକ ଅର୍ଦ୍ଧ ଭଗ୍ନ ସ୍ତମ୍ଭକୁ ଛାଡ଼ି ଦେଲେ ଗଡ଼ର ପ୍ରମାଣସବୁ ଅନାବନା ଘାସ ଓ ଜଙ୍ଗଲୀ ଗୁଳ୍ମ ମଧ୍ୟରେ ଲୁଚି ଯାଇଛି। ଏପରିକି ଏହା ଯେ କଳିଂଗର ସେହି ପୁରୁଣା ରାଜଧାନୀ ତାହା ଜାଣିବା ମଧ୍ୟ କଷ୍ଟସାଧ୍ୟ। କାରଣ ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଲାଗିଥିବା ଫଳକଟିକୁ ମଧ୍ୟ କେହି ଦୁର୍ବୃତ୍ତ ଭାଙ୍ଗି ସାରିଲାଣି। ଏହାର ଚାରିପଟ ଜମିକୁ ବହୁ ଲୋକ ବେଆଇନ ଭାବେ କିଣାବିକା କରି ଘର କରିସାରିଲେଣି। ସବୁ ଦେଖି ମଧ୍ୟ ଚୁପ୍ ହୋଇ ବସିଛନ୍ତି ରାଜ୍ୟ ସରକାର। ଜମି କିଣାବିକା, ପଟ୍ଟାପାଉତି ଓ ଘର ନକ୍ସା ଆଦି ମଞ୍ଜୁର ପଛରେ ରହିଛି ରାଜ୍ୟ ପ୍ରଶାସନର ସଂପୃକ୍ତି। ବିଦ୍ୟୁତ ଓ ପାଣି ମଧ୍ୟ ଯୋଗାଉଛନ୍ତି ରାଜ୍ୟ ସରକାର। ତେବେ ଜବରଦଖଲ ବିରୋଧରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଦାଏର କରାଯାଇଥିବା ମାମଲାର ବିଚାର କରି ଜବରଦଖଲ ଉଚ୍ଛେଦ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ତେବେ ଶିଶୁପାଳଗଡ଼ର ସ୍ଥିତି ପାଇଁ ଉଭୟ ରାଜ୍ୟ ସରକାର ଓ ଏଏସଆଇକୁ ଦାୟୀ କରିଛନ୍ତି ଇନଟାକ୍ ସଦସ୍ୟ । ଓଡ଼ିଆର ଐତିହ୍ୟ ପାଇଁ ଏଏସଆଇ ଯତ୍ନବାନ୍ ନଥିବା କହିଛନ୍ତି ଅନୀଲ ଧୀର । ସେ କହିଛନ୍ତି, “ଏହା ମଧ୍ୟରେ ଅନେକ ଘର ତୋଳା ସରିଛି । ଯାହାକୁ ସରକାରଙ୍କ ପାଇଁ ଭାଙ୍ଗିବା ସହଜ ସାଧ୍ୟ ନୁହେଁ । ଯେତେହୁ ଏହା ଉତ୍କଳର ଐତିହ୍ୟ ତେଣୁ କେନ୍ଦ୍ରୀୟ ସଂସ୍ଥା ଅପେକ୍ଷା ଏହାର ସୁରକ୍ଷା ପାଇଁ ରାଜ୍ୟ ସରକାର ନିଜେ ଅଧିକ ତତ୍ପର ହେବାର ଆବଶ୍ୟକ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତିରାଜ୍ୟ ନିଜର ଐତିହ୍ୟ ଆଇନ୍ ପ୍ରସ୍ତୁତ କରି ପାରିବେ । ଆସାମ ସରକାର ଐତିହ୍ୟ ଆଇନ୍ କରିଥିବା ବେଳେ ଓଡ଼ିଶା ସରକାର କାହିଁକି କରୁ ନାହାଁନ୍ତି”?

Advertisment

[caption id="attachment_725325" align="aligncenter" width="650"]Shishupalagada2୧୯୪୮ ମସିହାରେ ଶିଶୁପାଳଗଡ଼ ଅଞ୍ଚଳ ଖନନ କରି ମାଟି ତଳେ ଲୁଚି ଯାଇଥିବା ଭାରତର ପ୍ରାୟ ୨୦୦୦ ବର୍ଷ ପୁରାତନ ସହରକୁ ଠାବ କରିଥିଲା ଏସଏସଆଇ।[/caption]

୧୯୪୮ ମସିହାରେ ଶିଶୁପାଳଗଡ଼ ଅଞ୍ଚଳ ଖନନ କରି ମାଟି ତଳେ ଲୁଚି ଯାଇଥିବା ଭାରତର ପ୍ରାୟ ୨୦୦୦ ବର୍ଷ ପୁରାତନ ସହରକୁ ଠାବ କରିଥିଲା ଏସଏସଆଇ। ଖ୍ରୀଷ୍ଟପୂର୍ବ ୭ଶହ ବର୍ଷ ତଳେ ଏହି ନଗରର ନିର୍ମାଣ କରାଯାଇଥିବା ଐତିହାସିକମାନେ ମତ ଦେଇଛନ୍ତି । ଯେତେବେଳ ସହରୀ ସଭ୍ୟତା କଥା କେହି ଭାବି ନଥିଲେ ସେତେବେଳେ ଗଢ଼ି ଉଠିଥିଲା ଏହି ନଗର । ବର୍ତ୍ତମାନର ଗଙ୍ଗୁଆ ନାଳରେ ପରିଣତ ପୁରାତନ ଗନ୍ଧବତୀ ନଦୀ କୂଳରେ ଗଢ଼ି ଉଠିଥିବା ଏହି ଚତୁର୍ଭୂଜାକାର ସହରର ୮ଟି ଦ୍ୱାରଦେଶ ଥିଲା। ଗ୍ରୀକ ସଭ୍ୟତା ଠାରୁ ମଧ୍ୟ ଏହି ନଗର ଉନ୍ନତମାନର ଥିବା ଐତିହାସିକମାନେ ଗବେଷଣା କରିଛନ୍ତି । ଇତିହାସରେ ବର୍ଣ୍ଣିତ ଏହି ଉନ୍ନତ ଜ୍ଞାନକୌଶଳର ସହର ପ୍ରଥମେ କଳିଙ୍ଗ ନଗର ନାମର ପରିଚିତ ଥିଲା। ସମ୍ରାଟ ଅଶୋକଙ୍କ ସମୟରେ ତୋଷାଳୀ ନଗର ହେଲା। କିନ୍ତୁ ସମୟ କ୍ରମେ ଶିଶୁପାଳ ରାଜାଙ୍କ ନାମରେ ଏହା ଶିଶପାଳଗଡ଼ ଭାବେ ନାମିତ ହେଲା।

୧୯୫୦ ନଭେମ୍ବର ୧୩ରେ ତତ୍କାଳୀନ ଏଏସଆଇ ମୁଖ୍ୟ ବିବି ଲାଲଙ୍କ ଉଦ୍ୟମରେ ଏହାକୁ ପୁରାତନ ଐତିହ୍ୟର ମାନ୍ୟତା ମିଳିଥିଲା। କୌଣସି କାରଣ ବସତଃ ଖନନ କାର୍ଯ୍ୟ ଦୀର୍ଘ ଦିନଧରି ବନ୍ଦ ରହିଥିବା ବେଳେ ୨୦୦୫ରେ ଏହାର ପୁନଃ ଖନନ କରାଯାଇ କଳିଙ୍ଗର ଏହି ପୁରୁଣା ସହରର ନକ୍ସା ଲୋକ ଲୋଚନକୁ ଆସିଥିଲା। ତେବେ ଗାଁ ଲୋକ କିନ୍ତୁ ଶିଶୁପାଳ ଗଡ଼ର ଅସ୍ତିତ୍ୱ ଓ ଗୁରୁତ୍ୱ ବିଷୟର ଅନଭିଜ୍ଞ । ଶିଶୁପାଳ ରାଜାଙ୍କ ସମ୍ପତ୍ତି କେତେ, କେଉଁ ଅଂଚଳ ଗଡ଼ର ପରିଧି ମଧ୍ୟରେ ଯାଉଛି ଏ ବିଷୟ ନେଇ ମଧ୍ୟ ଗାଁ ଲୋକେ ପ୍ରାୟ ଜାଣନ୍ତି ନାହିଁ । ତେଣୁ କେବଳ ଖନନ ହୋଇଥିବା ଅଂଚଳ, ଯାହାକୁ ଗାଁ ଲୋକ କାନ୍ଥି ବୋଲି କହୁଛନ୍ତି, ତାକୁ ଛାଡିଲେ ରାଜାଙ୍କର କୌଣସି ସମ୍ପତ୍ତି ନଥିବା ଜଣେ ସ୍ଥାନୀୟ ଲୋକ ପ୍ରତିକ୍ରିୟା ଦେଇଛନ୍ତି ।

[caption id="attachment_725326" align="aligncenter" width="650"]Shishupalalgad3କେବଳ ଖନନ ହୋଇଥିବା ଅଂଚଳ, ଯାହାକୁ ଗାଁ ଲୋକ କାନ୍ଥି ବୋଲି କହୁଛନ୍ତି, ତାକୁ ଛାଡିଲେ ରାଜାଙ୍କର କୌଣସି ସମ୍ପତ୍ତି ନଥିବା ଜଣେ ସ୍ଥାନୀୟ ଲୋକ ପ୍ରତିକ୍ରିୟା ଦେଇଛନ୍ତି ।[/caption]

ରାଜ୍ୟ ସରକାର ଶିଶୁପାଳଗଡ଼ର ଜବରଦଖଲ ଅଂଚଳ ଉଚ୍ଛେଦ କଲେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହାକୁ ନିଜ ଅକ୍ତିଆରକୁ ଆଣିବ ବୋଲି କହିଛନ୍ତି ଏଏସଏଆଇ ଓଡ଼ିଶା ସୁପରିଟେଣ୍ଟ ଅରୁଣ ମଲ୍ଲିକ । ଏଥିପାଇଁ ୮୧ ଲକ୍ଷ ଟଙ୍କା ମଂଜୁର ମଧ୍ୟ ସରିଥିବା ଶ୍ରୀ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ଜବରଦଖଲ ଉଚ୍ଛେଦ ନ କଲେ ପୁଣିଥରେ କୋର୍ଟର ଆଶ୍ରୟ ନେବାକୁ ଏଏସଆଇ ଓଡ଼ିଶା ମୁଖ୍ୟ ସରକାରଙ୍କୁ ଜଣାଇଛନ୍ତି । ଏବେ ଶିଶୁପାଳଗଡ଼ର ସୁରକ୍ଷା ଓ ଐତିହ୍ୟ ରକ୍ଷା ସଂପୂର୍ଣ୍ଣ ଉପରେ ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe