Thakre
- ସ୍ୱାତୀ ଯେନା
କୁହାଯାଏ ରାଜନୀତିରେ କ୍ଷମତା ହିଁ ସର୍ବୋପରି । କିନ୍ତୁ ପ୍ରଥମ ଥର ପାଇଁ ମହାରାଷ୍ଟ୍ରର ମହାନାଟକ ପଛରେ କ୍ଷମତା ନୁହେଁ ବିଚାରଧାରା ହିଁ ପ୍ରମୁଖ କାରଣ ପାଲଟିଛି । ଶିବସେନାର ବିଚାରଧାରାକୁ ନେଇ ମହାରାଷ୍ଟ୍ରରେ ଏବେ ବାଲା ସାହେବ ଠାକରେଙ୍କ ଶିବସେନା ଦୁଇ ଫାଳ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସମର୍ଥକ ନିଜକୁ ହିଁ ଶିବସେନାର ପ୍ରକୃତ ଦାୟଦ ବୋଲି ଦାବି କରୁଛି।
ଶିବ ସେନାରେ ବିଦ୍ରୋହର ଏହା ନୂଆ ଫର୍ଦ୍ଦ ନୁହେଁ । ଏହା ପୂର୍ବରୁ ମଧ୍ୟ ଶିବସେନାକୁ ଲାଗି ସାରିଛି ଚାରି ଚାରିଟି ଝଟକା । କିନ୍ତୁ ଗତ ୫୬ ବର୍ଷ ଧରି ଶିବସେନା, ଠାକରେ ପରିବାରକୁ ହିଁ କେନ୍ଦ୍ର କରି ତିଷ୍ଠି ରହିଛି । ହିନ୍ଦୁତ୍ୱ ଓ ମରାଠୀଙ୍କ ସୁରକ୍ଷାର ନାରା ଦେଇ କଂଗ୍ରେସ ସରକାର ବିରୋଧରେ ୧୯୬୬ରେ ବାଲା ସାହେବ ଠାକରେ ଗଠନ କରିଥିଲେ ‘ଶିବ ସେନା’ ଦଳ।
ପ୍ରଥମ ବିଦ୍ରୋହ
ଶିବସେନା ଦଳର ଅନ୍ୟତମ ପ୍ରାଥମିକ ସଦସ୍ୟ ତଥା ବାଲା ସାହେବଙ୍କ ଏକାନ୍ତ ଆପଣାର ଥିଲେ ମାଧବ ଦେଶପାଣ୍ଡେ ।୧୯୯୨ରେ ମାଧାବ ଦେଶପାଣ୍ଡେ ଶିବ ସେନାରେ ଖୋଲାଖୋଲି ଭାବେ ପରିବାରର ମାତ୍ରାଧିକ ହସ୍ତକ୍ଷେପକୁ ବିରୋଧ କରି ବାଲା ସାହେବ ଠାକରେଙ୍କୁ ଟାର୍ଗେଟ କରିଥିଲେ । ବାଲା ସାହେବ ଏହାର ଜବାବରେ ‘ମାର୍ମିକ’ ନାମକ ନିଜସ୍ୱ ଖବର କାଗଜରେ ଲେଖିଲେ,“ମୁଁ ଓ ମୋର ପରିବାର ଶିବ ସେନା ଛାଡୁଛୁ” । ଏହା ପରେ ଲୋକଙ୍କ ସମର୍ଥନ ଠାକରେଙ୍କ ପ୍ରତି ଆହୁରି ବଢିଗଲା । ଫଳରେ ଦଳରେ ମାଧାବ ଦେଶପାଣ୍ଡେଙ୍କ ପ୍ରଭାବ ବିଲୋପ ହୋଇଗଲା ।
[caption id="attachment_745099" align="aligncenter" width="650"]
ନାରାୟଣ ରାଣେ (ବାମ) ସ୍ୱର୍ଗତ ବାଲାସାହେବ ଠାକରେଙ୍କ ସହିତ (ଫାଇଲ ଫଟୋ)[/caption]
ଦ୍ୱିତୀୟ ବିଦ୍ରୋଦ
ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଛଗନ ଭୁଜବଳ ଛାତ୍ର ଜୀବନରୁ ହିଁ ବାଲା ସାହେବ ଠାକରେଙ୍କ ବୈପ୍ଲବିକ ଅବିଭାଷଣରେ ବେଶ୍ ପ୍ରଭାବିତ ଥିଲେ । ଶିବସେନାରୁ ହିଁ ତାଙ୍କର ରାଜନୀତିକ ଜୀବନ ଆରମ୍ଭ ହୋଇଥିଲା । ଏକଦା ଶିବସେନାରେ ତାଙ୍କ ସ୍ଥାନ ୨/୩ ନମ୍ବରରେ ଗଣା ଯାଉଥିଲା । କିନ୍ତୁ ବାଲା ସାହେବଙ୍କ ପାଇଁ ତାଙ୍କ ପରିବାର ହିଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ଦଳରେ ନିଷ୍ଠାର ସହ ଯେତେ କାମ କଲେ ମଧ୍ୟ ଦଳର କମାଣ୍ଡ ତାଙ୍କ ହାତକୁ କେବେ ବି ଆସି ପାରିବ ନାହିଁ ବୋଲି ଛଗନ ଜାଣି ପାରିଥିଲେ । ମଣ୍ଡଳ କମିଶନରେ ଜାତି ଭିତ୍ତିକ ସଂରକ୍ଷଣକୁ ନେଇ ବାଲା ସାହେବ ଓ ତାଙ୍କ ଭିତରେ ମତଭେଦ ହୋଇଥିଲା। ଏହା ପରେ ୧୭ ବିଧାୟକଙ୍କ ସହ ଶିବସେନା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ଛଗନ ଭୁଜବଳ ।
[caption id="attachment_745100" align="aligncenter" width="650"]
ନାରାୟଣ ରାଣେ[/caption]
ତୃତୀୟ ବିଦ୍ରୋହ
ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣ ରାଣେ ପ୍ରାୟ ୪୦ ବର୍ଷ ଧରି ଶିବାସେନାରେ ଥିଲେ । ଦଳର ଏକ ଫ୍ରଣ୍ଟ ଲାଇନ୍ ଚେହେରା ଥିଲେ ନାରାୟଣ ରାଣେ । ହେଲେ ୨୦୦୩ରେ ପୁଅ ଉଦ୍ଧବ ଠାକରେଙ୍କୁ ବାଲା ସାହେବ ଠାକରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କଲେ । ତା’ ପର ଠାରୁ ଦଳରେ ବିଦ୍ରୋହର ନିଆଁ ଜାଳି ଦେଲେ ନାରାୟଣ ରାଣେ । ଖୋଲା ଖୋଲି ଭାବେ ଉଦ୍ଧବ ଠାକରେ ଓ ରାଣେଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା । ଫଳରେ ୨୦୦୫ରେ ତାଙ୍କୁ ଦଳରୁ ବହିଷ୍କାର କରିଦେଲେ ବାଲା ସାହେବ ଠାକରେ । ଏହା ପରେ ଶିବ ସେନାର ୧୦ ବିଧାୟକଙ୍କ ସହ କଂଗ୍ରେସରେ ସାମିଲ ହୋଇଥିଲେ ନାରାୟଣ ରାଣେ ।
[caption id="attachment_745101" align="aligncenter" width="650"]
ରାଜ୍ ଠାକ୍ରେ[/caption]
ଚତୁର୍ଥ ବିଦ୍ରୋହ
୨୦୦୫ରେ ଶିବାସେନାରେ ଦଳୀୟ ବିବାଦ ପରିବାର ବିବାଦ ପାଲଟି ଯାଇଥିଲା । କାରଣ ପୁତୁରା ରାଜ ଠାକରେ ଥିଲେ ଶିବସେନାରେ ବାଲା ସାହେବ ଠାକରଙ୍କ ରାଜନୀତିକ ପ୍ରତିଛବି। ହିନ୍ଦୁତ୍ୱର ସ୍ଲୋଗାନ୍ ସହ ଶିବସେନାର ପ୍ରଭାବ ବିସ୍ତାର କରିବାରେ ରାଜ ଠାକରେଙ୍କର ଥିଲା ପ୍ରମୁଖ ଭୂମିକା। କିନ୍ତୁ ପୁଅ ଉଦ୍ଧବ ଠାକରେଙ୍କୁ ଦଳରେ ଅଧିକ ଗୁରୁତ୍ୱ ଦିଆଯିବାକୁ ନେଇ ଧୀରେ ଧୀରେ ରାଜ ଠାକରେଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଲା । ୨୦୦୬ରେ ସେ ନିଜକୁ ଦଳ ଓ ପରିବାରୁ ମଧ୍ୟ ଅଲଗା କରି ନିଜସ୍ୱ ଦଳ “ମହାରାଷ୍ଟ୍ର ନବ ନିର୍ମାଣ ସେନା” ନାମକ ଏକ ପାର୍ଟି ଗଠନ କରିଥିଲେ।
ଯେଉଁ କଂଗ୍ରେସକୁ ବିରୋଧ କରି ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ଛବି ଛାଡ଼ିଥିବା ଶିବସେନା ଆଜି ସେହି କଂଗ୍ରେସର ସମର୍ଥନରେ ହିଁ ସରକାର ଗଠନ କରିଛି । ଯେଉଁ ହିନ୍ଦୁତ୍ୱର ଦ୍ୱାହି ଦେଇ ଦଳ କ୍ଷମତାସୀନ ହୋଇଥିଲା, ପାଲଘରରେ ହିନ୍ଦୁ ସନ୍ଥଙ୍କ ହତ୍ୟା ଶିବସେନାର ନୀତି ଓ ନୀୟତି ଉପରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି କରିଥିଲା । ମୂଳ ଶିବସେନାର ସେହି ହିନ୍ଦୁତ୍ୱ ବିଚାରଧାରାର ଦ୍ୱାହି ଦେଇ ଏବେ ବିଦ୍ରୋହର ଡାକରା ଦେଇଛନ୍ତି ଏକନାଥ ସିନ୍ଦେ, ଯାହାକି ଦଳର ଇତିହାସରେ ସବୁଠାରୁ ବଡ଼ ବିଦ୍ରୋହ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/06/561.jpg)