Advertisment

ପର୍ଯ୍ୟଟକଙ୍କୁ ଡାକୁଛି ଶିମିଳିପାଳ

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଚାରିଆଡେ ସବୁଜିମାରେ ଭରପୁର। ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁଉଚ୍ଚ ପାହାଡ। ଆଉ ତା’ରି ଭିତରେ କୁଳୁକୁଳୁ ହୋଇ ବହି ଯାଉଛି ଝରଣା। ପ୍ରକୃତର ଅପରୂପ ସୌନ୍ଦର୍ଯ୍ୟରେ ଶିମିଳିପାଳ। ପ୍ରତିବର୍ଷ ପର୍ଯଟକଙ୍କୁ ଆକର୍ଷିତ କରୁଛି ପ୍ରକୃତିରାଣୀ ଶିମିଳିପାଳର ସୌନ୍ଦର୍ଯ୍ୟ। ସତେ ଯେମିତି ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଶିମିଳିପାଳ। ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ। […]

ଅଦ୍ୟତନ ହୋଇଛି
ପର୍ଯ୍ୟଟକଙ୍କୁ ଡାକୁଛି ଶିମିଳିପାଳ

Shimilipala-1

Advertisment

କରଞ୍ଜିଆ(ଦୀପକ କୁମାର ମହାନ୍ତ): ଚାରିଆଡେ ସବୁଜିମାରେ ଭରପୁର। ଘଞ୍ଚ ଜଙ୍ଗଲ ସାଙ୍ଗକୁ ସୁଉଚ୍ଚ ପାହାଡ। ଆଉ ତା'ରି ଭିତରେ କୁଳୁକୁଳୁ ହୋଇ ବହି ଯାଉଛି ଝରଣା। ପ୍ରକୃତର ଅପରୂପ ସୌନ୍ଦର୍ଯ୍ୟରେ ଶିମିଳିପାଳ। ପ୍ରତିବର୍ଷ ପର୍ଯଟକଙ୍କୁ ଆକର୍ଷିତ କରୁଛି ପ୍ରକୃତିରାଣୀ ଶିମିଳିପାଳର ସୌନ୍ଦର୍ଯ୍ୟ। ସତେ ଯେମିତି ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଶିମିଳିପାଳ।Tourist in shimilipala

Advertisment

ପ୍ରତିବର୍ଷ ପର୍ଯ୍ୟଟନ ଋତୁରେ ବୃକ୍ଷଲତା, ଜଳପ୍ରପାତ, ପଶୁପକ୍ଷୀ ଆଦିଙ୍କୁ ଦେଖିବା ସହ ବିବିଧତାକୁ ଉପଭୋଗ କରିବା ପାଇଁ ଦେଶବିଦେଶରୁ ପର୍ଯ୍ୟଟକଙ୍କ ଏଠାକୁ ସୁଅ ଛୁଟିଥାଏ। ଚଳିତ ବର୍ଷ ମଧ୍ୟ ଶିମିଳିପାଳ ଅଭ୍ୟାରଣ୍ୟରେ ପର୍ଯ୍ୟଟକଙ୍କ ଭିଡ ଜମିଛି। କିଏ ସେଲ୍ଫି ନେଉଛି ତ ଆଉ ନିଜର ସ୍ମୃତି ସାଉଁଟିଛି। ସେହିପରି ଆଉ କିଏ ଶୀତୁଆ ସକାଳର ଭରପୁର ମଜା ନେଉଛନ୍ତି।shimilipala

ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ  ଶିମିଳିପାଳ ଅଭୟାରଣ୍ୟ। ଏହା ହେଉଛି ଏକ ଜାତୀୟ ଉଦ୍ୟାନ ଏବଂ ମହାବଳବାଘ ଏବଂ ପଶୁପକ୍ଷୀଙ୍କ ବସାଘର। ଏଠାରେ ମହାବଳ ବାଘଠାରୁ ଆରମ୍ଭ କରି ହରିଣ, ହାତୀ ଏବଂ ଅନ୍ୟାନ୍ୟ ପ୍ରଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ପାଇବ। ଏହାଛଡ଼ା ଶିମିଳିପାଳରେ ଗୟଳ, ଚଉଶିଙ୍ଗା ହରିଣ ଅଛନ୍ତି। ଏଠାରେ ଆପଣ ୧୦୭୬ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୨୩୧ ପ୍ରଜାତିର ପକ୍ଷୀ, ୨୯ ପ୍ରଜାତିର ସରୀସୃପ ଦେଖିବାକୁ ପାଇବେ। ଏହାବାଦ୍ ଶିମିଳିପାଳର ଖୈରିବୁରୁ, ମେଘାସନୀ ପର୍ବତ, ବରେହିପାଣି ଏବଂ ଯୋରନ୍ଦା ଜଳପ୍ରପାତ ପର୍ଯ୍ୟଟକଙ୍କ ମନ ମୋହିଥାଏ। shimilipal

Advertisment

ନଭେମ୍ବର ୧ରୁ  ପ୍ରତ୍ୟେକ ବର୍ଷ  ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକମାନଙ୍କ ପାଇଁ ଖୋଲା ଯାଇଥାଏ। ଏହା ଭୁବନେଶ୍ୱର ବିମାନ ବନ୍ଦରଠାରୁ ମାତ୍ର ୨୭୦ କିଲୋମିଟର, ବାରିପଦା ଓ ବାଲେଶ୍ୱର ରେଳଷ୍ଟେସନଠୁ ୬୦ କିଲୋମିଟର ଦୂରରେ ଅବସ୍ଥିତ। ଯଦି ସଡ଼କ ପଥ କଥା କହିବା ତେବେ, ଆପଣ ଯଶିପୁର, ଲୁଲୁଙ୍ଗ, ପିଠାବଟା ଦେଇ ଏହା ଭିତରକୁ ପ୍ରବେଶ କରିପାରିବେ।

ଶିମିଳିପାଳ ଅଭ୍ୟାରଣ୍ୟ ଭିତରକୁ ପ୍ରବେଶ କରିବା ପାଇଁ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଟିକେଟ୍ ବୁକିଂ କାଉଣ୍ଟର ଖୋଲା ରୁହେ। ପ୍ରତିଦିନ ମାତ୍ର ୬୫ଟି ଗାଡ଼ିକୁ ବ୍ୟାଘ୍ର ପ୍ରକଳ୍ପ ଭିତରକୁ ଯିବାକୁ ଅନୁମତି ରହିଛି। ଏଥିସହିତ ପର୍ଯ୍ୟଟକମାନେ www.ecotourodisha.comରେ ଆଗୁଆ ବୁକିଂ କରି ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର କୁମାରି, ଗୁଡଗୁଡିଆ, ରାମତୀର୍ଥ, ବରେହିପାଣି ଓ ଜାମୁଆଣି ଯାତ୍ରୀ ନିବାସରେ ରାତ୍ରିଯାପନ କରିପାରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe