Advertisment

ନିଟ୍-୨୦୨୦ ପାଇଁ କେମିତି ପ୍ରସ୍ତୁତ ହେବେ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ କରୋନା ମୁକାବିଲା ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଆସନ୍ତା ଜୁନ-ଜୁଲାଇ ସୁଦ୍ଧା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ତେବେ ଏହାକୁ ଲକ୍ଷ୍ୟରେ ରଖି ପିଲାମାନେ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ୨-୩ ମାସ ସମୟ ପାଇବେ। ତେବେ ଆପଣ ବି ଯଦି ଆଶାୟୀ ପ୍ରାର୍ଥୀ ତେବେ ଜାଣନ୍ତି ନିଟ୍-୨୦୨୦ […]

ନିଟ୍-୨୦୨୦ ପାଇଁ କେମିତି ପ୍ରସ୍ତୁତ ହେବେ?

Neet exam preparation

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେଶରେ କରୋନା ମୁକାବିଲା ସ୍ଥିତିକୁ ଦୃଷ୍ଟିରେ ରଖି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ସ୍ଥଗିତ ରଖାଯାଇଛି। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ ଆସନ୍ତା ଜୁନ-ଜୁଲାଇ ସୁଦ୍ଧା ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ତେବେ ଏହାକୁ ଲକ୍ଷ୍ୟରେ ରଖି ପିଲାମାନେ ପରୀକ୍ଷା ଲାଗି ପ୍ରସ୍ତୁତ ହେବାକୁ ୨-୩ ମାସ ସମୟ ପାଇବେ। ତେବେ ଆପଣ ବି ଯଦି ଆଶାୟୀ ପ୍ରାର୍ଥୀ ତେବେ ଜାଣନ୍ତି ନିଟ୍-୨୦୨୦ ପାଇଁ ଏହି ଲକଡାଉନ୍ ଭିତରେ କିଭଳି ପ୍ରସ୍ତୁତି କରିବେ।

Advertisment

ଆସନ୍ତା ଦୁଇ-ତିନି ସପ୍ତାହର ସେଡ୍ୟୁଲକୁ ଦୃଷ୍ଟିରେ ରଖି ଆଶାୟୀ ପ୍ରାର୍ଥୀମାନେ ସର୍ବ ପ୍ରଥମେ ବର୍ତ୍ତମାନ ସୁଦ୍ଧା ଯେଉଁ ବିଷୟଗୁଡ଼ିକରେ ସନ୍ଦେହ ନାହିଁ ବା ପଢ଼ା ସରିଛି ତାକୁ ପୁଣି ରିଭିଜନ୍ ଆରମ୍ଭ କରିଦିଅନ୍ତୁ। ଏବେ ପ୍ରସଙ୍ଗଗୁଡ଼ିକୁ ରିଭିଜନ କିଭଳି କରିବେ ଭାବୁଛନ୍ତି କି? ତେବେ ଆମେ ଆପଣଙ୍କୁ ଏ ଦିଗରେ ସହଯୋଗ କରିପାରିବୁ। ପ୍ରଥମେ ଆପଣ ନିଜ ପ୍ରସ୍ତୁତି ସମୟରେ ବା କ୍ଲାସରେ ଯେଉଁ ନୋଟ୍ ତିଆରି କରିଥିଲେ, ତାକୁ ପଢ଼ନ୍ତୁ। ଏହା ବ୍ୟତୀତ ଅନଲାଇନ୍ ପୋର୍ଟାର୍ଲ, ଆପ୍ ବା ୟୁ-ଟ୍ୟୁବର ସହଯୋଗ ନେଇ ପାରିବେ। ବିଶେଷ କରି ଏବେ ଲକଡାଉନ ପରିସ୍ଥିତିରେ ଇଣ୍ଟରନେଟ୍ ବ୍ୟବହାର କରି ଅନଲାଇନ ନୋଟ୍ ପାଇପାରିବେ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ।

ଆପଣ ଏହା ଜାଣିଥିବା ଉଚିତ୍ ଯେ, ପରୀକ୍ଷାର୍ଥୀଙ୍କ ପ୍ରସ୍ତୁତିକୁ ସରଳ କରିବା ପାଇଁ ପରୀକ୍ଷା ସମ୍ବନ୍ଧୀୟ ବିଷୟଗୁଡ଼ିକର ଫ୍ରି ଭିଡିଓ ଏନଟିଏ ଓ୍ୱେବସାଇଟରେ ଉପଲବ୍ଧ କରାଯାଇଛି। ପିଲାମାନେ ଏହାକୁ ରେଫରେନ୍ସ ଭଳି ନେଇ ପ୍ରସ୍ତୁତ ହୋଇପାରିବେ। ଏହା ବ୍ୟତୀତ ଛାତ୍ରଛାତ୍ରୀମାନେ ମୋକ୍ ଟେଷ୍ଟ ପାଇଁ 'ଏମବାଇବ'ର ସାହାଯ୍ୟ ନେଇ ପାରିବେ। ଏଠାରେ ନିଟ୍ ପାଇଁ ସବୁ ପ୍ରକାର ଅନଲାଇନ ଟେଷ୍ଟ ସିରିଜ୍ ଯୋଗାଇଦିଆଯାଇଛି। ପ୍ରକୃତ ପରୀକ୍ଷାକୁ ଧ୍ୟାନ ଦେଇ କଷ୍ଟମାଇଜଡ୍ ଆନାଲିସିସ୍ ମଧ୍ୟ ଏଠାରେ ଦିଆଯାଇଛି, ଯଦ୍ଦ୍ୱାରା ପିଲାମାନେ ନିଜ ପରଫର୍ମାନ୍ସ ସୁଧାରିବାକୁ ସୁଯୋଗ ପାଇପାରିବେ।

Advertisment

ଗତ କିଛିବର୍ଷ ହେଲା ନିଟ୍ ବହୁତ କଷ୍ଟକର ହୋଇଯାଇଛି ଏବଂ ହାଇ ସ୍କୋର୍ ମଧ୍ୟ ରହୁଛି। ଏଣୁ ଅନଲାଇନ୍ ମୋକ୍ ଟେଷ୍ଟ ନିହାତି ଜରୁରୀ। ଏଭଳି ସ୍ଥିତିରେ ନିଟ୍ ପାସ୍ କରିବାକୁ ହେଲେ ଅତିକମରେ ୫୫୦ରୁ ୬୦୦ ମାର୍କ ଆଣିବାକୁ ହେବ। ତେବେ ଅଧିକରୁ ଅଧିକ ମୋକ୍ ଟେଷ୍ଟ ଅଭ୍ୟାସ କରିଥିଲେ ହିଁ ଏହି ଲକ୍ଷ୍ୟ ପୂରା କରିବା ସହଜ ହେବ। ଧ୍ୟାନ ରଖନ୍ତୁ ନିର୍ଦ୍ଧାରିତ ୨-୩ ଘଣ୍ଟା ସମୟ ସୀମା ଭିତରେ ହିଁ ମୋକ୍ ଟେଷ୍ଟ ସାରିବାକୁ ଚେଷ୍ଟା କରନ୍ତୁ। ଏହି ପ୍ରକ୍ରିୟାରେ ଯାହା ସବୁ ଭୁଲ ବା ତ୍ରୁଟି ସାମ୍ନାକୁ ଆସିବ, ସେସବୁ ବିଶ୍ଲଷଣ କରନ୍ତୁ ଏବଂ ଏହାକୁ ପୁନରାବୃତ୍ତି କରନ୍ତୁ ନାହିଁ।

ନିଟ୍ ପାଇଁ ପ୍ରସ୍ତୁତି କରିବାକୁ ଅନେକ ଅନଲାଇନ୍ ପ୍ଲାଟଫର୍ମ ରହିଛି। ପିଲାମାନେ ନିମ୍ନଲିଖିତ ଓ୍ୱେବସାଇଟଗୁଡ଼ିକୁ ଯାଇ ଉପଲବ୍ଧ ଥିବା ଷ୍ଟଡି ମ୍ୟାଟେରିୟାଲ ପାଇପାରିବେ।

https://nta.ac.in/lecturesContent

www.embibe.com/medical/test

https://www.olabs.edu.in

youtube.com

ପ୍ରକାଶ ଥାଉ କି, ଫିଜିକ୍ସରେ ମଡର୍ନ ଫିଜିକ୍ସ ଆଣ୍ଡ ଆପଟିକ୍ସ, ଥର୍ମୋଡାଏନାମିକ୍ସ, ମେକାନିକ୍ସସ, ଇଲେକ୍ଟ୍ରୋଡାଏନାମିକ୍ସକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ଏଗୁଡ଼ିକରେ ଅଧିକ ସ୍କୋରିଂ ଥାଏ। ଗତ ୧୦ ବର୍ଷର ପ୍ରଶ୍ନପତ୍ର ଦେଖିଲେ ଜଣାପଡ଼ୁଛି ଯେ, ଏହି ସବୁ ବିଷୟରୁ ଦୁଇ ତୃତୀୟାଂଶ ପ୍ରଶ୍ନ ପଚରାଯାଇଛି। ସେହିପରି କେମିଷ୍ଟ୍ରିର ପୂରା ବିଷୟ ଫିଜିକାଲ, ଅର୍ଗାନିକ ଏବଂ ଇନଅର୍ଗାନିକ ଆଦିରେ ବିଭକ୍ତ। ଏହି ତିନୋଟି ବିଷୟବସ୍ତୁରୁ ପାଖାପାଖି ସମାନ ପ୍ରଶ୍ନ ଆସିଥାଏ।

ଏକ୍ସପର୍ଟଙ୍କ ଅନୁସାରେ, ଏନସିଇଆରଟି ପୁସ୍ତକଗୁ଼ଡ଼ିକ ନିଟ୍ ପ୍ରସ୍ତୁତି ପାଇଁ ସବୁଠାରୁ ଉପଯୋଗୀ ଅଟେ। ବାୟୋଲୋଜୀର ଗୁରୁତ୍ୱ ଏହି ପରୀକ୍ଷାରେ ସର୍ବାଧିକ ରହିଛି। ଏଥିରେ ହ୍ୟୁମାନ ଫିଜିଓଲୋଜୀ, ଡାଇଭର୍ସିଟି ଇନ୍ ଲିଭିଂ ଓ୍ୱାର୍ଲଡ୍, ଜେନେଟିକ୍ସ ଆଣ୍ଡ ଇଭାଲ୍ୟୁସନ, ବାୟୋଟେକ୍ନୋଲୋଜୀ ଆଣ୍ଡ ଇଟସ୍ ଆପ୍ଲିକେସନ, ଷ୍ଟ୍ରକଚରାଲ ଅର୍ଗାନାଇଜେସନ ଇନ୍ ପ୍ଲାଣ୍ଟସ୍ ଆଣ୍ଡ ଆନିମଲ ଆଦି ବିଷୟବସ୍ତୁରୁ ଅଧିକ ଅଙ୍କ ରଖିବା ସହଜ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe