Advertisment

ଡିବିରି ଧୂଆଁରୁ ପେଣ୍ଟିଂ: ‘ସ୍ମୋକ୍‌ ଆର୍ଟ’ କରି ଚର୍ଚ୍ଚାରେ କଟକି ପୁଅ

ଭୁବନେଶ୍ୱର(ବିଶ୍ୱଜିତ୍‌ ଆଚାର୍ଯ୍ୟ): କୁହାଯାଏ ଗୋଟେ କଳାକାରର ସୀମା ଥାଏ କିନ୍ତୁ କଳାର ନୁହେଁ। ସୀମା ସରହଦ ଡେଇଁ ସେ ଚାରିଆଡେ ପରିବ୍ୟାପ୍ତ ହୋଇଯାଏ।  ଏହି ଅନ୍ତହୀନ କଳାକୁ ଛୁଇଁବାକୁ କଳାକାରମାନେ ଅନେକ ପରିଶ୍ରମ କରନ୍ତି। ଏବଂ କଳା ମାଧ୍ୟମରେ ନିଜକୁ ଅଭିବ୍ୟକ୍ତକୁ ପ୍ରସ୍ପୁଟିତ କରିଥାନ୍ତି । ସେମିତି ଏକ କଳା ହେଉଛି ‘ସ୍ମୋକ୍‌ ଆର୍ଟ’। ଜଳୁଛି ଡିବିରି। ତାର କଳା ଧୂଆଁ କାନ୍‌ଭାସ୍‌କୁ ସ୍ପର୍ଷ କରିବା ମାତ୍ରେ ଜନ୍ମ ନେଉଛନ୍ତି ଭିନ୍ନ ଭିନ୍ନ ଚରିତ୍ର। ବାରମ୍ବାର କାନ୍‌ଭାସ୍‌ […]

ଅଦ୍ୟତନ ହୋଇଛି
ଡିବିରି ଧୂଆଁରୁ ପେଣ୍ଟିଂ: ‘ସ୍ମୋକ୍‌ ଆର୍ଟ’ କରି ଚର୍ଚ୍ଚାରେ କଟକି ପୁଅ

Thumb

Advertisment

ଭୁବନେଶ୍ୱର(ବିଶ୍ୱଜିତ୍‌ ଆଚାର୍ଯ୍ୟ):କୁହାଯାଏ ଗୋଟେ କଳାକାରର ସୀମା ଥାଏ କିନ୍ତୁ କଳାର ନୁହେଁ। ସୀମା ସରହଦ ଡେଇଁ ସେ ଚାରିଆଡେ ପରିବ୍ୟାପ୍ତ ହୋଇଯାଏ।  ଏହି ଅନ୍ତହୀନ କଳାକୁ ଛୁଇଁବାକୁ କଳାକାରମାନେ ଅନେକ ପରିଶ୍ରମ କରନ୍ତି। ଏବଂ କଳା ମାଧ୍ୟମରେ ନିଜକୁ ଅଭିବ୍ୟକ୍ତକୁ ପ୍ରସ୍ପୁଟିତ କରିଥାନ୍ତି । ସେମିତି ଏକ କଳା ହେଉଛି ‘ସ୍ମୋକ୍‌ ଆର୍ଟ’।

Advertisment

ଜଳୁଛି ଡିବିରି। ତାର କଳା ଧୂଆଁ କାନ୍‌ଭାସ୍‌କୁ ସ୍ପର୍ଷ କରିବା ମାତ୍ରେ ଜନ୍ମ ନେଉଛନ୍ତି ଭିନ୍ନ ଭିନ୍ନ ଚରିତ୍ର। ବାରମ୍ବାର କାନ୍‌ଭାସ୍‌ ଜଳିଯିବାର ଭୟ ସାଙ୍ଗକୁ ବୋଲ ମାନୁନଥିବା ଧୁଆଁକୁ ଆୟତ୍ତ କରି ଆଗକୁ ବଢିଚାଲିଛି କଳାକାର। ଏପରି କିଛି ସ୍ୱତନ୍ତ୍ର କରିବାର ଜିଦ୍‌ରୁ ଗଢି ଉଠୁଛନ୍ତି ଅନେକ ଚରିତ୍ର।

ଆଉ ଏମିତି ଜଣେ ଜିଦି କଳାକାର ହେଉଛନ୍ତି କଟକ ଜିଲା ଝାଞ୍ଜିରମଙ୍ଗଳାର ଦୀପକ ବିଶ୍ୱାଳ। ଡିବିରିରୁ ବାହାରୁଥିବା ଧୂଆଁକୁ ନେଇ ସେ ଆଙ୍କୁଛନ୍ତି ଛବି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ। ଏବେ ସ୍ମୋକ୍‌ ଆର୍ଟ ପାଇଁ ଚର୍ଚ୍ଚାରେ ଏହି କଟକି ପୁଅ।

Advertisment

ସବୁଠୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଏଥିପାଇଁ ଦୀପକ କୌଣସି ପ୍ରଶିକ୍ଷଣ ନେଇ ନାହାନ୍ତି। ଦୀପକଙ୍କ ଏହି ଚିତ୍ର ଅଙ୍କା ଶୈଳୀ ଦେଖିବାକୁ ଖୁବ୍‌ ମଜାଦାର।

କେମିତି ହୁଏ ସ୍ମୋକ୍‌ ଆର୍ଟ?

ପ୍ରଥମେ ଡିବିରି ଧୂଆଁକୁ ଦୀପକ ଡ୍ରଇଁ ପେପର ନହେଲେ କାନ୍‌ଭାସ୍‌ରେ ଲଗାନ୍ତି। ଡିବିରିର କଳା ଧୂଆଁ ଧଳା ପେପର ଉପରେ ଏକ ପରସ୍ତ ହୋଇ ଲାଗିଯାଏ। ଏହାପରେ ଦୀପକ ସେହି କଳା ରଙ୍ଗ ଲାଗିଯାଇଥିବା ପେପର୍‌ ନେଇ ପେନ୍‌ କିମ୍ବା କୌଣସି ସୁକ୍ଷ୍ମ  ମୁନରେ ଚିତ୍ରକୁ ଜୀବନ୍ତ ରୂପ ଦେବାରେ ଲାଗି ପଡନ୍ତି।

କେବେଠୁ ଆରମ୍ଭ କଲେ ପେଣ୍ଟିଂ?

ଯୁକ୍ତ ଦୁଇ ପଢୁଥିବା ସମୟରେ ଦିନେ ସାଙ୍ଗସାଥୀମାନେ ଦୀପକଙ୍କୁ ଅଭିନେତ୍ରୀ ବିଦ୍ୟା ବାଲାନ୍‌ଙ୍କ ଫଟୋ ଆଙ୍କିବାକୁ କହିଥିଲେ। ସେ ମଧ୍ୟ ବିଦ୍ୟାଙ୍କର ଏକ ସୁନ୍ଦର ଛବି କରି ଦେଖାଇଥିଲେ। ଦୀପକଙ୍କର ଏହି ଚିତ୍ର ଆଙ୍କିବା ଶୈଳୀ ତାଙ୍କ ସାଥୀମାନଙ୍କୁ ବେଶ୍‌ ପସନ୍ଦ ଆସିଥିଲା।  ସମସ୍ତେ ଏହାର ଭୂରି ଭୂରି ପ୍ରଶଂସା କରିଥିଲେ। ତା'ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଦୀପକ୍‌।  ସାଙ୍ଗସାଥୀ ତଥା ପରିବାର ଲୋକଙ୍କଠାରୁ ପ୍ରେରଣା ପାଇ ଦୀପକ ଗୋଟେ ପରେ ଗୋଟେ ସଫଳତାର ପାହାଚ ଚଢିବାରେ ଲାଗିଲେ।  

ପ୍ରଥମେ ପ୍ରଥମେ ଦୀପକ ପେନସିଲ୍‌ ବଦଳରେ କାନଭାସ୍‌ରେ ବଲ୍‌ ପେନକୁ ଏକ୍ସପେରିମେଣ୍ଟ କଲେ। ବଲ୍‌ ପେନରେ ଅନେକ କିଛି ଚିତ୍ର କରିବା ପରେ ଏବେ ଧୂଆଁରେ ଚିତ୍ର କରିବାର ଚେଷ୍ଟା  ଆରମ୍ଭ କରିଛନ୍ତି ଦୀପକ। ଯାହା ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଧୂଆଁରେ ସେ ଅନେକ ପେଣ୍ଟିଂ କରିସାରିଲେଣି। ଅନ୍ୟପଟେ ଦୀପକ ଯେଉଁ ଭଳି ଧୂଆଁରେ ଗୋଟିଏ ବାସ୍ତବ ଚିତ୍ର ଫୁଟାଇବାରେ ସଫଳ ହେଉଛନ୍ତି ତାହା ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟକର ଏବଂ ପ୍ରଶଂସାଯୋଗ୍ୟ ବୋଲି କହିଛନ୍ତି ବରିଷ୍ଠ ଚିତ୍ରକର ରବି ରଥ।

ସେପଟେ ପେସାରେ ବ୍ୟବସାୟୀ ଥିବା ଦୀପକ ଆଗାମୀ ଦିନରେ ଚିତ୍ରକୁ ନେଇ ନିଜ ଭବିଷ୍ୟତ ଭାବିଛନ୍ତି। ସୁବିଧା ସୁଯୋଗ ମିଳିଲେ ସେ ଆଗକୁ ଯାଇ ଏକ ଆର୍ଟ ସ୍କୁଲ୍‌ ଖୋଲିବା କଥା କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe