Advertisment

ଅନାଥ ଝିଅକୁ ମିଳିଲା ମାଆର ପଣତ, କୋଳେଇ ନେଲେ ସ୍ପେନୀୟ ମହିଳା

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବଦଳିଲା ଅନାଥ ଝିଅ ବିଜୟଲକ୍ଷ୍ମୀଙ୍କ ପରିଚୟ। ଜିଇଁବେ ନୂଆ ପରିଚୟରେ। ତାଙ୍କୁ ଝିଅ ଭାବେ କୋଳେଇ ନେଇଛନ୍ତି ସ୍ପେନୀୟ ଅବିବାହିତ ମହିଳା ମାରିଆ ତେରିସା। ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ବିଜୟଲକ୍ଷ୍ମୀଙ୍କୁ ହସ୍ତାନ୍ତର କରିଛନ୍ତି ଗଜପତି ଜିଲ୍ଲାପାଳ। ବିଜୟଲକ୍ଷ୍ମୀଙ୍କୁ ପାଇବା ପରେ ବେଶ୍‌ ଖୁସି ପ୍ରକାଶ କରିଛନ୍ତି ମାରିଆ ତେରିସା। ପାଞ୍ଚ ବର୍ଷ ତଳେ ଅସହାୟ ଅବସ୍ଥାରେ ବିଜୟଲକ୍ଷ୍ମୀ ମୋହନା ଅଞ୍ଚଳରେ ଘୂରି ବୁଲୁଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ […]

author-image
Manoranjan Sial
ଅନାଥ ଝିଅକୁ ମିଳିଲା ମାଆର ପଣତ, କୋଳେଇ ନେଲେ ସ୍ପେନୀୟ ମହିଳା

Paralakhemundi

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ବଦଳିଲା ଅନାଥ ଝିଅ ବିଜୟଲକ୍ଷ୍ମୀଙ୍କ ପରିଚୟ। ଜିଇଁବେ ନୂଆ ପରିଚୟରେ। ତାଙ୍କୁ ଝିଅ ଭାବେ କୋଳେଇ ନେଇଛନ୍ତି ସ୍ପେନୀୟ ଅବିବାହିତ ମହିଳା ମାରିଆ ତେରିସା। ସମସ୍ତ ଫର୍ମାଲିଟି ପୂରଣ କରିବା ପରେ ବିଜୟଲକ୍ଷ୍ମୀଙ୍କୁ ହସ୍ତାନ୍ତର କରିଛନ୍ତି ଗଜପତି ଜିଲ୍ଲାପାଳ। ବିଜୟଲକ୍ଷ୍ମୀଙ୍କୁ ପାଇବା ପରେ ବେଶ୍‌ ଖୁସି ପ୍ରକାଶ କରିଛନ୍ତି ମାରିଆ ତେରିସା।

Advertisment

ପାଞ୍ଚ ବର୍ଷ ତଳେ ଅସହାୟ ଅବସ୍ଥାରେ ବିଜୟଲକ୍ଷ୍ମୀ ମୋହନା ଅଞ୍ଚଳରେ ଘୂରି ବୁଲୁଥିଲା। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ଚାଇଲ୍‌ଡଲାଇନ୍ ତାଙ୍କୁ ଉଦ୍ଧାର କରି ପ୍ରାଉଡ୍‌ ଶିଶୁ ଯତ୍ନ ଓ ସୁରକ୍ଷା ଗୃହରେ ରଖି ଥିଲା। ଝିଅର କେହି ନଥିବା ଜଣାପଡ଼ିବା ପରେ ଗଜପତି ଜିଲ୍ଲା ଶିଶୁ ମଙ୍ଗଳ ସମିତି ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲା। ପରେ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ମାଧ୍ୟମରେ ଝିଅଟିକୁ ପୋଷ୍ୟ ପାଇଁ କେନ୍ଦ୍ରୀୟ ପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟଲରେ ଅପ୍‌ଲୋଡ୍‌ କରାଯାଇଥିଲା।

Paralakhemundiପୋଷ୍ୟ ସମ୍ବଳ କେନ୍ଦ୍ରର ପୋର୍ଟଲରେ ବିଜୟଲକ୍ଷ୍ମୀଙ୍କୁ ଦେଖି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ସ୍ପେନର ୫୦ ବର୍ଷୀୟ ଅବିବାହିତା ମହିଳା ମାରିଆ ତେରିସା ଆବେଦନ କରିଥିଲେ। ଭିଡ଼ିଓ ମାଧ୍ୟମରେ ସେ ତାଙ୍କୁ ପସନ୍ଦ କରିଥିଲେ। ତା’ପରେ ସ୍ୱତନ୍ତ୍ର ପାଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଫର୍ମାଲିଟି ପୂରଣ କରାଯାଇଥିଲା। ସମସ୍ତ ଦସ୍ତାବିଜ ଯାଞ୍ଚ କରିବା ପରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୋମବାର ବିଜୟଲକ୍ଷ୍ମୀଙ୍କୁ ହସ୍ତାନ୍ତର କରିଥିଲେ।

Advertisment

ଏନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି, ଜଣେ ଅନାଥଙ୍କୁ ମା’ କୋଳ ମିଳିବା ନିଶ୍ଚିତ ଭାବେ ଖୁସିର କଥା। ଝିଅଟିକୁ ପୋଷ୍ୟ ଦିଆଯାଇଥିବା ବେଳେ ତା’ର ଲାଳନପାଳନ କିଭଳି ହେଉଛି ତାହାର ତଦାରଖ ମଧ୍ୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ସେପଟେ ପୋଷ୍ୟ ସନ୍ତାନ ଗ୍ରହଣରେ ସହାୟତା କରିଥିବା ନୂଆଦିଲ୍ଲୀର ଆଫା ଅନୁଷ୍ଠାନର ମାତି ମେତାନିହେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ବର୍ତ୍ତମାନ ଜଣେ ଅନାଥ ଶିଶୁକୁ ମା’ କୋଳ ମିଳିଛି। ଏହା ଶିଶୁର ଭବିଷ୍ୟତ ଗଠନରେ ବେଶ ସହାୟକ ହେବ ବୋଲି ସେ କହିଛନ୍ତି।

ବିଜୟଲକ୍ଷ୍ମୀଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିବା ସ୍ପେନୀୟ ମହିଳା ମାରିଆ ତେରିସା କହିଛନ୍ତି, ଭାରତ ଗୋଟିଏ ସୁନ୍ଦର ଦେଶ। ଭାରତର ସଂସ୍କୃତି ଓ ପରମ୍ପରା ମାତେ ବହୁତ ଭଲ ଲାଗେ। ତେଣୁ ଭାରତରୁ ପାଷ୍ୟ ସନ୍ତାନ ଗ୍ରହଣ କରିଥିବା ମାରିଆ କହିଛନ୍ତି।

ସେପଟେ ଶିଶୁ ଉଦ୍ଧାର ହେବା ପରଠାରୁ ପ୍ରାଉଡ୍‌ ଶିଶୁ ଯତ୍ନ ଓ ସୁରକ୍ଷା ଗୃହରେ ରହି ଆସୁଥିଲା। ସେହି ସମୟରେ ତା’ର ଦେଖାଶୁଣା କରୁଥିବା ପ୍ରାଉଡ୍‌ ଅନୁଷ୍ଠାନର ମଦର ସୁକାନ୍ତି ଶବର ବେଶ୍ ଭାବୁକ ହୋଇପଡିଥିଲେ। ନିଜ ପ୍ରତିକ୍ରିୟା ଦେଲା ବେଳେ ସେ କାନ୍ଦି ପକାଇ ଥିଲେ।

ସେ କହିଛନ୍ତି, ମୁଁ ବିଜଲକ୍ଷ୍ମୀଙ୍କୁ କେବେ ଭୁଲିପାରିବି ନାହିଁ। କାରଣ ସେ ଏଠାରେ ରହିବା ସମୟରେ ତା’ର ଯେମିତି କିଛି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦେଇ ଆସୁଥିଲି। ବର୍ତ୍ତମାନ ସେ ନୂଆ ପରିବାର ପାଇଛି। ସେ ଜଣେ ଭଳ ମଣିଷ ହେଉ, ଏହା ମୋର ଆଶୀର୍ବାଦ ବୋଲି ସୁକାନ୍ତି କହିଛନ୍ତି।