ଏମିତି ହୋଇଥିଲା ଶ୍ରୀରାଧାଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରାରୀଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ତେବେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟ ବଂଶୀ। କୁହାଯାଏ,  ଶ୍ରୀରାଧାଙ୍କ ପରେ ବଂଶୀ ହିଁ ଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟତମ। ଏହି ବଂଶୀର ସ୍ୱର ଶୁଣି ହିଁ ରାଧା ତାଙ୍କ ପାଖକୁ ପାଗଳି ପରି […]

krishna

krishna

Abinash Pati
  • Published: Sunday, 02 September 2018
  • Updated: 02 September 2018, 05:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ରାଧା-କୃଷ୍ଣଙ୍କ ପ୍ରେମ କାହାଣୀକୁ ଆତ୍ମା ସହ ପରମାତ୍ମାଙ୍କ ମିଳନ ବୋଲି କୁହାଯାଏ। ଯେବେ ବି ପବିତ୍ର ପ୍ରେମର ଉଦାହରଣ ଦିଆଯାଏ, ସେତେବେଳେ ପୁରାଣବର୍ଣ୍ଣିତ ଶ୍ରୀକୃଷ୍ଣ ଓ ଶ୍ରାରୀଧାଙ୍କ ଅନାବିଳ ପ୍ରେମ କାହାଣୀ ହିଁ କୁହାଯାଏ। ତେବେ ରାଧା-କୃଷ୍ଣଙ୍କ ଏହି ମିଳନରେ ପ୍ରମୁଖ ଭୂମିକା ନେଇଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟ ବଂଶୀ।

କୁହାଯାଏ,  ଶ୍ରୀରାଧାଙ୍କ ପରେ ବଂଶୀ ହିଁ ଥିଲା ଶ୍ରୀକୃଷ୍ଣଙ୍କ ପ୍ରିୟତମ। ଏହି ବଂଶୀର ସ୍ୱର ଶୁଣି ହିଁ ରାଧା ତାଙ୍କ ପାଖକୁ ପାଗଳି ପରି ଧାଇଁ ଆସୁଥିଲେ। ତେଣୁ ଶ୍ରୀକୃଷ୍ଣ ବଂଶୀକୁ କେବେ ବି ନିଜ ପାଖରୁ ଦୂରେଇ ରଖୁ ନଥିଲେ। କାହ୍ନାଙ୍କର ପ୍ରିୟ ଏହି ବଂଶୀକୁ ହିଁ ପ୍ରେମର ପ୍ରତୀକ ବୋଲି କୁହାଯାଏ।

krishnaa

ଜନ୍ମାଷ୍ଟମୀ ଅବସରରେ ଆସନ୍ତୁ, ରାଧା-କୃଷ୍ଣଙ୍କ ପ୍ରେମରେ ବଂଶୀର ଭୂମିକାକୁ ନେଇ ଥିବା ଏକ ସୁନ୍ଦର କାହାଣୀ ଜାଣିବା।

ପିଲାଦିନରୁ ହିଁ ଶ୍ରୀକୃଷ୍ଣ ରାଧାଙ୍କୁ ଖୁବ୍‌ ଭଲ ପାଉଥିଲେ। ରାଧା ମଧ୍ୟ ଅନ୍ଧୁଣୀ ପରି ଶ୍ରୀକୃଷ୍ଣଙ୍କୁ ନିଜର ମନ ପ୍ରାଣ ସମର୍ପି ଦେଇଥିଲେ। ଏହି ସମ୍ପର୍କର ଆରମ୍ଭରୁ ହିଁ ରାଧା ଶ୍ରୀକୃଷ୍ଣଙ୍କ ଦୈବୀ ଶକ୍ତି ସହିତ ପରିଚିତ ଥିଲେ। କିନ୍ତୁ ଏକଥା ସେ ଆଜୀବନ ଗୋପନ ରଖିଥିଲେ।

ଭଗବାନ ଶ୍ରୀକୃଷ୍ଣ ରାଧାଙ୍କଠାରୁ ପ୍ରଥମ ଥର ପାଇଁ ଅଲଗା ହେଲେ, ଯେତେବେଳେ ମାମୁ କଂସ ରଙ୍ଗସଭାର ଆୟୋଜନ କରି କୃଷ୍ଣ ଓ ବଳରାମଙ୍କୁ ମଥୁରା ଆମନ୍ତ୍ରଣ କରିଥିଲେ। ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଶୁଣିବା ପରେ ଗୋପପୁରରେ କାନ୍ଦ ବୋବାଳି ପଡ଼ି ଯାଇଥିଲା। ତେବେ ମାମୁ ଘରକୁ ଯିବା ପାଇଁ ବିଦାୟ ନେବାବେଳେ ଶ୍ରୀକୃଷ୍ଣ ରାଧାଙ୍କୁ କଥା ଦେଇଯାଇଥିଲେ ଯେ ସେ ନିଶ୍ଚୟ ଫେରିବେ।

କିନ୍ତୁ ଦିନ ପରେ ଦିନ ବିତିଚାଲିଥିଲା। ଶ୍ରୀକୃଷ୍ଣ ଆଉ ରାଧାଙ୍କ ପାଖକୁ ଫେରିଲେ ନାହିଁ। ଶ୍ରୀକୃଷ୍ଣ ଗୋପପୁର ଛାଡ଼ିବା ପରେ ପୁରାଣରେ  ଶ୍ରୀରାଧାଙ୍କ ସମ୍ପର୍କରେ ବର୍ଣ୍ଣନା ମଧ୍ୟ ଖୁବ୍‌ କମ୍‌ ରହିଛି।

କୃଷ୍ଣ ମଥୁରାରେ ପହଞ୍ଚିବା ପରେ ମାମୁ କଂସକୁ ବଧ କରି ମଥୁରାବାସୀଙ୍କୁ ତା’ର ଅତ୍ୟାଚାର୍‌ରୁ ମୁକ୍ତି ଦେଲେ। ମଥୁରା ଲୋକେ ଶ୍ରୀକୃଷ୍ଣଙ୍କୁ ତ୍ରାଣକର୍ତ୍ତା ଭାବି ତାଙ୍କ ପୂଜାର୍ଚ୍ଚନା କଲେ। ଏମିତିରେ ସମୟ ଗଡ଼ି ଚାଲିଲା। ପରେ ଶ୍ରୀକୃଷ୍ଣ ପ୍ରଜାଙ୍କ ସୁରକ୍ଷା ପାଇଁ ଦ୍ୱାରିକାରେ ଏକ ଭବ୍ୟ ମହଲ ଗଢ଼ାଇ ଦ୍ୱାରିକାଧୀଶ ଭାବେ ପରିଚିତ ହେଲେ।
ଏହା ମଧ୍ୟରେ ଶ୍ରୀକୃଷ୍ଣଙ୍କ ବିବାହ ମଧ୍ୟ ଦେବୀ ରୁକ୍ମିଣୀଙ୍କ ସହି ହୋଇ ଯାଇଥିଲା। ରୁକ୍ମିଣୀ ମଧ୍ୟ ଶ୍ରୀକୃଷ୍ଣଙ୍କୁ ପ୍ରାଣଠୁ ଅଧିକ ଭଲ ପାଉଥିଲେ। ନିଜ ଭାଇ ରୁକ୍‌ମୀଙ୍କୁ ବିରୋଧ କରି ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ସହ ହାତ ଧରି ଦ୍ୱାରିକା ଚାଲିଆସିଥିଲେ।

ଏପଟେ କିନ୍ତୁ ରାଧାଙ୍କ ଅପେକ୍ଷା ସବୁ ସୀମା ଟପିଯାଇଥିଲା। ଶ୍ରୀକୃଷ୍ଣ ଗୋପପୁର ଛାଡ଼ି ଆସିବା ପରେ ରାଧାଙ୍କ ଜୀବନର ମୋଡ଼ ବଦଳି ଯାଇଥିଲା। ନାନା ଟାହି ଟାପରା ଶୁଣିବା ପରେ ରାଧା ମଧ୍ୟ ଜଣେ ଗୋପାଳଙ୍କୁ ବିବାହ କରିଥିଲେ। ଗୋପପୁରରେ ରାଧା ଜଣେ ପତ୍ନୀର ପ୍ରତିଟି କର୍ତ୍ତବ୍ୟ ପାଳନ କରି ଚାଲିଥିବାବେଳେ ସେପଟେ ଶ୍ରୀକୃଷ୍ଣ ଦ୍ୱାରିକାଧୀଶ ଭାବେ ନିଜ କର୍ତ୍ତବ୍ୟ କରି ଚାଲିଥିଲେ। ତେବେ ରାଧା ସିନା ଗୋପାଳଙ୍କ ପତ୍ନୀର କର୍ତ୍ତବ୍ୟ କରୁଥିଲେ, କିନ୍ତୁ ମନ ତାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ଥିଲା। ଏମିତି ଶ୍ରୀକୃଷ୍ଣଙ୍କ ବାଟ ଚାହିଁ ଚାହିଁ ରାଧା ବୁଢୀ ହୋଇଗଲେ।

କିଛିଦିନ ପରେ ସବୁ କର୍ତ୍ତବ୍ୟରୁ ମୁକ୍ତି ମିଳିବା ପରେ ରାଧା ତାଙ୍କ ପ୍ରିୟତମ ଶ୍ରୀକୃଷ୍ଣଙ୍କୁ ଭେଟିବା ପାଇଁ ଦ୍ୱାରିକା ଗଲେ। ସେ ଦ୍ୱାରିକାରେ ପହଞ୍ଚିବା ପରେ ଶ୍ରୀକୃଷ୍ଣଙ୍କ ବିବାହ ରୁକ୍ମିଣୀ ଓ ସତ୍ୟଭାମା ଆଦିଙ୍କ ସହିତ ହୋଇଥିବା ଜାଣିବାକୁ ପାଇଥିଲେ ମଧ୍ୟ ଏନେଇ ତାଙ୍କ ମନରେ କୌଣସି ଦୁଃଖ ନଥିଲା।

କିନ୍ତୁ ଶ୍ରୀକୃଷ୍ଣ ଯେତେବେଳେ ରାଧାଙ୍କୁ ଦ୍ୱାରିକାରେ ଦେଖିଲେ, ତାଙ୍କ ଖୁସିର ସୀମା ରହି ନଥିଲା। ବର୍ଷ ବର୍ଷ ଧରି ତାଙ୍କ ଆଖି ଯେଉଁ ରାଧାଙ୍କୁ ଥରେ ଦେଖିବାକୁ ବ୍ୟାକୁଳ ଥିଲା, ସେହି ରାଧାଙ୍କୁ ପାଖରେ ପାଇ ଶ୍ରୀକୃଷ୍ଣ ପୁଣିଥରେ ପିଲାଦିନର ପବିତ୍ର ପ୍ରେମରେ ହଜିଗଲେ। ଉଭୟେ ରାଧା-କୃଷ୍ଣ ନିଜ ମନର ଭାଷାରେ ଦୀର୍ଘ ସମୟ କଥା ହେଲେ।

ଏହା ପରେ ଶ୍ରୀକୃଷ୍ଣ ରାଧାଙ୍କୁ ଦ୍ୱାରିକାରେ ଜଣେ ଦେବୀ ରୂପରେ ସମ୍ମାନ ଦେଲେ। ରାଧା ଦିନସାରା ଶ୍ରୀକୃଷ୍ଣଙ୍କ ମହଲରେ ରହୁଥିଲେ, ଆଉ ମହଲର ସବୁ କାମ ତଦାରଖ କରୁଥିଲେ। ଆଉ ସୁଯୋଗ ପାଇବା ମାତ୍ରେ ସେ କୃଷ୍ଣଙ୍କ ଦର୍ଶନ ବି କରୁଥିଲେ।

କିନ୍ତୁ ଦ୍ୱାରିକାଧୀଶଙ୍କର ସେହି ଭବ୍ୟ ମହଲରେ ବେଶି ସମୟ ବିତାଇ ପାରି ନଥିଲେ ଶ୍ରୀରାଧା। ଶ୍ରୀକୃଷ୍ଣଙ୍କ ଆଧ୍ୟାତ୍ମିକ ସାନିଧ୍ୟ ପାଇପାରୁ ନଥିବାରୁ ତାଙ୍କୁ ପ୍ରାଣଶୂନ୍ୟ ପରି ମନେ ହେଉଥିଲା। ମହଲର ଚାରିକାନ୍ଥ ଭିତରେ ରାଧା ଅଣନିଃଶ୍ୱାସୀ ହୋଇ ପଡ଼ୁଥିଲେ।

ଶେଷରେ ରାଧା କୃଷ୍ଣଙ୍କ ସେହି ଦ୍ୱାରିକାର ମହଲରୁ ଚାଲିଗଲେ, ଯେଉଁଆଡ଼େ ତାଙ୍କ ପାଦ ବାଟ କଢ଼େଇ ନେଲା। ଏକ ନିଘଞ୍ଚ ଜଙ୍ଗଲରେ ପହଞ୍ଚିବା ପରେ  ସେଠାରେ ଏକ କୁଡ଼ିଆରେ ସେ ଶ୍ରୀକୃଷ୍ଣଙ୍କ ସ୍ମରଣ କରୁଥିଲେ। ଏମିତି ଅନେକ ସମୟ ବିତିଗଲା ଆଉ ରାଧା ସମ୍ପୂର୍ଣ୍ଣ ଏକାକୀ ହୋଇଯାଇଥିଲେ। ଆଉ ବୟସାଧିକ୍ୟ କାରଣରୁ ଦୂର୍ବଳ ମଧ୍ୟ ହୋଇ ପଡ଼ିଥିଲେ।

ଶେଷ ସମୟ ଉପନୀତ ହେବା ଜାଣିପାରି ଶ୍ରୀରାଧା ଜୀବନ ଯିବା ପୂର୍ବରୁ ଥରୁଟିଏ ପ୍ରାଣପ୍ରିୟ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇବା ପାଇଁ ବ୍ୟାକୁଳ ଥିଲେ।  ରାଧା ଖୋଜୁଥିବା ଜାଣି ପାରି ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜ ପ୍ରିୟତମାଙ୍କ ପାଖରେ ହାଜର ହୋଇ ଯାଇଥିଲେ। ଦର୍ଶନ ଦେବା ପରେ ଭଗବାନ ଶ୍ରୀକୃଷ୍ଣ ରାଧାଙ୍କୁ କିଛି ବର ମାଗିବା ପାଇଁ କହିଥିଲେ।

କିନ୍ତୁ ସାରାଜୀବନ ଶ୍ରୀକୃଷ୍ଣଙ୍କୁ ଅପେକ୍ଷା କରି ଅବଶ ହୋଇପଡ଼ିଥିବା ରାଧା କିଛି ବି ମାଗି ନଥିଲେ। ତେବେ ଶ୍ରୀକୃଷ୍ଣ ଅନୁରୋଧ କରିବାରୁ ରାଧା ଶେଷଥର ପାଇଁ ପୁଣିଥରେ ସେହି ବଂଶୀର ସ୍ୱର ଶୁଣିବାକୁ ଆଗ୍ରହ ପ୍ରକାଶ କରିଥିଲେ। ରାଧାଙ୍କ ଅନୁରୋଧକ୍ରମେ ଶ୍ରୀକୃଷ୍ଣ ତାଙ୍କ ବଂଶୀ ବି ବଜାଇଥିଲେ। ତେବେ କୃଷ୍ଣ ବଂଶୀ ବଜାଇବାରେ ଏମିତି ହଜିଗଲେ ଯେ ଦିନ ଯାଇ ରାତି ହେବାରେ ଲାଗିଲା। ଏପଟେ ଶ୍ରାରାଧା ଶ୍ରୀକୃଷ୍ଣଙ୍କ ବଂଶୀର ଧୁନ୍‌ ଶୁଣୁ ଶୁଣୁ ଅନେକ ବେଳୁ ଦେହତ୍ୟାଗ କରି ସାରିଥିଲେ।

ରାଧାଙ୍କୁ ହରାଇ ସାରିଥିବା ଜାଣିବା ପରେ ଶ୍ରୀକୃଷ୍ଣ ପ୍ରେୟସୀଙ୍କ ମୃତ୍ୟୁର ଶୋକରେ ଏମିତି ଭାଙ୍ଗିପଡ଼ିଥିଲେ ଯେ  ଉଭୟଙ୍କ ମଧ୍ୟରେ ପ୍ରେମର ପ୍ରତୀକ କୁହାଯାଉଥିବା ନିଜର ପ୍ରିୟତମ ବଂଶୀକୁ ଭାଙ୍ଗି ଜଙ୍ଗଲ୍‌ ଭିତରକୁ ପିଙ୍ଗି ଦେଇଥିଲେ। ସେହିଦିନଠାରୁ ଶ୍ରୀକୃଷ୍ଣ ସାରାଜୀବନ ଆଉ ବଂଶୀ ବଜାଇ ନାହାନ୍ତି। ଶ୍ରୀରାଧାଙ୍କ ବିନା ପୁରାଣରେ ମଧ୍ୟ ଶ୍ରୀକୃଷ୍ଣ ବଂଶୀ ବଜାଇବାର ଦେଖାଯାଏ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story