Advertisment

କରୋନା ! ପାର୍ଟନରକୁ କିସ୍‌ କରୁଥିଲେ ଫସିଯିବେ

ନୂଆଦିଲ୍ଲୀ/ଭୁବନେଶ୍ୱର : ଆପଣ ପ୍ରେମ କରୁଛନ୍ତି କି ? ଆଉ ପ୍ରେମରେ ମସଗୁଲ ହୋଇ ପାର୍ଟନରଙ୍କୁ ଆଲିଙ୍ଗନ କିମ୍ବା କିସ୍‌ କରୁଥିଲେ ଟିକେ ସତର୍କ ଥିବେ। କାରଣ ମହାମାରୀ ରୂପ ନେଇଥିବା କରୋନା ରୋଗ ଏବେ ସେମିତି କିଛି ଦୁଃସମ୍ବାଦ ଆଣିଛି। ଚାଇନା ସମେତ ଅନେକ କିଛି ଦେଶରେ କରୋନା ତା’ର କରାଳ ରୂପ ଦେଖେଇବା ପରେ ଏବେ ଏହା ଭାରତ ମୁହାଁ ହୋଇଛି। ଏବେ ଚୀନ ସମେତ ଅନ୍ୟାନ୍ୟ ଦେଶରେ ସୁଦ୍ଧା ୩୦୦୦ରୁ ଅଧିକ ଲୋକଙ୍କ  […]

କରୋନା ! ପାର୍ଟନରକୁ କିସ୍‌ କରୁଥିଲେ ଫସିଯିବେ

bmp

Advertisment

ନୂଆଦିଲ୍ଲୀ/ଭୁବନେଶ୍ୱର : ଆପଣ ପ୍ରେମ କରୁଛନ୍ତି କି ? ଆଉ ପ୍ରେମରେ ମସଗୁଲ ହୋଇ ପାର୍ଟନରଙ୍କୁ ଆଲିଙ୍ଗନ କିମ୍ବା କିସ୍‌ କରୁଥିଲେ ଟିକେ ସତର୍କ ଥିବେ। କାରଣ ମହାମାରୀ ରୂପ ନେଇଥିବା କରୋନା ରୋଗ ଏବେ ସେମିତି କିଛି ଦୁଃସମ୍ବାଦ ଆଣିଛି। ଚାଇନା ସମେତ ଅନେକ କିଛି ଦେଶରେ କରୋନା ତା’ର କରାଳ ରୂପ ଦେଖେଇବା ପରେ ଏବେ ଏହା ଭାରତ ମୁହାଁ ହୋଇଛି। ଏବେ ଚୀନ ସମେତ ଅନ୍ୟାନ୍ୟ ଦେଶରେ ସୁଦ୍ଧା ୩୦୦୦ରୁ ଅଧିକ ଲୋକଙ୍କ  ଜୀବନ ନେଲାଣି କରୋନା।

Advertisment

ଯଦିଓ ଭାରତରେ ଏହି ରୋଗରେ କାହାର ମୃତ୍ୟୁ ଘଟିଥିବା ଖବର ଆସିନି ୨୮ ଜଣ ଆକ୍ରାନ୍ତ ହୋଇଥିବା ଖବର ଆସିଲାଣି। ତେବେ କରୋନା ପାଇଁ ସତର୍କତା ଜାରି କରାଯାଇଥିବା ବେଳେ ଫ୍ରାନ୍ସରେ କିସ୍‌ କରିବାକୁ ନେଇ ସେଠିକାର ସରକାର କଟକଣା ଜାରି କରିଛନ୍ତି। ଏବେ କରୋନାକୁ ନେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ଭୟର ବାତାବରଣ ରହିଥିବା ବେଳେ ଆଜି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରୁ ଆଡଭାଇଜରି ମଧ୍ୟ ଜାରି କରାଯାଇଛି। କୁହାଯାଇଛି  କୌଣସି ଜାଗାରେ ଏକାଠି ହୁଅନ୍ତୁନି। ଏପରିକି କୌଣସି ବଡ଼ ସଭାସମିତି ଆୟୋଜନ କରାନଯାଉ। ସେହିପରି ହାତ ନମିଳାଇବାକୁ ଓ ଆଲିଙ୍ଗନ ନକରିବାକୁ ପରାମର୍ଶ ଦିଆଯାଇଛି।

ତେବେ ଏଠି କହିବାର କଥା ହେଲା ଏହି ଆଡଭାଇଜରି ସମସ୍ତଙ୍କ ପାଇଁ ଜାରି କରାଯାଇଛି। ଏହା ଏକ ଭୂତାଣୁ ସଙ୍କ୍ରମଣଜନିତ ରୋଗ ହୋଇଥିବା ବେଳେ ଏହା ଅତି ତୀକ୍ଷଣ୍‌ ବେଗରେ ବ୍ୟାପୁଥିବାରୁ ଫ୍ରାନ୍ସରେ ପରସ୍ପରକୁ କିସ୍‌ କିମ୍ବା ଆଲିଙ୍ଗନ କରିବାକୁ ମନା କରାଯାଇଛି। ଫ୍ରାନ୍ସର ସ୍ୱାସ୍ଥ୍ୟମନ୍ତ୍ରୀ ଓଲିଭିଏର୍‌ ଭେରାନ୍‌ ଏନେଇ କଟକଣା ଜାରି କରିଛନ୍ତି। ଏବେ ସୁଦ୍ଧା ସାରା ବିଶ୍ୱରେ ୯୦,୦୦୦ ଲୋକ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ବ୍ରିଟେନ୍‌ରେ ମଧ୍ୟ କରୋନାକୁ ନେଇ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ୱେଷ୍ଟ ଲଣ୍ଡନର ୱେମ୍ବଲଣ୍ଡନ୍‌ରେ ଏକ ସ୍କୁଲକୁ ସପ୍ତାହେ ବ୍ୟାପି ଛୁଟି ଘୋଷଣା କରାଯାଇଛି। ତେବେ କରୋନା ପାଇଁ ଏଠାରେ ଆମେ କିଛି ପ୍ରତିଷେଧକମୂଳକ ବ୍ୟବସ୍ଥା ବତାଉଛୁ।

Advertisment

କାଶ ଓ ଛିଙ୍କିବା ବେଳେ ମୁହଁକୁ ଯଥା ସମ୍ଭବ ବନ୍ଦ ରଖିବାକୁ ଚେଷ୍ଟା କରନ୍ତୁ। ହାତକୁ ସାବୁନ କିମ୍ବା ପରିଷ୍କାର  ପାଣିରେ ଭଲ ଭାବେ ଧୋଅନ୍ତୁ। କୌଣସି ବସ୍ତୁକୁ ଛୁଇଁଲେ ତୁରନ୍ତ ଲିକ୍ୟୁଇଡ୍‌ କିମ୍ବା ସାବୁନରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ। ଟିସୁ ପେପରକୁ ବ୍ୟବହାର କରିବା ପରେ ତୁରନ୍ତୁ ଡଷ୍ଟବିନ୍‌ରେ ଫୋପାଡ଼ି ଦିଅନ୍ତୁ। ଥଣ୍ଡା ଓ କାଶ ରୋଗରେ ପୀଡ଼ିତ ଲୋକଙ୍କ ପାଖକୁ ଯାଆନ୍ତୁ ନାହିଁ। ଜନଗହଳି ପୂର୍ଣ୍ଣ ସ୍ଥାନରେ ଛିଙ୍କ, କାଶ ଓ ଛେପ ପକାନ୍ତୁ ନାହିଁ। ପଶୁପକ୍ଷୀ ଓ କଞ୍ଚା ମାଂସକୁ ଛୁଅନ୍ତୁ ନାହିଁ। ସେମିତି ଫାର୍ମ, ପଶୁ ପକ୍ଷୀଙ୍କ ମାର୍କେଟ କିମ୍ବା ମାଛ ଓ ମାଂସ କଟା ଯାଉଥିବା ସ୍ଥାନଠାରୁ ଦୂରେଇ ରୁହନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe