/odisha-reporter/media/post_attachments/uploads/2021/02/689.jpg)
689
ତିଗିରିଆ/ସୋର(ନୀଳକଣ୍ଠ ଦାଶ/ଶଶିକାନ୍ତ ବେହେରା): କୁହାଯାଏ, ମାଆ ଋଣ କେବେ ସୁଝି ହୁଏନି । ହେଲେ ପୁଅ ପାଇଁ ମାଆ ବାପା ସତେ ଯେମିତି ଅଲୋଡ଼ା ହୋଇଯାଇଛନ୍ତି। ଭାଗ୍ୟର ବିଡମ୍ବନା, କେଉଁଠି ପୁଅ ପଚାରୁନି, ମାକୁ ବାଡଉଛି । ଆଉ କେଉଁଠି ରୋଗିଣା ମାଆ ଓ ବାପାକୁ ନପଚାରି ବାହାରେ ରହୁଛି ପୁଅ । ଆଜି ଆମେ ଏଭଳି ଦୁଇଟି କାହାରୀ କହିବୁ ଯାହା ଶୁଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଜକେଇ ଆସିବ । କଟକ ତିଗିରିଆ ଥାନା ବାସୁଦେବପୁର ଅଞ୍ଚଳର ଜେମାମଣି ସାହୁ । ସେ ଅଭିଯୋଗ କରିଛନ୍ତି ଯେ, ବୃଦ୍ଧ କାଳେ ପୁଅ ତାଙ୍କୁ ପୋଷିବ ହେଲେ ପୋଷିବା ତ ଦୂରର କଥା, ଏବେ ପୁଅ, ରୋଜଗାର କରି ଟଙ୍କା ଦେବାକୁ ମାଆକୁ ଧମକାଉଛି । ନଦେଲେ ଧକ୍କା ଦେଇ ଘରୁ ବାହାର କରିଦେଉଛି। ଖାଇବାକୁ ଦେଉନି। ଏନେଇ ସେ ଥାନାରେ ଅଭଯୋଗ କରିଛନ୍ତି।
[caption id="attachment_621151" align="aligncenter" width="650"]
ପତ୍ନୀଙ୍କ ସହ ସ୍ୱାମୀ ବାମଦେବ ଦାସ[/caption]
ସମାନ ଅଭିଯୋଗ ବାଲେଶ୍ୱର ସୋର ବ୍ଲକ ଇଷାଣମୁଣ୍ଡୁଳି ଗାଁର । ବାମଦେବ ଦାସଙ୍କର ତାଙ୍କର ଦୁଇ ପୁଅ ଅଛନ୍ତି । ହେଲେ କେହି ପଚାରୁନାହାନ୍ତି । ରୋଗିଣା ମା ଓ ବୃଦ୍ଧ ବାପାଙ୍କୁ ଛାଡି ପୁଅମାନେ ବାହାରେ ରହୁଛନ୍ତି । ହେଲେ ବାମଦେବ ବୃଦ୍ଧ ଅବସ୍ଥାରେ, ପକ୍ଷାଘାତ ରୋଗରେ ଆକ୍ରାନ୍ତ। ସ୍ତ୍ରୀ ସନ୍ଧ୍ୟାରାଣୀଙ୍କର ସେବା ଶୁଶ୍ରୁଷା କରୁଛନ୍ତି । ଖୁଆଇ ଦେବାଠୁ ଆରମ୍ଭ କରି ମୁଣ୍ଡ କୁଣ୍ଡାଇ ଦେଉଛନ୍ତି। ପୂର୍ବରୁ କାମଧନ୍ଦା କରି ପରିବାର ଚଳାଉଥିଲେ ମଧ୍ୟ ଏବେ ପୁଅମାନେ ଘରକୁ ଆସୁନଥିବାରୁ ରୋଗିଣା ପତ୍ନୀଙ୍କୁ ଛାଡି କାମକୁ ଯାଉନାହାନ୍ତି। ସନ୍ଧ୍ୟାରାଣୀଙ୍କୁ ଭଲ ଡାକ୍ତରଖାନାରେ ଚିକିତ୍ସା କରିବାକୁ ଇଚ୍ଛା ଥିଲେ ମଧ୍ୟ ପାଖରେ ଟଙ୍କା ନାହିଁ । କେବଳ ସରକାରୀ ସାହାଯ୍ୟ ହିଁସାହା ଭରସା ବୋଲି ପରିତାପର ସହ କହିଛନ୍ତି ବାମଦେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
