Advertisment

୧୫ ବର୍ଷରେ ୧୭ ଥର ପୁରସ୍କୃତ ହୋଇଛନ୍ତି ରମେଶ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସେ ସର୍ବଦା ତତ୍ପର ଥା’ନ୍ତି। ଦିନ ହେଉ କି ରାତି ଯେତେବେଳେ ଯେଉଁଠି ତାଙ୍କୁ ଖୋଜା ପଡ଼େ ସେ ହାଜର ହେଇଯା’ନ୍ତି। ଆମେ କହୁଛୁ ଭଦ୍ରକ ପୁଲିସ୍‌ର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ୍ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତିଙ୍କ କଥା, ଯିଏ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ଆଉ ତାଙ୍କର ଦକ୍ଷତା ଓ ନିଷ୍ଠା ପାଇଁ ସେ ନିକଟରେ ପାଇଛନ୍ତି ରାଷ୍ଟ୍ରପତି ପୁରସ୍କାର। […]

author-image
Jyoshna Pradhan
ଅଦ୍ୟତନ ହୋଇଛି
୧୫ ବର୍ଷରେ ୧୭ ଥର ପୁରସ୍କୃତ ହୋଇଛନ୍ତି ରମେଶ

police

ଭଦ୍ରକ (ପାର୍ଥ ସାରଥୀ ନାୟକ): ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସେ ସର୍ବଦା ତତ୍ପର ଥା’ନ୍ତି। ଦିନ ହେଉ କି ରାତି ଯେତେବେଳେ ଯେଉଁଠି ତାଙ୍କୁ ଖୋଜା ପଡ଼େ ସେ ହାଜର ହେଇଯା’ନ୍ତି। ଆମେ କହୁଛୁ ଭଦ୍ରକ ପୁଲିସ୍‌ର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ୍ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତିଙ୍କ କଥା, ଯିଏ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି। ଆଉ ତାଙ୍କର ଦକ୍ଷତା ଓ ନିଷ୍ଠା ପାଇଁ ସେ ନିକଟରେ ପାଇଛନ୍ତି ରାଷ୍ଟ୍ରପତି ପୁରସ୍କାର।

Advertisment

ରମେଶଙ୍କ ଘର ଭଦ୍ରକ ପୌରପାଳିକାର ୧ ନମ୍ୱର ୱାର୍ଡର ବରାଳପୋଖରୀରେ। ସେ ଯୁକ୍ତ ଦୁଇ ପାସ୍‌ କରିବା ପରେ ୨୦୦୬ ଫେବ୍ରୁଆରୀ ୨୮ ତାରିଖରେ  ହୋମ୍‌ଗାର୍ଡ ଭାବେ ଭଦ୍ରକ ଜିଲ୍ଲାରେ କାର୍ଯ୍ୟ ଆରମ୍ଭ କରିଥିଲେ। ରମେଶଙ୍କୁ ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି, ସେ ତାକୁ ସୁଚାରୁ ରୂପରେ ତୁଲାଇଛନ୍ତି। ସେ ଟ୍ରାଫିକ୍‌ ହେଉକି, ଜେଲ, ଫାୟାର କିମ୍ୱା ବନ୍ୟା ବାତ୍ୟା ସବୁ ବେଳେ ନିଜର ଶ୍ରେଷ୍ଠତା ପ୍ରତିପାଦନ କରିଛନ୍ତି। ଆଉ ସେଥିପାଇଁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। publive-image

ରମେଶଙ୍କ ମାଆ ଉର୍ବଶୀ ମହାନ୍ତି କହିଛନ୍ତି, “ ପୁଅ ମୋର ରାଷ୍ଟ୍ରପତି ପୁରସ୍କାର ପାଇଲା। ଏଥିପାଇଁ ବହୁତ ଖୁସି ଲାଗୁଛି। ବାପାର ନାଁ ରଖିଲା ଓ ଗାଁର ନାଁ ମଧ୍ୟ ରଖିଲା।”

Advertisment

ଭଦ୍ରକ ଜିଲ୍ଲା ହୋମ୍‌ଗାର୍ଡର କମ୍ପାନୀ କମାଣ୍ଡର ବରୁନ ମିତ୍ର କହିଛନ୍ତି, “ଯେକୌଣସି ଡ୍ୟୁଟି ପାଇଁ ରମେଶକୁ ଡାକିଲେ ସେ ଆସିଥାଏ। ସେ ୫ ମିନିଟ୍‌ ପୂର୍ବରୁ ଆସି ତାର କାମ କରିଥାଏ। ସେ ସିନ୍‌ସିୟର୍ ହୋଇ ଡ୍ୟୁଟି କରେ। ସେ ରାଷ୍ଟ୍ରପତି ପଦକ ପାଇଥିବାରୁ ଆମେ ସମସ୍ତେ ଗର୍ବିତ।”publive-image

ରମେଶଙ୍କ କାର୍ଯ୍ୟାନିଷ୍ଠା ଯୋଗୁ ସେ ୨୦୧୬ ମସିହାରେ ପ୍ଲାଟୁନ୍‌ କମାଣ୍ଡର ପଦକୁ ଉନ୍ନୀତ ହୋଇଥିଲେ। ଏହା ସହିତ ୧୫ ବର୍ଷର ଚାକିରି ଭିତରେ ସେ ୧୭ ଥର ପୁରସ୍କୃତ ହୋଇଛନ୍ତି। ୨୦୧୬ ମସିହାରେ ସେ  ଭଦ୍ରକ ଜିଲ୍ଲାପାଳ ଓ ୨୦୧୯ରେ ଭଦ୍ରକ ଏସ୍‌ପିଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି। ଚଳିତ ବର୍ଷ  ସାଧାରଣତନ୍ତ୍ର ଦିବସରେ ସେ ରାଷ୍ଟ୍ରପତି ପଦକ ପାଇଥିଲେ।  ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଠାରୁ ସେ ଏହାକୁ ଗ୍ରହଣ କରିଥିଲେ।  ଏହି ସଫଳତା ପାଇଁ ଭଦ୍ରକ ହୋମଗାର୍ଡ ବିଭାଗ ପକ୍ଷରୁ ତାଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି। publive-image

ରମେଶ ଚନ୍ଦ୍ର ମହାନ୍ତି କହିଛନ୍ତି, “ଯେକୌଣସି ଜାଗାରେ ଡ୍ୟୁଟି ପଡ଼ିଲେ ମୁଁ ତୁରନ୍ତ ଯାଇ ସେଠାରେ ପହଞ୍ଚିଯାଏ। କେବେ ଆଶା କରି ନଥିଲି ଯେ ଛୋଟ କର୍ମଚାରୀଟିଏ ହୋଇ ରାଷ୍ଟ୍ରପତି ପୁରସ୍କାର ପାଇବି। ଏହି ପୁରସ୍କାର  ମୋତେ  ଆଗାମୀ ଦିନରେ ବହୁତ ଆଗକୁ ଯିବାକୁ ପ୍ରେରଣା ଦେବ।”