Advertisment

ଏଠି ସାପ କାମୁଡ଼ିଲେ 'ଡାହାଣୀ' ପାଲଟି ଯାଆନ୍ତି ମହିଳା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଲାବେଳେ ଆମେ ସମସ୍ତେ ବୁଢ଼ୀମା ଓ ଆଇ ପାଖରୁ ଭୂତ ଗପ ଶୁଣିଥିବା ନିଶ୍ଚୟ। ବୁଢ଼ୀମା ତା’ ଗପରେ ଡାହାଣୀ ଓ ଚିରିଗୁଣୀର କଥା କହେ। ଚିରିଗୁଣୀ କୁଆଡ଼େ ରାତି ଅଧରେ ଅନ୍ତୁଡ଼ିଶାଳର ନିଆଁ ଜାଳି ତା’ ପିଲାକୁ ସେକେ ଓ ଡାହାଣୀ ଉଲଗ୍ନ ହୋଇ କାଳିଜହ୍ନିଆ ରାତିରେ ବିଷ୍ଠା ଚରେ। ଏହି ଗପ ଶୁଣିବା ପରେ ପିଲାମାନଙ୍କ ମନରେ ଦୁଇଟି ଭୟଙ୍କର କାଳ୍ପନିକ ଚେହେରା ଉଙ୍କିମାରିବା ସହିତ ସେମାନଙ୍କ ମନକୁ ଏକ […]

author-image
Abinash Pati
ଅଦ୍ୟତନ ହୋଇଛି
ଏଠି ସାପ କାମୁଡ଼ିଲେ 'ଡାହାଣୀ' ପାଲଟି ଯାଆନ୍ତି ମହିଳା!

photo-2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଲାବେଳେ ଆମେ ସମସ୍ତେ ବୁଢ଼ୀମା ଓ ଆଇ ପାଖରୁ ଭୂତ ଗପ ଶୁଣିଥିବା ନିଶ୍ଚୟ। ବୁଢ଼ୀମା ତା' ଗପରେ ଡାହାଣୀ ଓ ଚିରିଗୁଣୀର କଥା କହେ।

Advertisment

ଚିରିଗୁଣୀ କୁଆଡ଼େ ରାତି ଅଧରେ ଅନ୍ତୁଡ଼ିଶାଳର ନିଆଁ ଜାଳି ତା' ପିଲାକୁ ସେକେ ଓ ଡାହାଣୀ ଉଲଗ୍ନ ହୋଇ କାଳିଜହ୍ନିଆ ରାତିରେ ବିଷ୍ଠା ଚରେ। ଏହି ଗପ ଶୁଣିବା ପରେ ପିଲାମାନଙ୍କ ମନରେ ଦୁଇଟି ଭୟଙ୍କର କାଳ୍ପନିକ ଚେହେରା ଉଙ୍କିମାରିବା ସହିତ ସେମାନଙ୍କ ମନକୁ ଏକ ଅଜଣା ଭୟ କବଳିତ କରେ।  କିନ୍ତୁ ବଡ଼ ହୋଇଗଲେ ଏସବୁ ମିଛ ଲାଗେ। ଏଥିରେ କୌଣସି ସତ୍ୟତା ନାହିଁ ବୋଲି ଆମେ ଜାଣିପାରୁ।

[caption id="attachment_275781" align="alignnone" width="750"]witchs village photo-samacharnama.com[/caption]

Advertisment

କିନ୍ତୁ ଆଜିବି କେତେକ ସ୍ଥାନରେ ଲୋକମାନେ ଏହି ଅନ୍ଧ ବିଶ୍ୱାସର କଳା କାହାଣୀକୁ ସତ ବୋଲି ବିଶ୍ୱାସ କରନ୍ତି।

ଆଜି ଆମେ ଆପଣଙ୍କୁ ସେମିତି ଏକ ଗାଁ ବିଷୟରେ କହିବୁ ଯେଉଁଠି ଡାହାଣୀ ଓ ଚିରିଗୁଣିମାନେ ବାସ କରନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

ଡାହାଣୀମାନଙ୍କର ଗାଁ

ଏ ଘଟଣା ହେଉଛି ପଶ୍ଚିମ ଆଫ୍ରିକାର 'ଘାନା' ଜଙ୍ଗଲ୍‌ରେ ଥିବା କେତେକ ଗାଁର।

[caption id="attachment_275783" align="aligncenter" width="750"]village photo-samacharnama.com[/caption]

ପ୍ରକୃତ କଥା ହେଲା, ଏଠି କୌଣସି ଡାହାଣୀ ରୁହନ୍ତି ନାହିଁ। ସମାଜରୁ ବାସନ୍ଦ ହେବା ପରେ ଯେଉଁ ମହିଳାମାନେ ଏହି ଗାଁରେ ରୁହନ୍ତି ସେମାନଙ୍କୁ ହିଁ ତାଙ୍କରି ସମାଜ ଡାହାଣୀ ବୋଲି କହିଥାଏ। ଏଠାରେ ଏମିତି ପ୍ରାୟ ୧୫୦୦ ମହିଳା ଅଛନ୍ତି।

ଏଠାକାର ପରମ୍ପରା ଅନୁସାରେ ମହିଳାମାନଙ୍କୁ ସାପ କାମୁଡ଼ିଲେ ସେମାନେ ଡାହାଣୀ ପାଲଟି ଯାଆନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି। ଏହାପରେ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଅପମାନିତ କରିବା ସହିତ ଅକଥନୀୟ ନିର୍ଯାତନା ଦେଇ ସମାଜରୁ ବାହାର କରିଦିଆଯାଏ। ପରିବାର ଲୋକେ ମଧ୍ୟ ସବୁ ସମ୍ପର୍କ ତୁଟେଇ ଦିଅନ୍ତି। ଏମିତିକି ସାପ କାମୁଡ଼ିଥିବା କେତେକ ମହିଳାଙ୍କୁ ଜିଅନ୍ତା ଜାଳି ଦିଆଯାଏ।

[caption id="attachment_275785" align="aligncenter" width="750"]witch-1 photo-samacharnama.com[/caption]

ଆଫ୍ରିକାର 'ଘାନା' ଜଙ୍ଗଲ୍‌ର ଏହି ଅନ୍ଧାରୀ ମୂଲକର କାହାଣୀକୁ ପ୍ରଥମେ ମ୍ୟୁନିଫ୍‌ ନାମକ ଜଣେ ଫଟୋଗ୍ରାଫର୍‌ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ। ସେ ତାଙ୍କ ଫଟୋ ମାଧ୍ୟମରେ  ମହିଳାମାନଙ୍କର କରୁଣ ପରିସ୍ଥିତି ବିଷୟରେ ସମସ୍ତଙ୍କୁ ଜଣାଇଥିଲେ।