Advertisment

ସ୍କୁଲ୍‌ରେ ପଡ଼ିଲା ତାଲା, ଗେଟ୍‌ ଆଗରେ ବସିଲେ ଅଭିଭାବକ ଓ ପିଲା

କେନ୍ଦୁଝର (ପ୍ରଣୟ କୁମାର ପାଣି): ସ୍କୁଲ୍‌ରେ ପଡ଼ିଛି ତାଲା। ଖରାରେ ଗେଟ୍‌ ଆଗରେ ବସିଛନ୍ତି ପିଲା। ସ୍ମାର୍ଟ ଯୁଗରେ ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତାଲା କଥା ବୁଝିବାକୁ ଆସି ଏବିଓ ହେଲେ ଝାଳନାଳ। ଆଉ କହିଲେ, ମୁଁ ନୂଆକରି ଆସିଛି। ସମସ୍ୟା ସମାଧାନ କରିବା ପାଇଁ ମୋତେ ପଠାଯାଇଛି। କିନ୍ତୁ କିଏ ପଠାଇଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଏବିଓ ସିଧାସିଧା କିଛି ନକହି କଥା ଗୋଳାଇଥିଲେ ଏବିଓ। ହରିଚନ୍ଦନପୁର ବ୍ଲକ୍‌ […]

ଅଦ୍ୟତନ ହୋଇଛି
ସ୍କୁଲ୍‌ରେ ପଡ଼ିଲା ତାଲା, ଗେଟ୍‌ ଆଗରେ ବସିଲେ ଅଭିଭାବକ ଓ ପିଲା

School

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): ସ୍କୁଲ୍‌ରେ ପଡ଼ିଛି ତାଲା। ଖରାରେ ଗେଟ୍‌ ଆଗରେ ବସିଛନ୍ତି ପିଲା। ସ୍ମାର୍ଟ ଯୁଗରେ ଶିକ୍ଷାର ଏପରି ବିକଳ ଚିତ୍ର ଆସିଛି କେନ୍ଦୁଝର ଜିଲ୍ଲାରୁ। ତାଲା କଥା ବୁଝିବାକୁ ଆସି ଏବିଓ ହେଲେ ଝାଳନାଳ। ଆଉ କହିଲେ, ମୁଁ ନୂଆକରି ଆସିଛି। ସମସ୍ୟା ସମାଧାନ କରିବା ପାଇଁ ମୋତେ ପଠାଯାଇଛି। କିନ୍ତୁ କିଏ ପଠାଇଲେ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ଏବିଓ ସିଧାସିଧା କିଛି ନକହି କଥା ଗୋଳାଇଥିଲେ ଏବିଓ।

Advertisment

ହରିଚନ୍ଦନପୁର ବ୍ଲକ୍‌ ଜଙ୍ଘିରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏଠାରେ ୨୫୮ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ୮ ଜଣ ଶିକ୍ଷକ ଆଶ୍ୟକ ଥିବା ବେଳେ ପ୍ରଧାନଶିକ୍ଷକଙ୍କୁ ମିଶାଇ ଅଛନ୍ତି ମାତ୍ର ୫ ଜଣ। ସେମାନଙ୍କ ଭିତରୁ ପ୍ରଧାନଶିକ୍ଷକ ସିଆର୍‌ସିସି ଦାୟୀତ୍ୱ ତୁଲାଉଛନ୍ତି। ତେଣୁ ସେ ନିୟମିତ ଭାବେ ସ୍କୁଲ ଆସି ପାରୁନାହାନ୍ତି। ଠିକ୍‌ ସେହିପରି ଅନ୍ୟ ଜଣେ ଶିକ୍ଷୟିତ୍ରୀ ପ୍ରସବକାଳୀନ ଛୁଟିରେ ଯାଇଛନ୍ତି। କହିବାକୁ ଗଲେ ବର୍ତ୍ତମାନ ୮ଟି ଶ୍ରେଣୀ ୩ ଜଣ ଶିକ୍ଷକରେ ଚାଲିଛି। ଯଦି କୌଣସି ଶିକ୍ଷକଙ୍କ ଦେହ ଅସୁସ୍ଥ ହେଲା, ସେଦିନ କଥା ସରିଲା। ପାଠ ପଢ଼ା ଏକଦମ୍‌ ଠପ୍‌ ହୋଇଯାଉଛି।

ସ୍କୁଲର ଦୁଃଖ ଏତିକିରେ ସରିନାହିଁ। ୮ଟି ଶ୍ରେଣୀ ପାଇଁ ଆବଶ୍ୟକ ଶ୍ରେଣୀ ଗୃହ ନାହିଁ। ତେଣୁ ଗୋଟିଏ ରୁମରେ ୩ଟି କ୍ଳାସ୍‌ ଚାଲିଛି। ଗୋଟିଏ ଶ୍ରେଣୀର ପିଲାଙ୍କୁ ପାଠ ପଢ଼ାଇଲେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଶ୍ରେଣୀ ଗୃହ ଓ ଶିକ୍ଷକ ଅଭାବ ନେଇ ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟାମାନେ ବହୁ ବାର ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ମାତ୍ର ପ୍ରଶାସନିକ ଅଧିକାରୀମାନେ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପିଲାମାନଙ୍କ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଆଜି ଏହି ଅସନ୍ତୋଷ ଉଗ୍ର ରୂପ ଧାରଣ କରିଥିଲା। ଅଭିଭାବକମାନେ ସ୍କୁଲ୍‌ ଗେଟ୍‌ରେ ତାଲା ପକାଇଦେଇଥିଲେ। ପରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଖରାରେ ସ୍କୁଲ୍‌ ଗେଟ୍‌ ସମ୍ମୁଖରେ ଧାରଣାରେ ବସିଥିଲେ। ଡେପୁଟେସନ୍‌ରେ ଯାଇଥିବା ଶିକ୍ଷକ ଫେରାଇ ଆଣିବା ଓ ଶ୍ରେଣୀ ଗୃହ ସମସ୍ୟା ସମାଧାନ ପାଇଁ ଦାବି କରିଥିଲେ। ଶିକ୍ଷକମାନଙ୍କୁ ସ୍କୁଲ ଭିତରେ ପ୍ରବେଶ କରିବାକୁ ଦେଇନଥିଲେ। ଶିକ୍ଷକମାନେ ବାହାରେ ଘୂରି ବୁଲିଥିଲେ।

ସ୍କୁଲରେ ତାଲା ପଡ଼ିଥିବା ଖବର ପାଇ ଅପରାହ୍ନରେ ପହଞ୍ଚିଥିଲେ ହରିଚନ୍ଦନପୁର ଏବିଓ ବିକଳ ସାହୁ। ଆନ୍ଦୋଳନ କରୁଥିବା ଅଭିଭାବକ ଓ ପିଲାଙ୍କୁ ବୁଝାଇଥିଲେ। ହେଲେ ଅଭିଭାବକମାନେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଅନ୍ୟପକ୍ଷରେ ଏବିଓଙ୍କୁ ପାଖରେ ପାଇ ଗଣମାଧ୍ୟମ ପ୍ରତିନିଧିମାନେ କେତେ କ’ଣ ପ୍ରଶ୍ନ ପଚାରି ଥିଲେ। ଆପଣ କାହିଁକି ଆସିଛନ୍ତି? କିଏ ଆପଣଙ୍କୁ ଏଠାକୁ ପଠାଇଛନ୍ତି? ହେଲେ ଏବିଓ ମହାଶୟ କହିଥିଲେ, ମୁଁ ନୂଆ କରି ଆସିଛି। ମୁଁ ଏ ବିଷୟରେ କିଛି ଜାଣିନି। କେବଳ ସମସ୍ୟା ସମାଧାନ କରିବାକୁ ଯାଅ ବୋଲି କୁହାଯାଇଥିବା ଏବିଓ କହିଥିଲେ। ହେଲେ କିଏ ପଠାଇଛି ପ୍ରଶ୍ନକୁ ଉଡାଇ ଯାଉଥିଲେ ଏବିଓ। ଗଣମାଧ୍ୟମ ପ୍ରତିନିଧିମାନେ ନଛୋଡବନ୍ଧା। ବାରମ୍ୱାର ପଚାରିବାରୁ ଏବିଓ କହିଥିଲେ, ଡିପିସି ଫୋନ୍‌ କରିଥିଲେ ଅଫିସ୍‌କୁ ଓ ଅଫିସ୍‌ ମୋତେ କହିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe