Advertisment

ଏନସି କଲେଜ: ଭଙ୍ଗାଗଢ଼ାରେ ଯାଉଛି ସମୟ, ପିଲାଙ୍କ ପାଠପଢ଼ାକୁ ନଜର ନାହିଁ

ଯାଜପୁର (ସଞ୍ଜୀବ ନାୟକ): ସମସ୍ୟାର ପାହାଡ଼ ଭିତରେ ଦବି ରହିଛି ଯାଜପୁର ଜିଲ୍ଲାର ସର୍ବପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଯାହା ଏନ୍‌ସି କଲେଜ ନାଁରେ ସାରା ରାଜ୍ୟରେ ବେଶ୍ ପରିଚିତ। ଏହା ଏବେ କେବଳ ଭଙ୍ଗାଗଢ଼ା ମଧ୍ୟରେ ଚାଲିଛି। କଲେଜକୁ ନୂଆ ରୂପ ଦେବାକୁ ଜାରି ରହିଛି ଏହି ପ୍ରକ୍ରିୟା, ଯାହା ବର୍ଷ ବର୍ଷ ଧରି ସରୁ ନାହିଁ। କଲେଜ ଗଢ଼ୁ ଗଢ଼ୁ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ କର୍ତ୍ତୃପକ୍ଷ ଭୁଲି ଯାଇଥିବା ଅଭିଯୋଗ ହେଉଛି। ଏନ୍‌ସି କଲେଜ […]

ଅଦ୍ୟତନ ହୋଇଛି
ଏନସି କଲେଜ: ଭଙ୍ଗାଗଢ଼ାରେ ଯାଉଛି ସମୟ, ପିଲାଙ୍କ ପାଠପଢ଼ାକୁ ନଜର ନାହିଁ

college

Advertisment

ଯାଜପୁର (ସଞ୍ଜୀବ ନାୟକ): ସମସ୍ୟାର ପାହାଡ଼ ଭିତରେ ଦବି ରହିଛି ଯାଜପୁର ଜିଲ୍ଲାର ସର୍ବପୁରାତନ ନରସିଂହ ଚୌଧୁରୀ ମହାବିଦ୍ୟାଳୟ, ଯାହା ଏନ୍‌ସି କଲେଜ ନାଁରେ ସାରା ରାଜ୍ୟରେ ବେଶ୍ ପରିଚିତ। ଏହା ଏବେ କେବଳ ଭଙ୍ଗାଗଢ଼ା ମଧ୍ୟରେ ଚାଲିଛି। କଲେଜକୁ ନୂଆ ରୂପ ଦେବାକୁ ଜାରି ରହିଛି ଏହି ପ୍ରକ୍ରିୟା, ଯାହା ବର୍ଷ ବର୍ଷ ଧରି ସରୁ ନାହିଁ। କଲେଜ ଗଢ଼ୁ ଗଢ଼ୁ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ କର୍ତ୍ତୃପକ୍ଷ ଭୁଲି ଯାଇଥିବା ଅଭିଯୋଗ ହେଉଛି।

Advertisment

ଏନ୍‌ସି କଲେଜ ତା’ର ପୂର୍ବ ଗୌରବ ହରାଇ ସାରିଛି। ୧୯୪୬ ମସିହାରେ ପ୍ରତିଷ୍ଠିତ ଏହି କଲେଜ ଜିଲ୍ଲାର ପ୍ରଥମ ଉଚ୍ଚ ଶିକ୍ଷାନୁଷ୍ଠାନ ହୋଇଥିଲେ ବି ୟୁଜିସିର ଅନୁଦାନ ଅର୍ଥ ପରିଚାଳନାରେ ତ୍ରୁଟି କାରଣରୁ ୨୦୧୩ ମସିହାରୁ ଏହା ଅଟୋନମସ ମାନ୍ୟତା ହରାଇ ସାରିଛି ।  ବହୁ ଚେଷ୍ଟା ପରେ ବି ଦୀର୍ଘ ୯ ବର୍ଷ ହେଲା ଆଉ ଏହି କଲେଜକୁ ଅଟୋନମସ ମାନ୍ୟତା ମିଳୁନାହିଁ।

[caption id="attachment_781582" align="aligncenter" width="650"]cycle ଏଣେତେଣେ ସାଇକେଲ ପଡ଼ି ରହିଛି।[/caption]

Advertisment

କଲେଜର ଭିତ୍ତିଭୂମିକୁ ବ୍ୟବସ୍ଥିତ କରିବା ପାଇଁ ଏବେ ଏଠାରେ ଭଙ୍ଗାଗଢ଼ା କାମ ଚାଲିଛି। କିନ୍ତୁ ଲାଗୁଛି ସେଗୁଡ଼ିକ ବି ବ୍ୟବସ୍ଥିତ ଢଙ୍ଗରେ ହେଉନାହିଁ। ଏଠାରେ ନବନିର୍ମିତ ବିଜ୍ଞାନ ବ୍ଲକ ସମ୍ପୂର୍ଣ୍ଣ ଭାବେ ପିଲାଙ୍କ କାମରେ ଲାଗି ପାରୁନି ।  ସାଇନ୍ସ ଲାବ୍ରୋଟୋରି ଓ ଅଡିଟୋରିୟମର ନିର୍ମାଣ କାର୍ଯ୍ୟ ଚାଲିଛି । ପିଲାଙ୍କ ଲାଗି ସାଇକେଲ ଷ୍ଟାଣ୍ଡଟିଏ ନଥିବା ବେଳେ ପିଇବା ଲାଗି ପାନୀୟ ଜଳ ବ୍ୟବସ୍ଥା ଅଚଳ ରହିଛି। ଶୌଚାଳୟ ସୁବିଧାରୁ ପିଲା ବଞ୍ଚିତ ରହିଥିବା ବେଳେ ଏ ସମସ୍ୟା ଅପେକ୍ଷା ମରାମତି ଓ ନୂତନ ଅଟ୍ଟାଳିକା ନିର୍ମାଣ ଲାଗି ଠିକାଦାରିକୁ ଗୁରୁତ୍ୱ ଦିଆଯାଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

୨୦୨୦ ମସିହାରୁ ଛାତ୍ରୀ ନିବାସ ନିର୍ମାଣ ହୋଇଛି। କରୋନା ସମୟରେ ଏହାକୁ ଅସ୍ଥାୟୀ କୋଭିଡ କେୟାର ସେଣ୍ଟର କରାଯାଇଥିଲା। ଆଉ ତା’ପରଠୁ ଏହାକୁ କଲେଜ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇ ନାହିଁ। ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ତଥା ଜିଲ୍ଲା ବାହାରୁ ଏଠାରେ ନାମ ଲେଖାଉଥିବା ଛାତ୍ରୀଙ୍କୁ ରହିବାରେ ଅସୁବିଧା ହେଉଛନ୍ତି। ସେମାନେ ହଷ୍ଟେଲରେ ରହିପାରୁ ନାହାନ୍ତି। ଅନ୍ୟପକ୍ଷରେ ଆସନ୍ତା କିଛି ମାସ ଭିତରେ ଏହି ସବୁ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ।

[caption id="attachment_781583" align="aligncenter" width="650"]pic କଲେଜ କାମ ଚାଲିଛି।[/caption]

ଏନ୍‌ସି କଲେଜରେ ଯୁକ୍ତ ତିନି ବିଜ୍ଞାନର ଚାହିଦା ଥିଲେ ବି ପୂର୍ବରୁ ରହିଥିବା ୧୪୪ ସିଟ ସଂଖ୍ୟାରେ ଏଯାଏ କୌଣସି ବୃଦ୍ଧି ହୋଇନି। ସେହିପରି  ଗଣିତ ଓ ଇତିହାସ ଛଡ଼ା ଅନ୍ୟ କୌଣସି ବିଷୟରେ ପିଜି ପାଠ୍ୟକ୍ରମ ନାହିଁ।

କଲେଜ ଅଧ୍ୟକ୍ଷ କହିଛନ୍ତି, ଅଟୋନମସ ମାନ୍ୟତା ଲାଗି ଉଦ୍ୟମ ଜାରି ରହିଛି । ଯେଉଁ ନିର୍ମାଣ କାର୍ଯ୍ୟ ଚାଲୁଛି, ତାହା ଆଗାମୀ ଶିକ୍ଷା ବର୍ଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଆଶା ରହିଛି । ବାକି ଯାହା ସମସ୍ୟା ରହିଛି, ସେ ସଂପର୍କରେ ସରକାରଙ୍କୁ ଅବଗତ କରାଇଛୁ।

[caption id="attachment_781584" align="aligncenter" width="650"]jajpur- ନରସିଂହ ଚୌଧୁରୀ ମହାବିଦ୍ୟାଳୟ ।[/caption]

ପୁରାତନ ଶିକ୍ଷାନୁଷ୍ଠାନର ଉନ୍ନତିକରଣ ଆଳରେ ବ୍ୟବସାୟୀକରଣ ମନୋବୃତ୍ତି ପରିବର୍ତେ ଶିକ୍ଷାର ମାନ ଓ ଭିତ୍ତିଭୂମିକୁ ସୁଦୃଢ଼ କରାଗଲେ ବହୁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢିବାର ସୁଯୋଗ ମିଳିପାରନ୍ତା ବୋଲି ଆଲୋଚନା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe