ସ୍ମାର୍ଟ ସିଟିର ଷ୍ଟୁପିଡ୍‌ ସାଇକେଲ୍‌ ଟ୍ରାକ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାମରେ ଲାଗୁନି ସ୍ମାର୍ଟ ସିଟିର ସାଇକେଲ୍‌ ଟ୍ରାକ୍‌। ବରବାଦ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ସ୍ମାର୍ଟ ସିଟିର ଷ୍ଟୁପିଡ୍‌ ପ୍ଲାନିଂର ନମୁନା ସାଜିଛି ଭୁବନେଶ୍ୱରର ସାଇକେଲ୍‌ ଟ୍ରାକ୍‌। ପଟିଆ ଛକରୁ ଇନଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ଲମ୍ବିଥିବା ସାଇକେଲ ଟ୍ରାକ୍‌ର ପ୍ରାୟ ୬.୨ କିଲୋମିଟର ରାସ୍ତାକୁ ତାର ବାଡ଼ ଦେଇ ବାରିକେଡିଂ କରିଛି ସ୍ମାର୍ଟ ସିଟି ଲିମିଟେଡ୍। ହେଲେ କେହି ଜଣେ ବି ଏହି ଟ୍ରାକରେ ସାଇକେଲ ଚଳାଉ ନାହାଁନ୍ତି। ପ୍ରକୃତରେ ଚଳାଇବେ […]

CycleTrack

CycleTrack

Ordigital Desk
  • Published: Saturday, 08 January 2022
  • Updated: 10 January 2022, 03:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାମରେ ଲାଗୁନି ସ୍ମାର୍ଟ ସିଟିର ସାଇକେଲ୍‌ ଟ୍ରାକ୍‌। ବରବାଦ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ସ୍ମାର୍ଟ ସିଟିର ଷ୍ଟୁପିଡ୍‌ ପ୍ଲାନିଂର ନମୁନା ସାଜିଛି ଭୁବନେଶ୍ୱରର ସାଇକେଲ୍‌ ଟ୍ରାକ୍‌। ପଟିଆ ଛକରୁ ଇନଫୋସିଟି ଦେଇ କିଟ୍ ପର୍ଯ୍ୟନ୍ତ ଲମ୍ବିଥିବା ସାଇକେଲ ଟ୍ରାକ୍‌ର ପ୍ରାୟ ୬.୨ କିଲୋମିଟର ରାସ୍ତାକୁ ତାର ବାଡ଼ ଦେଇ ବାରିକେଡିଂ କରିଛି ସ୍ମାର୍ଟ ସିଟି ଲିମିଟେଡ୍। ହେଲେ କେହି ଜଣେ ବି ଏହି ଟ୍ରାକରେ ସାଇକେଲ ଚଳାଉ ନାହାଁନ୍ତି। ପ୍ରକୃତରେ ଚଳାଇବେ ତ କେମିତି? କାରଣ ପ୍ରତି ୫୦ ମିଟର ଦୂରତାରେ ରହିଛି ପ୍ରତିବନ୍ଧକ। ମାନେ ଟ୍ରାକ୍‌ ଉପରେ ପୋତା ହୋଇଛି ଛୋଟ ଛୋଟ ଖୁଣ୍ଟ। ତେଣୁ ଟ୍ରାକରେ ସାଇକେଲ ଚଳେଇଲେ ବାରମ୍ବାର ଓହ୍ଲାଇବାକୁ ପଡୁଛି। ସାଇକେଲକୁ ହାତରେ ଟେକି ଖୁଣ୍ଟି ଅତିକ୍ରମ କରିବାକୁ ପଡ଼ୁଛି। ଏମିତି ସ୍ଥିତିରେ ସାଇକେଲ ଟ୍ରାକ ଛାଡ଼ି ମେନ୍‌ ରୋଡ୍‌ରେ ସାଇକେଲ ଚଳାଉଛନ୍ତି ସାଇକେଲିଆ।

ରାଜଧାନୀରେ ପ୍ରତିଦିନ ସାଇକେଲିଂ କରୁଥିବା  ଡ଼ ରଜନୀକାନ୍ତ ସାହୁ କହିଛନ୍ତି, “ସ୍ମାର୍ଟସିଟିର ଏହି ସାଇଲେକ ଟ୍ରାକ ସଂପୂର୍ଣ୍ଣ ଅନାବଶ୍ୟକ। ଏହା ବିଲକୁଲ ବି କାମରେ ଆସୁନି । ଟ୍ରାକ୍ ସାରା ହଡଲ୍ସ କରି ଦେଇଛନ୍ତି। ଫଳରେ ଟ୍ରାକରେ ସାଇକେଲିଂ କଲେ ପେଡାଲ ଲାଗୁଛି। ହାତରେ ଟେକି ସାଇକେଲ୍‌କୁ ଉଠାଇବାକୁ ପଡୁଛି । ସେପଟେ ବାରିକେଡିଂ କଲା ପରେ ମୁଖ୍ୟ ରାସ୍ତା ବି ସଂକୀର୍ଣ୍ଣ ହୋଇ ଯାଇଛି । ତେଣୁ ଗାଡ଼ି ଆସିବା ବେଳେ ସାଇକେଲିଂ କରିବାକୁ ଭୟ ଲାଗୁଛି । ଫଳରେ ନାଁ ଭିତରେ ନାଁ ବାହାରେ କୌଣସି ରାସ୍ତାରେ ବି ସାଇଲେଲିଂ କରି ହେଉନି।”

ବାଣୀବିହାର ଠାରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ପ୍ରାୟ ୪.୮ କିଲୋ ମିଟର ସାଇକେଲ ଟ୍ରାକର ସ୍ଥିତି ମଧ୍ୟ ସମାନ। ତେଣୁ କିଛି ସ୍ଥାନରେ ସାଇକେଲ ଟ୍ରାକ୍‌ ବାଇକ ଆରୋହୀଙ୍କ ପାଇଁ ପାର୍କିଂ ସ୍ଥାନ ହୋଇଛି ତ ଆଉ କିଛି ଠେଲା ବେପାରୀଙ୍କ କବଜାରେ ରହିଛି।

[caption id="attachment_705088" align="aligncenter" width="650"]cycling  track in bhubaneswar ରାଜଧାନୀର ଏକ ସାଇକେଲ୍ ଟ୍ରାକ୍‌[/caption]

ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ରବି ରାୟ ସିଧାସଳଖ ସରକାରଙ୍କୁ ଆକ୍ଷେପ କରିଛନ୍ତି। ସେ କହିଛନ୍ତି, “ବିଏମ୍‌ସି ଖାଲି ଲୋକଙ୍କୁ ଦେଖାଇବା ପାଇଁ ମୋ ସାଇକେଲ ବ୍ୟବସ୍ଥା କଲେ। କିନ୍ତୁ ଏହା କବାଡ଼ିଖାନାରେ ବିକ୍ରି ହେଉଛି। ଏଗୁଡିକ ଖାଲି ପଇସା ଖାଇବାର ବାଟ। ଏସବୁ ବନ୍ଦ କରାଯାଉ। ସାଇକେଲ ଟ୍ରାକ ଯେମିତି ହୋଇଛି, ସାଇକେଲ ଆରେହୀ କାନ୍ଧରେ ସାଇକେଲ ରଖି ଟ୍ରାକ ଅତିକ୍ରମ କରୁଛନ୍ତି। ବିଏମ୍‌ସିକୁ କ’ଣ ଏସବୁ ଦେଖାଯାଉନି।”

ରାଜଧାନୀକୁ ପ୍ରଦୂଷଣ ମୁକ୍ତ ଓ ରାଜଧାନୀବାସୀଙ୍କୁ ଫିଟ୍‌ ରଖିବାକୁ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ‘ମୋ ସାଇକେଲ’ ଯୋଜନା। ତିନିଟି କମ୍ପାନୀର ପ୍ରାୟ୨ ହଜାର ସାଇକେଲ ଆସିଲା। ସ୍ୱତନ୍ତ୍ର ଆପ୍ପ ସହ ଷ୍ଟାଣ୍ଡ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେଲା। ଟ୍ରାକ୍‌ ବି ହେଲା। ହେଲେ ୩ ବର୍ଷ ଭିତରେ ଅଧିକାଂଶ ସାଇକେଲ କବାଡ଼ିଖାନାରେ ଭଙ୍ଗା ଲୁହା ଦରରେ ବିକ୍ରି ହେଲା। ଯାହା କିଛି ମରାମତି ହେଲା ତାହା ବି କାମରେ ଲାଗୁନି। କିଛି ଲୋକ ସାଇକେଲ୍‌ ଗୁଡ଼ିକୁ ନିଜ ସାଇକେଲ ଭଳି ଚାବି ପକେଇ ରଖିଛନ୍ତି।

ଯୁବ କର୍ମଜୀବୀ ଚିଙ୍କୁ ବେହେରା କହିଛନ୍ତି, “ ଦିନେ ଅଫିସ୍ ଗଲା ବେଳେ ତିନିଟି ସାଇକେଲ୍‌ର ଆପ୍ ଖୋଲିବାକୁ ଚେଷ୍ଟା କଲି। କିନ୍ତୁ ସବୁ ମେଣ୍ଟେନ୍ସା ମାଗିଲେ। ଯେଉଁ ଗୋଟିଏ ଖୋଲିଲା, ତାକୁ କୌଣସି ବ୍ୟକ୍ତି ନିଜ ତାଲା ପକାଇ ରଖିଥିଲେ। ସରକାର କି ସାଇକେଲ ଦେଲେ ଯେ, ଆମେ ତାକୁ ବ୍ୟବହାର କରି ପାରୁନୁ। ସେମିତି ସାଇକେଲ୍ ଚଲାଇବାକୁ ସ୍ୱତନ୍ତ୍ର ଟ୍ରାକ୍‌ କରି ଦେଲେ। ହେଲେ ସେ ବି କିଛି କାମରେ ଲାଗୁନି।”

[caption id="attachment_705089" align="aligncenter" width="650"]Cyclist trying to go through the obstacle ସାଇକେଲ୍ ଟ୍ରାକ୍‌ ଉପରେ ସିମେଣ୍ଟ ଖୁଣ୍ଟ[/caption]

ସାଇକେଲିଂକୁ ପ୍ରୋତ୍ସାହନ ଦେବା ଲାଗି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (BSCL) “ଗୋ ଗ୍ରୀନ” ଯୋଜନାରେ ଆରମ୍ଭ କରିଥିଲା ସାଇକେଲ୍‌ ଟ୍ରାକ୍‌। ହେଲେ ଆଜି ଯ।ଏଁ ବ୍ୟକ୍ତିଗତ ସାଇକେଲ ରଖିବା ପାଇଁ ରାଜଧାନୀର କେଉଁଠି ବି ସାଇକେଲ ଷ୍ଟାଣ୍ଡ ନାହିଁ। ଭୁବନେଶ୍ୱରର ପାହାଡ଼ିଆ ଭୂଗୋଳ ସହ ନିର୍ମାଣ ହୋଇଥିବା ସଂକୀର୍ଣ୍ଣ ସାଇକେଲ ଟ୍ରାକ ସଂପୂର୍ଣ୍ଣ ଏକ ଫେଲ୍ୟୁର ପ୍ରୋଜେକ୍ଟ ବୋଲି କହିଛନ୍ତି ସାଇକେଲିଷ୍ଟ ତଥା ଟାଉନ ପ୍ଲାନର ପୀୟୂଷ ରାଉତ। ସ୍ମାର୍ଟ ସିଟି ଲିମିଟେଡର ବିଫଳତା କଥା ଜଳ ଜଳ ହୋଇ ସମସ୍ତଙ୍କୁ ଦେଖା ଯାଉଥିଲେ ମଧ୍ୟ ସ୍ମାର୍ଟ ସିଟି ସିଇଓ ତଥା ବିଏମସି କମିଶନର କିନ୍ତୁ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।

୨୦୧୭ ମସିହାରୁ ଚାଲିଥିବା ସ୍ମାର୍ଟ ସିଟିର ସ୍ମାର୍ଟ ଜନପଥ କାମ ସରିବାର ନାଁ ଧରୁନି। ଯେଉଁଥିରେ ଏନକ୍ରୋଚମେଣ୍ଟ ଫ୍ରି ସାଇକେଲ ଟ୍ରାକ ବି ସାମିଲ ଅଛି। ଏପରିସ୍ଥଳେ ଟ୍ରାକ ତା’ ବାଟରେ ପଡ଼ିଛି ଆଉ ଲୋକ ମୁଖ୍ୟ ରାସ୍ତାରେ ସାଇକେଲିଂ କରୁଛନ୍ତି।
https://youtu.be/IH-xn4CaDgo

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story