କେନ୍ଦ୍ରାପଡା: ଶୁଭ ଦିଆଯିବାର ୨୫ ବର୍ଷ ବିତିଲା, ଦୁଇଟି ପିଲାରରେ ଅଟକିଛି ପୋଲ କାମ

କେନ୍ଦ୍ରାପଡା: ଦେଶର ସବୁ ଅଞ୍ଚଳକୁ ଗମନାଗମନ ସୁବିଧା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ଯୋଗାଇ ଦେଉଛନ୍ତି । ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ‘ବ’ଡିହ ପାଇଁ ଏହି ଯୋଜନା ସାତସପନ ହୋଇଛି । ୧୯୯୦ ମସିହାରେ ପୋଲ ନିର୍ମାଣ ଲାଗି ଶୁଭ ଦିଆଯାଇଥିଲା । ୨୦୦୦ ମସିହାରେ ଟେଣ୍ଡର ହୋଇ କାମ ଆରମ୍ଭ ହେଲା । ଏହାମଧ୍ୟରେ ପୋଲ ନିର୍ମାଣର ଧାର୍ଯ୍ୟ ସମୟ ସରିଯାଇଛି । ହେଲେ ମାତ୍ର ଦୁଇଟି […]

kn

kn

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 12:18 PM IST

Sports

Latest News

knକେନ୍ଦ୍ରାପଡା: ଦେଶର ସବୁ ଅଞ୍ଚଳକୁ ଗମନାଗମନ ସୁବିଧା ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପ୍ରଚୁର ଅର୍ଥ ଯୋଗାଇ ଦେଉଛନ୍ତି । ତେବେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ‘ବ'ଡିହ ପାଇଁ ଏହି ଯୋଜନା ସାତସପନ ହୋଇଛି । ୧୯୯୦ ମସିହାରେ ପୋଲ ନିର୍ମାଣ ଲାଗି ଶୁଭ ଦିଆଯାଇଥିଲା । ୨୦୦୦ ମସିହାରେ ଟେଣ୍ଡର ହୋଇ କାମ ଆରମ୍ଭ ହେଲା । ଏହାମଧ୍ୟରେ ପୋଲ ନିର୍ମାଣର ଧାର୍ଯ୍ୟ ସମୟ ସରିଯାଇଛି । ହେଲେ ମାତ୍ର ଦୁଇଟି ପିଲାରରେ ଅଟକି ରହିଛି କାମ । ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ପୋଲ ନିର୍ମାଣ ସରୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଲୋକେ ଯୋଜନାର ସୁଫଳ ଉଠାଇ ନ ପାରି ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି।kn3

ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଗୋବରୀ ନଦୀ ଉପରେ ପୋଲ ନିର୍ମାଣ ପାଇଁ ସରକାର ସେତୁ ନିର୍ମାଣ ନିଗମ ବିଭାଗକୁ ଦାୟିତ୍ୱ ଦେଇଥିଲେ। ଏଥିପାଇଁ ୨କୋଟି ୪୭ଲକ୍ଷ ୮୮ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା । ପୋଲ କାମ ୨୦୦୦ରୁ ଆରମ୍ଭ ହୋଇଥିଲେ ବି ଶେଷ ହେବାର ନାଁ ନେଉନାହିଁ । ସେତୁ ନିର୍ମାଣ ନିଗମର ଅପାରଗତା ହେତୁ ମହାକାଳପଡାବାସୀଙ୍କ ଲାଇଫ ଲାଇନ କୁହାଯାଉଥିବା ଏହି ସେତୁ ମାତ୍ର ଦୁଇଟି ପିଲାରରେ ଅଟକି ରହିଛି । ଜନସାଧାରଣଙ୍କ ଯାତାୟତ ପାଇଁ  ଯେଉଁ ବାଉଁଶପୋଲ ନିର୍ମାଣ କରାଯାଇଛି ତାହା ଅସୁରକ୍ଷିତ ଅବସ୍ଥାରେ ରହିଛି। ଏହି ବାଉଁଶପୋଲ ଦେଇ ଯାତାୟତ କରିବା ଦ୍ୱାରା ଯେ କୌଣସି ସମୟରେ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହେଉଛି । ଏହି ପୋଲ ନିର୍ମାଣ ହୋଇଗଲେ ସଦର ମହକୁମାକୁ ସଂଯୋଗ ହେବା ସହ  ଜିଲ୍ଲା ମୁଖ୍ୟାଳୟ, ମୁଖ୍ୟ ଚିକିତ୍ସାଳୟ, ମହାବିଦ୍ୟାଳୟକୁ ଅଞ୍ଚଳବାସୀ ସୁବିଧାରେ ଯାଇପାରିବେ ।

ସରକାର ପରେ ସରକାର ବଦଳୁଛି ହେଲେ ଗମନାଗମନ ସମସ୍ୟା ଯେମିତି ଥିଲା ସେମିତି ରହିଛି । ଯାହାକୁ ବି ଦୁଃଖ ଜଣାଇଲେ କେବଳ ପ୍ରତିଶ୍ରୁତି ହିଁ ମିଳୁଛି । ସୂଚନାଯୋଗ୍ୟ, କାମ ବନ୍ଦ ହୋଇଯିବା ପରେ ଅଞ୍ଚଳବାସୀଙ୍କ ବିକ୍ଷୋଭ ଓ ଧାରଣା ଆଦି ଆନ୍ଦୋଳନାତ୍ମକପନ୍ଥା ଆପଣେଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ ନୂଆ ଟେଣ୍ଡର ଏକ ଘରୋଇ ଠିକାଦାର କମ୍ପାନୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି କାମ ୨୦୧୫ ମସିହାରେ ଶେଷ ହେବା କଥା । ହେଲେ କାମ କଛପ ଗତିରେ ଚାଲିଛି । ଠିକାଦାରଙ୍କ ପରେ ଠିକାଦରା ଆସି ମାପ କରି ଯାଉଛନ୍ତି ହେଲେ କାମ ଆରମ୍ଭ ହେଉନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।kn1

ଏ ନେଇ ଲକ୍ଷ୍ମୀକାନ୍ତ ସ୍ୱାଇଁ କହିଛନ୍ତି ଯେ, ପୋଲ ନ ଥିବାରୁ ନଦୀ ଏପଟେ ଥିବା ୧୦ଟି ପଞ୍ଚାୟତର ଲୋକେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି । ଏଠାରୁ କେନ୍ଦ୍ରାପଡା, ରାଜନଗର, ପଟ୍ଟାମୁଣ୍ଡଇକୁ ରାସ୍ତା ବହୁତ କମ । ହେଲେ ନଦୀରେ ପୋଲ ନ ଥିବାରୁ ବୁଲି କି ଯିବାକୁ ପଡୁଛି । କାମ ଯେମିତି ଚାଲିଛି କେବେ ସରିବ କହିବା ମୁସ୍କିଲ । ସେହିପରି ସ୍ଥାନୀୟ ବାସିନ୍ଦା ସନ୍ତୋଷ ପଣ୍ଡା କହିଛନ୍ତି ପୋଲ ନିର୍ମାଣ ଲାଗି ୧୯୯୦ ମସିହାରେ ନଳୀନ ମହାନ୍ତି ଶୁଭ ଦେଇଥିଲେ । ଏହା ମଧ୍ୟରେ ୨୫ ବର୍ଷ ବିତିବାକୁ ବସିଲାଣି, ହେଲେ କାମ ମାତ୍ର ଦୁଇଟି ପିଲାର ନିର୍ମାଣରେ ଅଟକିଛି । ବିଶେଷ କରି ଅଞ୍ଚଳର କେହି ଅସୁସ୍ଥ ହେଲେ ଡାକ୍ତରଖାନା ନେବାକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ର ସ୍ୱାଇଁ କହିଛନ୍ତି ବହୁ ଠିକାଦାର ଆସି ମାପଚୁପ କରୁଛନ୍ତି । ହେଲେ ପୋଲ କାମ ସରିବା ନାଁ ଧରୁନାହାନ୍ତି । ସ୍ଥାନୀୟ ବିଧାୟକ, ସାଂସଦ, ଜିଲ୍ଲାପାଳ, ଏସପଙ୍କୁ ବାରମ୍ବାର ଜଣାଇଲେ ବି କେବଳ ପ୍ରତିଶ୍ରୁତି ହିଁ ମୁଳୁଛି ବୋଲି ସେ କହିଛନ୍ତି । ଏ ନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ କାମିନୀକାନ୍ତ ବେହେରାଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, କାମ ନେଇଥିବା ଠିକାଦାର ଅଧାରୁ ଛାଡିଦେଲେ । ଫଳରେ ପୋଲ କାମରେ ବାଧା ଉପୁଜିଥିଲା । ୨୦୧୪ରେ ଟଣ୍ଡର ଡକାଯାଇଥିଲେ ବି କେହି ଆସି ନ ଥିଲେ । ୨୦୧୫ରେ ନୂଆ ଟେଣ୍ଡର ଦିଆଯାଇଛି । ଚଳିତବର୍ଷ ଶେଷ ସୁଦ୍ଧା କାମ ସରିଯିବ ବୋଲି ସହକାରୀ ଯନ୍ତ୍ରୀ ବେହେରା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story