Advertisment

ଲକଡାଉନ୍ ବଢ଼ାଇଛି ମାନସିକ ଚାପ, ବଢ଼ିଛି ଆତ୍ମହତ୍ୟା

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): କରୋନା ମହାମାରୀ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଲୋକଙ୍କ ମାନସିକ ଓ ଆର୍ଥିକ ଦୁର୍ବଳତାର ମଧ୍ୟ କାରଣ ସାଜିଛି। କୋଭିଡ୍ ମୁକାବିଲା ପାଇଁ ଲାଗୁ କରାଯାଇଥିବା ଲକଡାଉନ୍ କଟକଣା ଲୋକଙ୍କ ଜୀବନ ଜୀବିକାକୁ ହନ୍ତସନ୍ତ କରିଦେଇଛି। ଫଳରେ ସୃଷ୍ଟି ହୋଇଛି ମାନସିକ ଚାପ ଓ ଅବସାଦ, ଯାହାର ପରିଣାମ ସ୍ୱରୁପ ବୃଦ୍ଧି ପାଇଛି ଆତ୍ମହତ୍ୟାର ତାଲିକା। ନିକଟରେ ସ୍ଥାନୀୟ ୟୁନିଟ୍-୯ ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ନିଖୋଜ ଥିଲେ। ପରେ ତାଙ୍କ […]

ଲକଡାଉନ୍ ବଢ଼ାଇଛି ମାନସିକ ଚାପ, ବଢ଼ିଛି ଆତ୍ମହତ୍ୟା

suicide

Advertisment

ଭୁବନେଶ୍ୱର(ପ୍ରଜ୍ଞା ଚୌଧୁରୀ): କରୋନା ମହାମାରୀ ଦେଶର ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ ଲୋକଙ୍କ ମାନସିକ ଓ ଆର୍ଥିକ ଦୁର୍ବଳତାର ମଧ୍ୟ କାରଣ ସାଜିଛି। କୋଭିଡ୍ ମୁକାବିଲା ପାଇଁ ଲାଗୁ କରାଯାଇଥିବା ଲକଡାଉନ୍ କଟକଣା ଲୋକଙ୍କ ଜୀବନ ଜୀବିକାକୁ ହନ୍ତସନ୍ତ କରିଦେଇଛି। ଫଳରେ ସୃଷ୍ଟି ହୋଇଛି ମାନସିକ ଚାପ ଓ ଅବସାଦ, ଯାହାର ପରିଣାମ ସ୍ୱରୁପ ବୃଦ୍ଧି ପାଇଛି ଆତ୍ମହତ୍ୟାର ତାଲିକା।

Advertisment

ନିକଟରେ ସ୍ଥାନୀୟ ୟୁନିଟ୍-୯ ଅଞ୍ଚଳର ଜଣେ ୨୭ ବର୍ଷୀୟ ଯୁବକ ନିଖୋଜ ଥିଲେ। ପରେ ତାଙ୍କ ମୃତଦେହ ଦୟା ନଦୀ କୂଳରୁ ଠାବ କରାଯାଇଥିଲା। ପୁଲିସ ତଦନ୍ତରୁ ଜଣାପଡ଼ିଲା ଯେ, ମୃତକ ଜଣକ ଦିଲ୍ଲୀରେ ଇଞ୍ଜିନିୟର ଭାବେ କାମ କରୁଥିଲେ। ହେଲେ କରୋନା ମହାମାରୀ ଭିତରେ ସେ ଓଡ଼ିଶା ଫେରିଥିଲେ। ହେଲେ ଆସିବା ପରଠାରୁ ସେ ମାନସିକ ଅବସାଦରେ ଥିଲେ ଏବଂ ଶେଷରେ ସେ ଆତ୍ମହତ୍ୟା ରାସ୍ତାକୁ ବାଛିଥିଲେ।

ଗତ ସପ୍ତାହରେ ଆଉ ଏକ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା। ଜଣେ ୨୩ ବର୍ଷୀୟା ଯୁବତୀଙ୍କ ଝୁଲନ୍ତା ମୃତଦେହ ସ୍ଥାନୀୟ ପାହାଳ ନିକଟସ୍ଥ ଭଡ଼ାଘରୁ ଉଦ୍ଧାର କରାଯାଇଥିଲା। ପୁଲିସ ତଥ୍ୟ ଅନୁସାରେ, ସେ ନିଜ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ତେବେ ଲକଡାଉନ ଅବଧି ଭିତରେ ଉଭୟ ଚାକିରି ହରାଇଥିଲେ। ଘଟଣାର କିଛି ଦିନ ପୂର୍ବରୁ ପୁରୁଷ ବନ୍ଧୁ ଜଣକ ଚାକିରି ସନ୍ଧାନରେ ଅନୁଗୋଳ ସ୍ଥାନାନ୍ତର ହୋଇଥିଲେ। ଏପଟେ ଯୁବତୀ ଜଣକ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଥିଲେ।

Advertisment

କରୋନା ଲକଡାଉନ ଭିତରେ ଏଭଳି ଅନେକ ଘଟଣା ରାଜଧାନୀ ଛାତି ଉପରେ ଘଟିଯାଇଛି। ପୁଲିସ ତଥ୍ୟ ମୁତାବକ, ୨୦୨୦ ମାର୍ଚ୍ଚ ୨୩ରୁ ଜୁଲାଇ ୩୧ ଭିତରେ ଭୁବନେଶ୍ୱରରେ ଘଟିଛି ୮୬ଟି ଆତ୍ମହତ୍ୟା। ତେବେ ଗତ ବର୍ଷ ଅର୍ଥାତ୍ ୨୦୧୯ରେ ମାର୍ଚ୍ଚ ୨୩- ଜୁଲାଇ ୩୧ ମଧ୍ୟରେ ୫୯ଟି ଆତ୍ମହତ୍ୟା ଘଟଣା ରିପୋର୍ଟ ହୋଇଥିଲା। ବିଶେଷଜ୍ଞମାନଙ୍କ ଅନୁଯାୟୀ, ମହାମାରୀ ଯୋଗୁ ଲୋକଙ୍କ ମାନସିକ ସନ୍ତୁଳନରେ ପ୍ରଭାବ ପଡ଼ିଛି, ଯାହା ଆତ୍ମହତ୍ୟାର ମାତ୍ରା ବୃଦ୍ଧିରେ ପ୍ରତିଫଳିତ ହୋଇଛି।

ଯଦିଓ ଉକ୍ତ ଅବଧିରେ ଘଟିଥିବା ଏ ସମସ୍ତ ଆତ୍ମହତ୍ୟା ପଛରେ ଲକଡାଉନ ଏକମାତ୍ର କାରଣ ନୁହେଁ, ତଥାପି ଅନେକ ଆତ୍ମହତ୍ୟା ପଛରେ ଲକଡାଉନ ଅବଧିରେ ରୋଜଗାର ହରାଇବା, ଆର୍ଥିକ ସ୍ତରରେ ଭାଙ୍ଗି ପଡ଼ିବା, ମାନସିକ ଅଶାନ୍ତି ଓ ଅବସାଦ ଭଳି କାରଣ ରହିଥିବା ଜଣାପଡ଼ିଛି।

ଏହି ପରିପ୍ରେକ୍ଷୀରେ ଆମେ ମାନସିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତା କ୍ଷେତ୍ରରେ କାମ କରୁଥିବା ଏକ ଏନଜିଓ ମାନମ ଫାଉଣ୍ଡେସନର ପ୍ରତିକ୍ରିୟା ଜାଣିବାକୁ ଚାହିଁଲୁ। ସଂସ୍ଥାର ମ୍ୟାନେଜିଂ ଟ୍ରଷ୍ଟି ଡ. ଅନୁରାଧା ମହାପାତ୍ର କହିଛନ୍ତି ଯେ, ଲକଡାଉନ ଅବଧିରେ ସେମାନେ ଏ ନେଇ ଏକ ସୋଶାଲ ମିଡିଆ କ୍ୟାମ୍ପେନିଂ ଆରମ୍ଭ କରିଥିଲେ ଏବଂ ଫ୍ରି-କାଉନସେଲିଂ ଯୋଗାଇ ଦେଉଥିଲେ। ଏପ୍ରିଲ ପହିଲାରୁ ଆରମ୍ଭ ଏହି ଅଭିଯାନ ତାଙ୍କୁ ଚକିତ କରିଦେଇଥିଲା। ଅତିକମରେ ଦୈନିକ ୧୦-୧୨ଟି କଲ୍ ସେମାନଙ୍କୁ ଆସୁଥିଲା।

ବିଶେଷକରି ଏପ୍ରିଲ ତୃତୀୟ ସପ୍ତାହରୁ ମେ ୩୧ ଭିତରେ ଲୋକ ଅଧିକରୁ ଅଧିକ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ସମସ୍ତେ ଲକଡାଉନ ଅବଧିରେ ରୋଜଗାର ଜନିତ ଚିନ୍ତା, ଚାକିରି ହରାଇବା ଭୟ, ପାରିବାରିକ କଳହ ଓ ଅଶାନ୍ତି, ନିଶାଶକ୍ତ, ଆର୍ଥିକ ସ୍ତରରେ ଦୁର୍ବଳ ହୋଇ ମାନସିକ ଅବସାଦ ଏବଂ ଚାପରେ ଥିବା ନେଇ ଜଣାଇଥିଲେ ଏବଂ ବଞ୍ଚିବାକୁ ଇଚ୍ଛା ନ ଥିବା କହୁଥିଲେ। ଫାଉଣ୍ଡେସନ ପକ୍ଷରୁ ୪ ଜଣ କାଉନସେଲର ପ୍ରତ୍ୟହ ମାନସିକ ଚାପଗ୍ରସ୍ତ ବ୍ୟକ୍ତିଙ୍କ କାଉନସେଲିଂ କରୁଥିଲେ।

Suicide Lockdown
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe