/odisha-reporter/media/post_attachments/uploads/2015/07/STORY-1-PICS2.jpg)
STORY-1 PICS(2)
ସୁନ୍ଦରଗଡ : ବଣ ଜଙ୍ଗଲ ଘେରା ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ଭରପୁର ଖଣିଖାଦାନ। ହେମଗିରି ଠାରୁ ଆରମ୍ଭ କରି କୋଇଡ଼ା ପର୍ଯ୍ୟନ୍ତ କୋଇଲା, ଚୁନପଥର, ମାଙ୍ଗ।ନିଜ ଭଳି ଅନେକ ବହୁ ମୂଲ୍ୟ ଖଣିଜ ପଦାର୍ଥ ଭରି ରହିଛି ଏହି ସୁନ୍ଦରଗଡ଼ ଜିଲ୍ଲାରେ। ଫଳରେ ଏହି ଜିଲ୍ଲାରେ ଶିଳ୍ପାୟନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତେବେ ଶିଳ୍ପାୟନସାଙ୍ଗକୁ ବଢିବାକୁ ଲାଗିଛି ପ୍ରାକୃତିକ ସମ୍ପଦର ଅବକ୍ଷୟ। ଶିଳ୍ପ ନାଆଁରେ ବେଆଇନ ଜଙ୍ଗଲ କଟାଯାଉଥିବା ଅଭିଯୋଗ ହୋଇଛି। ଏହାସହ ବର୍ଷା ଜଳକୁ ବିଭିନ୍ନ ଉପାୟରେ ବେଆଇନ ଭାବେ ସଂଗ୍ରହ କରାଯାଇ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଚାଷୀଙ୍କ ଜମିକୁ ପାଣି ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ।
ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ କନିକା ଠାରେ ଥିବା ଆର୍ଯ୍ୟନ କୋଲ ୱାସେରୀ କଂପାନୀ ପକ୍ଷରୁ ପ୍ରଥମେ ରେଳ ସାଇଡିଙ୍ଗ ନିର୍ମାଣ ଆଳରେ ୯ ଏକର ଜଙ୍ଗଲକୁ କାଟି ସଫା କଲା ପରେ କିଛିଦିନ ହେବ ଜଙ୍ଗଲ ମଧ୍ୟରେ ବେଆଇନ ଟ୍ରେଂଚ ଖୋଳି ବର୍ଷା ଜଳକୁ ନିଜ ୱାସେରୀରେ ବିନିଯୋଗ କରିବାର ଯୋଜନା କରୁଛି ଏହି କମ୍ପାନି। ଏଥିଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ ଉଭୟ ବନ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ଚୁପ ରହିଥିବା ଦେଖିବାକୁ ମିଳିଛି। ଜଙ୍ଗଲ ମଝିରେ ପାଖାପାଖି ୩୦୦ ମିଟର ଲମ୍ବ ଏବଂ ୧୨ ଫୁଟରୁ ଗଭୀର ଗାତ ଥିବା ଏକ ଟ୍ରେଂଚକୁ ହେମଗିରି ବ୍ଲକ କନିକା ସ୍ଥିତ ଆର୍ଯ୍ୟନ କୋଲ ୱାସେରୀ କଂପାନୀ ପକ୍ଷରୁ ବେଆଇନ ଭାବରେ ଖୋଳାଯାଇଛି। କମ୍ପାନୀ କେବଳ ବେଆଇନ ଭାବରେ ଖୋଳିଛି ତାହା ନୁହେଁ ଏହା ମାଧ୍ୟମରେ ବର୍ଷା ପାଣିକୁ ନିଜ ୱାସେରୀରେ ବିନିଯୋଗ କରିବାର ଯୋଜନା ମଧ୍ୟ ରଖିଛି ଏହି କଂପାନୀ। ଫଳରେ ସ୍ଥାନୀୟ ଅଞ୍ଚଳରେ ପାଣିର ଘୋର ଅଭାବ ଦେଖାଦେବା ସହିତ ଚାଷ ମଧ୍ୟ ବାଧା ପ୍ରାପ୍ତ ହେବା ଆଶଙ୍କା ଘାରିଛି ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳର ଚାଷୀଙ୍କୁ।/odisha-reporter/media/post_attachments/wp-content/uploads/2015/07/STORY-1-PICS3.jpg)
ପୁର୍ବରୁ ୱାସେରୀ ଭିତରେ ଏବଂ ବାହାରେ ବଡ଼ ବଡ଼ ପୋଖରୀ ସହିତ ପାଖାପାଖି ୧୦୦୦ ଫୁଟ ଗଭୀର ନଳକୂପ ମାନ ଖୋଳି ସମସ୍ତ ଭୂତଳ ଜଳକୁ କଂପାନୀ ବ୍ୟବହାର କରୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ପାଣିର ଅଭାବ ଦେଖାଦେଉଥିବା ଅଭିଯୋଗ ହେଉଛି। ଏବେ ବର୍ଷା ପାଣିକୁ ମଧ୍ୟ କଂପାନୀ ବ୍ୟବହାର କଲେ ଅଞ୍ଚଳରେ ଉତ୍କଟ ଜଳାଭାବ ଦେଖାଦେବା ସହ ଚାଷ ହୋଇନପାରି ଅଞ୍ଚଳରେ ମରୁଡି ପରିସ୍ଥିତିକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆଶଙ୍କାରେ ରହିଛନ୍ତି। କେବଳ ଏହି ଟ୍ରେଞ୍ଚ ଖୋଳା ନୁହେଁ ଆର୍ଯ୍ୟନ କୋଲ ୱାସେରୀ କଂପାନୀର ମନମୁଖୀ ଏବଂ ବେଆଇନ କାର୍ଯ୍ୟର ଆଉ ଏକ ଉଦାହରଣ ହେଉଛି ନିଜ ରେଳ ସାଇଡିଙ୍ଗ ନିର୍ମାଣ ପାଇଁ ବେଆଇନ ଭାବରେ ହଜାର ହଜାର ଗଛ କାଟି ୯ ଏକର ଜଙ୍ଗଲକୁ ସଫା କରିଦେବା। ୨୦୧୦ ମସିହାରେ ଏହି କମ୍ପାନୀ କାର୍ଯ୍ୟକ୍ଷମ ହେଲା ପରେ ରେଳପଥରେ କୋଇଲା ପରିବହନ ପାଇଁ ନିଜସ୍ୱ ରେଳ ସାଇଡିଙ୍ଗ ନିର୍ମାଣ ପାଇଁ ଜଙ୍ଗଲ ଜମିକୁ ଅଧିଗ୍ରହଣ ପାଇଁ ବନ ବିଭାଗ ନିକଟରେ ଆବେଦନ କରିଥିଲା। ଆବେଦନ ଅନୁସାରେ ମାତ୍ର ୩୮୨ଟି ଗଛ କଟାଯାଇ ସାଇଡିଙ୍ଗ ନିର୍ମାଣ କରାଯିବା ପାଇଁ ତତକାଳୀନ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଅନୁମତି ପ୍ରଦାନ କରିଥିଲେ।/odisha-reporter/media/post_attachments/wp-content/uploads/2015/07/STORY-1-PICS5.jpg)
ଏଥିରେ ସର୍ତ୍ତ ଏହା ଥିଲା ଯେ ସମସ୍ତ ଗଛକୁ ଓଡ଼ିଶା ଫରେଷ୍ଟ ଡେଭ୍ଲପମେଣ୍ଟ କର୍ପୋରେସନ ଦ୍ୱାରା କଟାଯିବ ଏବଂ ଯାହା ଖର୍ଚ୍ଚ ହେବ ତାହା କଂପାନୀ ବହନ କରିବ ତେବେ ୫ ବର୍ଷ ପରେ ଚଳିତ ବର୍ଷ କଂପାନୀ ସ୍ଥାନୀୟ ବନ ଅଧିକାରୀଙ୍କ ସହିତ ସଲାସୁତୁରା କରି ନିଜେ ମନଇଛା ୯ ଏକର ବ୍ୟାପି ଜଙ୍ଗଲରେ ହଜାର ହଜାର ଗଛ କାଟି ସଫା କରି ନିଜ ସାଇଡିଙ୍ଗ ନିର୍ମାଣ କରିଥିବା ଅଭିଯୋଗ ହୋଇଛି।
ଏସଂପର୍କରେ କଂପାନୀ ଭାଇସ ପ୍ରେସିଡେଣ୍ଟ ସି ଝା ପ୍ରଦୂଷଣ ବିଭାଗ ସହିତ ଚୁକ୍ତିରେ ବର୍ଷା ପାଣିକୁ ବ୍ୟବହାର କରିବା ପାଇଁ ଅନୁମତି ମିଳିଥିବା କହିଛନ୍ତି। ଏହାସହ କମ୍ପାନୀ ଟ୍ରେଂଚ ଖୋଳଯିବା ନେଇ ବନ ବିଭାଗର ଅନୁମତି ଅନୁସାରେ ଗଛ କଟାଯାଇଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ହେମଗିରି ବନାଞ୍ଚଳ ଏସିଏଫ ବିବତ୍ସ ବେସନ ଏ ସମସ୍ତ ବିଷୟରେ ଡିଏଫଓଙ୍କୁ ଜଣାଯାଇଛି। ଡିଏଫଓଙ୍କ ଆଦେଶ ଅନୁଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
