ସୁନ୍ଦରଗଡ: ଧୋଇଯାଇଥିବା ରାସ୍ତା ମରାମତି ହେଉନି, ଅଣ୍ଟାଏ ପାଣିରେ ପଶି ପାର ହେଉଛନ୍ତି ଲୋକେ

ସୁନ୍ଦରଗଡ: ଗତ ଜୁଲାଇ ୯ ଓ ୧୦ ତାରିଖରେ ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବିଶେଷ କରି ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ ରାସ୍ତା ଧୋଇ ଯାଇଛି । ଏହା ମଧ୍ୟରେ ମାସେରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ପ୍ରଶାସନିକ ଅବହେଳାରୁ ଏହାକୁ ମରାମତି କରାଯାଉ ନ ଥିବାରୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତି ଦେଖିବାକୁ […]

sundargarh3

sundargarh3

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 12:36 PM IST

ସୁନ୍ଦରଗଡ: ଗତ ଜୁଲାଇ ୯ ଓ ୧୦ ତାରିଖରେ ସୁନ୍ଦରଗଡ ଜିଲ୍ଲାରେ ହୋଇଥିବା ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ବିଶେଷ କରି ବର୍ଷାରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବହୁ ରାସ୍ତା ଧୋଇ ଯାଇଛି । ଏହା ମଧ୍ୟରେ ମାସେରୁ ଊର୍ଦ୍ଧ୍ୱ ଦିନ ବିତି ଯାଇଥିଲେ ମଧ୍ୟ ଏହାର ମରାମତି କରାଯାଉନାହିଁ । ପ୍ରଶାସନିକ ଅବହେଳାରୁ ଏହାକୁ ମରାମତି କରାଯାଉ ନ ଥିବାରୁ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରି ସ୍ଥିତି ଦେଖିବାକୁ ମିଳିଛି ଜିଲ୍ଲାର ବାଲିଶଙ୍କରା ବ୍ଲକରେ । ଲଗାଣ ବର୍ଷା ଯୋଗୁ ବ୍ଲକର ତୁମୁଲିଆ-ଭଣ୍ଡାରିଶଙ୍କରା ପଞ୍ଚାୟତ ରାସ୍ତା ଧୋଇ ଯିବାରୁ ଏପରି ସମସ୍ୟା ଉପୁଜିଛି । ପରିସ୍ଥିତି ଏପରି ହୋଇଛି ଯେ, ଅଞ୍ଚଳବାସୀଙ୍କୁ ଅଣ୍ଟାଏ ପାଣିରେ ପଶି ଉକ୍ତ ରାସ୍ତା ପାର ହେବାକୁ ପଡୁଛି । ତେବେ ବାରମ୍ବାର ଦାବି ସତ୍ତ୍ୱେ ଏହାର ମରାମତି କରାଯାଉ ନ ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।sundargarh1

ଗତ ଜୁଲାଇ ୯ ଓ ୧୦ ତାରିଖ ଦୁଇଦିନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ତୁମୁଲିଆ- ଭଣ୍ଡାରିଶଙ୍କରା ପଞ୍ଚାୟତ ରାସ୍ତା ଧୋଇଯାଇଛି । ଏବେ ଧୋଇଯାଇଥିବା ରାସ୍ତାରେ ପାଣି ଚାଲିଛି । ଫଳରେ ଏହି ଦୁଇ ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଅଞ୍ଚଳବାସୀ ଡାକ୍ତରଖାନା, ପୋଷ୍ଟ ଅଫିସ, ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହାସହ ଛାତ୍ରୀଛାତ୍ରମାନେ ଯାତାୟାତ କରୁଛନ୍ତି । ରାସ୍ତାର ଅବସ୍ଥା ଏପରି ହୋଇଛି ଯେ, ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି । ଏବେ ରାସ୍ତାଟି ଧୋଇ ଯାଇଥିବାରୁ ବାଇକ ହେଉ କି ସାଇକେଲ ଯେଉଁଥିରେ ଗଲେ ବି ପାଣିରେ ପସି ଯିବାକୁ ପଡୁଛି ।

sundargarh2

ପୂର୍ବରୁ ବାରମ୍ବାର ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ କରି ନିର୍ମାଣ କରାଯିବାକୁ ଦାବି ହେଉଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ତୁମୁଲିଆ ସରପଞ୍ଚ ଦେବେନ୍ଦ୍ର ମାଝିଙ୍କ ସମେତ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କେବଳ ଜୁମୁଲିଆ-ଭଣ୍ଡାରିଶଙ୍କରା ରାସ୍ତା ନୁହଁ ଲଗାଣ ବର୍ଷାରେ ବାଲିଶଙ୍କରା, ସବଡେଗା, ସଦର ଓ ବଡଗାଁ ବ୍ଲକରେ ମଧ୍ୟ ବହୁ ରାସ୍ତା ଧୋଇଯାଇଛି । ଏ ନେଇ ଡିଆଡିଏର ପ୍ରକଳ୍ପ ନିର୍ଦ୍ଦେଶ ଉଦୟ ନାରାୟଣ ଦାସଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ଯେ, କ୍ଷୟକ୍ଷତିର ଆକଳନ କରାଯାଇ ଜିଲ୍ଲାପଳଙ୍କୁ ଦିଆଯାଇଛି । ଏହାସହ ରାସ୍ତା ମରାମତି ଲାଗି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ବର୍ତ୍ତମାନ କାମଚଳା ଯାଇଁ ଧୋଇଯାଇଥିବା ରାସ୍ତାଗୁଡିକୁ ମାରମତି କରିବାକୁ ସମ୍ପୃକ୍ତ ବ୍ଲକର ବିଡିଓମାନଙ୍କୁ କୁହାଯାଇଛି ବୋଲି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦାସ କହିଛନ୍ତି । ଅନ୍ୟପକ୍ଷେ ଶୀଘ୍ର ରାସ୍ତା ନିର୍ମାଣ ନ କଲେ ଅଞ୍ଚଳବାସୀ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos