Advertisment

ସୁନୁସୁନିଆ ଶାଗରୁ ମାସକୁ ୩୦ ହଜାର

ଯାଜପୁର(ଓଡ଼ିଶା ରିପୋର୍ଟର): ଦୈନିକ ଖର୍ଚ୍ଚ ୨୦୦, ହେଲେ ରୋଜଗାର ୧୨ଶହ ଟଙ୍କା। ୧୨ ଡିସିମିଲ ଜମିରେ ଏହି ଚାଷ କଲେ ମାସକୁ ମିଳୁଛି ୩୦ ହଜାର ଟଙ୍କାରୁ ଅଧିକ ରୋଜଗାର। ସୁନୁସୁନିଆ ଚାଷ କରି ଚାଷୀଙ୍କ ପକେଟ ପୂରା ଭର୍ତ୍ତି। ନା ପ୍ରାକୃତିକ ବିପର୍ଯ୍ୟୟରେ ଚାଷ କ୍ଷତି ହେବାର ଭୟ ରହିଛି, ନା ରୋଗପୋକ ଖାଇଯିବାର ଭୟ। ଅଳ୍ପ ଯତ୍ନରେ ଏହି ଚାଷ ଚାଷୀଙ୍କୁ କରୁଛି ଲକ୍ଷପତି। ସୁନୁସୁନିଆ ଚାଷ କରି ଯାଜପୁରର ଚାଷୀ ଏବେ ପୂରା […]

ଅଦ୍ୟତନ ହୋଇଛି
ସୁନୁସୁନିଆ ଶାଗରୁ ମାସକୁ ୩୦ ହଜାର

sunsunia-saga

Advertisment

ଯାଜପୁର(ଓଡ଼ିଶା ରିପୋର୍ଟର): ଦୈନିକ ଖର୍ଚ୍ଚ ୨୦୦, ହେଲେ ରୋଜଗାର ୧୨ଶହ ଟଙ୍କା। ୧୨ ଡିସିମିଲ ଜମିରେ ଏହି ଚାଷ କଲେ ମାସକୁ ମିଳୁଛି ୩୦ ହଜାର ଟଙ୍କାରୁ ଅଧିକ ରୋଜଗାର। ସୁନୁସୁନିଆ ଚାଷ କରି ଚାଷୀଙ୍କ ପକେଟ ପୂରା ଭର୍ତ୍ତି। ନା ପ୍ରାକୃତିକ ବିପର୍ଯ୍ୟୟରେ ଚାଷ କ୍ଷତି ହେବାର ଭୟ ରହିଛି, ନା ରୋଗପୋକ ଖାଇଯିବାର ଭୟ। ଅଳ୍ପ ଯତ୍ନରେ ଏହି ଚାଷ ଚାଷୀଙ୍କୁ କରୁଛି ଲକ୍ଷପତି। ସୁନୁସୁନିଆ ଚାଷ କରି ଯାଜପୁରର ଚାଷୀ ଏବେ ପୂରା ମାଲେମାଲ। ଜଣେ ଚାଷୀଙ୍କ ଠାରୁ ସଫଳତା ଦେଖି ଏବେ ଏହି ଅଞ୍ଚଳର ବହୁ ଚାଷୀ ଏଭଳି ଚାଷକୁ ଆପଣାଇ ନେଇଛନ୍ତି। ଯାଜପୁରକୋରେଇବ୍ଲକଅନ୍ତର୍ଗତଗୋଳେଇପୁରପଞ୍ଚାୟତରଅନ୍ତର୍ଗତ ମିର୍ଜାପୁର, ସିଙ୍ଗଡ଼ା, ସୋତି, ହାଟସାହିର ଚାଷୀ ଏବେସୁନୁସୁନିଆଶାଗଚାଷ କରି ଖୁବ୍ ଖୁସୀ।

Advertisment

ଯୁବଚାଷୀ ସଚ୍ଚିନ୍ଦ୍ରକୁମାରସାହୁ କହିଛନ୍ତି, ସେ ତାଙ୍କ ଜମିରେ ପୂର୍ବରୁକେବଳଧାନଚାଷକରୁଥିଲେ।କିନ୍ତୁନଦୀକୂଳିଆଅଞ୍ଚଳହୋଇଥିବାରୁଅଧିକାଂଶ ସମୟରେବନ୍ୟା ଓ ବାତ୍ୟା ଯୋଗୁ ଧାନ ଫସଲ ନଷ୍ଟ ହେଲା। ତେଣେ ଧାନର ଅଭାବି ବିକ୍ରି ବିଶେଷ ଲାଭ ଦେଲାନି। ପରେ ସେ ସୁନୁସୁନିଆ ସାଗ ଆରମ୍ଭ କରିଥିଲେ। ତଳିଆ ଜମି ହୋଇଥିବାରୁ ବର୍ଷକ ୧୨ ମାସ ଏହି ଚାଷ ହୋଇପାରୁଛି। ଏହି ଚାଷରେ ସାର କମ୍ ବ୍ୟବହାର ହେଉଛି। ନିକଟସ୍ଥ ବାରବାଟୀ ମାର୍କେଟ, ଟାଉନ୍ ମାର୍କେଟରେ ସାଗ ବିକ୍ରି ହେଉଛି। ଖୁଚୁରା ବ୍ୟବସାୟୀ ମଧ୍ୟ ଆସି ବିଲ ମୁଣ୍ଡରୁ ସାଗ ନେଇଯାଉଛନ୍ତି।

[caption id="attachment_732136" align="aligncenter" width="651"]publive-image ବର୍ଷକ ୧୨ ମାସ ଏହି ଚାଷ ହୋଇପାରୁଛି[/caption]

Advertisment

ଚାଷୀ ବଳରାମ ସାହୁ କହିଛନ୍ତି, ନଇବଢ଼ି ଅଞ୍ଚଳ ହୋଇଥିବାରୁ ଧାନ ଓ ଅନ୍ୟ ଚାଷ ବାରମ୍ବାର ନଷ୍ଟ ହେଉଥିଲା। ତେଣୁ ସେ ସୁନୁସୁନିଆ ଚାଷ ଆରମ୍ଭ କରିଥିଲେ। ବେଶ ଭଲ ଚାଷ ହେଉଛି, ବିକ୍ରି କରିବାରେ ମଧ୍ୟ କୌଣସି ଅସୁବିଧା ହେଉନି। ପାଖ ଏଲ୍ଆଇ ପଏଣ୍ଟ ଜରିଆରେ ଖେତକୁ ପାଣି ମଡାଇ ଚାଷ କରାଯାଉଛି। ପଖାଳ ହେଉକି ଗରମ ସୁନୁସୁନିଆ ସାଗ ଖରଡା ପାଟିକି ଯେମିତି ସୁଆଦିଆ, ଦେହକୁ ମଧ୍ୟ ସେତିକି ଭଲ। ତେଣୁ ଲୋକେ ଏହାକୁ କିଣି ନେଉଛନ୍ତି। ଚାଷୀମାନଙ୍କ ଠାରୁ ବ୍ୟବସାୟୀମାନେ ଶାଗ କିଣି ନେଇ ନେଇ ରାଜ୍ୟ ଓ ରାଜ୍ୟ ବାହାରକୁ ପଠାଉଛନ୍ତି। ଏହି ଚାଷରେ ଭଲ ଦି ପଇସା ମିଳୁଥିବାରୁ ଅଞ୍ଚଳର ଅଧିକରୁ ଅଧିକ ଚାଷୀ ଏହି ଚାଷ ପ୍ରତି ଆଗ୍ରହୀ ହେଉଛନ୍ତି।

[caption id="attachment_732132" align="aligncenter" width="650"]Chasi ଚାଷୀ ପ୍ରହଲ୍ଲାଦ ପ୍ରହରାଜ[/caption]

ବୟଜ୍ୟେଷ୍ଠଚାଷୀ ପ୍ରହଲ୍ଲାଦପ୍ରହରାଜ କହିଛନ୍ତି, ଧାନ ଚାଷ କରିଲେ ବାତ୍ୟା, ବନ୍ୟା ଖାଇଯାଉଛି। ଫସଲ ଧୋକା ଦେଉଛି। ଧାନରେ ଯେତିକି ଖର୍ଚ୍ଚ ହେଉଛି ତାହା ମିଳୁନି। ଓଲଟା କ୍ଷତି ସହିବାକୁ ପଡ଼ୁଛି। ହେଲେ ସୁନୁସୁନିଆ ଚାଷ ବେଶ ଭଲ ଲାଭ ଦେଉଛି। ଗୁଣ୍ଠେ ଜମିରେ ଆରମ୍ଭ ହୋଇଥିଲା ଚାଷ। ଭଲ ଲାଭ ମିଳିବାରୁ ଏବେ ୫ ଗୁଣ୍ଠ ଜମିରେ ଚାଷ କରାଯାଉଛି। ଯେଉଁଥିରୁ ବର୍ଷକୁ ୮୦ରୁ ୯୦ ହଜାର ଟଙ୍କା ମିଳୁଛି। ଏଥିରେ ଘର ଖର୍ଚ୍ଚ ସହ ପିଲାମାନଙ୍କ ପାଠପଢ଼ା, ଉତ୍ସବ ପ୍ରଭୃତି ବେଶ ଭଲ ଭାବେ ତୁଲାଇ ହେଉଛି। ସକାଳ ୪ଟାରୁ ଯାଇ ବ୍ୟବସାୟୀଙ୍କୁ ବିକ୍ରି କରୁଛୁ। ସେମାନେ ଏହାକୁ ବସ୍ ଯୋଗେ ଭୁବନେଶ୍ୱର, କଟକ, କୋଲକାତା ନିମନ୍ତେ ନେଇଯାଉଛନ୍ତି। ଏହି ଚାଷରେ ଲାଭ ଦଖାଦେଖି ପାଖ ଚାଷୀ ମଧ୍ୟ ଏହି ଚାଷ କରିଲେଣି।

[caption id="attachment_732137" align="aligncenter" width="649"]publive-image ଚାଷୀ ନରେନ୍ଦ୍ର କୁମାର ସାହୁ[/caption]

ଚାଷୀ ନରେନ୍ଦ୍ର କୁମାର ସାହୁ କହିଛନ୍ତି, ଧାନ ଚାଷରେ ଯେତିକି ଟଙ୍କା ଖଟାଉଛୁ ସେତିକି ମିଳୁନି। କିନ୍ତୁ ଏହି ଚାଷ ୫ ଗୁଣା ଲାଭ ଦେଉଛି। ଫସଲ ବୁଡ଼ିଗଲେ ବି କିଛି ଟେନସନ ନାହିଁ। ପାଣି ଛାଡିବାର ୮ ଦିନ ପରେ ପୁଣି ସୁନୁସୁନିଆ ସାଗ ବିଲରେ ଠିଆ ହୋଇଥିବ। ୮ରୁ ୧୦ ଦିନରେ ଅଳ୍ପ କିଛି ସାର ଦେବାକୁ ହେବ। ଦୁଇ ଓଳି ଘଣ୍ଟାଏ ଲେଖାଏଁ ଦେଖାରଖା କଲେ ଯଥେଷ୍ଟ। ଏତିକିରେ ପ୍ରତିଦିନ ଆବଶ୍ୟକ ମୁତାବକ ଫସଲ କାଟି ବିକ୍ରି କରିହେବ। ପ୍ରତି ଗୁଣ୍ଠରେ ୮୦ରୁ ୯୦ କିଲୋଗ୍ରାମ ପର୍ଯ୍ୟନ୍ତ ସାଗ ହେଉଛି। ୯୦ କିଲୋ ବିକ୍ରି କଲେ ପ୍ରାୟ ୧୭ଶହରୁ ୧୮ଶହ ଟଙ୍କା ମିଳୁଛି। ଖର୍ଚ୍ଚ ଯାଇ ପ୍ରାୟ ୧୨ ଶହରୁ ଅଧିକ ଟଙ୍କା ଲାଭ ମିଳୁଛି।

କୋରାଇ ବ୍ଲକକୃଷିଅଧିକାରୀ ଶରତଚନ୍ଦ୍ରନାୟକ କହିଛନ୍ତି, ଅଭିନବ ଉପାୟରେ ଏହି ଚାଷ ହେଉଥିବା ଦେଖି ସେ ଖୁସି। ଲୋକେ ଧାନ ଚାଷ ଛାଡି ଏହି ସାଗ ଚାଷକୁ ଆପଣାଇ ନେଇଛନ୍ତି। ବିଶେଷ ଭାବ ଖାଲୁଆ ଜମିରେ ଏହି ଚାଷ କରିବା ଚାଷୀଙ୍କୁ ଭଲ ଲାଭ ଦେଉଛି। ସରକାର ବୋର ୱେଲ ନିମନ୍ତେ ଚାଷୀଙ୍କୁ ୭୫ ପ୍ରତିଶତ ଛାଡ୍ ଦେଉଥିବାରୁ ଏହି ସାଗ ଚାଷୀଙ୍କୁ ଆବଶ୍ୟକ ମନେକଲେ ସୁବିଧାର ଫାଇଦା ନେବାକୁ କୁହାଯାଇଛି। ଅନ୍ୟ ଅଞ୍ଚଳ ଚାଷୀମାନେ ଏହା କରିଲେ ବେଶ ଲାଭବାନ ହୋଇପାରିବେ। ଚାଷୀମାନେ ସେମାନଙ୍କ ପରିଚୟପତ୍ର କରିବା ପରେ ଏହି ଚାଷ ନିମନ୍ତେ କୃଷି ଯନ୍ତ୍ରପାତି, କୀଟନାଷକ, ସାର, ଆଧୁନିକ କୃଷି ପ୍ରଳାଳୀ ପ୍ରଭୃତି ଯାହା ଆବଶ୍ୟକ କରିବେ ଦିଆଯିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe