Advertisment

ଟିକ୍‌ଟକ୍‌ରୁ ଫେରି ପାଇଲେ ହଜିଯାଇଥିବା ସ୍ୱାମୀ

ଚେନ୍ନାଇ: ସୋଶାଲ ମିଡିଆର ଗୋଟିଏ ଲୋକପ୍ରିୟ ଆପ୍‌ ହେଉଛି ଟିକ୍‌ଟକ୍‌। ଏହାର ବ୍ୟବହାରକାରୀଙ୍କର ସଂଖ୍ୟା ମଧ୍ୟ ଅଧିକ। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଟିକ୍‌ଟକ୍‌ କରୁଥିବା ଆପଣ ଦେଖୁଥିବେ। ତେବେ ଅନେକ ସମୟରେ ଏହି ଆପ୍‌କୁ ବ୍ୟବହାର କରି ଲୋକେ ବିପଦରେ ପଡ଼ିଛନ୍ତି। ଏମିତିକି ଜୀବନ ମଧ୍ୟ ହରାଇଛନ୍ତି। ସେଥିପାଇଁ ମାଡ୍ରାସ୍‌ ହାଇକୋର୍ଟ ଟିକ୍‌ଟକ୍‌ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ ଉପରେ ରୋକ୍‌ ଲଗାଇଥିଲେ। ବର୍ତ୍ତମାନ ଏହି ଟିକ୍‌ଟକ୍‌କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। […]

author-image
Minati Mishra
ଅଦ୍ୟତନ ହୋଇଛି
ଟିକ୍‌ଟକ୍‌ରୁ ଫେରି ପାଇଲେ ହଜିଯାଇଥିବା ସ୍ୱାମୀ

tik1

ଚେନ୍ନାଇ: ସୋଶାଲ ମିଡିଆର ଗୋଟିଏ ଲୋକପ୍ରିୟ ଆପ୍‌ ହେଉଛି ଟିକ୍‌ଟକ୍‌। ଏହାର ବ୍ୟବହାରକାରୀଙ୍କର ସଂଖ୍ୟା ମଧ୍ୟ ଅଧିକ। ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଟିକ୍‌ଟକ୍‌ କରୁଥିବା ଆପଣ ଦେଖୁଥିବେ। ତେବେ ଅନେକ ସମୟରେ ଏହି ଆପ୍‌କୁ ବ୍ୟବହାର କରି ଲୋକେ ବିପଦରେ ପଡ଼ିଛନ୍ତି। ଏମିତିକି ଜୀବନ ମଧ୍ୟ ହରାଇଛନ୍ତି। ସେଥିପାଇଁ ମାଡ୍ରାସ୍‌ ହାଇକୋର୍ଟ ଟିକ୍‌ଟକ୍‌ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ ଉପରେ ରୋକ୍‌ ଲଗାଇଥିଲେ।

Advertisment

ବର୍ତ୍ତମାନ ଏହି ଟିକ୍‌ଟକ୍‌କୁ ନେଇ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଟିକ୍‌ଟକ୍‌ ଆପ୍‌ ଯୋଗୁ ଜଣେ ମହିଳା ତାଙ୍କର ହଜିଯାଇଥିବା ସ୍ୱାମୀଙ୍କୁ ଫେରି ପାଇଛନ୍ତି। ଆପଣଙ୍କୁ ଏହି ଘଟଣା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ହେଲେ ତାମିଲନାଡୁରେ ଏହି ଘଟଣାଟି ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁସାରେ, ତାମିଲନାଡୁର ଭିଲୁପୁରମ୍‌ ଜିଲ୍ଲାର ସୁରେଶ ନାମକ ଜଣେ ବ୍ୟକ୍ତି ୨୦୧୬ ମସିହାରୁ କେଉଁଆଡ଼େ ଚାଲି ଯାଇଥିଲେ। ସ୍ତ୍ରୀ ଓ ଦୁଇ ଛୁଆଙ୍କୁ ଛାଡ଼ି ସେ ଘରୁ ପଳାଇଥିଲେ। କିଛି ଦିନ ଧରି ସେ ଘରକୁ ନ ଫେରିବା ପରେ ତାଙ୍କ ସ୍ତ୍ରୀ ଥାନାରେ ଏକ ନିଖୋଜ ଖବର ଦାଏର କରିଥିଲେ।

Advertisment

publive-image

ପୁଲିସ୍‌ ଖୋଜାଖୋଜି କରିବା ସତ୍ତ୍ୱେ ସୁରେଶଙ୍କର କୌଣସି ପତ୍ତା ମିଳି ନଥିଲା। ଆଉ ସେ ଘର ଛାଡ଼ିବା ଘଟଣାକୁ ଦୁଇ ବର୍ଷ ବି ବିତିଯାଇଥିଲା। ସ୍ୱାମୀଙ୍କ ଫେରିବାକୁ ନେଇ ଆଶା ଓ  ଆଶଙ୍କାରେ ଥିଲେ ଜୟାପ୍ରଦା। ତେବେ ହଠାତ୍‌ ଦିନେ ଜୟାପ୍ରଦାଙ୍କର ଜଣେ ସମ୍ପର୍କୀୟ ସୁରେଶଙ୍କୁ ଟିକ୍‌ଟକ୍‌ ଭିଡିଓରେ ଦେଖିବାକୁ ପାଇଥିଲେ। ଏଥିରେ ତାଙ୍କୁ ଜଣେ ଟ୍ରାନ୍ସଜେଣ୍ଡରଙ୍କ ସହିତ ଦେଖିବାକୁ ମିଳିଥିଲା। ତା’ପରେ ଏନେଇ ସେ ଜୟାପ୍ରଦାଙ୍କୁ ସୂଚନା ଦେଇଥିଲେ।

publive-image

ଏହା ପରେ ପୁଲିସ୍‌କୁ ସୂଚନା ଦିଆଯାଇଥିଲା। ପ୍ରଥମେ ପ୍ରଥମେ ସୁରେଶଙ୍କୁ ଖୋଜିବା ପାଇଁ ପୁଲିସକୁ ଅସୁବିଧା ହୋଇଥିଲା। କିନ୍ତୁ ପରେ ପୁଲିସ ଏକ ଏନ୍‌ଜିଓର ସହାୟତାରେ ସୁରେଶଙ୍କୁ ଠାବ କରିଥିଲା।  ସେହି ଏନ୍‌ଜିଓଟି ଏକ ଟ୍ରାନ୍ସଜେଣ୍ଡର ସୋସାଇଟି ପାଇଁ କାର୍ଯ୍ୟ କରେ। ତେଣୁ ସୁରେଶଙ୍କୁ ଖୋଜିବା ପାଇଁ ସହଜ ହୋଇଥିଲା।