Advertisment

ଖତ ଖାଉଛି ଟାଟାର ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଜିଲାବାସୀ ଜଳକା

ବ୍ରାହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଶୀତଳାପଲି ଠାରେ ଟାଟା ପକ୍ଷରୁ ଏକ ସୁପରସ୍ପେଶାଲିଟି ହସ୍ପିଟାଲର ନିର୍ମାଣ ଶେଷ ହୋଇ ଇତି ମଧ୍ୟରେ ୪ ବର୍ଷରୁ ଊର୍ଦ୍ଧ୍ୱ ଦିନ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଆସିଲାନି। ଏହା ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ଏଠାରେ ଥିବା ବହୁ ସରଞ୍ଜାମ ପଡ଼ିପଡ଼ି ନଷ୍ଟ ହେବାକୁ ବସିଲାଣି। ସୂଚନାରୁ ଜଣାପଡ଼େ, ଟାଟା ଛତ୍ରପୁର ନିକଟରେ ନେଇଥିବା ଜମିରେ ପ୍ରକଳ୍ପ ତ କଲାନାହିଁ, ତେବେ ଶୀତଳାପଲି […]

author-image
Niranjan Mishra
ଅଦ୍ୟତନ ହୋଇଛି
ଖତ ଖାଉଛି ଟାଟାର ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ଜିଲାବାସୀ ଜଳକା

tata

ବ୍ରାହ୍ମପୁର(ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଶୀତଳାପଲି ଠାରେ ଟାଟା ପକ୍ଷରୁ ଏକ ସୁପରସ୍ପେଶାଲିଟି ହସ୍ପିଟାଲର ନିର୍ମାଣ ଶେଷ ହୋଇ ଇତି ମଧ୍ୟରେ ୪ ବର୍ଷରୁ ଊର୍ଦ୍ଧ୍ୱ ଦିନ ବିତି ଗଲାଣି। ହେଲେ ଏହା ଲୋକଙ୍କ କାମରେ ଆସିଲାନି। ଏହା ଏବେ ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି। ଫଳରେ ଏଠାରେ ଥିବା ବହୁ ସରଞ୍ଜାମ ପଡ଼ିପଡ଼ି ନଷ୍ଟ ହେବାକୁ ବସିଲାଣି।

Advertisment

ସୂଚନାରୁ ଜଣାପଡ଼େ, ଟାଟା ଛତ୍ରପୁର ନିକଟରେ ନେଇଥିବା ଜମିରେ ପ୍ରକଳ୍ପ ତ କଲାନାହିଁ, ତେବେ ଶୀତଳାପଲି ଠାରେ ସରକାର ଟାଟାଙ୍କୁ ଏକ ସୁପରସ୍ପେଶାଲିଟି ହସ୍ପିଟାଲ ପାଇଁ ଦେଇଥିଲେ ପ୍ରାୟ ୪୪ ଏକର ଜାଗାରେ କାମ ଆରମ୍ଭ କରିଥିଲା। ଆଉ ଗତ ୨୦୧୪ ମସିହାରେ ଖୋଦ୍ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲର ଶୁଭ ଦେଇଥିଲେ। ଦ୍ରୁତ ଗତିରେ ୫୦୦ ଶଯ୍ୟା ବିିଶିଷ୍ଟ ଏହି ହସ୍ପିଟାଲର ନିର୍ମାଣ ବି ହେଲା।

ଗତ ୨୦୨୦ ମସିହା କରୋନା ସଂକ୍ରମଣ ବେଳେ ଏହି ହସପିଟାଲକୁ କୋଭିଡ୍‌ ହସପିଟାଲ ଭାବେ ବ୍ୟବହାର କରାଗଲା। ତେବେ ଗତ ଦୁଇବର୍ଷ ଧରି ଆଉ ଏହା କାର୍ଯ୍ୟକ୍ଷମ ହେଉନାହିଁ। ହସ୍ପିଟାଲ ବାହାରୁ ତାଲା ଝୁଲୁଛି। ଏପରିିକି ଏକ ଘରୋଇ ସଂସ୍ଥାକୁ ଏହା ବିକ୍ରି କରିଦେବାକୁ ମସୁଧା ଚାଲିଥିବା ଜଣାପଡିଛି। ସେପଟେ ଜିଲାବାସୀ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

Advertisment

ସୂଚନା ଥାଉକି, ଦକ୍ଷିଣ ଓଡ଼ିଶାରେ ସବୁଠାରୁ ବଡ ସମସ୍ୟା ସ୍ୱାସ୍ଥ୍ୟ ସମସ୍ୟା। ଆଉ ଏହାର ଏକମାତ୍ର ସାହା ଭରସା ହେଉଛି ଏମକେସିଜି ମେଡିକାଲ। ନଚେତ ବହୁ ରୋଗୀ ଆନ୍ଧ୍ର ପ୍ରଦେଶ କିମ୍ବା ଭୁବନେଶ୍ୱରରେ ଥିବା ଡାକ୍ତରଖାନାକୁ ଯାଆନ୍ତି।

ସେପଟେ କିନ୍ତୁ ଖୁବ୍ ଶୀଘ୍ର ଏହି ହସ୍ପିଟାଲ ଲୋକଙ୍କ ପାଇଁ ଖୋଲାଯିବ ବୋଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି। ଏଥିପାଇଁ ଉପରସ୍ତରରେ ଆଲୋଚନା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

ତେଣୁ ଦେଖିବାର କଥା ଏହା କେବେ ଖୋଲୁଛି।