Advertisment

ୟୁଟ୍ୟୁବ୍‌ରୁ ଗାଁ ଝିଅ ଏବେ ଲକ୍ଷପତି

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗାଁ ଝିଅ ଏବେ ଲକ୍ଷପତି। ୟୁଟ୍ୟୁବ ବଦଳାଇ ଦେଲା ଜୀବନ। ନିପଟ ମଫସଲ ଗାଁ ଝିଅର ରୋଜଗାରର ମାଧ୍ୟମ ସାଜିଲା ୟୁଟ୍ୟୁବ। ନିଜର କଳା କୃତିର ନିପୁଣତାକୁ ପ୍ରଦର୍ଶନ କରି ଘରେ ରହି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ରୋଜଗାରକ୍ଷମ ହୋଇଛନ୍ତି  ଯୁବତୀ। ଅଦରକାରୀ ଏବଂ ବର୍ଜ୍ୟବସ୍ତୁରେ  ବିଭିନ୍ନ କଳାକୃତିମାନ ତିଆରି କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ଏହି ଉଚ୍ଚ ଶିକ୍ଷିତ ଯୁବତୀ। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ୟୁଟ୍ୟୁବ୍‌ରୁ ଗାଁ ଝିଅ ଏବେ ଲକ୍ଷପତି

Arpita-1

ଭଦ୍ରକ (ପାର୍ଥ ସାରଥୀ ନାୟକ): ଗାଁ ଝିଅ ଏବେ ଲକ୍ଷପତି। ୟୁଟ୍ୟୁବ ବଦଳାଇ ଦେଲା ଜୀବନ। ନିପଟ ମଫସଲ ଗାଁ ଝିଅର ରୋଜଗାରର ମାଧ୍ୟମ ସାଜିଲା ୟୁଟ୍ୟୁବ। ନିଜର କଳା କୃତିର ନିପୁଣତାକୁ ପ୍ରଦର୍ଶନ କରି ଘରେ ରହି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରି ରୋଜଗାରକ୍ଷମ ହୋଇଛନ୍ତି  ଯୁବତୀ। ଅଦରକାରୀ ଏବଂ ବର୍ଜ୍ୟବସ୍ତୁରେ  ବିଭିନ୍ନ କଳାକୃତିମାନ ତିଆରି କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ଏହି ଉଚ୍ଚ ଶିକ୍ଷିତ ଯୁବତୀ।

Advertisment

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅଧିନସ୍ଥ ତରାଗୋ ଗାଁର ଅର୍ପିତା ପ୍ରିୟଦର୍ଶିନୀ। ବୟସ ମାତ୍ର  ୨୫ ବର୍ଷ। ଗ୍ରାଜୁଏସନ ପରେ ସିଟି ପାଠ ପଢା ସାରି ଘରେ ବସିଥିଲେ ପ୍ରିୟଦର୍ଶିନୀ। ଘରେ ଘରେ ବସି ସେ କିଛି କରିବାକୁ ମନ ବଳାଇଥିଲେ। ଏହାପରେ ସେ ବିଭିନ୍ନ ଅଦରକାରୀ ଜିନିଷରେ ୱାଲ ହେଙ୍ଗିଙ୍ଗ, ଦେବା ଦେବୀଙ୍କ ପ୍ରତିମୂର୍ତ୍ତି, ଫୋଟୋ ଫ୍ରେମ, ଫୁଲଦାନି, ଡେକୋରେସନ ସହ ଘରକୁ ସୁସଜ୍ଜିତ କରୁଥିବା ବିଭିନ୍ନ ଜିନିଷ ପତ୍ର ସବୁ ତିଆରି କରିଥିଲେ।  ତାଙ୍କର ଏହି କଳା ଦେଖି ଅର୍ପିତାଙ୍କ  ବଡ଼ ଭାଇ ୟୁଟ୍ୟୁବ ମାଧ୍ୟମରେ ଅପଲୋଡ଼ କରିବା ପାଇଁ କହିଥିଲେ। ସେବେଠାରୁ ଅର୍ପିତା ୟୁଟ୍ୟୁବ ବିଷୟରେ ଜାଣିବା ପରେ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲି,  ତାହାର ନାମ କ୍ରାଫ୍ଟ ଗ୍ୟାଲେରୀ  ରଖିଲେ।Craft gallry

ପରେ ପରେ ଏହି ହସ୍ତକଳାକୁ ସମ୍ପୂର୍ଣ୍ଣ ଭାବେ ତିଆରି କରି ଏଡିଟିଂ କରିବା ପରେ  ସେହି ଭିଡିଓକୁ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ଛାଡିଥିଲେ। ପ୍ରଥମେ ଏହି ହସ୍ତକଳା ଏତେଟା  ଲୋକପ୍ରିୟ ହୋଇପାରି ନ ଥିଲା। ପରେ ଧୀରେ ଧୀରେ ତାଙ୍କର ଫଲୋର୍ସ ବଢିବା ସହ ଲୋକପ୍ରିୟତା ମଧ୍ୟ ବଢିଥିଲା। ଏକ ଲକ୍ଷ ସବସ୍କ୍ରାଇବର ହେବା ପରେ ତାଙ୍କୁ ୟୁଟ୍ୟୁବ ପକ୍ଷରୁ ଏକ ଆୱାର୍ଡ ମିଳିଛି। ଆଉ ମାସିକ ଆୟ ଭାବେ ଏବେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଅର୍ପିତା। ଏବେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ୯ ମିଲିୟନରୁ ଅଧିକ Viewers ଅଛନ୍ତି।Arpita

Advertisment

ଅଦରକାରୀ ଖବର କାଗଜ, ଆଇସ୍କ୍ରିମ କାଠି ଓ ଚାମଚ ଆଉ କିଛି ଭିଭିନ୍ନ ପ୍ରକାର ଅନାବନା କାଠି ସାହାଯ୍ୟରେ ନିଖୁଣ କଳାକୃତି ତିଆରି କରୁଛନ୍ତି ଅର୍ପିତା। ଏହି କଳାକୁ ନେଇ ଅର୍ପିତା ପ୍ରିୟଦର୍ଶିନୀ ନିଜେ ଖୁସି ବ୍ୟକ୍ତ କରିବା ସହ ଆଗାମୀ ଦିନରେ ଏହାକୁ କିପରି ଆହୁରି ଅଧିକା ବଢ଼ାଇ ପାରିବେ ସେ ନେଇ ଆଶା ରଖିଛନ୍ତି। ତାଙ୍କ ପରିବାର ଲୋକେ ଅର୍ପିତାଙ୍କ ଏହି କାମରେ ବେଶ ଖୁସି ଥିବା କହିଛନ୍ତି।