ସାକ୍ଷୀ ରହିଲା ଚୌଦ୍ୱାର ଜେଲ, ମଞ୍ଜୁ ପାଇଲେ ପୁରୁଣା ସାଥୀ

ଚୌଦ୍ୱାର(ପ୍ରକାଶ କୁମାର ନାୟକ) ପ୍ରେମ ପ୍ରତାରଣା ପୁଣି ପ୍ରେମ। ପ୍ରେମ କରି ଜେଲ ଗଲା ପରେବି ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ଦୀର୍ଘ ୫ବର୍ଷ ପରେ ପ୍ରତାରଣାର ପଡ଼ିଛି ପୁର୍ଣ୍ଣଛେଦ। ଜେଲ କାରାଗାର ଭିତରେ ହୋଇ ବିବାହ । ଜଣେ ବିଚାରଧିନ କଏଦୀଙ୍କ ବେକରେ ବରଣମାଳା ପକାଇଛନ୍ତି  ଅଭିଯୋଗ କାରିଣୀ ପୀଡିତା । ଏଭଳି ନିଆରା ବାହାଘର ହୋଇଛି ଚୌଦ୍ୱାର ମଣ୍ଡଳକାରାଗାରରେ । ତେବେ ଆଜି ଏମିତି ଥିଲା ଦୃଶ୍ୟ। ଚୌଦ୍ୱାର ସର୍କଲ ଜେଲ […]

345

345

Tapas Behera
  • Published: Thursday, 25 February 2021
  • Updated: 25 February 2021, 05:21 PM IST

ଚୌଦ୍ୱାର(ପ୍ରକାଶ କୁମାର ନାୟକ) ପ୍ରେମ ପ୍ରତାରଣା ପୁଣି ପ୍ରେମ। ପ୍ରେମ କରି ଜେଲ ଗଲା ପରେବି ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଛି । ଦୀର୍ଘ ୫ବର୍ଷ ପରେ ପ୍ରତାରଣାର ପଡ଼ିଛି ପୁର୍ଣ୍ଣଛେଦ। ଜେଲ କାରାଗାର ଭିତରେ ହୋଇ ବିବାହ । ଜଣେ ବିଚାରଧିନ କଏଦୀଙ୍କ ବେକରେ ବରଣମାଳା ପକାଇଛନ୍ତି  ଅଭିଯୋଗ କାରିଣୀ ପୀଡିତା । ଏଭଳି ନିଆରା ବାହାଘର ହୋଇଛି ଚୌଦ୍ୱାର ମଣ୍ଡଳକାରାଗାରରେ । ତେବେ ଆଜି ଏମିତି ଥିଲା ଦୃଶ୍ୟ।

ଚୌଦ୍ୱାର ସର୍କଲ ଜେଲ ସମ୍ମୁଖରେ ଥିବା ଜେଲ ପ୍ରତିକ୍ଷାଳୟ ଗୃହରେ ନବବଧୁ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ । କାଖରେ ଥିଲା ୩ମାସର କଅଁଳା ଶିଶୁଟିଏ । ସାଙ୍ଗରେ ଥିଲେ ପରିବାର ଲୋକେ । ପ୍ରତିକ୍ଷାଳୟକୁ ଆସୁଥିବା ଆଗନ୍ତୁକ ମାନେ କିଛି ନଜାଣି ପାରି ମଞ୍ଜୁକୁ ପଚାରୁଥିଲେ କ’ଣ ଘଟଣା । ଖୁସିରେ ମଞ୍ଜୁ କହୁଥିଲେ ଆଜି ମୋର ବାହାଘର ହେବ ଏବଂ ମୁଁ ମୋ ଶାଶୂ ଘରକୁ ଯିବି। ଆଉ ସେୟା ହିଁ ହୋଇଥିଲା। ଜେଲରେ ଥିବା ମନର ମଣିଷକୁ ସାତଜନମର ସାଥୀ କରିଥିଲେ ମଞ୍ଜୁ । କଟକ ଜିଲ୍ଲା ଗୁରୁଡିଝାଟିଆ ଥାନା ଗୋବରା ପଞ୍ଚାୟତର କିରିକିଆ ଗ୍ରାମର ସନାତନ ଚାତାରଙ୍କ ଝିଅ ମଞ୍ଜୁ । ନବମ ଶ୍ରେଣୀରେ ପାଠ ପଢୁଥିବା ବେଳେ ପ୍ରଥମେ ମୋବାଇଲରେ ସଂପର୍କ ଗଢିଉଠିଥିଲା ପାଖ ଗ୍ରାମ ଭରୁଙ୍ଗାବାଡିର ବେଞ୍ଜାବିନ ସିଂଙ୍କ ପୁଅ ରାଜେଶଙ୍କ ସହିତ । ଉଭୟ ଥିଲେ ଭିନ୍ନ ଧର୍ମର। ତେବେ ଧିରେ ଧିରେ ଭାବର ଆଦାନପ୍ରଦାନ ପରେ ଗଢି ଉଠିଥିଲା ଶାରିରୀକ ସଂପର୍କ । ଫଳରେ ମଞ୍ଜୁ ହୋଇଥିଲେ ୮ମାସର ଗର୍ଭବତୀ ।

ଗର୍ଭବତୀ ହେବା ଜାଣିବା ପରେ ସଞ୍ଜୁ ପରିବାର ଲୋକଙ୍କୁ ଜଣାଇବା ସହିତ ରାଜେଶଙ୍କୁ ବିବାହ ପାଇଁ ଜିଦ୍ ଧରି ବସିଥିଲେ । ହେଲେ ମଞ୍ଜୁଙ୍କ ନିବେଦନକୁ ପ୍ରତ୍ୟାଖ୍ୟାନ କରି ରାଜେଶ ଆଉ ଧରାଛୁଆଁ ଦେଇନଥିଲେ । ନିରୀହ ମଞ୍ଜୁର ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ବୈଠକ କରାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ । ଇତି ମଧ୍ୟରେ ରାଜେଶ ପାଇଁ ତାଙ୍କ ପରିବାର ଲୋକେ ଅନ୍ୟତ୍ର ବିବାହ ପାଇଁ ଝିଅ ଖୋଜା ଆରମ୍ଭ କରିଦେଇଥିଲେ । ଏହା ଜାଣିପାରି ମଞ୍ଜୁ ପରିବାର ପକ୍ଷରୁ ସ୍ଥାନୀୟ ଗୁରୁଡିଝାଟିଆ ଥାନାରେ ନଭେମ୍ବର ମାସ ୧୨ ତାରିଖରେ ଏକ ଅଭିଯୋଗ ଦାୟର କରିଥିଲେ ।

ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତ ରାଜେଶକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଠାରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ରାଜେଶକୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା । ଏନେଇ ସ୍ପେସାଲ ପକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା । ଏହାରି ଭିତରେ ମଞ୍ଜୁ ସାବାଳିକା ହୋଇଥିବା ବେଳେ ରାଜେଶ ମଧ୍ୟ ନିଜକୁ ଅନୁତାପ କରି ମଞ୍ଜୁକୁ ବିବାହ କରିବା ପାଇଁ ପରିବାର ଲୋକ ତଥା ଜେଲର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଆଜି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜେଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ଦୁଇ ପରିବାର ଓ ବନ୍ଧୁ ବାନ୍ଧବଙ୍କ ଗହଣରେ ମଞ୍ଜୁ ଓ ରାଜେଶଙ୍କ ବିବାହ ହୋଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos