Advertisment

ପ୍ରକଳ୍ପ ନିର୍ମାଣ ହେଲା, ପାଣି ଆସିଲାନି

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ପଡ଼ିଆବେଡ଼ା ପଞ୍ଚାୟତ ଅନ୍ତର୍ଗତ ଆମ୍ବବେଡ଼ା, ବୋରିଂ ଓ ତେଲସାହି ଗାଁରେ ୩୨୪ଟି ପରିବାର ବସବାସ କରନ୍ତି। ତେବେ ଏବେ ବର୍ଷା ଦିନ ହୋଇଥିଲେ ମଧ୍ୟ ଏହି  ତିନୋଟି ଗାଁରେ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ପାଣି ଟୋପେ ପାଇଁ ଗାଁ ମୁଣ୍ଡରେ ଥିବା ନଳକୂପ ଆଗରେ ଗ୍ରାମବାସୀଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ୁଛି। ଏହି ସବୁ ଗାଁରେ ପାନୀୟ […]

ପ୍ରକଳ୍ପ ନିର୍ମାଣ ହେଲା, ପାଣି ଆସିଲାନି

Overhead Water Tank

Advertisment

କରଞ୍ଜିଆ (ଦୀପକ କୁମାର ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକର ପଡ଼ିଆବେଡ଼ା ପଞ୍ଚାୟତ ଅନ୍ତର୍ଗତ ଆମ୍ବବେଡ଼ା, ବୋରିଂ ଓ ତେଲସାହି ଗାଁରେ ୩୨୪ଟି ପରିବାର ବସବାସ କରନ୍ତି। ତେବେ ଏବେ ବର୍ଷା ଦିନ ହୋଇଥିଲେ ମଧ୍ୟ ଏହି  ତିନୋଟି ଗାଁରେ ପିଇବା ପାଣି ମୁଖ୍ୟ ସମସ୍ୟା ଭାବେ ମୁଣ୍ଡ ଟେକିଛି। ପାଣି ଟୋପେ ପାଇଁ ଗାଁ ମୁଣ୍ଡରେ ଥିବା ନଳକୂପ ଆଗରେ ଗ୍ରାମବାସୀଙ୍କୁ ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡ଼ୁଛି।

Advertisment

ଏହି ସବୁ ଗାଁରେ ପାନୀୟ ଜଳ ଯୋଗାଣର ସୁବିଧା ନ ଥିବାରୁ ‘ବସୁଧା’ ଯୋଜନାରେ ବୋରିଂ ଗାଁରେ ୨୦୨୦-୨୧ରେ ଏକ ଓଭରହେଡ୍‌ ଟାଙ୍କି  ନିର୍ମାଣ ହୋଇଥିଲା। ବୋରିଂ ସମେତ ଅନ୍ୟ ଦୁଇଟି ଗାଁକୁ ପାଣି ଯୋଗାଇବା ପାଇଁ ପାଇପ ବିଛାଯାଇଥିଲା। ଏଥିପାଇଁ ପ୍ରାୟ କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରାୟ ଗୋଟେ ବର୍ଷ ହେବ ପ୍ରକଳ୍ପର କାମ ସରିଲାଣି। କାମ ସରିବାର ପ୍ରାୟ ୭ରୁ ୮ ଦିନ ଲୋକେମାନେ ସୁବିଧାରେ ପାଣି ପାଇଥିଲେ। ଏବେ ଆମ୍ବବେଡ଼ା ଓ ତେଲସାହିକୁ ପାଣି ଆସୁନଥିବା ବେଳେ ବୋରିଂ ଗାଁର କେବଳ ନାଏକ ସାହିକୁ ପାଣି ଆସୁଛି। ବୋରିଂ ଗାଁର ଅନ୍ୟ ଚାରୋଟି ସାହିକୁ ପାଣି ଆସୁନାହିଁ।

[caption id="attachment_673301" align="aligncenter" width="650"]Villagers ପାଇପ ସଂଯୋଗ ହୋଇଛି, ପାଣି ଆସୁନି[/caption]

Advertisment

ଠିକାଦାର ନିମ୍ନମାନର କାର୍ଯ୍ୟ କରିବା ଯୋଗୁ ପାନୀୟ ଜଳ ଯୋଗାଣ ହୋଇପାରୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିପାଇଁ ଗ୍ରାମବାସୀ ସରପଞ୍ଚଠୁ ଆରମ୍ଭ କରି ବିଭାଗୀୟ ଜେଇ ,ଏସଡିଓ ଏବଂ ଠାକୁରମୁଣ୍ଡା ବିଡ଼ିଓଙ୍କୁ ଅଭିଯୋଗ ଜଣାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ।

ଯଦି ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଏ, ତା’ହେଲେ ଗ୍ରାମବାସୀ ଆନ୍ଦୋଳନକୁ  ଓହ୍ଳାଇବେ ବୋଲି ଧମକ ଦେଇଛନ୍ତି। ଯଶୋଦା ନାଏକ କହିଛନ୍ତି, “ପାଇପରେ ପାଣି ଆସୁନାହୁଁ।  ପାଣି  ପାଇଁ ଆମେ  ହଇରାଣ ହେଉଛୁ। ଏନେଇ ଅଭିଯୋଗ କଲେ ମଧ୍ୟ ଆମ କଥା କେହି ଶୁଣୁ ନାହାନ୍ତି।  କିଛି ଦିନ ଭିତରେ ଆମକୁ ପିଇବା ପାଣି ନ ମିଳିଲେ ବ୍ଲକ୍ ଅଫିସ ଆଗରେ ଧାରଣା ଦେବୁ।”

publive-image

ପଡ଼ିଆବେଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ମମତା ନାଏକ କହିଛନ୍ତି, “ପାଣି ସମସ୍ୟା ନେଇ ମୁଁ ଆରଡବ୍ଲ୍ୟୁଏସ୍‌ଏସ୍ ଜେଇ ଓ ଏସଡିଓଙ୍କୁ ଜଣାଇଛି। ଗାଁ ଗୁଡ଼ିକୁ ଶୀଘ୍ର ପାନୀୟ ଜଳ ବ୍ୟବସ୍ଥା କରିବାକୁ  ଦାବି କରିଛି।“ ତେବେ ଏନେଇ କୌଣସି ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ଆମ୍ବବେଡା, ବୋରିଂ ଓ ତେଲସାହିରେ ଗୋଟିଏ ଗୋଟିଏ ଲେଖାଏଁ ନଳକୂପ ରହିଛି। ଏହି ନଳକୂପଗୁଡ଼ିକରୁ ଲୋକେ ପାଣି ଆଣି ପିଉଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe