ପ୍ରେମ ବିବାହ କରି ପାପ କରି ନାହାନ୍ତି ସେ...ମୃତ୍ୟୁ ପରେ କାନ୍ଧ ଦେଲେ ମହିଳା ସରପଞ୍ଚ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସାବାସ ସରପଞ୍ଚ । କେବଳ ଆମେ କହୁନୁ । ପୁରା ଘଟଣା ଜାଣିଲା ପରେ ଆପଣ ବି କହିବେ ସାବାସ ସରପଞ୍ଚ ସାବାସ । ପ୍ରଶଂସା ପାଇବାକୁ ହକଦାର ଏହି ସରପଞ୍ଚ  ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ଉପାନ୍ତ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଂଚାୟତର ରଂଜିତା ସୁନା । ଗତକାଲି ଲୁହାସିଂହା ପଂଚାୟତ ବାହାଲଭଟଲି ଗ୍ରାମର ୬୦ ବର୍ଷୀୟ ବାବୁଲାଲ ପୁଟେଲଙ୍କର ମୃତ୍ୟୁ ହୋଇଥିଲା । ବାବୁଲାଲ ଭିନ୍ନଜାତିର ଝିଅକୁ ପ୍ରେମ ବିବାହ କରିଥିବାରୁ ତାଙ୍କୁ […]

bnb

Tapas Behera
  • Published: Sunday, 21 February 2021
  • , Updated: 21 February 2021, 08:07 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ସାବାସ ସରପଞ୍ଚ । କେବଳ ଆମେ କହୁନୁ । ପୁରା ଘଟଣା ଜାଣିଲା ପରେ ଆପଣ ବି କହିବେ ସାବାସ ସରପଞ୍ଚ ସାବାସ । ପ୍ରଶଂସା ପାଇବାକୁ ହକଦାର ଏହି ସରପଞ୍ଚ  ହେଉଛନ୍ତି ବଲାଙ୍ଗିର ଜିଲ୍ଲାର ଉପାନ୍ତ ଖପ୍ରାଖୋଲ ବ୍ଲକ ଲୁହାସିଂହା ପଂଚାୟତର ରଂଜିତା ସୁନା । ଗତକାଲି ଲୁହାସିଂହା ପଂଚାୟତ ବାହାଲଭଟଲି ଗ୍ରାମର ୬୦ ବର୍ଷୀୟ ବାବୁଲାଲ ପୁଟେଲଙ୍କର ମୃତ୍ୟୁ ହୋଇଥିଲା । ବାବୁଲାଲ ଭିନ୍ନଜାତିର ଝିଅକୁ ପ୍ରେମ ବିବାହ କରିଥିବାରୁ ତାଙ୍କୁ ପରିବାର ପରିଜନ ଜାତିରୁ ବାସନ୍ଦ କରିଥିଲେ । ମରିବା ପରେ ବି, ବାସନ୍ଦ ଯୋଗୁଁ ଶବକୁ କେହି ଛୁଇଁନଥିଲେ । ଏ ସଂର୍ପକରେ ୱାର୍ଡ ମେମ୍ୱର ସ୍ଥାନୀୟ ସରପଞ୍ଚ ରଂଜିତା ସୁନାଙ୍କୁ ଖବର ଦେଇଥିଲେ । ସଂଗେ ସଂଗେ ସରପଞ୍ଚ ପହଞ୍ଚି ମୃତ ବାବୁଲାଲର ବିଧବା ସ୍ତ୍ରୀ, ଝିଅ, ପୁଅଙ୍କ ମିଶି ଶବକୁ ଚାରିକାନ୍ଧ ଦେଇଥିଲେ ।

ଆଉ ମଶାଣିରେ ଗାତ ଖୋଲି ଶବ ସତ୍କାର କରିଥିଲେ । ସାଧାରଣତଃ ମହିଳା ମାନେ ମଶାଣିକୁ ଶବ ସତ୍କାର ପାଇଁ ଯାଆନ୍ତି ନାହିଁ । କିନ୍ତୁ ମହିଳା ସରପଞ୍ଚଙ୍କ ମାନବିକତା ଆଗରେ ହାର ମାନିଥିଲା ଜାତିପ୍ରଥା ଓ ପରମ୍ପରା । ଲୋକଙ୍କ ଦ୍ୱାରା ନିର୍ବାଚିତ ହେବା ପରେ ଲୋକଙ୍କ ସୁଖଦୁଃଖରେ ସାଥି ହେବାକୁ ନିଜର କର୍ତ୍ତବ୍ୟ ଭାବି ସେ ଏଭଳି ମହାନ କାମ କରିଛନ୍ତି । ତାଙ୍କ ଏଭଳି  କାମକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଭିନ୍ନ ମହଲରୁ ତାଙ୍କ ପାଖକୁ ଛୁଟୁଛି ସୁବେଚ୍ଛାର ସୁଅ।

Related story