Advertisment

ରିଟାୟାର୍ଡ ବାବୁମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଥାର୍ଡ ଫ୍ଲୋର

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର) : ଅବସରପ୍ରାପ୍ତ ବାବୁ ମାନଙ୍କ ଭୂସ୍ୱର୍ଗ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଅର୍ଥ ବିଭାଗର ଗାଇଡଲାଇନ ତଥା କଟକଣାକୁ ଫୁ’ କରିଦିଆଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁଠାରୁ ଅଧିକ ସଂଖ୍ୟକ ଅବସରପ୍ରାପ୍ତ କ୍ଲାସ ୱାନ୍ ଅଫିସର କାର୍ଯ୍ୟ କରୁଛନ୍ତି। ଅବସର ପରେବି ବାରମ୍ବାର ଏମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉଥିବା ବେଳେ ଅନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ଏମାନେ କାର୍ଯ୍ୟ କରୁଛନ୍ତି। ଚାରି ଜଣ ସେବାନିବୃତ୍ତ ଅଧିକାରୀ ଓଏସଡି […]

ଅଦ୍ୟତନ ହୋଇଛି
ଆଉ ୧୧,୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ, ଏପ୍ରିଲ ସୁଦ୍ଧା ନିଯୁକ୍ତି

odisha secretariat

Advertisment

ଭୁବନେଶ୍ୱର(ଅର୍ଦ୍ଧେନ୍ଦୁ ଶେଖର) : ଅବସରପ୍ରାପ୍ତ ବାବୁ ମାନଙ୍କ ଭୂସ୍ୱର୍ଗ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଅର୍ଥ ବିଭାଗର ଗାଇଡଲାଇନ ତଥା କଟକଣାକୁ ଫୁ’ କରିଦିଆଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସବୁଠାରୁ ଅଧିକ ସଂଖ୍ୟକ ଅବସରପ୍ରାପ୍ତ କ୍ଲାସ ୱାନ୍ ଅଫିସର କାର୍ଯ୍ୟ କରୁଛନ୍ତି। ଅବସର ପରେବି ବାରମ୍ବାର ଏମାନଙ୍କୁ ପୁନଃ ନିଯୁକ୍ତି ଦିଆଯାଉଥିବା ବେଳେ ଅନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ଏମାନେ କାର୍ଯ୍ୟ କରୁଛନ୍ତି। ଚାରି ଜଣ ସେବାନିବୃତ୍ତ ଅଧିକାରୀ ଓଏସଡି ଭାବରେ କାର୍ଯ୍ୟ କରୁଥିବା ବେଳେ ଜଣେ ସ୍ୱତନ୍ତ୍ର ସଚିବ ଏବଂ ଅନ୍ୟ ଜଣେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶ ଦାତା ଭାବରେ କାର୍ଯ୍ୟ କରୁଛନ୍ତି।

Advertisment

ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ୨୦୧୬ ମସିହା ଠାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୧୯ ମସିହା ଠାରୁ ଓଏଏସ୍ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଗୋପବନ୍ଧୁ ଦାସ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅର୍ଥାତ ନବୀନ ନିବାସ ଠାରେ ଓଏସଡି ଭାବରେ କାର୍ଯ୍ୟ କରୁଛନ୍ତି। ଗତ ବର୍ଷ ସ୍ୱତନ୍ତ୍ର ଉନ୍ନୟନ କମିଶନର ପଦବୀରୁ ଅବସର ନେବା ପରେ ପୂର୍ବତନ ଆଇଏଏସ ଅଧିକାରୀ ଆର. ବାଲାକୃଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବରେ ଥଇଥାନ ହୋଇଛନ୍ତି। ସଚିବାଳୟର ତୃତୀୟ ମହଲାରେ ତାଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ଏବଂ ସହାୟକ କର୍ମଚାରୀ ବ୍ୟବସ୍ଥା କରାଯାଇଛି। ଚା’ପାଣି ବାବଦକୁ ମଧ୍ୟ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଛି। ରିଟାୟାର୍ଡ ଆଇଏଏସ ଅଧିକାରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଏବର୍ଷ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବରେ ନିଯୁକ୍ତ କରାଯାଇଛି। ଓଡିଶା ସଚିବାଳୟ ସେବାରୁ ଅବସର ନେଇଥିବା ବିଷ୍ଣୁ ପ୍ରସାଦ ମିଶ୍ର ଏବଂ ବିଜୟ ଚନ୍ଦ୍ର ମିଶ୍ରଙ୍କୁ ମଧ୍ୟ ଓଏସଡି ଭାବରେ ଥଇଥାନ କରାଯାଇଛି।

କରୋନା କଟକଣା ପାଇଁ ରାଜ୍ୟ ସରକାର ନୂତନ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି। ବିଭିନ୍ନ ବିଭାଗରେ ନୂଆ ପଦବୀ ମଧ୍ୟ ସୃଷ୍ଟି କରାଯିବ ନାହିଁ ବୋଲି କହିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ପୁରୁଣା ବାବୁମାନଙ୍କ ପୁନଃ ନିଯୁକ୍ତି ନେଇ ଏକ ଗାଇଡଲାଇନ ସ୍ୱତନ୍ତ୍ର ଭାବରେ ଜାରି କରାଯାଇଛି। ଯଦି କୌଣସି ବ୍ୟକ୍ତିଙ୍କ ସେବା ରାଜ୍ୟ ସରକାର ଆବଶ୍ୟକ କରୁଥିବେ ଏବଂ ଦରକାର ମୁତାବକ ‍କ୍ଷେତ୍ରରେ ଯଦି ତାଙ୍କ ବିଶେଷ ଦକ୍ଷତା ଥିବ ତା’ହେଲେ ତାଙ୍କୁ ପୁନଃ ନିଯୁକ୍ତି ଦିଆଯିବା କଥା। ମାତ୍ର ଏମାନଙ୍କ କ୍ଷେତ୍ରରେ ସେଭଳି କିଛି ବିଶେଷ ଦକ୍ଷତା ନଥିବା ବେଳେ କେବଳ ତୃତୀୟ ମହଲାରେ ହେଉଥିବା ଗୁପ୍ତ କାମରେ ସଂପୃକ୍ତି ତଥା ସେଠାରେ କାର୍ଯ୍ୟ କରୁଥିବା ଜଣେ ବାବୁଙ୍କ ସହିତ ସୁସମ୍ପର୍କ କାରଣରୁ ପୁନଃ ନିଯୁକ୍ତି ମିଳିଥିବା ଆଲୋଚନା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe