Advertisment

ନିର୍ବାଚନ ପରେ ଯାଉଛି ନିର୍ବାଚନ, କିନ୍ତୁ କିଛି ସୁଧୁରିନି

ବଣାଇ (ରଂଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ଉପାନ୍ତ ଅଞ୍ଚଳର ଭୁତୁଡ଼ା ପଞ୍ଚାୟତରେ ରହିଛି ବାଟଗାଁ, କେନସିଲା ଓ ନସୀଗାଁ। ଏହି ତିନୋଟି ଗାଁରେ ପ୍ରାୟ ୫୦୦ ପରିବାର ବସବାସ କରନ୍ତି। ସେମାନେ ପାଉଡ଼ି ଭୂଇଁୟା ଅଧିବାସୀ ସମ୍ପ୍ରଦାୟର। ଏହି ଗାଁଗୁଡ଼ିକରେ ରହିଛି ପୁଳା ପୁଳା ସମସ୍ୟା। ଏହି ଗାଁ ଲୋକେ ଗମନାଗମନ, ପାନୀୟ ଜଳ, ବିଜୁଳି ଓ ସ୍ୱାସ୍ଥ୍ୟ ଭଳି ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି। ଏହି ତିନୋଟି ଗାଁର ମୁଖ୍ୟ ସମସ୍ୟା […]

author-image
Tapaswini Nayak
ଅଦ୍ୟତନ ହୋଇଛି
ନିର୍ବାଚନ ପରେ ଯାଉଛି ନିର୍ବାଚନ, କିନ୍ତୁ କିଛି ସୁଧୁରିନି

Bonai

ବଣାଇ (ରଂଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକର ଉପାନ୍ତ ଅଞ୍ଚଳର ଭୁତୁଡ଼ା ପଞ୍ଚାୟତରେ ରହିଛି ବାଟଗାଁ, କେନସିଲା ଓ ନସୀଗାଁ। ଏହି ତିନୋଟି ଗାଁରେ ପ୍ରାୟ ୫୦୦ ପରିବାର ବସବାସ କରନ୍ତି। ସେମାନେ ପାଉଡ଼ି ଭୂଇଁୟା ଅଧିବାସୀ ସମ୍ପ୍ରଦାୟର। ଏହି ଗାଁଗୁଡ଼ିକରେ ରହିଛି ପୁଳା ପୁଳା ସମସ୍ୟା। ଏହି ଗାଁ ଲୋକେ ଗମନାଗମନ, ପାନୀୟ ଜଳ, ବିଜୁଳି ଓ ସ୍ୱାସ୍ଥ୍ୟ ଭଳି ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ରହିଛନ୍ତି।

Advertisment

ଏହି ତିନୋଟି ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା। ତିନୋଟି ଯାକ ଗାଁକୁ ରାସ୍ତା ନାହିଁ। ପାହାଡ଼ ଚଢ଼ି ଏହି ଗାଁଗୁଡ଼ିକୁ ଯିବାକୁ ପଡ଼ିଥାଏ। ପାଦଚଲା ରାସ୍ତାରେ ୧୫ କିମି ପାହାଡ଼ ଚଢ଼ି ଗ୍ରାମବାସୀ ଯିବାଆସିବା କରନ୍ତି।

ଏହି ତିନୋଟି ଗାଁର ଲୋକେ ଦେହ ଖରାପ ହେଲେ ଏବେବି ଚେରମୂଳ ବ୍ୟବହାର କରନ୍ତି। ନ ହେଲେ ଝଡ଼ାଫୁଙ୍କା କରନ୍ତି।ତିନୋଟି ଯାକ ଗାଁରୁ ପ୍ରାୟ ୪୦-୪୫ କି.ମି ଦୂରରେ ରହିଛି ବଣାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ସେହିପରି ପ୍ରାୟ ୩୦ରୁ ୩୫ କିମି ଦୂରରେ ରହିଛି ଲହୁଣୀପଡ଼ା ଡାକ୍ତରଖାନା। ଦୂର ବାଟ ହେତୁ ଓ ରାସ୍ତା ନଥିବାରୁ ଲୋକେ ଡାକ୍ତରଖାନା ଯିବାକୁ ପସନ୍ଦ କରନ୍ତି ନାହିଁ।

Advertisment

ଏହି ସମସ୍ତ ଗାଁରେ ପିଇବା ପାଣିର ସମସ୍ୟା ରହିଛି। ପାଣି ପାଇଁ ସେମାନଙ୍କୁ ମାଇଇ ମାଇଲ ବାଟ ଚାଲିବାକୁ ପଡ଼େ। ସେମାନେ ଝରଣା ପାଣି ଉପରେ ନିର୍ଭର କରନ୍ତି।

[caption id="attachment_708722" align="aligncenter" width="650"]Bonai ପାଣି ଟୋପେ ପାଇଁ ଲୋକେ ମାଇଇ ମାଇଲ ଦୂର ଯିବାକୁ ପଡ଼େ[/caption]

ବାଟଗାଁ, କେନସିଲା ଓ ନସୀଗାଁର ଲୋକମାନଙ୍କ ପାଇଁ ବିଦ୍ୟୁତ୍‌ ଆଲୁଅ ସାତସପନ। ରାତି ହେଲେ ଏହି ଗ୍ରାମବାସୀଙ୍କ ସାହା ଭରସା ହୋଇଥାଏ ଡିବିରି ଓ ଲଣ୍ଠନ ଆଲୁଅ।  ଏହି ତିନୋଟି ଗାଁର ଲୋକମାନଙ୍କୁ ଆବାସ ଯୋଜନାରେ ଘର ମିଳି ନାହିଁ। ଲୋକେ ଚାଳଛପର ଘରେ ରହନ୍ତି। ଅନେକଙ୍କ ଘର ଭାଙ୍ଗିରୁଜି ଯାଇଛି।

[caption id="attachment_708723" align="aligncenter" width="650"]Bonai ତିନୋଟି ଗାଁକୁ ଯିବା ପାଇଁ ପାହାଡ ଚଢ଼ି ଯିବାକୁ ପଡ଼ିଥାଏ[/caption]

ଗାଁର ସମସ୍ୟା ନେଇ ଗ୍ରାମବାସୀମାନେ ବର୍ଷ ବର୍ଷ ଧରି ନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପର୍ଯ୍ୟନ୍ତ ସମସ୍ତଙ୍କ ଠାରେ ଗୁହାରି କରିଛନ୍ତି। କିନ୍ତୁ କିଛି ଲାଭ ହୋଇନି। କେହି ସେମାନଙ୍କ କଥା ଶୁଣି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସ୍ଥାନୀୟ  ବିଧାୟକ ଲକ୍ଷ୍ମଣ ମୁଣ୍ଡା  କହିଛନ୍ତି, ଏହା ଖଣି ଖାଦାନ ଅଞ୍ଚଳ। ଏହି ତିନୋଟି ଗାଁରେ ଭଲ ରାସ୍ତା ନାହିଁ। ପିଇବା ପାଣିର ସମସ୍ୟା ରହିଛି ଓ ବିଦ୍ୟୁତ ସଂଯୋଗ ବି ହୋଇନାହିଁ। ମୁଁ ଏନେଇ ବିଡିଓଙ୍କ ସହ କଥା ହୋଇଛି। ସମସ୍ୟା ଗୁଡ଼ିକର ସମାଧାନ କରାଯିବ। ମୁଁ  ଖଣି ମାଲିକମାନଙ୍କ ସହିତ ମଧ୍ୟ କଥା ହୋଇଛି। ଏହି ଅଞ୍ଚଳରୁ ସେମାନେ ଲୁହା ପଥର  ନେଇଥା’ନ୍ତି। ସେହିପରି ଗାଁର ସମସ୍ୟା ନେଇ ମୁଁ ଜିଲ୍ଲାପାଳଙ୍କ ସହ ମଧ୍ୟ କଥା ହୋଇଛି।

ଲହୁଣୀ ପଡା ବିଡିଓ ଧାନେଇ ଚରଣ ଟୁଡୁ କହିଛନ୍ତି, ଏହା ଏକ ଅପହଞ୍ଚ ଅଞ୍ଚଳ। ଏହି ଗାଁରେ ବିଭିନ୍ନ ସମସ୍ୟା ରହିଛି।  ବାଟଗାଁରେ ସୋଲାର ପାଇପ ୱାଟର ସ୍ଲପାଏ ସିଷ୍ଟମ ଥିଲା। ତାହା କିଛି ଦିନ ହେବ ଖରାପ ହୋଇ ଯାଇଛି।  ତାର ତୁରନ୍ତ ମରାମତି କରାଯିବ। କେନସିଲା ଓ ନସୀ ଗାଁରେ ଏକ ନଳକୂପ ଅଛି। କିନ୍ତୁ ଗୋଳିଆ ପାଣି ବାହାରୁଛି। RWSS ଷ୍ଟାପ ଯାଇ ନଳକୂପ ଗୁଡ଼ିକ ମରାମତି କରିଥିଲେ। ତଥାପି ସେଥିରୁ ଗୋଳିଆ ପାଣି ବାହାରୁଛି।