Advertisment

ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି କରୁଛନ୍ତି ଜୋମାଟୋ ଡେଲିଭରୀ ବୟ

ରାଉରକେଲା (ପବନ ତିୱାରୀ): ଜୋମାଟୋ ଡେଲିଭରୀ ବୟମାନଙ୍କୁ ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ଭଲ ଓ କିଛି ଖରାପ। ଯେମିତି କି କେତେବେଳେ ଡେଲିଭରୀ ବୟ ଖାଦ୍ୟ ଚୋରି କରି ଖାଉଥିବାର ଖବର ଆସେ ତ କେତେବେଳେ ଜୋମାଟୋରୁ ଗ୍ରାହକ ମାନେ କ୍ୟାନ୍‌ସେଲ୍‌ କରୁଥିବା ଖାଦ୍ୟକୁ ଡେଲିଭରୀ ବୟ ଗରିବ ପିଲାଙ୍କୁ ଖୁଆଉଥିବାର ଖବର ଆସେ। ଏବେ ସେମିତି ଆଉ ଗୋଟେ ଖବର ଆସିଛି। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି […]

ଅଦ୍ୟତନ ହୋଇଛି
ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ରାସ୍ତା ମରାମତି କରୁଛନ୍ତି ଜୋମାଟୋ ଡେଲିଭରୀ ବୟ

zomato

Advertisment

ରାଉରକେଲା (ପବନ ତିୱାରୀ): ଜୋମାଟୋ ଡେଲିଭରୀ ବୟମାନଙ୍କୁ ନେଇ ଅନେକ ସମୟରେ ଅନେକ ଚର୍ଚ୍ଚା ହୋଇଥାଏ। ସେଥିରୁ କିଛି ଭଲ ଓ କିଛି ଖରାପ। ଯେମିତି କି କେତେବେଳେ ଡେଲିଭରୀ ବୟ ଖାଦ୍ୟ ଚୋରି କରି ଖାଉଥିବାର ଖବର ଆସେ ତ କେତେବେଳେ ଜୋମାଟୋରୁ ଗ୍ରାହକ ମାନେ କ୍ୟାନ୍‌ସେଲ୍‌ କରୁଥିବା ଖାଦ୍ୟକୁ ଡେଲିଭରୀ ବୟ ଗରିବ ପିଲାଙ୍କୁ ଖୁଆଉଥିବାର ଖବର ଆସେ। ଏବେ ସେମିତି ଆଉ ଗୋଟେ ଖବର ଆସିଛି। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି କିଛି ଜୋମାଟୋ ଡେଲିଭରୀ ବୟ ରାସ୍ତା ମରାମତି କାମ ଆରମ୍ଭ କରିଛନ୍ତି, ଯାହା ନିଶ୍ଚୟ ଭାବେ ଏକ ଭଲ ଖବର ଓ ପ୍ରେରଣାଦାୟୀ ମଧ୍ୟ। ଘଟଣାଟି ରାଉରକେଲାର।

Advertisment

ପ୍ରାୟ ୬୦ରୁ ୭୦ଜଣ ଡେଲିଭରୀ ବୟ ଏହି କାମ ପାଇଁ ଏକଜୁଟ୍‌ ହୋଇଛନ୍ତି। ଗତକାଲିଠୁ ଏହି କାମ ଆରମ୍ଭ କରିଛନ୍ତି। ରାଉରକେଲାର ସମସ୍ତ ଅଞ୍ଚଳ ନହେଲେ ବି ଅଧିକାଂଶ ରାସ୍ତା ଯେଉଁଠି ଖାଲଖମା ରହିଛି, ସେଗୁଡ଼ିକୁ ଆଗାମୀ ଦିନରେ ମରାମତି କରିବାକୁ ଏହି ଡେଲିଭରୀ ବୟମାନେ ସ୍ଥିର କରିଛନ୍ତି।

publive-imageସେମାନେ ନିଜେ ସିମେଣ୍ଟ, ବାଲି ଓ ଇଟା ଆଣି ରାସ୍ତାକୁ ମରାମତି କରୁଛନ୍ତି। ଆଗକୁ ପ୍ରତ୍ୟେକ ରବିବାର ସେମାନେ ରାଉରକେଲା ସହର ବିଭିନ୍ନ ରାସ୍ତାକୁ ଏମିତି ମରାମତି କରିବାକୁ ଯୋଜନା ରଖିଛନ୍ତି।

Advertisment

ଏହି ଡେଲିଭରୀ ବୟମାନେ କହିଛନ୍ତି, ଜେମାଟୋରୁ ଖାଦ୍ୟ ମଗାଉଥିବା ଗ୍ରାହକ ମାନେ ସବୁବେଳେ ଅଭିଯୋଗ କରନ୍ତି ଯେ ସେମାନେ ଠିକ୍‌ ସମୟରେ ଖାଦ୍ୟ ପହଞ୍ଚାଇ ପାରୁନାହାନ୍ତି। ଆଉ ଏହାର କାରଣ ହେଉଛି ରାସ୍ତା। ଖରାପ ରାସ୍ତା ଯୋଗୁ ସେମାନଙ୍କୁ ଯିବା ଆସିବାରେ ଅଧିକ ସମୟ ଲାଗିଯାଉଛି। ଏହି ସମସ୍ୟାର ସମାଧାନ ପାଇଁ ସେମାନେ ନିଜ ହାତରୁ ଖର୍ଚ୍ଚ କରି ରାସ୍ତା ମରାମତି କରୁଛନ୍ତି। ଏହା ଦ୍ୱାରା ଲୋକଙ୍କ ପାଖରେ ଶୀଘ୍ର ଖାଦ୍ୟ ନେଇ ପହଞ୍ଚି ହେବ।

ଅନ୍ୟପକ୍ଷରେ ଜୋମାଟୋ ଡେଲିଭରୀ ବୟମାନଙ୍କ ଏମିତି କାମକୁ ଆଖପାଖ ଅଞ୍ଚଳର ଲୋକେ ବେଶ୍‌ ପ୍ରଶଂସା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe