Advertisment

ଶ୍ମଶାନ ପ୍ରେମରେ ଶିକ୍ଷକ

ରାୟଗଡ଼ା (ମନୋଜ ପାତ୍ର): ମଶାଣି ନାଁ ଶୁଣିଲେ ପ୍ରାୟତଃ ଭୟ ଲାଗେ। କେବେ କେବେ ମଶାଣି ବାଟ ଦେଇ ଲୋକମାନେ ଯିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ରାୟଗଡ଼ା ସହରରେ ରହୁଥିବା ଶିକ୍ଷକ ଟି.ଇଶ୍ୱର ରାଓ ଏ କ୍ଷେତ୍ରରେ ସଂପୂର୍ଣ୍ଣ ଭିନ୍ନ। ଆଖପାଖ ଅଞ୍ଚଳରେ ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ଭଲ ଶ୍ମଶାନଟିଏ ନଥିବାରୁ ସେ ପୁରୀ ସ୍ୱର୍ଗଦ୍ୱାର ଭଳି ରାୟଗଡ଼ାରେ ଏକ ସୁନ୍ଦର ସ୍ୱର୍ଗଧାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ସେହି ପଥରେ ଆଗେଇ ଚାଲିଛନ୍ତି। ନିଜ […]

ଅଦ୍ୟତନ ହୋଇଛି
ଶ୍ମଶାନ ପ୍ରେମରେ ଶିକ୍ଷକ

iswar-sir

Advertisment

ରାୟଗଡ଼ା (ମନୋଜ ପାତ୍ର): ମଶାଣି ନାଁ ଶୁଣିଲେ ପ୍ରାୟତଃ ଭୟ ଲାଗେ। କେବେ କେବେ ମଶାଣି ବାଟ ଦେଇ ଲୋକମାନେ ଯିବାକୁ ପସନ୍ଦ କରନ୍ତି ନାହିଁ। ହେଲେ ରାୟଗଡ଼ା ସହରରେ ରହୁଥିବା ଶିକ୍ଷକ ଟି.ଇଶ୍ୱର ରାଓ ଏ କ୍ଷେତ୍ରରେ ସଂପୂର୍ଣ୍ଣ ଭିନ୍ନ। ଆଖପାଖ ଅଞ୍ଚଳରେ ଲୋକଙ୍କ ଅନ୍ତିମ ସଂସ୍କାର ପାଇଁ ଭଲ ଶ୍ମଶାନଟିଏ ନଥିବାରୁ ସେ ପୁରୀ ସ୍ୱର୍ଗଦ୍ୱାର ଭଳି ରାୟଗଡ଼ାରେ ଏକ ସୁନ୍ଦର ସ୍ୱର୍ଗଧାମ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ସେହି ପଥରେ ଆଗେଇ ଚାଲିଛନ୍ତି।

Advertisment

publive-image

ନିଜ ଲକ୍ଷ୍ୟ ହାସଲ ପାଇଁ ଆନ୍ତରିକ ଆଗ୍ରହ ଓ ଶାରୀରିକ ଶ୍ରମ ଦାନ କରୁଛନ୍ତି ଟି.ଇଶ୍ୱର ରାଓ। ଫୁରସତ ମିଳିଲେ କୋଡ଼ି କୋଦାଳ ଧରି ବାହାରିଯାଆନ୍ତି ଶ୍ମଶାନକୁ। ସେଠାରେ ତାଙ୍କୁ ଉଦୁଉଦିଆ ଖରାରେ ମଧ୍ୟ ଅନାବନା ଗଛ ଓ ଘାସକୁ ସଫା କରିବାର ଦେଖିବାକୁ ମିଳେ। ଏଠାରେ ପୂର୍ବରୁ ଲଗାଯାଇଥିବା ଗଛର ଯତ୍ନ ନିଅନ୍ତି ଓ ନୂଆ ଚାରା ବି ଲଗାନ୍ତି।

୪ ଏକର ଅପନ୍ତରା ଜମିକୁ ସେ ନିଜ ଖର୍ଚ୍ଚରେ ସମତଳ କରିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କ ସହଯୋଗରେ ଶ୍ମଶାନରେ ଦାହ ମଣ୍ଡପ, ପୂଜା ମଣ୍ଡପ, ସ୍ନାନ ମଣ୍ଡପ ଓ ୩ଟି ମୂଖ୍ୟଦ୍ୱାର ସାଙ୍ଗକୁ ଏକ ସୁଉଚ୍ଚ ଶିବ ମୂର୍ତ୍ତି ମଧ୍ୟ ନିର୍ମାଣ କରିଛନ୍ତି। ଲୋକେ ଯେପରି ବିନା ଖର୍ଚ୍ଚରେ ଓ ସୁବିଧାରେ ଏଠାରେ ଅନ୍ତିମ ସଂସ୍କାର କରିପାରିବେ, ସେଥିପାଇଁ ବି ସେ ଉଦ୍ୟମ କରିଛନ୍ତି।

Advertisment

କେବଳ ଶ୍ମଶାନରେ ନୁହେଁ, ନିଜ ସ୍କୁଲ ସମେତ ସହରର ବିଭିନ୍ନ ସ୍ଥାନରେ ଶହ ଶହ ବୃକ୍ଷ ଲଗାଇଛନ୍ତି ଏହି ପ୍ରକୃତିପ୍ରେମୀ। ପରିବେଶର ସୁରକ୍ଷା ପାଇଁ ଦିନରାତି ଲାଗିଥିବା ଈଶ୍ୱରଙ୍କୁ ରାଜ୍ୟ ସରକାରଙ୍କ ଠାରୁ ମିଳିଛି ‘ପ୍ରକୃତି ମିତ୍ର’ ଓ ‘ବୃକ୍ଷମିତ୍ର’ ଭଳି ସମ୍ମାନ।

publive-imageଏଭଳି ମହତ୍ କାର୍ଯ୍ୟ ଯୋଗୁ ଈଶ୍ୱର ରାଓଙ୍କ ଏବେ ସ୍ଥାନୀୟ ଅଞ୍ଚଳରେ ଜଣେ ଚର୍ଚ୍ଚିତ ବ୍ୟକ୍ତି ପାଲଟି ଯାଇଛନ୍ତି। ତେବେ କିଛି ସରକାରୀ ସହାୟତା ମିଳିଲେ ତାଙ୍କର ମହତ ଲକ୍ଷ୍ୟ ସହଜରେ ହାସଲ ହୋଇପାରନ୍ତା ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe