ଭାରତର ଏସବୁ ସ୍ଥାନ ରହସ୍ୟମୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୃଥିବୀରେ ଏମିତି ବହୁ ସ୍ଥାନ ଅଛି ଯାହା ଦେଖିବାକୁ ସୁନ୍ଦର ଓ ରୋମାଞ୍ଚକର। ଏମିତି ବି ବହୁ ସ୍ଥାନ ରହିଛି, ଯାହା ରହସ୍ୟରେ ଘେରି ହୋଇ ରହିଛି। କିଛି କିଛି ସ୍ଥାନ ଏମିତି କି ଅଛି, ଯାହାର ରହସ୍ୟ ଉପରୁ ଆଜି ବି ପରଦା ଉଠିପାରିନାହିଁ। ଆମେ ଏମିତି ସ୍ଥାନ ବିଷୟରେ ଆପଣଙ୍କୁ ଆଗରୁ କହିଛୁ। ହେଲେ ଆସନ୍ତୁ ଜାଣିବା ଭାରତରେ ଥିବା କିଛି ରହସ୍ୟମୟ ସ୍ଥାନ ସମ୍ପର୍କରେ। ରାଜସ୍ଥାନର କୁଲଧରା କୁଲଧରାକୁ […]

wonderspot

wonderspot

Jitendra Garnayak
  • Published: Friday, 14 September 2018
  • Updated: 14 September 2018, 08:54 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୃଥିବୀରେ ଏମିତି ବହୁ ସ୍ଥାନ ଅଛି ଯାହା ଦେଖିବାକୁ ସୁନ୍ଦର ଓ ରୋମାଞ୍ଚକର। ଏମିତି ବି ବହୁ ସ୍ଥାନ ରହିଛି, ଯାହା ରହସ୍ୟରେ ଘେରି ହୋଇ ରହିଛି। କିଛି କିଛି ସ୍ଥାନ ଏମିତି କି ଅଛି, ଯାହାର ରହସ୍ୟ ଉପରୁ ଆଜି ବି ପରଦା ଉଠିପାରିନାହିଁ।

ଆମେ ଏମିତି ସ୍ଥାନ ବିଷୟରେ ଆପଣଙ୍କୁ ଆଗରୁ କହିଛୁ। ହେଲେ ଆସନ୍ତୁ ଜାଣିବା ଭାରତରେ ଥିବା କିଛି ରହସ୍ୟମୟ ସ୍ଥାନ ସମ୍ପର୍କରେ।

uyରାଜସ୍ଥାନର କୁଲଧରା

କୁଲଧରାକୁ ଭୂତଙ୍କ ଗାଁ କୁହାଯାଇଥାଏ। ୧୮୦୦ ମସିହାରୁ ଏହି ଗାଁରେ କେହି ରହୁନାହାନ୍ତି, ଏହା ଖାଲି ପଡ଼ିଛି। ଜୈସଲ୍ମେରରୁ ଏହି ଗାଁ ୧୫ କିମି ଦୂରରେ ରହିଛି। ୧୨୯୧ରେ ପାଲିୱାଲ ପଣ୍ଡିତ ଏହି ଗାଁ ବସାଇଥିଲେ।

ଦିନେ ହଠାତ୍ ଏହି ଗାଁ ଓ ଆଖପାଖ ଗାଁର ଲୋକେ ରାତିର ଅନ୍ଧାରରେ ଉଭାନ ହୋଇଯାଇଥିଲେ। ସେବେଠାରୁ ଏହି ଗାଁକୁ ଭୂତ ଗାଁ କୁହାଯାଉଛି। ଗାଁ ଆଖପାଖ ଦେଇ ଯାଉଥିବା ଲୋକେ ଏଠାରେ ଭୂତ ଦେଖିଥିବା କହିଥାନ୍ତି।

himmanavହିମାଳୟର ହିମମାନବ

ହିମାଳୟକୁ ନେଇ ସାରା ଦୁନିଆରେ ବହୁତ ରହସ୍ୟମୟ କଥା କୁହାଯାଇଥାଏ। ସବୁଠାରୁ ଅଧିକ ରହସ୍ୟମୟ କଥା ହିମମାନବକୁ ନେଇ କୁହାଯାଇଥାଏ।
ଆଜିବି ହିମାଳୟର ଗୁମ୍ଫାରେ ହିମମାନବ ରହୁଛନ୍ତି ବୋଲି ବହୁ ଲୋକ ବିଶ୍ୱାସ କରନ୍ତି। କିଛି ପର୍ଯ୍ୟଟକ ଏଠାରେ ବରଫ ପଡ଼ିବା ଓ ବରଫ ଉପରେ ଲାଲ ରଙ୍ଗର ଚିହ୍ନ ଦେଖିଥିବା କହିଛନ୍ତି।

ଖାଲି ହିମମାନବ ନୁହେଁ, ଏଠାରେ ଥିବା ଗୁମ୍ଫାଗୁଡ଼ିକରେ ବହୁ ଯୋଗୀ କାହିଁ କେଉଁ କାଳରୁ ତପସ୍ୟା କରୁଛନ୍ତି ବୋଲି ବିଶ୍ୱାସ କରାଯାଏ। ହେଲେ ଏହା କେତେ ସତ, ତାହା ଆଜିଯାଏ ଜଣାପଡ଼ିନାହିଁ।

kotayamକେରଳର କୋତ୍ତାୟମ୍ ଓ ଇଦୁକୀ

କେରଳର ଇଦୁକୀ ଓ କୋଟାୟମ୍ ସହରରେ ଲାଲ ରଙ୍ଗର ବର୍ଷା ହୋଇଥାଏ। ଏପରି କାହିଁକି ହୁଏ ଆଜି ବି ରହସ୍ୟ ମଧ୍ୟରେ ରହିଛି। ଉଲ୍କା ପିଣ୍ଡରେ ବିସ୍ଫୋରଣ ଯୋଗୁ ଏପରି ବର୍ଷା ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଥାନ୍ତି। ୧୯୮୬, ୨୦୦୧, ୨୦୦୬ ଓ ୨୦୧୨ରେ ଏଠାରେ ଲାଲ ରଙ୍ଗର ବର୍ଷା ହୋଇଥିଲା। ୨୦୦୬ରେ ହୋଇଥିବା ବର୍ଷା ପ୍ରଥମ ଥର ଗଣମାଧ୍ୟମରେ ଖବର ପାଲଟି ଥିଲା। ସେତେବେଳେ ମହାତ୍ମା ଗାନ୍ଧି ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହା ଉପରେ ରିସର୍ଚ୍ଚ କରିଥିଲେ।

bengalବେଙ୍ଗଲ ସ୍ୱାମ୍ପ

ବେଙ୍ଗଲର ଦଲଦଲ ନିକଟରେ ଦେଖିବାକୁ ମିଳୁଥିବା ଚମକଦାର ଲାଇଟ୍ର କାରଣ ଆଜି ବି ରହସ୍ୟ ହୋଇ ରହିଛି। ଏପରି ଲାଇଟ୍ ପ୍ରଥମେ ମତ୍ସ୍ୟଜୀବୀମାନେ ଦେଖିଥିଲେ। ସେମାନଙ୍କ ଅନୁସାରେ ଦଲଦଲ ଉପରେ ଏହି ଲାଇଟ୍ ଦେଖାଯାଏ।

ମାଛ ମାରିବାକୁ ଯାଇ ଦଲଦଲରେ ଫସି ମୃତ୍ୟବରଣ କରିଥିବା ମତ୍ସ୍ୟଜୀବୀଙ୍କ ଆତ୍ମା ଲାଇଟ୍ ଭଳି ଦେଖାଯାଇଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହାନ୍ତି। କେବଳ ଏତିକି ନୁହେଁ, ଭବିଷ୍ୟତରେ ଆସୁଥିବା ବିପତ୍ତି ସମ୍ପର୍କରେ ମଧ୍ୟ ଏହି ଲାଇଟ୍ ସୂଚନା ଦେଇଥାନ୍ତି ବୋଲି ଲୋକେ ବିଶ୍ୱାସ କରନ୍ତି।

kachhaକଚ୍ଛରେ ଥିବା ଘାସ ପଡ଼ିଆ

ଘାସ ପଡ଼ିଆରୁ ଆଲୁଅ ବାହାରୁ ଥିବା କେବେ ଦେଖିଛନ୍ତି କି ? ଯଦି ଦେଖିନାହାନ୍ତି, ଗୁଜରାଟର କଚ୍ଛକୁ ଯାଆନ୍ତୁ। ଏଠାରେ ଏମିତି ଏକ ଘାସ ପଡ଼ିଆ ଅଛି, ଯେଉଁଥିରୁ ଆଲୁଅ ବାହାରୁଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଲାଲ, ନୀଳ ଓ ହଳଦିଆ ରଙ୍ଗର ଆଲୁଅ ଦେଖିବାକୁ ମିଳିଥାଏ। କେହି ଲ୍ୟାମ୍ପ ଧରି ଚାଲିବା ପରି ମନେ ହୁଏ। ବେଳେ ବେଳେ ଏମିତି ଲାଗେ, ଏହି ଆଲୁଅଗୁଡ଼ିକ ଲୋକଙ୍କ ପଛେ ପଛେ ଆସିଥାନ୍ତି।

କେବଳ ସ୍ଥାନୀୟ ଲୋକେ ନୁହେଁ, ବିଦେଶୀ ପର୍ଯ୍ୟଟକ ଓ ବର୍ଡର ସିକ୍ୟୁରିଟି ଗାର୍ଡମାନେ ମଧ୍ୟ ଏପରି ଆଲୁଅ ଦେଖିଥିବା ଦାବି କରନ୍ତି।
ଦଲଦଲରୁ ବାହାରୁ ଥିବା ମିଥେନ୍ ଗ୍ୟାସ୍ର ଅକ୍ସିକରଣ ଯୋଗୁ ଏହି ଲାଇଟ୍ ଦେଖାଯାଇଥାଏ ବୋଲି ବୈଜ୍ଞାନିକମାନେ କହିଥାନ୍ତି।

GangaandBrahmaputraଗଙ୍ଗା-ବ୍ରହ୍ମପୁତ୍ର ଡେଲଟା

ଦୁନିଆରେ ବହୁ ବନ୍ଦରରେ ଅଜବ ଧରଣର ଶବ୍ଦ ଶୁଭୁଥିବା କୁହାଯାଏ। ଏପରି କିଛି ଶୁଣିବାକୁ ମିଳିଥାଏ ଗଙ୍ଗା ଓ ବ୍ରହ୍ମପୁତ୍ର ଡେଲଟାରେ। ଏଠାରେ ଏକ ଅଲଗା ପ୍ରକାରର ଶବ୍ଦ ଶୁଣିବାକୁ ମିଳିଥାଏ। ବ୍ରିଟିଶ ଅଫିସରଙ୍କ ଅନୁସାରେ ଏ ଶବ୍ଦ ଭୂକମ୍ପ ଝଟକାର ସଙ୍କେତ ଦେଇଥାଏ। ବାରମ୍ବାର ଏପରି ଶବ୍ଦ ଶୁଣାଗଲେ ବଡ଼ ଧରଣର ଭୂକମ୍ପ ହେବାର ସଙ୍କେତ ମିଳିଥାଏ।

କେବଳ ଭୂକମ୍ପ ନୁହେଁ, ପାହାଡ଼ରେ ବିସ୍ଫୋରଣ ହେବା, ଆଗ୍ନେୟଗିରି ଉଦ୍ଗିରଣ ହେବା, ଗ୍ୟାସ୍, ବାତ୍ୟା ଯୋଗୁ ଉଚ୍ଚା ଲହଡ଼ି, ସୁନାମୀ ଓ ଉଲକା ପଡ଼ିବା ପୂର୍ବରୁ ମଧ୍ୟ ଏପରି ଶବ୍ଦ ଶୁଣିବାକୁ ମିଳିଥାଏ।

Ladakhଲଦାଖ୍ର କଙ୍ଗଲା ଲା ପାସ୍

କଙ୍ଗଲା ଲା ପାସ୍ ହିମାଳୟର ଭାରତ-ଚୀନ ବିବାଦୀୟ ବର୍ଡର ଅକ୍ସାଇ ଚୀନରେ ରହିଛି। ସ୍ଥାନୀୟ ଲୋକଙ୍କ ଅନୁସାରେ ଏଠାରେ UFO (Unidentified flying object)ର ଅଣ୍ଡରଗ୍ରାଉଣ୍ଡ କ୍ଷେତ୍ର ରହିଛି। ଏକ ଅଜବ ଧରଣର ତ୍ରିକୋଣୀୟ ଜିନିଷ ଏଠାରେ ଯିବା ଆସିବା କରୁଥିବା ସ୍ଥାନୀୟ ଲୋକେ ଦେଖିଥିବା କୁହାନ୍ତି। କେବଳ ସ୍ଥାନୀୟ ଲୋକେ କାହିଁକି, ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ କହିଥାନ୍ତି। ହେଲେ ବୈଜ୍ଞାନିକମାନେ ଏହାକୁ ମାନିବାକୁ ନାରାଜ୍।

Roopkundଉତ୍ତରାଖଣ୍ଡର ରୂପକୁଣ୍ଡ ହ୍ରଦ

ଉତ୍ତରାଖଣ୍ଡର ପାହାଡ଼ରେ ୫୦୨୯ ମିଟର ଉଚ୍ଚରେ ରହିଛି ରୂପକୁଣ୍ଡ ହ୍ରଦ। ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଏହି ହ୍ରଦ ବହୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ହେଲେ ହ୍ରଦରେ ଦେଖିବାକୁ ମିଳୁଥିବା ମଣିଷର କଙ୍କାଳ କେଉଁଠୁ ଆସିଲା, କେମିତି ଆସିଲା ଆଜି ବି ରହସ୍ୟ ଭିତରେ ରହିଛି। ଏ ଅଞ୍ଚଳରେ ୫୦୦ରୁ ୬୦୦ ମଣିଷ କଙ୍କାଳ ଦେଖିବାକୁ ମିଳିଥାଏ।

Kodihniକେରଳର କୋଧେହ୍ନୀ

ଏହି ଗାଁକୁ ଜାଆଁଳା ଗ୍ରାମ (Twins Village) କୁହାଯାଇଥାଏ। ଗାଁରେ ପ୍ରାୟ ୨୦୦୦ ପରିବାର ରହିଥାନ୍ତି। ଏମାନଙ୍କ ମଧ୍ୟରେ ୨୨୦ ଜାଆଁଳା ଲୋକ ରୁହନ୍ତି। ଏହି କାରଣରୁ ଡାକ୍ତରମାନେ ଏଠାକୁ ରିସର୍ଚ୍ଚ କରିବାକୁ ଆସିଥାନ୍ତି। ଦୁନିଆରେ ଜନ୍ମ ହେଉଥିବା ଜାଆଁଳା ପିଲାଙ୍କ ଠାରୁ ଏଠାରେ ୬ ପ୍ରତିଶତ ଅଧିକ ଜନ୍ମ ହୋଇଥାନ୍ତି।
ତିନି ପିଢ଼ି ପୂର୍ବରୁ ଏଠାରେ ଏପରି ଜାଆଁଳା ପିଲା ଜନ୍ମ ହେବା ଆରମ୍ଭ ହୋଇଥିଲା। ଖାଇବା ପିଇବା ଯୋଗୁ ଏପରି ହେଉଥିବା ଗାଁ ଲୋକେ ବିଶ୍ୱାସ କରିଥାନ୍ତି। ଜେନେଟିକ୍ କାରଣରୁ ଏଠାରେ ଏତେ ପରିମାଣରେ ଜାଆଁଳା ପିଲା ଜନ୍ମ ହେଉଥିବାକୁ ଏମାନେ ବିଶ୍ୱାସ କରନ୍ତି ନାହିଁ।

jatingaଆସାମର ଜତିଙ୍ଗା

ଆସାମର ଏକ ଘାଟିକୁ ଜତିଙ୍ଗା ଭ୍ୟାଲି କୁହାଯାଇଥାଏ। ଏଠାକୁ ଗଲେ ଆପଣ ପକ୍ଷୀଗୁଡିଙ୍କୁ ଆତ୍ମହତ୍ୟା କରୁଥିବା ଦେଖିବାକୁ ପାଇବେ। ମୌସୁମୀ ସମୟ ବ୍ୟତୀତ ଅମାବାସ୍ୟା ଓ କୁହୁଡି ହେଲେ ପକ୍ଷୀମାନେ ଅଧିକ ଆତ୍ମହତ୍ୟା କରିଥାନ୍ତି। ଭୂତପ୍ରେତ ଓ ଆସୁରିକ ଶକ୍ତିଙ୍କ କାରଣରୁ ଏପରି ହୋଇଥାଏ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି।

ହେଲେ ବିଶେଷଜ୍ଞଙ୍କ ମତରେ, ଜୋରରେ ପବନ ହେବା ଯୋଗୁ ପକ୍ଷୀମାନେ ସନ୍ତୁଳନ ହରାଇ ଗଛରେ ପିଟି ହୋଇ ମୃତ୍ୟୁବରଣ କରିଥାନ୍ତି।

ପ୍ରକୃତ କଥା ଯାହା ହୋଇଥାଉ, ଏଠାରେ ପକ୍ଷୀମାନେ ଏପରି ମରିବା ସାରା ଦୁନିଆରେ ଆଜି ବି ରହସ୍ୟ ହୋଇ ରହିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos